ସ୍ୱାସ୍ଥ୍ୟସେବାରେ ଆସୁନି ସୁଧାର

ଛେଣ୍ଡିପଦା,୧ା୧୦(ସ୍ବ.ପ୍ର.) ମହାମାରୀ କରୋନା ସଂକ୍ରମଣ ଦେଖାଦେବା ପରଠାରୁ ସ୍ବାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କ ଜୀବନର ସୁରକ୍ଷା ପାଇଁ ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ହେଲେ ଏହାର କିଛି ବି ସୁଫଳ ଅନୁଗୋଳ ଜିଲା ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଲକ୍ଷିତ ହେଉନାହିଁ। ଦୀର୍ଘ ୭୦ ବର୍ଷର ପୁରୁଣା କୋଠାରେ ଏବେ ମଧ୍ୟ ରୋଗୀସେବା ଚାଲିଥିବାବେଳେ ୧୧ ଡାକ୍ତରଙ୍କ ସ୍ଥାନରେ ମାତ୍ର ୪ ଜଣ ଅଛନ୍ତି। ଆବଶ୍ୟକ କର୍ମଚାରୀ, ଜରୁରୀ ଉପକରଣ ନାହିଁ। ଡାକ୍ତରଙ୍କ ରହିବା ନିମନ୍ତେ କ୍ୱାର୍ଟର୍ସ ନାହିଁ। ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ଓଟି କରାଯାଇଥିଲେ ମଧ୍ୟ ଅପରେଶନ ପାଇଁ ବିଶେଷଜ୍ଞ ଡାକ୍ତର ନାହାନ୍ତି। ତେଣୁ ଏଠାକାର ଲକ୍ଷାଧିକ ଲୋକଙ୍କ ସ୍ବାସ୍ଥ୍ୟସେବାରେ ସୁଧାର ଆସିପାରୁ ନାହିଁ।
୧୯୫୨ରେ ଛେଣ୍ଡିପଦା ବ୍ଲକରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲା। ୧୯୯୪ ଜାନୁୟାରୀ ୩୧ରେ ଏହାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯାଇଥିଲା। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଛେଣ୍ଡିପଦାର ୨୫ରୁ ଊର୍ଦ୍ଧ୍ୱ ପଞ୍ଚାୟତ, ରିଆମାଳ ବ୍ଲକର ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଓ ସମ୍ବଲପୁର ଜିଲାର ୨ଟି ପଞ୍ଚାୟତବାସୀ ଚିକିତ୍ସା ସେବା ପାଇଁ ନିର୍ଭର କରନ୍ତି। କିନ୍ତୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତାକୁ ୨୭ ବର୍ଷ ବିତିଯାଇଥିଲେ ମଧ୍ୟ ଡାକ୍ତରଖାନାର ଉନ୍ନତୀକରଣ ଦିଗରେ ସେପରି ବଳିଷ୍ଠ ପଦକ୍ଷେପ ନିଆଯାଇ ନାହିଁ। ବିଶେଷକରି ଡାକ୍ତରଖାନାର ନୂଆ କୋଠା ନିର୍ମାଣ କରାଯାଇ ନାହିଁ। ୧୧ ଡାକ୍ତରଙ୍କ ସ୍ଥାନରେ ମାତ୍ର ୪ ଜଣ ଥିବାବେଳେ ଖାଲି ପଦବୀ ପୂରଣ କରାଯାଉ ନାହିଁ। ଡାକ୍ତରଖାନାର ସଭାଗୃହ, ରୋଗୀ ଓ କର୍ମଚାରୀଙ୍କ ନିମନ୍ତେ ବିଶ୍ରାମ ଗୃହ, ଶୌଚାଳୟ, କାର୍ଯ୍ୟାଳୟ ଗୃହ, ଡାକ୍ତର ଓ କର୍ମଚାରୀଙ୍କ ବାସଗୃହ ନିର୍ମାଣ ହୋଇନାହିଁ। ପୁରୁଣା ତଥା ବିପଦସଙ୍କୁଳ ଗୃହରେ ବହିର୍ବିଭାଗ ଚାଲିଥିବା ବେଳେ ନୂତନ କୋଠା ତିଆରି ପାଇଁ ପଦକ୍ଷେପ ନିଆଯାଉ ନାହିଁ। ୨୦୧୮ରୁ ଜନସ୍ବାସ୍ଥ୍ୟ ଅଧିକାରୀ ପଦବୀ ଖାଲି ରହିଛି। ବ୍ୟବଚ୍ଛେଦ ଗୃହରେ ଶବ ସଂରକ୍ଷଣ ପାଇଁ ବ୍ୟବସ୍ଥା ନ ଥିବାରୁ ମୃତଦେହ ୪୦ କିଲୋମିଟର ଦୂର ଅନୁଗୋଳ ପଠାଯାଉଛି। ସୁଇପରମାନଙ୍କ ରହିବା ନିମନ୍ତେ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ସେମାନେ ଶିଶୁ ଓ୍ବାର୍ଡକୁ ବ୍ୟବହାର କରୁଛନ୍ତି। ବ୍ଲଡ ବ୍ୟାଙ୍କ ନ ଥିବାରୁ ବହୁ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ବାସ୍ଥ୍ୟ ସେବାରେ ଏହି ସମସ୍ୟାର ସମାଧାନ କରା ନ ଗଲେ ବିଭିନ୍ନ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ କହିଛନ୍ତି, ୨ଜଣ ଡାକ୍ତରଙ୍କୁ ଡେପୁଟେଶନରେ ସ୍ଥାୟୀ ନିଯୁକ୍ତି ଦିଆଯାଇଛି। ଜିଲା ଖଣିଜ ପାଣ୍ଠିରୁ ଅଧିକ ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞପ୍ତି ଦିଆଯାଇଛି। ସରକାରଙ୍କୁ ଚିଠି କରାଯାଇଛି। ଭିତ୍ତିଭୂମି ନିର୍ମାଣ ପାଇଁ ଅର୍ଥ ଆସିଲେ ଯୋଗାଇ ଦିଆଯିବ।
ମଡେଲ ଡାକ୍ତରଖାନା କରାଯାଉ
ପୁରୁଣା କୋଠାରେ ରୋଗୀସେବା ଚାଲିଥିବାରୁ ଅଧିକ ରୋଗୀ ଆସିଲେ ଅସୁବିଧା ସୃଷ୍ଟି ହେଉଛି। ତେଣୁ ସରକାର ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବା ସହିତ ଏହାକୁ ଏକ ମଡେଲ ଡାକ୍ତରଖାନାରେ ପରିଣତ କରନ୍ତୁ।
-ରାଜକିଶୋର ସାହୁ, ଛେଣ୍ଡିପଦା
ବ୍ଲଡ ବ୍ୟାଙ୍କ ଆବଶ୍ୟକ
ଛେଣ୍ଡିପଦା ବ୍ଲକ ଦେଇ ଯାଇଥିବା ରାଜପଥରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଗୁରୁତରଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଅତ୍ୟାଧୁନିକ ଓଟି ଥିଲେ ମଧ୍ୟ ବ୍ଲଡ ବ୍ୟାଙ୍କ ବ୍ୟବସ୍ଥା ନାହିଁ। ତେଣୁ ଏକ ବ୍ଲଡ୍‌ ବ୍ୟାଙ୍କର ଆବଶ୍ୟକତା ରହିଛି।
-ରବିନାରାୟଣ ସେଠୀ, ଛେଣ୍ଡିପଦା
ରେଫର ସମାଧାନ ନୁହେଁ
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ନ ଥିଲେ ମଧ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟ ରେଫର କରାଯାଉଛି। ଭିତ୍ତିଭୂମିରେ ସୁଧାର ନ ଆଣି ସର୍ବଦା ରେଫର କରାଯିବା ସମାଧାନ ନୁହେଁ।
-ଗୋବର୍ଦ୍ଧନ ନାୟକ, ଛେଣ୍ଡିପଦା
ଡାକ୍ତରଙ୍କ ଭେଟ ମିଳୁନି
ଉତ୍ତମ ଚିକିତ୍ସା ଆଶାରେ ରୋଗୀଟିଏ ମେଡିକାଲ ଯାଉଥିବା ବେଳେ ଅନେକ ସମୟରେ ଡାକ୍ତରଙ୍କ ଭେଟ ମିଳୁନାହିଁ। ଏଠାରେ ଥିବା ଡାକ୍ତର ପାଳି କରି ରୋଗୀ ଦେଖୁଥିବାରୁ ଜରୁରୀ ଚିକିତ୍ସା ମିଳିପାରୁ ନାହିଁ।
-ତ୍ରିନାଥ ବେହେରା, ପୂର୍ବତନ ସରପଞ୍ଚ
୨୪ ଘଣ୍ଟିଆ ସେବା ମିଳୁ
ପ୍ରତ୍ୟକ ଦିନ ୨ଶହରୁ ଊଦ୍ଧର୍‌ବ ରୋଗୀ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି। କିନ୍ତୁ ଜନସ୍ବାସ୍ଥ୍ୟ ଅଧିକାରୀ ନ ଥିବାରୁ ମୁରବୀଶୂନ୍ୟ ହୋଇପଡ଼ିଥିବା ଏହି ଡାକ୍ତରଖାନାରେ ୨୪ ଘଣ୍ଟିଆ ସେବା ମିଳୁନାହିଁ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉ।
-ସୁଦୀପ୍ତ ପ୍ରଧାନ, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?