ଆମ ଜିଲା ଖବର

ଚତୁର୍ଥୀ ପୂର୍ବରୁ ଆତ୍ମହତ୍ୟା କଲେ ନବବଧୂ

ଢେଙ୍କାନାଳ ଅଫିସ,୨୦।୨: ଆଖିରେ ଆଖିଏ ସ୍ବପ୍ନ, ମନରେ ଅସୁମାରୀ ଆଶା ନେଇ ମାତ୍ର ୩ଦିନ ତଳେ ଆରମ୍ଭ କରିଥିଲେ ନୂଆ ଜୀବନ। ଲିଭି ନ ଥିଲା ପାଦର ଅଳତା କି ଫିକା ପଡ଼ି ନ ଥିଲା ହାତର ମେହେନ୍ଦି। ହେଲେ ସବୁ…

ଯନ୍ତ୍ରୀଙ୍କ କାର୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ଜୀବନ ଗଲା

ବରଗଡ଼ ଅଫିସ, ୨୦।୨: ବରଗଡ଼ ଜିଲା ଅମ୍ବାଭୋନା ଥାନା କଣ୍ଠିପାଲି ମୁଖ୍ୟ ରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ କାର୍‌ (ନଂ.ଓଆର୧୭ଜେ/୫୪୨୪) ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଅମ୍ବାଭୋନା ଥାନା ଭୁକ୍ତା ନିବାସୀ ସୁଦର୍ଶନ ପାତିକାର(୪୭)। କ୍ଷତିପୂରଣ…

ଫାଣ୍ଡି ଅଧିକାରୀଙ୍କ ଉନ୍ମତ୍ତକାଣ୍ଡ

ନବରଙ୍ଗପୁର/ନନ୍ଦାହାଣ୍ଡି,୨୦।୨: ନବରଙ୍ଗପୁର ଜିଲା ସରୁଗୁଡା ଗାଁରେ ଶୁକ୍ରବାର ରାତିରେ ଦୋକାନ ବନ୍ଦ କରି ଘରକୁ ଯାଉଥିବା ବ୍ୟବସାୟୀ ଓ ପାଖରେ ଥିବା କେତେଜଣ ଲୋକଙ୍କୁ ଡଙ୍ଗରଭେଜା ଫାଣ୍ଡି ଅଧିକାରୀ ଠଣ ସୁନ୍ଦର ପ୍ରଧାନ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମଦ୍ୟପାନ କରି…

ଜୀବନ ସଂଗ୍ରାମରେ ହାରିଗଲେ ସ୍ବାଧୀନତା ସଂଗ୍ରାମୀ

ସମ୍ବଲପୁର,୨୦ା୨(ବ୍ୟୁରୋ): ଜୀବନ ସଂଗ୍ରାମରେ ହାରିଯାଇଛନ୍ତି ସ୍ବାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା। ସମ୍ବଲପୁରର ବୁର୍ଲା ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ୯୫ ବର୍ଷରେ ଶନିବାର ତାଙ୍କର ପରଲୋକ ଘଟିଛି। ଶେଷଶଯ୍ୟା ନିକଟରେ ପୋଷ୍ୟ ଭାବେ ଗ୍ରହଣ କରିଥିବା ଝିଅ ନୀରୁତ୍ପଳା ଗୁପ୍ତା, ଜ୍ୱାଇଁ ପ୍ରଫୁଲ୍ଲ…

ଅନ୍ୟଜାତିରେ ବିବାହ କରିଥିବାରୁ ମିଳିଲାନି କାନ୍ଧ, ସରପଞ୍ଚ ଦେଖାଇଲେ ମଣିଷପଣିଆ

ଖପ୍ରାଖୋଲ,୨୦ା୨: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଅଧୀନ ବାହାଲଭଟଲି ଗାଁର ଅସହାୟ ବୃଦ୍ଧ ବାବୁଲାଲ ପୁଟେଲ(୬୫)ଙ୍କ ଶୁକ୍ରବାର ରାତିରେ ମୃତ୍ୟୁ ଘଟିଥିଲା। ସେ ଅନ୍ୟ ଜାତିର ବିବାହ କରିଥିବାରୁ ତାଙ୍କୁ କାନ୍ଧ ଦେବାକୁ କେହି ଆସି ନ ଥିଲେ।…

ଅନନ୍ତ ନାୟକ ହେଲେ ଜାତୀୟ ଏସ୍‌ଟି କମିଶନ ସଦସ୍ୟ

କେନ୍ଦୁଝର,୨୦।୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ପୂର୍ବତନ ଭାଜପା ଏମ୍‌ପି ଅନନ୍ତ ନାୟକଙ୍କୁ ଜାତୀୟ ଅନୁସୂଚିତ ଜନଜାତି କମିଶନ ଭାବେ ନିଯୁକ୍ତି ମିଳିଛି। ଏହାକୁ ନେଇ ଜିଲାରେ ଖୁସିର ଲହରୀ ଖେଳିଯାଇଛି। ଭାରତର ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ତାଙ୍କୁ ଏହି ମର୍ଯ୍ୟାଦାପୂର୍ଣ୍ଣ ପଦବୀ ମିଳିଛି।…

ଅଜଣା ଗାଡ଼ି ଧକ୍କାରେ ବ୍ୟାଙ୍କ କର୍ମଚାରୀ ମୃତ

କେନ୍ଦୁଝର,୨୦।୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା-ବାମୋରୀ ରାସ୍ତାରେ ଶନିବାର ପୂର୍ବାହ୍ନରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚନ୍ଦନ କୁମାର ସାହୁ (୨୮) । ତାଙ୍କ ଘର ହରିଚନ୍ଦନପୁର…

ଅଦିନିଆ ବର୍ଷାରେ ଶତାଧିକ ବସ୍ତା ଧାନ ନଷ୍ଟ

ମାଲକାନଗିରି,୨୦।୨ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଧାନମଣ୍ଡି ବନ୍ଦ ହୋଇଛି। ଟୋକନ ସମସ୍ୟା ଯୋଗୁ ଅନେକ ଚାଷୀ ଧାନ ବିକ୍ରି କରି ନ ପାରି ବସ୍ତାରେ ଭର୍ତ୍ତିକରି ବିଲରେ ରଖିଥିଲେ। ଗୁରୁବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁ ଧାନବସ୍ତାଗୁଡ଼ିକ ଭିଜି ନଷ୍ଟ ହୋଇଛି।…

ଆଖି ବୁଜିଲେ ପେଟ ବାହାରେ ପାକସ୍ଥଳୀ ଥିବା ଶିଶୁ

ବରଗଡ଼ ଅଫିସ,୨୦।୨: ବରଗଡ଼ ଜିଲା ପାଇକମାଳ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ପେଟ ବାହାରେ ପାକସ୍ଥଳୀ ରହିଥିବା ଅବସ୍ଥାରେ ଜନ୍ମ ନେଇଥିବା ନବଜାତ ଶିଶୁପୁତ୍ରଙ୍କ ଶନିବାର ସକାଳୁ କଟକ ଶିଶୁଭବନରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ପରିବାର ଲୋକେ ମୃତ ଶିଶୁପୁତ୍ରକୁ ଧରି…

ଜଟିଳ ହେଉଛି ଟ୍ରାଫିକ୍‌ ସମସ୍ୟା

ଜଟଣୀ,୨୦।୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି। ଏହି ସମସ୍ୟା ଉପରେ ଲାଗିପାରୁନିି ଅଙ୍କୁଶ। ଫଳରେ ଯାତାୟାତରେ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘଦିନଧରି ଏହି ସମସ୍ୟା ଦେଖାଦେଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ…

ଧାନ ଉଠାଣ ଦାବିରେ ତାତିଲେ ଚାଷୀ

ପଦ୍ମପୁର,୨୦।୨(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ତିନି ମାସ ବିତି ଯାଇଛି। ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ। ଚାଷୀମାନେ ଧାନ ବିକ୍ରି କରି ସାରି ନ ଥିବାବେଳେ ବିଭିନ୍ନ ମଣ୍ଡିକୁ ବନ୍ଦ କରି ଦିଆଯାଇଛି। ଅନ୍ୟପକ୍ଷରେ…

ମାଜିଷ୍ଟ୍ରେଟଙ୍କ ଜାଲ୍‌ ଦସ୍ତଖତରେ ଅଭିଯୁକ୍ତଙ୍କୁ ବେଲ୍‌: ଏଏସ୍‌ଆଇ ଗିରଫ

ବୁଗୁଡ଼ା,୨୦।୨(ଡି.ଏନ୍‌.ଏ.): ମାଜିଷ୍ଟ୍ରେଟଙ୍କ ଜାଲ ଦସ୍ତଖତ କରି ଅଭିଯୁକ୍ତଙ୍କୁ ବେଲରେ ଛାଡ଼ିବା ଘଟଣାରେ ବୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟର ପୋଲିସ ଏଏସ୍‌ଆଇ ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ଗିରଫ କରିଛି । ସୂର୍ଯ୍ୟ ନାରାୟଣଙ୍କ ବିରୋଧରେ ବୁଗୁଡ଼ା କୋର୍ଟର ମାଜିଷ୍ଟ୍ରେଟ ସୋନାଲି ଅପରାଜିତା ଏଫ୍‌ଆଇଆର ଦେବାପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri