କାରଖାନା ଛାଡୁଛି ବିଷାକ୍ତ ପାଣି: ପ୍ରଦୂଷିତ ଜଳ ଯୋଗୁ ଫସଲ ନଷ୍ଟ

ଯାଜପୁର ଅଫିସ,୧ା୧୦: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ପାରିପାର୍ଶ୍ୱିକ ବାୟୁର ମାନ ମାପିବା ପାଇଁ ସ୍ଥାପିତ ପରୀକ୍ଷଣ ଯନ୍ତ୍ର ଏମ୍ବିଏଣ୍ଟ ଏୟାର କ୍ବାଲିଟି ମନିଟରିଂ ଷ୍ଟାଟସ (ଏଏକ୍ୟୁଏମ୍‌ଏସ୍‌) ୩ ରୁ ୨ଟି ଅଚଳ ରହିଛି। ଏଥିଯୋଗୁ ବାୟୁ ପ୍ରଦୂଷଣ ତଥ୍ୟ ଲୁଚି ଯାଉଛି। ହେଲେ ଜଳ ପ୍ରଦୂଷଣ ସଂକ୍ରାନ୍ତରେ ଏକ ସମ୍ବେଦନଶୀଳ ତଥ୍ୟ ହସ୍ତଗତ ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ସେଣ୍ଟ୍ରାଲ ଲାବରେଟାରିରେ କଳିଙ୍ଗନଗର ଶିଳ୍ପାଞ୍ଚଳର ଗଣ୍ଡନାଳା, ଖରସ୍ରୋତା ଓ ବ୍ରାହ୍ମଣୀ ନଦୀର ବିଭିନ୍ନ ସ୍ଥାନରୁ ସଂଗୃହୀତ ନମୁନା ପରୀକ୍ଷା ରିପୋର୍ଟରେ ସର୍ବାଧିକ ୯ ଗୁଣ ଅଧିକ ଫେନୋଲିକ୍‌ କମ୍ପାଉଣ୍ଡ ରହିଛି। ଏଭଳି ପ୍ରଦୂଷିତ ଜଳ ଯୋଗୁ ଫସଲ ନଷ୍ଟ ସହିତ ଲୋକଙ୍କ ସ୍ବାସ୍ଥ୍ୟହାନି ଘଟି ଏକ ମାରାତ୍ମକ ରୂପ ନେବାରେ ଲାଗିଛି। ନଦୀଜଳ ବିଶୋଧନ ପାଇଁ ସଜାଗ ନ ରହିଲେ ଆଗାମୀ ଦିନରେ ଜଳବାହିତ ରୋଗ ଉଗ୍ରରୂପ ଧାରଣ କରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ମିଳିଥିବା ରିପୋର୍ଟ ଅନୁସାରେ ଏସ୍‌ପିସିବି ପକ୍ଷରୁ ଗତ ୧୯ା୮ା୨୦୨୧ରେ କଳିଙ୍ଗନଗର ଅଞ୍ଚଳସ୍ଥିତ ବ୍ରାହ୍ମଣୀ, ଖରସ୍ରୋତା ଓ ଗଣ୍ଡାନାଳରୁ ଜଳ ନମୁନା ସଂଗ୍ରହ କରାଯାଇଥିଲା। ଏହି ଜଳ ନମୁନାକୁ ୨୩ା୮ା୨୦୨୧ରୁ ୨୫ା୮ା୨୦୨୧ପର୍ଯ୍ୟନ୍ତ ଏସ୍‌ପିସିବିର ସେଣ୍ଟ୍ରାଲ ଲାବରେଟାରିରେ ପରୀକ୍ଷା କରାଯାଇଥିଲା।

ଉକ୍ତ ରିପୋର୍ଟ ଅନୁସାରେ କଳିଙ୍ଗନଗରର ବିଭିନ୍ନ କାରଖାନାର ବର୍ଜ୍ୟଜଳ ମିଶୁଥିବା ଗଣ୍ଡନାଳାର କୁସୁନପୁରଠାରୁ ସଂଗୃହୀତ ଜଳନମୁନାରେ ଅନୁଜ୍ଞେୟ ସୀମିତ (ପର୍‌ମିସିବୁଲ୍‌ ଲିମିଟ) ୦.୦୦୫ (ମିଲିଗ୍ରାମ/ଲିଟର)ଠାରୁ ୦.୦୪୪ (ମିଲିଗ୍ରାମ/ଲିଟର) ଫେନୋଲିକ୍‌ କମ୍ପାଉଣ୍ଡ ରହିଛି, ଯାହାକି ୮.୮ ଗୁଣ ଅଧିକ। ଏହାବାଦ୍‌ ବ୍ରାହ୍ମଣୀ ନଦୀର କବାଟବନ୍ଧଠାରୁ ସଂଗ୍ରହୀତ ନମୁନାରେ ଲିଟର ପିଛା ୦.୦୨୮ ମିଲିଗ୍ରାମ ଫେନୋଲିକ୍‌, ଖରସ୍ରୋତା ନଦୀର ଟିସ୍କୋ ଇନ୍‌ଟେକ୍‌ ପଏଣ୍ଟରୁ ସଂଗୃହୀତ ଜଳ ନମୁନାରେ ୦.୦୨୫ ଫେନୋଲିକ୍‌, ଗଣ୍ଡନାଳାର ଓଳଳ ଗ୍ରାମ ପାଖରୁ ସଂଗୃହୀତ ଜଳନମୁନାରେ ୦.୦୨୨ ଫେନୋଲିକ୍‌, ଖରସ୍ରୋତା ନଦୀର ଯୋକଡିଆ ବ୍ରିଜ ନିକଟ ସଂଗୃହୀତ ପାଣିରୁ ୦.୦୧୮ ଫେନୋଲିକ୍‌, ଗଣ୍ଡନାଳା ମାର୍ଥାପୁର ଗ୍ରାମ ନିକଟରୁ ସଂଗ୍ରହୀତ ପାଣିରେ ୦.୦୩୧ ମିମି ଫେନୋଲିକ୍‌ ଏବଂ ଖରସ୍ରୋତା ନଦୀର ଖଣ୍ଡତୀର ଗ୍ରାମ ନିକଟରୁ ସଂଗୃହୀତ ଜଳରେ ୦.୧୬ ମିମି ଫେନୋଲିକ୍‌ ବାହାରିଛି। ତେବେ ଗଣ୍ଡନାଳାର କୁସୁନପୁରଠାରେ ଅନୁଜ୍ଞେୟ ସୀମିତଠାରୁ ଅଧିକ ଫେନୋଲିକ୍‌ ରହିଥିବାରୁ ଏସ୍‌ପିସିବି ଚିନ୍ତାବ୍ୟକ୍ତ କରିଛି। ତେବେ ଏସ୍‌ପିସିବିର ଏହି ରିପୋର୍ଟକୁ ଅବଲୋକନ କଲେ କାରଖାନାରୁ ବାହାରକୁ ବର୍ଜ୍ୟଜଳ ଛାଡୁଥିବା ପ୍ରମାଣିତ କରୁଛି। ଏହାବାଦ୍‌ କେତେକ କାରଖାନାର ବର୍ଜ୍ୟଜଳ ଚାଷଜମି ଦେଇ ଗଣ୍ଡନାଳାରେ ମିଶୁଛି। ଅନ୍ୟପକ୍ଷେ କାରଖାନାର ବର୍ଜ୍ୟଜଳ ମିଶୁଥିବା ନଦୀ ତଟବର୍ତ୍ତୀ ଅଞ୍ଚଳରେ ଅନ୍‌ଲାଇନ ୱାଟର କ୍ବାଲିଟି ମନିଟରିଂ ସିଷ୍ଟମ୍‌ ଲଗାଇବାକୁ ପୂର୍ବରୁ ହୋଇଥିବା ନିଷ୍ପତ୍ତି କେବଳ କାଗଜପତ୍ରରେ ସୀମିତ ରହିଛି।
ରାଜ୍ୟର ଆର୍ଥିକ ଅଭିବୃଦ୍ଧି ପାଇଁ ଶିଳ୍ପାୟନ ବି ଲୋଡ଼ା। ତେଣୁ ରାଜ୍ୟର ବୃହତ୍ତର ସ୍ବାର୍ଥରେ ଶିଳ୍ପାୟନର ରାସ୍ତାରେ କୌଣସି ବ୍ରେକ୍‌ ଲାଗିବା କଥା ନୁହେଁ। ତେଣୁ ପ୍ରଦୂଷଣ ସମସ୍ୟାକୁ ଆଖିବୁଜି ଦେଲେ ବି ଚଳିବ। ଲୋକେ ଶିଳ୍ପ ବିଷରେ ହନ୍ତସନ୍ତ ହୁଅନ୍ତୁ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ କରି ଶିଳ୍ପପତିଙ୍କ ମନରେ କଷ୍ଟ ଦିଅନାହିଁ ନୀତିରେ ଏସ୍‌ପିସିବି କର୍ତ୍ତୃପକ୍ଷ ଜଳ ପ୍ରଦୂଷଣକୁ ଆଖି ବୁଜି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି।

ଏ ସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରୁ ଅଧିକ ଫେନୋଲିକ୍‌ କମ୍ପାଉଣ୍ଡ ରହିଥିବା ଦେଖିବାକୁ ମିଳିଛି। ତେଣୁ କଳିଙ୍ଗନଗର ଶିଳ୍ପାଞ୍ଚଳର କାରଖାନାର ପାଣିରେ ଫେନୋଲିକ୍‌ ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇ ପାରୁନାହିଁ। ଏନେଇ ତର୍ଜମା ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?