ଆମ ଜିଲା ଖବର

ପୋଲିସ ଗୁଳିରେ ଟଳିଲେ ହାର୍ଡକୋର ମାଓବାଦୀ

ମାଲକାନଗିରି,୬।୧୧(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ଦନ୍ତେୱାଡା ଜିଲାର ମେଘନାର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଶନିବାର ଗୁଳି ବିନିମୟ ହୋଇଛି। ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମରେ ୫ଲକ୍ଷ ଟଙ୍କା ପୁରସ୍କାର ରହିଥିଲା। ମୃତ ମାଓବାଦୀ…

ଥାନା ଅଧିକାରୀଙ୍କ ପରିଚୟ ଦେଇ ଠକିନେଲେ ୨୦ ହଜାର

କଣ୍ଟାବାଞ୍ଜି,୬।୧୧(ଡି.ଏନ.ଏ.): ନିଜକୁ ପୋଲିସ ପରିଚୟ ଦେଇ ପୁଅବୋହୂଙ୍କ କଳିର ଥାନାରେ ଆପୋଷ ସମାଧାନ କରିଦେବେ କହି ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଠକିିନେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ କଣ୍ଟାବାଞ୍ଜି ଥାନାରେ ଶୁକଦେବା ମହାନ୍ତି ନାମକ ଜଣେ…

ସ୍ୱାମୀ ସ୍ତ୍ରୀ ଏକାଠି ପିଇଲେ ବିଷ

ସମ୍ବଲପୁର,୬ା୧୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଗୋଶାଳା ଫାଣ୍ଡି ଝାରମୁଣ୍ଡା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ସ୍ୱାମୀ ଟଙ୍କଧର ମହାକୁଡ଼ଙ୍କ ମୃତ୍ୟୁର ଦିନକ ପରେ ସ୍ତ୍ରୀ ବୃନ୍ଦାବତୀଙ୍କ ମୃତ୍ୟୁ ଘଟିଛି। ଗ୍ରାମ ଶ୍ମଶାନରେ ଗୁରୁବାର ଦମ୍ପତିଙ୍କ ଜୁଇ ଜଳିଛି। ସୂଚନା…

ଦିନିକିଆ କୋରାପୁଟ ଗସ୍ତରେ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଯୋଗାଣ ରାଷ୍ଟ୍ରମନ୍ତ୍ରୀ

କୋରାପୁଟ,୬।୧୧(ସ୍ବ.ପ୍ର.): କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଯୋଗାଣ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଶନିବାର ଦିନିକିଆ କୋରାପୁଟ ଗସ୍ତରେ ଯାଇଛନ୍ତି। ସେଠାରେ ସେ ପହଞ୍ଚି ଆଦିବାସୀଙ୍କ ବିକାଶ ନେଇ ସ୍ଥାନୀୟ ବିଭାଗୀୟ ଅଧକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଜିଲାରେ ଏକଲବ୍ୟ ବିଦ୍ୟାଳୟ…

ରଶି ଲଗାଇ ଝୁଲିପଡ଼ିଲେ ମା’: ହାତ ଧରି ରାତିସାରା ଛିଡା ହୋଇଛି କଅଁଳ ଶିଶୁ

ଭବାନୀପାଟଣା,୬।୧୧(ସ୍ବ.ପ୍ର): କଅଁଳ ଶିଶୁର ବୟସ ମାତ୍ର ୨ ବର୍ଷ। ଦୁନିଆ କ’ଣ ଜାଣିବା ଆଗରୁ ତା’ ଆଗରେ ଅଜାଡ଼ି ହୋଇପଡ଼ିଛି ସବୁତକ ଦୁଃଖ। ନିଜର ବୋଲି କେବଳ ମା’କୁ ଚିହ୍ନିଥିବା ବେଳେ ମା’ ବି ପର କରି ଆରପାରିକୁ ଚାଲିଗଲେ। ହେଲେ…

୮ ଘଣ୍ଟିଆ ଝାରସୁଗୁଡା ବନ୍ଦ : ଅଞ୍ଚଳରେ ପ୍ରଭାବ

ଝାରସୁଗୁଡା ଅଫିସ, ୬।୧୧: ଭାଜପା ତରଫରୁ ଶନିବାର ଝାରସୁଗୁଡ଼ା ଜିଲା ୮ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । କଳାହାଣ୍ଡି ଜିଲା ମମିତା ମେହେରଙ୍କ ହତ୍ୟାକାଣ୍ଡରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ବନ୍ଦ ଡାକରା…

ନିମ୍ନମାନର ରାସ୍ତା କାର୍ଯ୍ୟ ପାଇଁ ଅଭିଯୋଗ; ଦୁଇ ମାସ ପୂରିନି ରାସ୍ତାରୁ ଉଠିଲା ପିଚୁ

ଗଞ୍ଜାମ,୬।୧୧(ଡି.ଏନ୍‌.ଏ. ): ଗଞ୍ଜାମ ସହର ଦାମୋଦର ପୁର ଛକ ଠାରୁ ତ୍ରିବେଣୀ ମଠ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ୬ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି l କିନ୍ତୁ ନିମ୍ନ ମାନର କାର୍ଯ୍ୟ ଯୋଗୁ…

ଆଜି ୧୨ ଘଣ୍ଟିଆ ଗଜପତି ବନ୍ଦ

ପାରଳାଖେମୁଣ୍ଡି,୬।୧୧(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ ତେଜିବାରେ ଲାଗିଛି। ପ୍ରତିବାଦରେ ଶନିବାର ଭାଜପା ପକ୍ଷରୁ ଗଜପତି ଜିଲାରେ…

ଘର ନାହିଁ: ବିଦ୍ୟାଳୟରେ ରହୁଛନ୍ତି

ଡେରାବିଶ, ୬।୧୧(ସ୍ବ.ପ୍ର.): କଚ୍ଚାଘର ଥିବା ପରିବାରକୁ ବାସଗୃହ ଯୋଜନାରେ ସାମିଲ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ଯୋଜନା କରିଛନ୍ତି। ଅର୍ଥାଭାବରୁ ନିଜର ଘର ଖଣ୍ଡିଏ କରି ନ ପାରି ନିଜର ପରିବାରକୁ ଧରି ବିଦ୍ୟାଳୟ ଗୃହରେ ମୁଣ୍ଡ ଗୁଞ୍ଜିଛନ୍ତି…

ବେଆଇନ ଚିଙ୍ଗୁଡ଼ିଘେରି ଉଚ୍ଛେଦ

କୁଜଙ୍ଗ, ୬।୧୧(ଡି.ଏନ୍‌.ଏ): କୁଜଙ୍ଗ ବନ ବିଭାଗ ପକ୍ଷରୁ ଶୁକ୍ରବାର ନୂଆଗାଁ ସେକ୍ସନ ଅଧୀନ ବରକୁଦାସ୍ଥିତ ଜଙ୍ଗଲ ଜମିରୁ ବେଆଇନ ଚିଙ୍ଗୁଡି ଘେରିଗୁଡ଼ିକୁ ଉଚ୍ଛେଦ କରାଯାଇଛି। ଏହି ଜଙ୍ଗଲଜମିକୁ କିଛି ଲୋକ ଜବର ଦଖଲ କରି ଦୀର୍ଘ ବର୍ଷ ହେବ ଚିଙ୍ଗୁଡି ଘେରି…

ବିରି ଫସଲରେ କାଳିମୁଣ୍ଡି ପୋକ, ଚିନ୍ତାରେ ଚାଷୀ

ପଟ୍ଟାମୁଣ୍ଡାଇ,୬।୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳର ବିରି ଅମାର କୁହାଯାଉଥିବା ଧୋୟାଞ୍ଚଳର ସିଂହଗାଁ, ପେଣ୍ଠପାଳ, ତରଡିପାଳ, ଅଳପୁଆ, ବଲୁରିଆ, ଅଣ୍ଢରା, ଅମୃତମଣୋହି ପଞ୍ଚାୟତରେ ବ୍ୟାପକ ଭାବେ ଚାଷ ହୋଇଛି। ହେଲେ ବିରି ଫସଲରେ କାଳିମୁଣ୍ଡି ପୋକ ପ୍ରାଦୃଭାବ ଦେଖିବାକୁ ମିଳିଛି। କାଳିମୁଣ୍ଡି ପୋକ ଦେଖି…

ପୁରୀ ନାମ ଶ୍ରୀଜଗନ୍ନାଥ ଧାମ ପୁରୀ ହେଉ

ପୁରୀ ଅଫିସ, ୬।୧୧: ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ କୋଟି କୋଟି ମଣିଷଙ୍କ ଦେବତା। ତାଙ୍କ ବିନା ପୁରୀ, ଓଡ଼ିଶା କିମ୍ବା ଭାରତର ପରିଚୟ ନାହିଁ। ତେଣୁ ପୁରୀର ନାମ ଜଗନ୍ନାଥ ପୁରୀ ନାମରେ ନାମିତ କରାଯିବାକୁ ଦାବି କରି ସାଧୁସନ୍ଥ, ବୁଦ୍ଧିଜୀବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?