୧୯୯୫ ବୋମା ବିସ୍ଫୋରଣ, ୪ ମୁଖ୍ୟ ଅଭିଯୁକ୍ତ ଗିରଫ

ବାଲିଆପାଳ, ୬।୧୧(ସ୍ବ.ପ୍ର.):୧୯୯୫ରେ ହୋଇଥିବା ବୋମା ବିସ୍ଫୋରଣରେ ୱାରେଣ୍ଟି ଥିବା ୪ଅଭିଯୁକ୍ତଙ୍କୁ ବାଲେଶ୍ୱର ଜିଲା ବାଲିଆପାଳ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ୧୯୯୫ରେ ବାଲେଶ୍ୱରରୁ ବାଲିଆପାଳ ଯାଉଥିବା ଏକ ବସ୍‌ ବାଲିଆପାଳ ବ୍ଲକ ଛକରେ ଛିଡ଼ା ହୋଇଥିବା ବେଳେ ଗୋଟିଏ ବୁରାରେ ଭର୍ତ୍ତି ହୋଇଥିବା ବାଣକୁ ଜଣେ ରିକ୍ସା ଚାଳକ ଓହ୍ଲାଉଥିବା ବେଳେ ହଠାତ୍‌ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ରିକ୍ସା ଚାଳକ ଜଣକ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରିଥିଲା। ପରେ ଅଭିଯୁକ୍ତମାନେ ଜାମିନ ପାଇଥିଲେ। ମାତ୍ର ମାମଲାର ତାରିଖରେ ଉପସ୍ଥିତ ନ ହେବାରୁ ସେମାନଙ୍କ ନାମରେ କୋର୍ଟ ପକ୍ଷରୁ ୱାରେଣ୍ଟ ଜାରି ହୋଇଥିଲା। ଏହାକୁ ଭିତ୍ତି କରି ବାଲିଆପାଳ ପୋଲିସ ଜଗନ୍ନାଥ ରାଉଳ, ସରୋଜ ଜେନା, ସୁଶାନ୍ତ ପ୍ରାମାଣିକ, ପଞ୍ଚାନନ ମୁଖୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ କର୍ମଚାରୀଙ୍କୁ ଗୁଳି ମାରିଲେ ଶିକାରୀ

ନୀଳଗିରି,୧୯।୩ (ପ୍ରଶାନ୍ତ କୁମାର ବିଶ୍ବାଳ): ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼। ଏପରି ଏକ ଅଘଟଣ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟର...

ରିଲ୍ସ କରୁଥିବାବେଳେ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ବାଲେଶ୍ୱର,୧୮।୩: (ଜନ୍ମେଜୟ ମିଶ୍ର)-ସୋର ଥାନା ସବିରା ରେଳଷ୍ଟେଶନ ନିକଟରେ ରହଣିଆ ଗ୍ରାମ ନିକଟରେ ଟ୍ରେନ ଲାଇନରେ ଜଣେ ଯୁବକ ଇନଷ୍ଟାଗ୍ରାମରେ ରିଲସ କରୁଥିବା ବେଳେ ଟ୍ରେନ୍‌...

ଗାଁରେ ଚାଲିଥିଲା ଦେହ ବ୍ୟବସାୟ: ଧରାପଡ଼ିଲେ ମହିଳାଙ୍କ ସହ ୪ ଯୁବତୀଯୁବକ

ନୀଳଗିରି,୧୮ା୩(ପ୍ରଶାନ୍ତ କୁମାର ବିଶ୍ବାଳ): ଗାଁ ମଝିରେ ସମସ୍ତଙ୍କ ଅଗୋଚରରେ ଚାଲିଥିଲା ଦେହବ୍ୟବସାୟ। ଗ୍ରାମବାସୀ ଏହା ଜାଣିପାରି ଜଣେ ମହିଳାଙ୍କ ସହ ୪ଜଣ ଯୁବତୀଯୁବକଙ୍କୁ କାବୁ କରିଛନ୍ତି।...

ବଜ୍ରପାତରେ ଘର ସହ ଜୀବନ୍ତ ଜଳିଗଲେ ବିଟେକ୍‌ ଛାତ୍ର

ବାଲେଶ୍ୱର,୧୮।୩(ପ୍ରଦୀପ ଦାସ): ନଡ଼ାଛପର ଘରେ ଜୀବନ୍ତ ଜଳିଗଲେ ଯୁବକ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇରେ । ନିକଟସ୍ଥ ଚିଙ୍ଗୁଡି ଘେରିକୁ ଯାଉଥିବା ବେଳେ...

ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଘରେ ପୂରାଇ ଜିଅନ୍ତା ଜାଳିଦେଲେ ସ୍ବାମୀ

ଭୋଗରାଇ,୧୫ା୩(ପ୍ରଦୀପ ଦାସ): ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଘର ଭିତରେ ନୃଶଂସ ଭାବେ ନିଆଁ ଲଗାଇ ଜିଅନ୍ତା ଜାଳି ଦେଇଛନ୍ତି ସ୍ବାମୀ। ଏପରି ଏକ ଘଟଣା...

୬୦ନଂ ଜାତୀୟ ରାଜପଥରେ ଦୁଇଦୁଇଟି ଦୁର୍ଘଟଣା

ବାଲେଶ୍ୱର,୧୩।୩(ମାନସ ବିଶ୍ୱାଳ) : ୬୦ ନଂ ଜାତୀୟ ରାଜପଥ ହଳଦୀପଦା ନିକଟରେ ପୃଥକପୃଥକ ଦୁଇଟି ଦୁର୍ଘଟଣା ଘଟିଛି । ଏଥିରେ ୩ ଆହତଙ୍କୁ ବାଲେଶ୍ୱର ଜିଲା...

ଭାଜପା ଛାଡ଼ିଲେ ସୋର ପୌରାଧ୍ୟକ୍ଷ

ସୋର,୧୩ା୩(ଜନ୍ମେଜୟ ମିଶ୍ର): ସୋର ପୌର ପରିଷଦ ଅଧ୍ୟକ୍ଷ ମାଧବ ଧଡ଼ା ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ ଏହି...

ଲୁଟି ନେଇ ଲଗାଇଦେଲେ ନିଆଁ : ହୁହୁ ହୋଇ ଜଳିଲା… 

ଭୋଗରାଇ,୧୨।  ୩ ( ପ୍ରଦୀପ ଦାସ ): ବାଲେଶ୍ୱରଜିଲା ଭୋଗରାଇ ବ୍ଲକ ଭୋଗରାଇ ହାଟ ସ୍ଥିତ ଚକପଳାସିଆ ସେବା ସମବାୟ ସମିତିରେ ସୋମବାର ବିଳମ୍ବିତ ରାତ୍ରିରେ ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri