୧୯୯୫ ବୋମା ବିସ୍ଫୋରଣ, ୪ ମୁଖ୍ୟ ଅଭିଯୁକ୍ତ ଗିରଫ

ବାଲିଆପାଳ, ୬।୧୧(ସ୍ବ.ପ୍ର.):୧୯୯୫ରେ ହୋଇଥିବା ବୋମା ବିସ୍ଫୋରଣରେ ୱାରେଣ୍ଟି ଥିବା ୪ଅଭିଯୁକ୍ତଙ୍କୁ ବାଲେଶ୍ୱର ଜିଲା ବାଲିଆପାଳ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ୧୯୯୫ରେ ବାଲେଶ୍ୱରରୁ ବାଲିଆପାଳ ଯାଉଥିବା ଏକ ବସ୍‌ ବାଲିଆପାଳ ବ୍ଲକ ଛକରେ ଛିଡ଼ା ହୋଇଥିବା ବେଳେ ଗୋଟିଏ ବୁରାରେ ଭର୍ତ୍ତି ହୋଇଥିବା ବାଣକୁ ଜଣେ ରିକ୍ସା ଚାଳକ ଓହ୍ଲାଉଥିବା ବେଳେ ହଠାତ୍‌ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ରିକ୍ସା ଚାଳକ ଜଣକ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରିଥିଲା। ପରେ ଅଭିଯୁକ୍ତମାନେ ଜାମିନ ପାଇଥିଲେ। ମାତ୍ର ମାମଲାର ତାରିଖରେ ଉପସ୍ଥିତ ନ ହେବାରୁ ସେମାନଙ୍କ ନାମରେ କୋର୍ଟ ପକ୍ଷରୁ ୱାରେଣ୍ଟ ଜାରି ହୋଇଥିଲା। ଏହାକୁ ଭିତ୍ତି କରି ବାଲିଆପାଳ ପୋଲିସ ଜଗନ୍ନାଥ ରାଉଳ, ସରୋଜ ଜେନା, ସୁଶାନ୍ତ ପ୍ରାମାଣିକ, ପଞ୍ଚାନନ ମୁଖୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?