ଆମେରିକାରେ ଗବେଷଣା କରିବେ ଐଶ୍ୱର୍ଯ୍ୟ ଅଭିଷେକ

ପଦ୍ମପୁର, ୧।୧୦ (ଡି.ଏନ.ଏ.)-ଆମେରିକାର କଲରାଡୋ ବିଶ୍ୱବିଦ୍ୟାଳୟରେ ଉଚ୍ଚତର ଗବେଷଣା ପାଇଁ ମନୋନୀତ ହୋଇଛନ୍ତି ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାବରଙ୍ଗ ଗ୍ରାମର ଐଶ୍ୱର୍ଯ୍ୟ ଅଭିଷେକ ମହାପାତ୍ର। ସେ ଅକ୍ଟୋବର ୩୧ରେ ସେଠାରେ ଯୋଗଦେଇ ଗବେଷଣା ଜାରି ରଖିବେ। ସାମ୍ପ୍ରତିକ ସ୍ଥିତିରେ ସାରା ପୃଥିବୀରେ ଶକ୍ତି ସଙ୍କଟ ଦେଖାଦେଇଛି। ସିଲିକନ ସଂଯୁକ୍ତ ସୌରଶକ୍ତିର ଊର୍ଜା ଉପରେ ତାଙ୍କର ଗବେଷଣା ପର୍ଯ୍ୟବସିତ। ଯାହା ସୌରଶକ୍ତିକୁ ୧୦ଗୁଣା ଅଧିକ କାର୍ଯ୍ୟକ୍ଷମ କରିବା ସହ ଶକ୍ତି ସଙ୍କଟର ସମାଧାନ କରି ପୃଥିବୀ ପୃଷ୍ଠକୁ ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ କରିପାରିବ। ଏହି ପରୀକ୍ଷଣ ବିଭିନ୍ନ ପ୍ରଗତିଶୀଳ ରାଷ୍ଟ୍ରରେ କାର୍ଯ୍ୟକାରୀ ହୋଇସାରିଥିବା ବେଳେ ଆଗାମୀ ଦିନରେ ଭାରତରେ କାର୍ଯ୍ୟକାରୀ ହୋଇପାରିବ ବୋଲି ଅଭିଷେକ କହିଛନ୍ତି।
ଅଭିଷେକ ହେଉଛନ୍ତି ଗ୍ରାମର ସେବାନିବୃତ୍ତ ପ୍ରଧାନ ଶିକ୍ଷକ ଅରୁଣ କୁମାର ମହାପାତ୍ରଙ୍କ ପୁଅ। ବାଙ୍ଗାଲୋର ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ପରେ ନିଟ୍‌, ସିଏସ୍‌ଆଇଆର୍‌, ଏସ୍‌ଆର୍‌ଏଫ୍‌ ଓ ଗେଟ୍‌ ଭଳି ଜାତୀୟ ମେଧା ପରୀକ୍ଷାରେ ସଫଳତା ଅର୍ଜନ କରିଥିଲେ। ବାଙ୍ଗାଲୋର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସରେ ସୌରଶକ୍ତି ଉପରେ ଗବେଷଣା କରି ପି.ଏଚ୍‌.ଡି ସମାପ୍ତ କରିଥିଲେ। ତାଙ୍କ ଦ୍ୱାରା ପ୍ରସ୍ତୁତ ସନ୍ଦର୍ଭ ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଅଧିକ ଗବେଷଣା ପାଇଁ ତାଙ୍କୁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌, ଲଣ୍ଡନ ତରଫରୁ ଆମନ୍ତ୍ରଣ କରାଯାଇଥିଲା। ସେଠାରେ ଦୁଇବର୍ଷ ଗବେଷଣା କରିବା ପରେ ଆମେରିକାର କଲରାଡୋ ବିଶ୍ୱବିଦ୍ୟାଳୟ ଅଧିକ ଗବେଷଣା ପାଇଁ ତାଙ୍କୁ ଆମନ୍ତ୍ରଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷ ହକି ବିଶ୍ୱକପ୍‌ର ଲୋଗୋ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ପୁରୁଷ ହକି ବିଶ୍ୱକପ୍‌ ଆସନ୍ତାବର୍ଷ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ। ଏନେଇ କଳିଙ୍ଗ ହକି ଷ୍ଟାଡିୟମରେ ସଂଧ୍ୟାରେ ଏକ କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ...

ମଷ୍ଟର ରୋଲ୍‌ରେ ଦାଦନଙ୍କ ନାଁ

କାମାକ୍ଷାନଗର, ୧୪।୫ (ଡି.ଏନ୍‌.ଏ.) ତେଲଙ୍ଗାନାରେ ଖଟୁଛନ୍ତି ଦାଦନ। ଦୀର୍ଘଦିନ ହେଲା ଗଁାରେ ନାହାନ୍ତି। ଅଥଚ ଗ୍ରାମରେ ଚାଲିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି...

୨୧ରେ ପ୍ରକାଶ ପାଇବ ଯୁକ୍ତ ୨ କଳା, ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ।...

ଗଡ଼ ବଞ୍ଚାଇବାକୁ ବିଜେଡିର ଉଦ୍ୟମ

ଆରଡ଼ି,୧୧।୨(ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅଧୀନ ୧ ନଂ. ଜିଲା ପରିଷଦ ଜୋନ୍‌ରେ ଏଥର ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏଥର ସାଧାରଣ ବର୍ଗର ପ୍ରାର୍ଥୀମାନେ...

ପରଲୋକରେ ଅଭିନେତ୍ରୀ ଝରଣା ଦାସ

କଟକ ଅଫିସ,୨ା୧୨: ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସଙ୍କ ଗୁରୁବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। କିଛିଦିନ ଧରି ସେ...

ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନରେ କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି,୨୨ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୯ ଦିନ ପୂରିଥିଲେ ମଧ୍ୟ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି।...

ଲିଙ୍ଗରାଜ ମନ୍ଦିର ବାହାର ଫଟୋ ମନୋମୁଗ୍ଧକର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩ା୧୦ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲିଙ୍ଗରାଜ ମନ୍ଦିର ବାହାରୁ ଉତ୍ତୋଳିତ ହୋଇଥିବା ଏକ ଫଟୋକୁ ପୋଷ୍ଟ କରି ଏହା ଅତ୍ୟନ୍ତ ମନମୁଗ୍ଧକର...

ରଥତ୍ରୟ ଦାରୁବ୍ରହ୍ମଙ୍କର ଆସନ ବିଗ୍ରହ

ପୁରୀ ଅଫିସ,୩ା୭: ଦିନକ ପରେ ଅର୍ଥାତ୍‌ ଆସନ୍ତା ୪ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥଖଳାରେ ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏହି ରଥ...

Advertisement
Archives

Model This Week