ବିନା ଅନୁମତିରେ ଲୁହା ତରଳା କାରଖାନା, ଉତ୍କଟ ପ୍ରଦୂଷଣରେ ନୟାନ୍ତ ଅଞ୍ଚଳବାସୀ

ଯାଜପୁର ଅଫିସ/ଜେନାପୁର(ଡି.ଏନ.ଏ.),୭ା୧୧: ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିୟୋଜିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି) ଅଧିକାରୀମାନେ ଯାଜପୁର ଜିଲା ପାଇଁ ଆଖି ବୁଜିଦେଇଛନ୍ତି। ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ଏବଂ ଧର୍ମଶାଳା ତହସିଲ ଅଞ୍ଚଳରେ ବିନା ପରିବେଶ ମଞ୍ଜୁରୀରେ ଜଙ୍ଗଲ ଜମିରେ ଏକାଧିକ ଛୋଟବଡ଼ ଶିଳ୍ପ ଗଢ଼ିଉଠିଥିବା ଦେଖିବାକୁ ମିଳିଛି। ଧର୍ମଶାଳା ବ୍ଲକ ସାହାଣିଡିହ ପଞ୍ଚାୟତ ଅନ୍ତର୍ଗତ ଲୁଣିବର ଗ୍ରାମ ନିକଟରେ ଥିବା କଳିଙ୍ଗ କମ୍ବାଇନ୍ସ ପ୍ରାଇଭେଟ ଲିଃ ପିଚୁ ପ୍ଲାଣ୍ଟ ପରେ ଏବେ ଅଞ୍ଜିରା ପଞ୍ଚାୟତ ଅଧୀନ ମାଣ୍ଡିଆଗଡାଠାରେ ବ୍ରେଚର୍ସ ଟେକ୍ନୋ ଇଣ୍ଡିଆ ନାମକ ଏକ ଲୁହା ତରଳା କାରଖାନା ବିନା ଅନୁମତିରେ ଜଙ୍ଗଲ ଜମିରେ ଚାଲିଛି। ଏହି କାରବାରରେ ସମ୍ପୃକ୍ତ କେତେଜଣ ପ୍ରଭାବଶାଳୀିଙ୍କ ଚାପରେ ଏସ୍‌ପିସିବି କର୍ତ୍ତୃପକ୍ଷ ହାତ ଟେକି ଦେଇଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏହି କାରଣରୁ ମୁରାରିପୁର, ବାଲିସାହି, ଭେଜିଗୋଠ ପ୍ରଭୃତି ଗ୍ରାମବାସୀ ବାୟୁ ପ୍ରଦୂଷଣରେ ରୁନ୍ଧି ହେଉଥିବା ଅଭିଯୋଗ କରିଛନ୍ତି।

ଉତ୍କଟ ପ୍ରଦୂଷଣରୁ ମୁକ୍ତ ରଖିବାକୁ ପ୍ରତ୍ୟେକ ଶିଳ୍ପାଞ୍ଚଳରେ ଏସ୍‌୍‌ପିସିବିର ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକରେ ବୈଜ୍ଞାନିକମାନ କାମ କରୁଛନ୍ତି। ଏମାନଙ୍କ ଦରମା ବାବଦକୁ ସରକାର ମାସିକ ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। ହେଲେ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ରହିଥିବା ଏସ୍‌ପିସିବିର ଆଞ୍ଚଳିକ କାର୍ଯ୍ୟାଳୟ ତା’ର ଦାୟିତ୍ୱକୁ ଭୁଲିଯାଇଛି। ବାୟୁ ଓ ଜଳ ପ୍ରଦୂଷଣ ସୃଷ୍ଟି କରୁଥିବା ବିଭିନ୍ନ କାରଖାନା ମାଲିକମାନଙ୍କଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ପ୍ରଭାବିତ ଲୋକଙ୍କ ଜୀବନକୁ ବିପଦରେ ପକାଯାଇଛି। ଏହିକ୍ରମରେ ଅଞ୍ଜିରା ମୌଜାର ଶାବକ ଖାତା ୪୧୬ କିସମ ଜଙ୍ଗଲ ଜମିରେ ପ୍ରତିଷ୍ଠିତ ବ୍ରେଚର୍ସ ଟେକ୍ନୋ ଇଣ୍ଡିଆ ସମସ୍ତ ପରିବେଶ ଆଇନ କାନୁନକୁ ଭୁଲିଯାଇଛି। ଏଥିରେ ଏସ୍‌ପିସିବି କର୍ତ୍ତୃପକ୍ଷ ସହଯୋଗୀ ହୋଇଛନ୍ତି। ଏଠାରେ ବିନା ସୁରକ୍ଷା ଉପକରଣରେ ଅତ୍ୟନ୍ତ ବିପଦ ପୂର୍ଣ୍ଣ ଭାବେ ଲୁହା ତରଳା ଯାଉଛି। କବାଡ଼ିଆଙ୍କଠାରୁ କମ୍‌ ଦାମରେ ଲୁହା ସାମଗ୍ରୀ ଅଣାଯାଇ ଏଠାରେ ତରଳା ଯାଇ କ୍ରଶର ପାର୍ଟ ଓ ଅନ୍ୟାନ୍ୟ ଯନ୍ତ୍ର ତିଆରି ହେଉଛି। ଏହି କାରଖାନାର ଚିମିନିରୁ ବିଷାକ୍ତ ଧୁଆଁ ଛଡ଼ାଯାଉଛି। ଏହାବାଦ୍‌ ରାସାୟନିକ ତରଳ ପଦାର୍ଥ ବ୍ୟବହାର ହେଉଥିବାରୁ ଆଖପାଖ ଲୋକ ଅଣନିଃଶ୍ୱାସୀ ହେଉଥିବା ଅଭିଯୋଗ ହେଉଛି। ଏସ୍‌ପିସିବିର ସର୍ତ୍ତ ଅନୁସାରେ କାରଖାନା ଓ ଏହାର ଆଖପାଖ ଅଞ୍ଚଳରେ ଆବଶ୍ୟକ ସବୁଜ ବଳୟ ନାହିଁ । ଫଳରେ କାରଖାନାରୁ ନିର୍ଗତ କଳା ପାଉଁଶର ଆସ୍ତରଣ ସମଗ୍ର ଅଞ୍ଚଳକୁ ଆଚ୍ଛାଦିତ କରୁଛି। ଏ ସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ସେମିତି ନଁାରେ କୌଣସି ଲୁହା ତରଳା କାରଖାନା ଥିବା ତାଙ୍କର ମନେ ନାହିଁ। କାଗଜପତ୍ର ଦେଖି ଯାହା କିଛି କହିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri