ବିନା ଅନୁମତିରେ ଲୁହା ତରଳା କାରଖାନା, ଉତ୍କଟ ପ୍ରଦୂଷଣରେ ନୟାନ୍ତ ଅଞ୍ଚଳବାସୀ

ଯାଜପୁର ଅଫିସ/ଜେନାପୁର(ଡି.ଏନ.ଏ.),୭ା୧୧: ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିୟୋଜିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି) ଅଧିକାରୀମାନେ ଯାଜପୁର ଜିଲା ପାଇଁ ଆଖି ବୁଜିଦେଇଛନ୍ତି। ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ଏବଂ ଧର୍ମଶାଳା ତହସିଲ ଅଞ୍ଚଳରେ ବିନା ପରିବେଶ ମଞ୍ଜୁରୀରେ ଜଙ୍ଗଲ ଜମିରେ ଏକାଧିକ ଛୋଟବଡ଼ ଶିଳ୍ପ ଗଢ଼ିଉଠିଥିବା ଦେଖିବାକୁ ମିଳିଛି। ଧର୍ମଶାଳା ବ୍ଲକ ସାହାଣିଡିହ ପଞ୍ଚାୟତ ଅନ୍ତର୍ଗତ ଲୁଣିବର ଗ୍ରାମ ନିକଟରେ ଥିବା କଳିଙ୍ଗ କମ୍ବାଇନ୍ସ ପ୍ରାଇଭେଟ ଲିଃ ପିଚୁ ପ୍ଲାଣ୍ଟ ପରେ ଏବେ ଅଞ୍ଜିରା ପଞ୍ଚାୟତ ଅଧୀନ ମାଣ୍ଡିଆଗଡାଠାରେ ବ୍ରେଚର୍ସ ଟେକ୍ନୋ ଇଣ୍ଡିଆ ନାମକ ଏକ ଲୁହା ତରଳା କାରଖାନା ବିନା ଅନୁମତିରେ ଜଙ୍ଗଲ ଜମିରେ ଚାଲିଛି। ଏହି କାରବାରରେ ସମ୍ପୃକ୍ତ କେତେଜଣ ପ୍ରଭାବଶାଳୀିଙ୍କ ଚାପରେ ଏସ୍‌ପିସିବି କର୍ତ୍ତୃପକ୍ଷ ହାତ ଟେକି ଦେଇଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏହି କାରଣରୁ ମୁରାରିପୁର, ବାଲିସାହି, ଭେଜିଗୋଠ ପ୍ରଭୃତି ଗ୍ରାମବାସୀ ବାୟୁ ପ୍ରଦୂଷଣରେ ରୁନ୍ଧି ହେଉଥିବା ଅଭିଯୋଗ କରିଛନ୍ତି।

ଉତ୍କଟ ପ୍ରଦୂଷଣରୁ ମୁକ୍ତ ରଖିବାକୁ ପ୍ରତ୍ୟେକ ଶିଳ୍ପାଞ୍ଚଳରେ ଏସ୍‌୍‌ପିସିବିର ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକରେ ବୈଜ୍ଞାନିକମାନ କାମ କରୁଛନ୍ତି। ଏମାନଙ୍କ ଦରମା ବାବଦକୁ ସରକାର ମାସିକ ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। ହେଲେ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ରହିଥିବା ଏସ୍‌ପିସିବିର ଆଞ୍ଚଳିକ କାର୍ଯ୍ୟାଳୟ ତା’ର ଦାୟିତ୍ୱକୁ ଭୁଲିଯାଇଛି। ବାୟୁ ଓ ଜଳ ପ୍ରଦୂଷଣ ସୃଷ୍ଟି କରୁଥିବା ବିଭିନ୍ନ କାରଖାନା ମାଲିକମାନଙ୍କଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ପ୍ରଭାବିତ ଲୋକଙ୍କ ଜୀବନକୁ ବିପଦରେ ପକାଯାଇଛି। ଏହିକ୍ରମରେ ଅଞ୍ଜିରା ମୌଜାର ଶାବକ ଖାତା ୪୧୬ କିସମ ଜଙ୍ଗଲ ଜମିରେ ପ୍ରତିଷ୍ଠିତ ବ୍ରେଚର୍ସ ଟେକ୍ନୋ ଇଣ୍ଡିଆ ସମସ୍ତ ପରିବେଶ ଆଇନ କାନୁନକୁ ଭୁଲିଯାଇଛି। ଏଥିରେ ଏସ୍‌ପିସିବି କର୍ତ୍ତୃପକ୍ଷ ସହଯୋଗୀ ହୋଇଛନ୍ତି। ଏଠାରେ ବିନା ସୁରକ୍ଷା ଉପକରଣରେ ଅତ୍ୟନ୍ତ ବିପଦ ପୂର୍ଣ୍ଣ ଭାବେ ଲୁହା ତରଳା ଯାଉଛି। କବାଡ଼ିଆଙ୍କଠାରୁ କମ୍‌ ଦାମରେ ଲୁହା ସାମଗ୍ରୀ ଅଣାଯାଇ ଏଠାରେ ତରଳା ଯାଇ କ୍ରଶର ପାର୍ଟ ଓ ଅନ୍ୟାନ୍ୟ ଯନ୍ତ୍ର ତିଆରି ହେଉଛି। ଏହି କାରଖାନାର ଚିମିନିରୁ ବିଷାକ୍ତ ଧୁଆଁ ଛଡ଼ାଯାଉଛି। ଏହାବାଦ୍‌ ରାସାୟନିକ ତରଳ ପଦାର୍ଥ ବ୍ୟବହାର ହେଉଥିବାରୁ ଆଖପାଖ ଲୋକ ଅଣନିଃଶ୍ୱାସୀ ହେଉଥିବା ଅଭିଯୋଗ ହେଉଛି। ଏସ୍‌ପିସିବିର ସର୍ତ୍ତ ଅନୁସାରେ କାରଖାନା ଓ ଏହାର ଆଖପାଖ ଅଞ୍ଚଳରେ ଆବଶ୍ୟକ ସବୁଜ ବଳୟ ନାହିଁ । ଫଳରେ କାରଖାନାରୁ ନିର୍ଗତ କଳା ପାଉଁଶର ଆସ୍ତରଣ ସମଗ୍ର ଅଞ୍ଚଳକୁ ଆଚ୍ଛାଦିତ କରୁଛି। ଏ ସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ସେମିତି ନଁାରେ କୌଣସି ଲୁହା ତରଳା କାରଖାନା ଥିବା ତାଙ୍କର ମନେ ନାହିଁ। କାଗଜପତ୍ର ଦେଖି ଯାହା କିଛି କହିହେବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri