ରେଙ୍ଗାଲି: ପାଣିରେ ପଡ଼ିବ ୬୬ କୋଟି

ଯାଜପୁର ଅଫିସ,୧ା୧୦:ବ୍ରାହ୍ମଣୀ ନଦୀ ଉପରେ ରେଙ୍ଗାଲି ବହୁମୁଖୀ ଯୋଜନାର ବାମପାର୍ଶ୍ୱ କେନାଲର ଆରଡି ୭୧.୩୧୩ କିମିରୁ ୧୦୦.୪୯ କିମି ଅଞ୍ଚଳର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଫଳରେ ଢେଙ୍କାନାଳ ଜିଲା ଭୁବନ ବ୍ଲକର ଓଡିଶଠାରୁ ଯାଜପୁର ଜିଲା ସୁକିନ୍ଦା ବ୍ଲକ ମାଧପୁର ପର୍ଯ୍ୟନ୍ତ ୨୨ କିମି ଅଞ୍ଚଳରେ ପାଣି ଝରୁଛି। ଗତ ୧୮ ତାରିଖରେ ରେଙ୍ଗାଲି ପ୍ରକଳ୍ପର ଦ୍ୱିତୀୟ ପ୍ରୋଜେକ୍ଟ କୋର୍ଡିନେଶନ କମିଟି (ପିସିସି) ବୈଠକ ବିବରଣୀରୁ ଏହି ସୂଚନା ମିଳିଛି। ଏହାର କେନାଲ ଲାଇନିଂ ନିର୍ମାଣ ଏକମାତ୍ର ସମାଧାନ ବୋଲି ଜଳ ସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌ ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ କେନାଲ ଲାଇନିଂ ଆଣ୍ଡ ସିଷ୍ଟମ ରିହାବିଲିଟେଶନ୍‌ ପ୍ରୋଗ୍ରାମ (ସିଏଲ୍‌ଏସ୍‌ଆର୍‌ପି) ପାଣ୍ଠିରୁ ପ୍ରାୟ ୬୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି; ଯାହା କି ରାଜ୍ୟ ସରକାରଙ୍କ ରାଜକୋଷରୁ ଅତିରିକ୍ତ ଭାବେ ପାଣିରେ ପଡିବ ବୋଲି ମତପ୍ରକାଶ ପାଇଛି। ତେବେ ଦାୟିତ୍ୱରେ ଥିବା ଠିକାଦାରଙ୍କ ମନମାନି ଏବଂ ନିମ୍ନମାନର ମାଟି, ମୋରମ ଇତ୍ୟାଦି ନିର୍ମାଣ ସାମଗ୍ରୀ ବ୍ୟବହାର ଏହାର ମୁଖ୍ୟକାରଣ ବୋଲି ଅଭିଯୋଗ ହୋଇଛି।
ରେଙ୍ଗାଲି ବହୁମୁଖୀ ଯୋଜନା ୮୦ଦଶକରେ ପରିକଳ୍ପନା କରାଯାଇଥିଲା। ଜାଇକା(ଜାପାନ ଇଣ୍ଟରନ୍ୟାଶନାଲ କୋଅପରେଟିଭ ଏଜେନ୍ସି) ଜରିଆରେ ବନ୍ୟା ନିୟନ୍ତ୍ରଣ, ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଓ ଜଳସେଚନ ଏହି ବୃହତ୍‌ ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ରହିଛି। ରିପୋର୍ଟ ଅନୁସାରେ ୩୦ା୩ା୨୦୧୫ରେ ଜାଇକା ସହ ଋଣ ଚୁକ୍ତି ହୋଇଥିଲା ଏବଂ ତାହା ୩୦ା୫ା୨୦୧୫ରେ ରାଜ୍ୟ ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଥିଲା। ଏଥିପାଇଁ ୨,୨୫୫.୩୦ କୋଟି ଟଙ୍କାର ଅଟକଳ ପ୍ରସ୍ତୁତ ହୋଇଥିଲାବେଳେ ସେଥିରୁ ଜାଇକାର ଶେୟାର ୧,୭୮୭.୩୦ କୋଟି ଟଙ୍କା ରହିଥିଲା। ଏହି ପ୍ରକଳ୍ପ ନିର୍ମାଣ କରିବାକୁ ୮ ବର୍ଷ ତଥା ୨୦୧୫-୧୬ରୁ ୨୦୨୨-୨୩ ପର୍ଯ୍ୟନ୍ତ ଅବଧି ସ୍ଥିର ହୋଇଥିଲା। କିନ୍ତୁ ବର୍ତ୍ତମାନର କାର୍ଯ୍ୟ ଅଗ୍ରଗତିକୁ ଦେଖିଲେ ଏହା ସନ୍ତୋଷଜନକ ନୁହେଁ। ମାତ୍ର ୩୬ ପ୍ରତିଶତ ଅଗ୍ରଗତି ହୋଇଛି। ଏହି କ୍ରମରେ ଜୁଲାଇ ୨୦୨୪ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଉକ୍ତ ପ୍ରକଳ୍ପ ଜରିଆରେ ରାଜ୍ୟର ୩ ଜିଲା ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝରର ୬ ବ୍ଲକ ଅଞ୍ଚଳରେ ୩୯,୪୧୬ ହେକ୍ଟର ଜମିରେ ପାଣି ମାଡିବ ବୋଲି ପରିକଳ୍ପନା କରାଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ୯,୫୫୮ ହେକ୍ଟର ଜମିରେ ଜଳସେଚନ ସୁବିଧା ହୋଇସାରିଛି। ଅନ୍ୟପକ୍ଷେ ୨୦୨୨ ଜୁଲାଇ ସୁଦ୍ଧା ବାକି ୯୦୦୦ ହେକ୍ଟର, ୨୦୨୩ ଜୁଲାଇ ସୁଦ୍ଧା ୫୦୦୦ ହେକ୍ଟର ଏବଂ ୨୦୨୪ ଜୁଲାଇ ସୁଦ୍ଧା ୧୫,୮୨୮ ହେକ୍ଟର ଜମିରେ ଜଳସେଚନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏଥିପାଇଁ ରାଇଟ୍‌ ବ୍ୟାଙ୍କ କେନାଲ(ଆରବିସି) ଓ ଲେଫ୍ଟ ବ୍ୟାଙ୍କ କେନାଲ(ଏଲବିସି) ନାମରେ ଦୁଇଟି କେନାଲ ନିର୍ମାଣ କାର୍ଯ୍ୟ ଚାଲିଛି। ଜମି ଅଧିଗ୍ରହଣ ଏବଂ ଜଙ୍ଗଲ ଇସ୍ୟୁ ଅଗ୍ରଗତିରେ ବାଧକ ସାଜିଛି ବୋଲି କମିଟି ବୈଠକରେ ମତପ୍ରକାଶ ପାଇଛି। ତେଣୁ ବାମପାର୍ଶ୍ୱ କେନାଲ ନିର୍ମାଣର ଅଗ୍ରଗତି ସଂକ୍ରାନ୍ତରେ ସମ୍ପୃକ୍ତ ନିର୍ମାଣକାରୀ ସଂସ୍ଥା ସହ ମାସିକ ବୈଠକ କରି ତପତ୍ରତା ପ୍ରକାଶ କରିବାର ଆବଶ୍ୟକତା ରହିଛି ବୋଲି ବୈଠକରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଜାରି କରିଛନ୍ତି।
ଉଲ୍ଲେଖଯୋଗ୍ୟ, ରେଙ୍ଗାଲି ବାମପାର୍ଶ୍ୱ କେନାଲର ଦୈଘ୍ୟ ୧୪୧ କିମି। ଏହି କେନାଲ ନିର୍ମାଣରେ ୨୧୨୯ ହେକ୍ଟର ଜମିରୁ ୧୭୦୦ ହେକ୍ଟର ଜମି ଅଧିଗ୍ରହଣ ହୋଇଥିବାବେଳେ ବାକି ୪୨୯ ହେକ୍ଟର ଜମି ଅଧିଗ୍ରହଣ ହୋଇପାରିନାହିଁ। ତେବେ ବର୍ତ୍ତମାନ ଓଡିଶଠାରୁ ମାଧପୁର ପର୍ଯ୍ୟନ୍ତ କେନାଲର ବିଭିନ୍ନ ସ୍ଥାନରେ ପାଣି ଝରିବା ବିଭାଗୀୟ ଅଧିକାରୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ମିଳିଥିବା ସୂଚନା ଅନୁସାରେ ସେତେବେଳେ ବିରଜା କନଷ୍ଟ୍ରକ୍ସନ, ଡିଡି ବିଲ୍‌ଡର, ଜିଭିଭି କନଷ୍ଟ୍ରକ୍ସନ ଓ ଦୁର୍ଗା କନଷ୍ଟ୍ରକ୍ସନ ଏହି କେନାଲ ନିର୍ମାଣ ଦାୟିତ୍ୱରେ ରହିଥିଲେ। ତେବେ ଆରଡି ୭୧.୩୧୩ କିମିରୁ ୧୦୦.୪୯ କିମି କେନାଲ କାର୍ଯ୍ୟ ଅତି ଦୁର୍ବଳ ଅବସ୍ଥାରେ ରହିଛି। ଏଷ୍ଟିମେଟ ଅନୁସାରେ ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର ହୋଇନାହିଁ। ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଇ ଯେନତେନ ପ୍ରକାରେ କାର୍ଯ୍ୟକୁ ଶେଷ କରିବାକୁ ବିଭାଗ ତପତ୍ର ହୋଇଥିବାରୁ କେନାଲରୁ ପାଣି ଝରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି। ଏହାବାଦ୍‌ ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ସଲାସୁତୁରା ଅନ୍ୟ ଏକ ପ୍ରମୁଖ କାରଣ ବୋଲି ଅଭିଯୋଗ ହୋଇଛି। ଯଦି ତୁରନ୍ତ ଏହାର ମରାମତି ନ ହୁଏ ତେବେ କେନାଲ ଭୁଶୁଡି ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜମି କ୍ଷତିଗ୍ରସ୍ତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଆଲୋଚନା ହେଉଛି।
ଏ ସଂକ୍ରାନ୍ତରେ ରେଙ୍ଗାଲି ବହୁମୁଖୀ ଯୋଜନାର ଚିଫ୍‌ ଇଞ୍ଜିନିୟର ଦୀପ୍ତିରଞ୍ଜନ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି, ନିମ୍ନମାନର କାମ ନୁହେଁ, ମାଙ୍କଡା ପଥର ଜୋନ୍‌ ଅଞ୍ଚଳରେ କେନାଲ ନିର୍ମାଣ ହୋଇଥିବାରୁ ସେଠାରେ ପାଣି ଝରୁଛି। ପ୍ରାୟ ୨୨ କି.ମି. ଦୈର୍ଘ୍ୟ ଅଞ୍ଚଳର କେନାଲ ଲାଇନିଂ କାମ ପାଇଁ କିଲୋମିଟର ପିଛା ୩ କୋଟି ଟଙ୍କା ଅନୁସାରେ ୬୬ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?