ଆନ୍ଧ୍ର ଲିଭାଇଥିବା ନାମଫଳକ ଲେଖିଲା ଜିଲା ପ୍ରଶାସନ

ପଟ୍ଟାଙ୍ଗୀ,୧।୧୦(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ଦୁଇଟି ସ୍ଥାନରେ ଓଡ଼ିଶା ସରକାରଙ୍କ ରହିଥିବା ଓଡ଼ିଆ ନାମଫଳକକୁ ଆନ୍ଧ୍ର ମଙ୍ଗଳବାର ଲିଭାଇ ଦେଇଥିଲା। ଏ ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କୋରାପୁଟ ଜିଲା ପ୍ରଶାସନ ମଧ୍ୟ ଏହାକୁ ଗୁରୁତର ସହ ନେଇଥିଲା। ଜିଲାପାଳ ଅବ୍‌ଦଲ ଏମ୍‌. ଅଖତର ତୁରନ୍ତ ଏହାର ତଦନ୍ତ କରି ଏହି ଓଡ଼ିଆ ନାମଫଳକ ଲେଖିବାକୁ ପଟ୍ଟାଙ୍ଗୀ ଏବିଡିଓ କୃଷ୍ଣଚନ୍ଦ୍ର ବିଶ୍ୱାସ ରାଏଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏବିଡିଓ ରାଏ, କନିଷ୍ଠଯନ୍ତ୍ରୀ ଅଜୟ ରାମ ତରାଇ, ଏପିଓ ସୌମେନ୍ଦ୍ର ନାୟକ, ପିଇଓ ନବ ହନ୍ତାଳ ପ୍ରମୁଖ କୋଟିଆ ଯାଇ ଗୁରୁବାର ଲିଭାଯାଇଥିବା ଏହି ଓଡ଼ିଆ ନାମଫଳକଗୁଡ଼ିକୁ ଲେଖିଛନ୍ତି। ଜିଲାପାଳଙ୍କ ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ସୂଚନାଯୋଗ୍ୟ, କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗତ ଏପ୍ରିଲ ୧ରେ କୋରାପୁଟ ଜିଲା ପ୍ରଶାସନ ଓ ପଟ୍ଟାଙ୍ଗୀ ବ୍ଲକ ପ୍ରଶାସନ ସହଯୋଗରେ ଏହି ଓଡ଼ିଆ ନାମଫଳକ ଲଗାଯାଇଥିଲା । ଆନ୍ଧ୍ର ସରକାରଙ୍କ କେତେଜଣ କର୍ମଚାରୀ ମଙ୍ଗଳବାର କୋଟିଆରେ ପହଞ୍ଚତ୍ କେତେକ ଗ୍ରାମରେ ତେଲୁଗୁ ନାମଫଳକ ଲଗାଇବା ସହ ନେରେଡିବାଲସା ଓ ତାଡ଼ିବାଲାସା ଗ୍ରାମରେ ଥିବା ଓଡ଼ିଆ ନାମଫଳକକୁ ଲିଭାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲାଗିଲା ମମତା ବିରୋଧୀ ପୋଷ୍ଟର

ପୁରୀ ଅଫିସ,୨୭ା୨: ନାଗରିକତ୍ୱ ସଂଶୋଧିତ ଆଇନ (ସିଏଏ)କୁ ନେଇ ସାରା ଦେଶରେ ଏବେ ବିରୋଧ ଚାଲିଛି। ବିଶେଷ କରି ଦିଲ୍ଲୀରେ ସିଏଏ ବିରୋଧୀ ହିଂସା ଉଗ୍ରରୂପ...

ପୁରୀ ପ୍ରବେଶ ପଥ, ବେଳାଭୂମିରେ କଡ଼ା ସୁରକ୍ଷା

ପୁରୀ ଅଫିସ,୧୨।୨: ଶ୍ରୀମନ୍ଦିରରେ କଟକଣାମୁକ୍ତ ଧାଡ଼ି ଦର୍ଶନ ଆରମ୍ଭ ହେବା ପୂର୍ବରୁ ଗୁରୁବାର ପୁରୀ ପୋଲିସ ଡ୍ରାଏ ମକ୍‌ଡ୍ରିଲ କରିଛି। ମାତ୍ରାଧିକ ଗହଳିକୁ କିଭଳି ଭାବେ...

ସିଦ୍ଧ ମଠରେ ସିଦ୍ଧ ଜଗନ୍ନାଥ

କେନ୍ଦୁଝର, ୧୫।୯(ଡି.ଏନ.ଏ.)-କେନ୍ଦୁଝରର ଜଗନ୍ନାଥ ସଂସ୍କୃତିର ଆରମ୍ଭ ବିଷୟରେ କୌଣସି ଠିକ୍‌ ତଥ୍ୟ ନ ଥିବା ପୁରୁଣାକାଳିଆ ଲୋକମାନେ କୁହନ୍ତି। ତେବେ ଜନଶ୍ରୁତି ଅନୁସାରେ କେନ୍ଦୁଝର ସହରଠାରୁ...

ଗୋଳେଇପୁର ପଞ୍ଚାୟତରେ ବୁଥ୍‌ ରିଗିଂ ଅଭିଯୋଗ: ଅନୁଧ୍ୟାନ କରିବାକୁ ଯାଇଥିବା ବିଡିଓଙ୍କୁ ମାଡ଼

ଯାଜପୁର ରୋଡ୍‌,୨୦।୨(ଡି.ଏନ୍‌.ଏ.): ଯାଜପୁର ଜିଲା କୋରାଇ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତର ୮,୯,୧୦ ଏବଂ ୧୧ ନଂ ବୁଥ୍‌ରେ ରବିବାର ଉତ୍ତେଜନା ପ୍ରକାଶ ପାଇଛି। ବୁଥ୍‌...

ଭୁବନେଶ୍ବର ସମେତ ଆଉ ୨୫ ବିମାନବନ୍ଦରକୁ ଲିଜ୍‌ରେ ଦିଆଯିବ

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ):ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲିଜ୍‌ରେ ଦିଆଯିବ। ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ) ଦ୍ୱାରା ପରିଚାଳିତ ଏହି ବିମାନବନ୍ଦର ସମେତ ଦେଶର ଆଉ ୨୫ଟି...

୧୭ରୁ ଥଣ୍ଡା ବଢ଼ିବ

ଭୁବନେଶ୍ୱର, ୧୪ା୧୨(ବ୍ୟୁରୋ): ସାରା ରାଜ୍ୟରେ ଏବେ ଥଣ୍ଡାର ପ୍ରକୋପ ସାମାନ୍ୟ କମ୍‌ ରହିଛି। କିନ୍ତୁ ସକାଳୁ ଘନ କୁହୁଡ଼ିରେ ଆଚ୍ଛାଦିତ ହେଉଛି ରାଜ୍ୟର ଅଧିକାଂଶ ଅଞ୍ଚଳ।...

ପଦ୍ମପୁର ଉପନିର୍ବାଚନ: ୯ମ ରାଉଣ୍ଡ ସୁଦ୍ଧା ଆଗରେ ଅଛନ୍ତି ବର୍ଷା

ବରଗଡ଼ ଅଫିସ,୮ା୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ତେବେ ୯ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ବର୍ଷା...

ଅଟେଇ ଜଙ୍ଗଲରେ ନିଆଁ

ଆନନ୍ଦପୁର,୧୩।୨(ସ୍ବ.ପ୍ର.): ଆନନ୍ଦପୁର ସୀମାନ୍ତ ଘଟଗାଁ ଅଟେଇ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତ ମଧ୍ୟ...

Advertisement
Archives

Model This Week