ବନ୍ୟା ପରେ ବିଶୁଦ୍ଧ ପାଣି ମିଳୁନି

ବରୀ,୧।୧୦(ଡି.ଏନ.ଏ.): ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ପ୍ରତିବର୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଚଳିତ ବନ୍ୟା ପରେ ବରୀ ବ୍ଲକ୍‌ର ସାହୁପଡ଼ା, ଧାରପୁର, ଇଶାଣପୁର, ବାଲିଆ, ଉଦୟନାଥପୁର, ଭଅଁରା, କଳାମାଟିଆ, ଅନ୍ୟାସୀପୁର, ବାଲିବିଲି ଆଦି ପଞ୍ଚାୟତରେ ବିଶୁଦ୍ଧ ପାଣି ମିଳୁନାହିଁ। ବିଭିନ୍ନ ଗାଁରେ ଥିବା ନଳକୂପଗୁଡ଼ିକ ବନ୍ୟାଜଳରେ ବୁଡ଼ି ଯାଇଥିଲା। ନିୟମ ଅନୁଯାୟୀ, ବନ୍ୟା ଜଳରେ ବୁଡ଼ି ରହିଥିବା ନଳକୂପଗୁଡିକୁ ବନ୍ୟାଜଳ ହ୍ରାସ ପରେ ବ୍ଲିଚିଂ ପକାଯାଇ ସେହି ଜଳକୁ ବିଶୋଧନ କରାଯାଇଥାଏ। ଏହାପରେ ସେଥିରୁ ବାହାରୁ ଥିବା ପାଣିର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଏ। ସେହି ପାଣି ବ୍ୟବହାର ଉପଯୋଗୀ କି ନୁହେଁ ତାହା ବିଭାଗୀୟ ଅଧିକାରୀ ଘୋଷଣା କରିବା ପରେ ସ୍ଥାନୀୟ ଲୋକମାନେ ବ୍ୟବହାର କରିଥାଆନ୍ତି। ଯେଉଁ ନଳକୂପର ଜଳ ପାନୀୟ ଉପଯୋଗୀ ସେଥିରେ ନୀଳ ରଙ୍ଗର କପଡ଼ା ଓ ବ୍ୟବହାର ଅନୁପଯୋଗୀ ନଳକୂପରେ ଲାଲ୍‌ ରଙ୍ଗର କପଡ଼ା ବନ୍ଧା ଯାଇଥାଏ। କିନ୍ତୁ ବନ୍ୟାଜଳ କମିବାରେ ୨ ସପ୍ତାହ ବିତିଛି ।ଅଦ୍ୟାବଧି ବିଭାଗ ତରଫରୁ ନଳକୂପର ଜଳକୁ ବିଶୋଧନ କରାଯାଇ ନାହିଁ। ପାନୀୟ ଜଳର ଅଭାବ ଯୋଗୁ ଲୋକମାନେ ଗାଁରେ ଥିବା ନଳକୂପ ପାଣିକୁ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ଆଗାମୀ ଦିନରେ ବିଭିନ୍ନ ପ୍ରକାର ରୋଗ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି। ତୁରନ୍ତ ବନ୍ୟା ପ୍ରଭାବିତ ନଳକୂପର ଜଳକୁ ବିଶୋଧନ କରିବାକୁ ସାଧାରଣରେ ଦାବି ହୋଇଛି।
ଏ ସଂକ୍ରାନ୍ତରେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଅପର୍ତ୍ତି ବେହେରାଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ୍‌ ନ ଉଠାଇବାରୁ ତାଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟକାରୀ ହେଉନାହିଁ ବୋଟ୍‌ ରୁଲ୍‌ସ

କେନ୍ଦ୍ରାପଡ଼ା ଅଫିସ, ୨୭ା୬: ଗତ ୧୯ ତାରିଖରେ ମହାକାଳପଡା ବ୍ଲକ ପୀତାପାଟ ଗ୍ରାମ ନିକଟ ମହାନଦୀରେ ଡଙ୍ଗା ଓଲଟିବାରୁ ୫ ଶ୍ରମିକ ପହଁରି ନିଜ ଜୀବନ...

ଛୁଟି ନେଇ ଘରକୁ ଆସୁଥିଲେ,ଦୁର୍ଘଟଣାରେ ଚାଲିଗଲା ଏସ୍‌ଡିଜେଏମ୍‌ଙ୍କ ଜୀବନ

ବାରିପଦା ଅଫିସ,୩୦।୬: ୪୯ ନଂ ଜାତୀୟ ରାଜପଥ ନିକଟରେ ଗୁରୁବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ରାଇରଙ୍ଗପୁର ଏସ୍‌ଡିଜେଏମ୍‌ ସ୍ମରଣିକା ପ୍ରଧାନଙ୍କ ମୃତ୍ୟୁ...

ପ୍ରକଳ୍ପ ଅସମ୍ପୂର୍ଣ୍ଣ: ରେଳ ଚଳାଚଳ ନେଇ ଅନିଶ୍ଚିତତା

ଯାଜପୁର ଅଫିସ,୧୦।୭ – ଉପକୂଳ ଓଡ଼ିଶାର ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲାକୁ ରେଳରାସ୍ତା ମାଧ୍ୟମରେ ଯୋଡୁଥିବା ୮୨ କିଲୋମିଟର ଲମ୍ବ ହରିଦାସପୁର-ପାରାଦୀପ ରେଳପଥରେ ଖୁବ୍‌ଶୀଘ୍ର...

ଲିଙ୍ଗରାଜଙ୍କୁ ଦର୍ଶନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା

ଭୁବନେଶ୍ୱର, ୨୯।୨(ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଶନିବାର ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱରରେ...

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବିରେ ଦୁଇଦିନିଆ ସରକାରୀ ଅଫିସ ବନ୍ଦ

ବଲାଙ୍ଗୀର ଅଫିସ, ୧୬।୧୦: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବିରେ ଜିଲା ଓକିଲ ସଂଘ ପକ୍ଷରୁ ବୁଧବାରଠାରୁ ଦୁଇଦିନିଆ କେନ୍ଦ୍ର ଓ ରାଜ୍ୟ...

ବ୍ରହ୍ମପୁରରେ ଲକ୍‌ଡାଉନ, ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ: ପ୍ରଶାସନ ପକ୍ଷରୁ ଗଣେଶ ମାର୍କେଟ ସିଲ୍‌

ବ୍ରହ୍ମପୁର ଅଫିସ,୧୫।୬: କରୋନା ସଂକ୍ରମଣକୁ ଏଡ଼ାଇବା ନେଇ ଗଞ୍ଜାମ ଜିଲାରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପୁଣି ଲକ୍‌ଡାଉନ ଘୋଷଣା କରାଯାଇଛି। ତେବେ ଏହା ଘୋଷଣା...

ଭାଜପା ଛାଡିଲେ ବିଶ୍ୱରଞ୍ଜନ

ଯାଜପୁର ଅଫିସ/ବରୀ, ୨୦।୧୦: ଯାଜପୁର ଜିଲାରେ ଭାଜପାର ସାଙ୍ଗଠନିକ ସ୍ଥିତି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ତୁଷାର...

ଢେଙ୍କାନାଳ ଜିଲାରେ ପ୍ରବଳ ବର୍ଷା: ୨୪ ଘଣ୍ଟାରେ ୩୭୩ ମି.ମି. ବର୍ଷିଲା

କାମାକ୍ଷାନଗର,୧୨।୯(ଡି.ଏନ୍‌.ଏ.): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଢେଙ୍କାନାଳ ଜିଲାରେ ପ୍ରବଳ ବର୍ଷା ହୋଇଛି। ଶନିବାର ଅପରାହ୍ନରୁ ରବିବାର ସକାଳ ପର୍ଯ୍ୟନ୍ତ ହୋଇଥିବା...

Advertisement
Archives

Model This Week