ନୂଆଗଡ଼ ପୋଲ ନିର୍ମାଣ ବିଳମ୍ବ

ଆଠମଲ୍ଲିକ, ୭।୧୧(ଡି.ଏନ.ଏ.)  ଆଠମଲ୍ଲିକ ବ୍ଲକ ନୂଆଗଡ଼ ପୋଲ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟୁଥିବା ୯ ଗ୍ରାମର ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏ ନେଇ ଗୁରୁବାର ନୂଆଗଡ ପିଢ ନିକଟରେ ଏକ ବୈଠକ ବସିଥିଲା।
ସୂଚନାଯୋଗ୍ୟ, ଆଠମଲ୍ଲିକ-ବଇଣ୍ଡା ପୂର୍ତ୍ତ ବିଭାଗ ରାସ୍ତାକଡ଼ ନୂଆଗଡ ଚଡ଼କା ନାଳରେ ପୋଲ ନିର୍ମାଣ କାର୍ଯ୍ୟ ୨୨ କୋଟି ବ୍ୟୟ ଅଟକଳରେ ୨୦୧୮ରୁ ଚାଲିଛି। ବର୍ତ୍ତମାନ ସୁଦ୍ଧା ଫାଉଣ୍ଡେଶନ କାର୍ଯ୍ୟ ସହିତ ୧୧ଟି ପିଲର କାର୍ଯ୍ୟ ହୋଇ ରଡ଼ ବନ୍ଧାରେ କାମ ଅଟକି ରହିଛି। ଠିକାସଂସ୍ଥା ମନ୍ଥର ଗତିରେ ନିର୍ମାଣ କାର୍ଯ୍ୟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କାର୍ଯ୍ୟର ଅବଧି ୨୦୨୦ ପର୍ଯ୍ୟନ୍ତ ରହିଥିଲା। ମାତ୍ର ଠିକାଦାରଙ୍କ ମନମୁଖି କାର୍ଯ୍ୟ ପାଇଁ ପୋଲ ନିର୍ମାଣ କାମରେ ବିଳମ୍ବ ଘଟୁଛି। ପୋଲ କାର୍ଯ୍ୟ ଶେଷ ହେଉ ନ ଥିବାରୁ ଗ୍ରାମବାସୀ, ଛାତ୍ରୀଛାତ୍ର, ବୃଦ୍ଧାବୃଦ୍ଧ ଆଠମଲ୍ଲିକ ସହରକୁ ବିଭିନ୍ନ କାର୍ଯ୍ୟ ପାଇଁ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ପୋଲ ନିର୍ମାଣ କାର୍ଯ୍ୟ ଶେଷ ନ ହେଲେ ନୂଆଗଡ, ଖମ୍ବେଶ୍ୱରପାଲି, କଇରୀ ଘଟି, ଜିରାଡ଼, ମହେନ୍ଦ୍ରପୁର, ଗୋପାଳପୁର, କୁଶପୁର, ମାଳିପଦର, ପୁଇଚାଣ୍ଡିଆ ଆଦି ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହାଛଡ଼ା ଏକ ପ୍ରତିନିଧି ଦଳ ଅନୁଗୋଳ ଜିଲାପାଳ, ପୂର୍ତ୍ତ ବିଭାଗ ନିର୍ବାହୀ ଅଧିକାରୀଙ୍କୁ ଭେଟି ଅବଗତ କରାଇବବ। ତୁରନ୍ତ ପୋଲ ନିର୍ମାଣ କାର୍ଯ୍ୟ ଶେଷ କରି ଲୋକାର୍ପିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ସ୍ଥାନୀୟ ସହକାରୀ ଯନ୍ତ୍ରୀ ବିଜୟ କୁମାର ସାହୁ କହିଛନ୍ତି, ପାହାଡି ନାଳରେ ପାଣି ଥିବାରୁ ନିର୍ମାଣ କାର୍ଯ୍ୟ ଅଟକିଛି। ଠିକାଦାର ଅନ୍ୟପଥ ଦେଇ ପାଣି ନିଷ୍କାସନ କରି କାମ ଆରମ୍ଭ କରିଛନ୍ତି। ଏଥିପାଇଁ ନାଳ ଖୋଲା ଚାଲିଛି। ଖୁବ୍‌ଶୀଘ୍ର ପୋଲ ନିର୍ମାଣ କାର୍ଯ୍ୟ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?