ସ୍ୱାସ୍ଥ୍ୟସେବାରେ ଆସୁନି ସୁଧାର

ଛେଣ୍ଡିପଦା,୧ା୧୦(ସ୍ବ.ପ୍ର.) ମହାମାରୀ କରୋନା ସଂକ୍ରମଣ ଦେଖାଦେବା ପରଠାରୁ ସ୍ବାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କ ଜୀବନର ସୁରକ୍ଷା ପାଇଁ ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ହେଲେ ଏହାର କିଛି ବି ସୁଫଳ ଅନୁଗୋଳ ଜିଲା ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଲକ୍ଷିତ ହେଉନାହିଁ। ଦୀର୍ଘ ୭୦ ବର୍ଷର ପୁରୁଣା କୋଠାରେ ଏବେ ମଧ୍ୟ ରୋଗୀସେବା ଚାଲିଥିବାବେଳେ ୧୧ ଡାକ୍ତରଙ୍କ ସ୍ଥାନରେ ମାତ୍ର ୪ ଜଣ ଅଛନ୍ତି। ଆବଶ୍ୟକ କର୍ମଚାରୀ, ଜରୁରୀ ଉପକରଣ ନାହିଁ। ଡାକ୍ତରଙ୍କ ରହିବା ନିମନ୍ତେ କ୍ୱାର୍ଟର୍ସ ନାହିଁ। ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ଓଟି କରାଯାଇଥିଲେ ମଧ୍ୟ ଅପରେଶନ ପାଇଁ ବିଶେଷଜ୍ଞ ଡାକ୍ତର ନାହାନ୍ତି। ତେଣୁ ଏଠାକାର ଲକ୍ଷାଧିକ ଲୋକଙ୍କ ସ୍ବାସ୍ଥ୍ୟସେବାରେ ସୁଧାର ଆସିପାରୁ ନାହିଁ।
୧୯୫୨ରେ ଛେଣ୍ଡିପଦା ବ୍ଲକରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲା। ୧୯୯୪ ଜାନୁୟାରୀ ୩୧ରେ ଏହାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯାଇଥିଲା। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଛେଣ୍ଡିପଦାର ୨୫ରୁ ଊର୍ଦ୍ଧ୍ୱ ପଞ୍ଚାୟତ, ରିଆମାଳ ବ୍ଲକର ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଓ ସମ୍ବଲପୁର ଜିଲାର ୨ଟି ପଞ୍ଚାୟତବାସୀ ଚିକିତ୍ସା ସେବା ପାଇଁ ନିର୍ଭର କରନ୍ତି। କିନ୍ତୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତାକୁ ୨୭ ବର୍ଷ ବିତିଯାଇଥିଲେ ମଧ୍ୟ ଡାକ୍ତରଖାନାର ଉନ୍ନତୀକରଣ ଦିଗରେ ସେପରି ବଳିଷ୍ଠ ପଦକ୍ଷେପ ନିଆଯାଇ ନାହିଁ। ବିଶେଷକରି ଡାକ୍ତରଖାନାର ନୂଆ କୋଠା ନିର୍ମାଣ କରାଯାଇ ନାହିଁ। ୧୧ ଡାକ୍ତରଙ୍କ ସ୍ଥାନରେ ମାତ୍ର ୪ ଜଣ ଥିବାବେଳେ ଖାଲି ପଦବୀ ପୂରଣ କରାଯାଉ ନାହିଁ। ଡାକ୍ତରଖାନାର ସଭାଗୃହ, ରୋଗୀ ଓ କର୍ମଚାରୀଙ୍କ ନିମନ୍ତେ ବିଶ୍ରାମ ଗୃହ, ଶୌଚାଳୟ, କାର୍ଯ୍ୟାଳୟ ଗୃହ, ଡାକ୍ତର ଓ କର୍ମଚାରୀଙ୍କ ବାସଗୃହ ନିର୍ମାଣ ହୋଇନାହିଁ। ପୁରୁଣା ତଥା ବିପଦସଙ୍କୁଳ ଗୃହରେ ବହିର୍ବିଭାଗ ଚାଲିଥିବା ବେଳେ ନୂତନ କୋଠା ତିଆରି ପାଇଁ ପଦକ୍ଷେପ ନିଆଯାଉ ନାହିଁ। ୨୦୧୮ରୁ ଜନସ୍ବାସ୍ଥ୍ୟ ଅଧିକାରୀ ପଦବୀ ଖାଲି ରହିଛି। ବ୍ୟବଚ୍ଛେଦ ଗୃହରେ ଶବ ସଂରକ୍ଷଣ ପାଇଁ ବ୍ୟବସ୍ଥା ନ ଥିବାରୁ ମୃତଦେହ ୪୦ କିଲୋମିଟର ଦୂର ଅନୁଗୋଳ ପଠାଯାଉଛି। ସୁଇପରମାନଙ୍କ ରହିବା ନିମନ୍ତେ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ସେମାନେ ଶିଶୁ ଓ୍ବାର୍ଡକୁ ବ୍ୟବହାର କରୁଛନ୍ତି। ବ୍ଲଡ ବ୍ୟାଙ୍କ ନ ଥିବାରୁ ବହୁ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ବାସ୍ଥ୍ୟ ସେବାରେ ଏହି ସମସ୍ୟାର ସମାଧାନ କରା ନ ଗଲେ ବିଭିନ୍ନ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ କହିଛନ୍ତି, ୨ଜଣ ଡାକ୍ତରଙ୍କୁ ଡେପୁଟେଶନରେ ସ୍ଥାୟୀ ନିଯୁକ୍ତି ଦିଆଯାଇଛି। ଜିଲା ଖଣିଜ ପାଣ୍ଠିରୁ ଅଧିକ ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞପ୍ତି ଦିଆଯାଇଛି। ସରକାରଙ୍କୁ ଚିଠି କରାଯାଇଛି। ଭିତ୍ତିଭୂମି ନିର୍ମାଣ ପାଇଁ ଅର୍ଥ ଆସିଲେ ଯୋଗାଇ ଦିଆଯିବ।
ମଡେଲ ଡାକ୍ତରଖାନା କରାଯାଉ
ପୁରୁଣା କୋଠାରେ ରୋଗୀସେବା ଚାଲିଥିବାରୁ ଅଧିକ ରୋଗୀ ଆସିଲେ ଅସୁବିଧା ସୃଷ୍ଟି ହେଉଛି। ତେଣୁ ସରକାର ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବା ସହିତ ଏହାକୁ ଏକ ମଡେଲ ଡାକ୍ତରଖାନାରେ ପରିଣତ କରନ୍ତୁ।
-ରାଜକିଶୋର ସାହୁ, ଛେଣ୍ଡିପଦା
ବ୍ଲଡ ବ୍ୟାଙ୍କ ଆବଶ୍ୟକ
ଛେଣ୍ଡିପଦା ବ୍ଲକ ଦେଇ ଯାଇଥିବା ରାଜପଥରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଗୁରୁତରଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଅତ୍ୟାଧୁନିକ ଓଟି ଥିଲେ ମଧ୍ୟ ବ୍ଲଡ ବ୍ୟାଙ୍କ ବ୍ୟବସ୍ଥା ନାହିଁ। ତେଣୁ ଏକ ବ୍ଲଡ୍‌ ବ୍ୟାଙ୍କର ଆବଶ୍ୟକତା ରହିଛି।
-ରବିନାରାୟଣ ସେଠୀ, ଛେଣ୍ଡିପଦା
ରେଫର ସମାଧାନ ନୁହେଁ
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ନ ଥିଲେ ମଧ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟ ରେଫର କରାଯାଉଛି। ଭିତ୍ତିଭୂମିରେ ସୁଧାର ନ ଆଣି ସର୍ବଦା ରେଫର କରାଯିବା ସମାଧାନ ନୁହେଁ।
-ଗୋବର୍ଦ୍ଧନ ନାୟକ, ଛେଣ୍ଡିପଦା
ଡାକ୍ତରଙ୍କ ଭେଟ ମିଳୁନି
ଉତ୍ତମ ଚିକିତ୍ସା ଆଶାରେ ରୋଗୀଟିଏ ମେଡିକାଲ ଯାଉଥିବା ବେଳେ ଅନେକ ସମୟରେ ଡାକ୍ତରଙ୍କ ଭେଟ ମିଳୁନାହିଁ। ଏଠାରେ ଥିବା ଡାକ୍ତର ପାଳି କରି ରୋଗୀ ଦେଖୁଥିବାରୁ ଜରୁରୀ ଚିକିତ୍ସା ମିଳିପାରୁ ନାହିଁ।
-ତ୍ରିନାଥ ବେହେରା, ପୂର୍ବତନ ସରପଞ୍ଚ
୨୪ ଘଣ୍ଟିଆ ସେବା ମିଳୁ
ପ୍ରତ୍ୟକ ଦିନ ୨ଶହରୁ ଊଦ୍ଧର୍‌ବ ରୋଗୀ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି। କିନ୍ତୁ ଜନସ୍ବାସ୍ଥ୍ୟ ଅଧିକାରୀ ନ ଥିବାରୁ ମୁରବୀଶୂନ୍ୟ ହୋଇପଡ଼ିଥିବା ଏହି ଡାକ୍ତରଖାନାରେ ୨୪ ଘଣ୍ଟିଆ ସେବା ମିଳୁନାହିଁ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉ।
-ସୁଦୀପ୍ତ ପ୍ରଧାନ, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri