ରେଙ୍ଗାଲି: ପାଣିରେ ପଡ଼ିବ ୬୬ କୋଟି

ଯାଜପୁର ଅଫିସ,୧ା୧୦:ବ୍ରାହ୍ମଣୀ ନଦୀ ଉପରେ ରେଙ୍ଗାଲି ବହୁମୁଖୀ ଯୋଜନାର ବାମପାର୍ଶ୍ୱ କେନାଲର ଆରଡି ୭୧.୩୧୩ କିମିରୁ ୧୦୦.୪୯ କିମି ଅଞ୍ଚଳର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଫଳରେ ଢେଙ୍କାନାଳ ଜିଲା ଭୁବନ ବ୍ଲକର ଓଡିଶଠାରୁ ଯାଜପୁର ଜିଲା ସୁକିନ୍ଦା ବ୍ଲକ ମାଧପୁର ପର୍ଯ୍ୟନ୍ତ ୨୨ କିମି ଅଞ୍ଚଳରେ ପାଣି ଝରୁଛି। ଗତ ୧୮ ତାରିଖରେ ରେଙ୍ଗାଲି ପ୍ରକଳ୍ପର ଦ୍ୱିତୀୟ ପ୍ରୋଜେକ୍ଟ କୋର୍ଡିନେଶନ କମିଟି (ପିସିସି) ବୈଠକ ବିବରଣୀରୁ ଏହି ସୂଚନା ମିଳିଛି। ଏହାର କେନାଲ ଲାଇନିଂ ନିର୍ମାଣ ଏକମାତ୍ର ସମାଧାନ ବୋଲି ଜଳ ସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌ ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ କେନାଲ ଲାଇନିଂ ଆଣ୍ଡ ସିଷ୍ଟମ ରିହାବିଲିଟେଶନ୍‌ ପ୍ରୋଗ୍ରାମ (ସିଏଲ୍‌ଏସ୍‌ଆର୍‌ପି) ପାଣ୍ଠିରୁ ପ୍ରାୟ ୬୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି; ଯାହା କି ରାଜ୍ୟ ସରକାରଙ୍କ ରାଜକୋଷରୁ ଅତିରିକ୍ତ ଭାବେ ପାଣିରେ ପଡିବ ବୋଲି ମତପ୍ରକାଶ ପାଇଛି। ତେବେ ଦାୟିତ୍ୱରେ ଥିବା ଠିକାଦାରଙ୍କ ମନମାନି ଏବଂ ନିମ୍ନମାନର ମାଟି, ମୋରମ ଇତ୍ୟାଦି ନିର୍ମାଣ ସାମଗ୍ରୀ ବ୍ୟବହାର ଏହାର ମୁଖ୍ୟକାରଣ ବୋଲି ଅଭିଯୋଗ ହୋଇଛି।
ରେଙ୍ଗାଲି ବହୁମୁଖୀ ଯୋଜନା ୮୦ଦଶକରେ ପରିକଳ୍ପନା କରାଯାଇଥିଲା। ଜାଇକା(ଜାପାନ ଇଣ୍ଟରନ୍ୟାଶନାଲ କୋଅପରେଟିଭ ଏଜେନ୍ସି) ଜରିଆରେ ବନ୍ୟା ନିୟନ୍ତ୍ରଣ, ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଓ ଜଳସେଚନ ଏହି ବୃହତ୍‌ ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ରହିଛି। ରିପୋର୍ଟ ଅନୁସାରେ ୩୦ା୩ା୨୦୧୫ରେ ଜାଇକା ସହ ଋଣ ଚୁକ୍ତି ହୋଇଥିଲା ଏବଂ ତାହା ୩୦ା୫ା୨୦୧୫ରେ ରାଜ୍ୟ ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଥିଲା। ଏଥିପାଇଁ ୨,୨୫୫.୩୦ କୋଟି ଟଙ୍କାର ଅଟକଳ ପ୍ରସ୍ତୁତ ହୋଇଥିଲାବେଳେ ସେଥିରୁ ଜାଇକାର ଶେୟାର ୧,୭୮୭.୩୦ କୋଟି ଟଙ୍କା ରହିଥିଲା। ଏହି ପ୍ରକଳ୍ପ ନିର୍ମାଣ କରିବାକୁ ୮ ବର୍ଷ ତଥା ୨୦୧୫-୧୬ରୁ ୨୦୨୨-୨୩ ପର୍ଯ୍ୟନ୍ତ ଅବଧି ସ୍ଥିର ହୋଇଥିଲା। କିନ୍ତୁ ବର୍ତ୍ତମାନର କାର୍ଯ୍ୟ ଅଗ୍ରଗତିକୁ ଦେଖିଲେ ଏହା ସନ୍ତୋଷଜନକ ନୁହେଁ। ମାତ୍ର ୩୬ ପ୍ରତିଶତ ଅଗ୍ରଗତି ହୋଇଛି। ଏହି କ୍ରମରେ ଜୁଲାଇ ୨୦୨୪ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଉକ୍ତ ପ୍ରକଳ୍ପ ଜରିଆରେ ରାଜ୍ୟର ୩ ଜିଲା ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝରର ୬ ବ୍ଲକ ଅଞ୍ଚଳରେ ୩୯,୪୧୬ ହେକ୍ଟର ଜମିରେ ପାଣି ମାଡିବ ବୋଲି ପରିକଳ୍ପନା କରାଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ୯,୫୫୮ ହେକ୍ଟର ଜମିରେ ଜଳସେଚନ ସୁବିଧା ହୋଇସାରିଛି। ଅନ୍ୟପକ୍ଷେ ୨୦୨୨ ଜୁଲାଇ ସୁଦ୍ଧା ବାକି ୯୦୦୦ ହେକ୍ଟର, ୨୦୨୩ ଜୁଲାଇ ସୁଦ୍ଧା ୫୦୦୦ ହେକ୍ଟର ଏବଂ ୨୦୨୪ ଜୁଲାଇ ସୁଦ୍ଧା ୧୫,୮୨୮ ହେକ୍ଟର ଜମିରେ ଜଳସେଚନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏଥିପାଇଁ ରାଇଟ୍‌ ବ୍ୟାଙ୍କ କେନାଲ(ଆରବିସି) ଓ ଲେଫ୍ଟ ବ୍ୟାଙ୍କ କେନାଲ(ଏଲବିସି) ନାମରେ ଦୁଇଟି କେନାଲ ନିର୍ମାଣ କାର୍ଯ୍ୟ ଚାଲିଛି। ଜମି ଅଧିଗ୍ରହଣ ଏବଂ ଜଙ୍ଗଲ ଇସ୍ୟୁ ଅଗ୍ରଗତିରେ ବାଧକ ସାଜିଛି ବୋଲି କମିଟି ବୈଠକରେ ମତପ୍ରକାଶ ପାଇଛି। ତେଣୁ ବାମପାର୍ଶ୍ୱ କେନାଲ ନିର୍ମାଣର ଅଗ୍ରଗତି ସଂକ୍ରାନ୍ତରେ ସମ୍ପୃକ୍ତ ନିର୍ମାଣକାରୀ ସଂସ୍ଥା ସହ ମାସିକ ବୈଠକ କରି ତପତ୍ରତା ପ୍ରକାଶ କରିବାର ଆବଶ୍ୟକତା ରହିଛି ବୋଲି ବୈଠକରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଜାରି କରିଛନ୍ତି।
ଉଲ୍ଲେଖଯୋଗ୍ୟ, ରେଙ୍ଗାଲି ବାମପାର୍ଶ୍ୱ କେନାଲର ଦୈଘ୍ୟ ୧୪୧ କିମି। ଏହି କେନାଲ ନିର୍ମାଣରେ ୨୧୨୯ ହେକ୍ଟର ଜମିରୁ ୧୭୦୦ ହେକ୍ଟର ଜମି ଅଧିଗ୍ରହଣ ହୋଇଥିବାବେଳେ ବାକି ୪୨୯ ହେକ୍ଟର ଜମି ଅଧିଗ୍ରହଣ ହୋଇପାରିନାହିଁ। ତେବେ ବର୍ତ୍ତମାନ ଓଡିଶଠାରୁ ମାଧପୁର ପର୍ଯ୍ୟନ୍ତ କେନାଲର ବିଭିନ୍ନ ସ୍ଥାନରେ ପାଣି ଝରିବା ବିଭାଗୀୟ ଅଧିକାରୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ମିଳିଥିବା ସୂଚନା ଅନୁସାରେ ସେତେବେଳେ ବିରଜା କନଷ୍ଟ୍ରକ୍ସନ, ଡିଡି ବିଲ୍‌ଡର, ଜିଭିଭି କନଷ୍ଟ୍ରକ୍ସନ ଓ ଦୁର୍ଗା କନଷ୍ଟ୍ରକ୍ସନ ଏହି କେନାଲ ନିର୍ମାଣ ଦାୟିତ୍ୱରେ ରହିଥିଲେ। ତେବେ ଆରଡି ୭୧.୩୧୩ କିମିରୁ ୧୦୦.୪୯ କିମି କେନାଲ କାର୍ଯ୍ୟ ଅତି ଦୁର୍ବଳ ଅବସ୍ଥାରେ ରହିଛି। ଏଷ୍ଟିମେଟ ଅନୁସାରେ ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର ହୋଇନାହିଁ। ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଇ ଯେନତେନ ପ୍ରକାରେ କାର୍ଯ୍ୟକୁ ଶେଷ କରିବାକୁ ବିଭାଗ ତପତ୍ର ହୋଇଥିବାରୁ କେନାଲରୁ ପାଣି ଝରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି। ଏହାବାଦ୍‌ ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ସଲାସୁତୁରା ଅନ୍ୟ ଏକ ପ୍ରମୁଖ କାରଣ ବୋଲି ଅଭିଯୋଗ ହୋଇଛି। ଯଦି ତୁରନ୍ତ ଏହାର ମରାମତି ନ ହୁଏ ତେବେ କେନାଲ ଭୁଶୁଡି ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜମି କ୍ଷତିଗ୍ରସ୍ତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଆଲୋଚନା ହେଉଛି।
ଏ ସଂକ୍ରାନ୍ତରେ ରେଙ୍ଗାଲି ବହୁମୁଖୀ ଯୋଜନାର ଚିଫ୍‌ ଇଞ୍ଜିନିୟର ଦୀପ୍ତିରଞ୍ଜନ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି, ନିମ୍ନମାନର କାମ ନୁହେଁ, ମାଙ୍କଡା ପଥର ଜୋନ୍‌ ଅଞ୍ଚଳରେ କେନାଲ ନିର୍ମାଣ ହୋଇଥିବାରୁ ସେଠାରେ ପାଣି ଝରୁଛି। ପ୍ରାୟ ୨୨ କି.ମି. ଦୈର୍ଘ୍ୟ ଅଞ୍ଚଳର କେନାଲ ଲାଇନିଂ କାମ ପାଇଁ କିଲୋମିଟର ପିଛା ୩ କୋଟି ଟଙ୍କା ଅନୁସାରେ ୬୬ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଦିଲ୍ଲୀ ଗସ୍ତରେ ନବୀନ; ଭେଟିପାରନ୍ତି କିଛି…

ଭୁବନେଶ୍ୱର,୧୩।୭(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେବେ ସେ କେତେଦିନ ଲାଗି ଗସ୍ତ କରିଛନ୍ତି…

ମା’ ସୁଭଦ୍ରାଙ୍କୁ ‘ଶ୍ରୀମତୀ’ ବୋଲି ସମ୍ବୋଧନ କଲା ଇସ୍କନ, ବାଲୁକାଶିଳ୍ପୀ ସୁଦର୍ଶନ କହିଲେ…

ପୁରୀ, ୧୪।୭: ଇସ୍କନ (ISKCON) ପକ୍ଷରୁ ପ୍ରକାଶିତ ରଥଯାତ୍ରା ବାର୍ତ୍ତାକୁ ନେଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଇସ୍କନ…

ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ

ପାଟଣା, ୧୪।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଉଥିବା…

କାଲି ଭଦ୍ରକର ସମସ୍ତ ସ୍କୁଲ ଛୁଟି, ଜାଣନ୍ତୁ କାହିଁକି ହେଲା ଏଭଳି…

ଭଦ୍ରକ, ୧୪।୭: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ଷା ଯୋଗୁ ଛାତ୍ରଛାତ୍ରୀଙ୍କ…

ଆନନ୍ଦପୁରରେ ପୁଣି ହାତୀ: ଫକୀରପୁର-ସିଙ୍ଗଡୋଭ ସୀମାରେ ଗତିବିଧି, ସତର୍କ ରହିବାକୁ …

ବଞ୍ଚୋ, ୧୪।୭ (ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଫକୀରପୁର–ସିଙ୍ଗଡୋଭ ସୀମାନ୍ତ ଅଞ୍ଚଳରେ ପୁଣି ଏକ ହାତୀର ଗତିବିଧି ଦେଖାଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ…

ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ, ଦର୍ଶନ କରିବା ପାଇଁ…

ବରଗଡ଼, ୧୪।୭ (ପ୍ରେମାନନ୍ଦ ଖମାରୀ): ଦିନକ ପରେ ପବିତ୍ର ରଥଯାତ୍ରା ଥିବାରୁ ବରଗଡ଼ ଜିଲା ଭଟଲି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା…

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri