ପିକ୍ନିକ୍ କରିବାକୁ ଯାଇଥିଲେ ୩ ସାଙ୍ଗ: ଶହେ ଫୁଟ୍ ତଳକୁ ଖସିଲା କାର
ଜୟପୁର,୧୭ା୧: ୩ଜଣ ସାଙ୍ଗ ଏକ କାର ନେଇ କୋରାପୁଟ ଜିଲା ଲମତାପୁଟ ଅଞ୍ଚଳକୁ ପିକ୍ନିକ୍ କରିବାକୁ ଯାଇଥିଲେ। ଫେରିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। କାରଟି ଭାରସାମ୍ୟ ହରାଇ ଶହେ ଫୁଟ ତଳକୁ କୋଲାବ କେନାଲ ଭିତରେ ଖସିପଡିଥିଲା। ଫଳରେ ଜଣଙ୍କର…
୪ ଦିନରେ ବ୍ୟାଙ୍କ ଲୁଟ ମାମଲା ପର୍ଦ୍ଦାଫାଶ, ୩ ଗିରଫ
କୁଆଁରମୁଣ୍ଡା,୧୭।୧: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଡୁମେରଯୋର ପଞ୍ଚାୟତ ପରିସରରେ ଥିବା ଏସ୍ବିଆଇ ଶାଖାରୁ ସଶସ୍ତ୍ର ଡକାୟତି ଘଟଣାର ୪ ଦିନ ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏହା ସହ ସେମାନଙ୍କଠାରୁ ୨ଟି ବାଇକ୍, ୬ ହଜାର…
ପିକ୍ନିକ୍ ହେଲା କାଳ: ଶଙ୍ଖନଦୀରେ ବୁଡ଼ି ଯୁବକ ମୃତ
ବେଦବ୍ୟାସ,୧୭।୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଶଙ୍ଖନଦୀର ଭାଲୁପତ୍ରାଘାଟରେ ରବିବାର ଅପରାହ୍ନରେ ପାଣିରେ ବୁଡ଼ି ତ୍ରିଲୋଚନ ମହାକୁଡ଼ (୨୩)ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ମଧୁସୂଦନପାଲି ୧୧ନଂ. ୱାର୍ଡରେ। ସକାଳେ ରାଉରକେଲା…
ନକଲି ସର୍ଫ ବିକ୍ରି ଘଟଣା: ଗୋଦାମ ସିଲ୍, ମାଲିକଙ୍କୁ କୋର୍ଟ ଚାଲାଣ
ସମ୍ବଲପୁର,୧୭ା୧(ବ୍ୟୁରୋ): ସମ୍ବଲପୁର ଜିଲା କ୍ଷେତରାଜପୁର ଥାନା ଅଞ୍ଚଳ ରେଳ ଫାଟକ ନିକଟ ଓ ଅଇଁଠାପାଲି ଥାନା ନୂଆଁପଡ଼ାସ୍ଥିତ ଗୋଦାମରେ ପୋଲିସ ଚଢାଉ କରିଥିଲା। ଅସଲି ବ୍ରାଣ୍ଡରେ ନକଲି ସାମଗ୍ରୀ ମିଶାଇ ସର୍ଫ ପ୍ୟାକିଂ କରାଯାଉଥିବା ଜାଣି ପୋଲିସ ଉପରୋକ୍ତ ୨ ଗୋଦାମକୁ…
ଦେଢ଼କୁଇଣ୍ଟାଲ ରକ୍ତଚନ୍ଦନ କାଠ ଜବତ
ପାରଳାଖେମୁଣ୍ଡି,୧୭ା୧: ଗଜପତି ଜିଲା ମହେନ୍ଦ୍ରଗିରି ଓ ଦେବଗିରି ରେଞ୍ଜ ବନ କର୍ମଚାରୀ ଶନିବାର ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ଏକ ଅଟୋରେ ଚାଲାଣ ହେଉଥିବା ଦେଢ଼କୁଇଣ୍ଟାଲ ରକ୍ତଚନ୍ଦନ କାଠ ଜବତ କରିଛନ୍ତି। ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି।…
ସ୍ତ୍ରୀଙ୍କ ଆଗରେ ଚାଲିଗଲା ସ୍ବାମୀଙ୍କ ଜୀବନ
ବରଗଡ଼ ଅଫିସ୍,୧୭।୧: ବରଗଡ଼-ସୋହେଲା ରାସ୍ତା ପଥର୍ଲା ଛକ ନିକଟରେ ରବିବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍କୁ ଏକ ଟ୍ରାକ୍ଟର ଧକ୍କା ଦେବାରୁ ସ୍ତ୍ରୀଙ୍କ ଆଗରେ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଛତିଶଗଡ଼ ରାଜ୍ୟର ମୂଳ ବାସିନ୍ଦା ରାସ…
ଗିରଫ ହେଲେ ଆର୍ଡି ସହକାରୀ ଯନ୍ତ୍ରୀ
ଉମରକୋଟ,୧୭।୧: ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ୍ ତାଲାପଦର ନାଗୀନଦୀ ଉପରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ(ଆର୍ଡି) ବିଭାଗର ସହକାରୀ ଯନ୍ତ୍ରୀ ଅସିତ କୁମାର ପାତ୍ର ରବିବାର ଗିରଫ ହୋଇଛନ୍ତି। ନବରଙ୍ଗପୁର ପୋଲିସ ତାଙ୍କୁ ଗିରଫ କରି…
ଦେଢ଼ କୁଇଣ୍ଟାଲ ରକ୍ତଚନ୍ଦନ ଜବତ, ୩ ଅଟକ
ପାରଳାଖେମୁଣ୍ଡି,୧୭।୧(ଡି.ଏନ୍.ଏ.): ଗଜପତି ଜିଲାରେ ବନବିଭାଗକୁ ଏକ ବଡ଼ଧରଣର ସଫଳତା ମିଳିଛି। ବେଆଇନ ରକ୍ତ ଚନ୍ଦନ ଚୋରା ଚାଲାଣ ବେଳେ ଦେଢ଼ କୁଇଣ୍ଟାଲ ରକ୍ତଚନ୍ଦନ ଜବତ କରିଛି ବନବିଗଭାଗ। ମହେନ୍ଦ୍ରଗିରି ଓ ଦେବଗିରି ରେଞ୍ଜରେ ଶନିବାର ବିଳମ୍ବିତ ରାତିରେ ପାଟ୍ରୋଲିଂ ସମୟରେ ଉପଲଡ଼ା…
ଚିଲିକାରେ ଡଲ୍ଫିନ ଗଣନା ଆରମ୍ଭ
ବ୍ରହ୍ମଗିରି,୧୭।୧(ଡି.ଏନ୍.ଏ.): ଚିଲିକାରେ ମୁଖ୍ୟ ଆକର୍ଷଣ ପାଲଟିଥିବା ‘ଇରାଓ୍ବାଡି’ ଡଲ୍ଫିନର ଗଣନା କାର୍ଯ୍ୟ ରବିବାର ସକାଳୁ ଆରମ୍ଭ ହୋଇଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ବନବିଭାଗର ମିଳିତ ଉଦ୍ୟମରେ ଏହି ଗଣନା ଚାଲିଛି। ଗଣନା କାର୍ଯ୍ୟରେ ୧୮ଟି ଦଳ ସାମିଲ ହୋଇଛନ୍ତି।
ଶୁଭ୍ରାଙ୍କୁ କୋଲକାତାରେ ମାରାଥନ ଜେରା
ଭୁବନେଶ୍ୱର,୧୭ା୧(ବ୍ୟୁରୋ): ୧୭ ହଜାର ୫୦୦ କୋଟିର ଚିଟ୍ଫଣ୍ଡ ଠକେଇ ମାମଲାରେ ରୋଜ୍ଭ୍ୟାଲି ଗ୍ରୁପ୍ର ମୁଖ୍ୟ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଅଭିନେତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଶୁକ୍ରବାର ସିବିଆଇ କୋଲକାତାସ୍ଥିତ ବାସଭବନରୁ ଗିରଫ କରିଥିଲା। ଏହାପରେ ସେଠାରେ ତାଙ୍କୁ ମାରାଥନ ଜେରା ଚାଲିଛି। ତେବେ…
ବାଇକ୍ରେ ବୁହାହେଲା ମୃତଦେହ
ଜଗନ୍ନାଥପ୍ରସାଦ, ୧୭ା୧(ଡି.ଏନ.ଏ.): ମୃତଦେହକୁ ସମ୍ମାନର ସହ ଘରେ ପହଞ୍ଚାଇବା ପାଇଁ ସରକାର ମହାପ୍ରୟାଣ ଯୋଜନା କରିଛନ୍ତି। କିନ୍ତୁ ଏହି ଯୋଜନା ସବୁ ସ୍ଥାନରେ କାର୍ଯ୍ୟ କରୁନାହିଁ। ଶନିବାର ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ। ଜଗନ୍ନାଥପ୍ରସାଦ ଥାନା…
ଭାରତ ମହାସାଗରରୁ ମିଳିଲା ବିରଳ ପ୍ରଜାତିର ମାଛ
ବ୍ରହ୍ମପୁର ଅଫିସ,୧୭ା୧: ଗଞ୍ଜାମ ଜିଲା ଗୋପାଳପୁରରେ ଥିବା ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ (ଜେଡ୍ଏସ୍ଆଇ)କୁ ପୁଣି ଏକ ସଫଳତା ମିଳିଛି। ଜେଡ୍ଏସ୍ଆଇର ବୈଜ୍ଞାନିକ ଡ. ଅନିଲ ମହାପାତ୍ର ଗବେଷଣା କରି ବିରଳ ପ୍ରଜାତିର ଆରିଓଶୋମା ମାଜୁସ୍ ମାଛ ସମ୍ପର୍କରେ ସୂଚନା ଦେଇଛନ୍ତି।…
Archives


