୭ ମେଡିକାଲରେ ୧୮ ଡାକ୍ତର ପଦବୀ ଖାଲି

ଲଙ୍ଗଳେଶ୍ୱର, ୭।୧୧(ଡି.ଏନ.ଏ.) ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ରୋଗୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ସହ ବିନା ମୂଲ୍ୟରେ ଔଷଧ ଯୋଗାଇ ଦେଉଛନ୍ତି। ହେଲେ ବାଲିଆପାଳ ବ୍ଲକର ବିଭିନ୍ନ ଚିକିତ୍ସାଳୟରେ ଭିତ୍ତିଭୂମି ଥିଲେ ମଧ୍ୟ ଆବଶ୍ୟକ ସଂଖ୍ୟକ ଡାକ୍ତର ଏବଂ କର୍ମଚାରୀ ଅଭାବ ଯୋଗୁ ଲୋକେ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି।
ବାଲିଆପାଳ ବ୍ଲକରେ ଜନସଂଖ୍ୟା ୨ଲକ୍ଷ ଟପିଲାଣି। ମୋଟ ୨୮ ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକରେ ୨୩୧ଟି ରାଜସ୍ବ ଗ୍ରାମ ରହିଛି। ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ୭ଟି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ସେଥିମଧ୍ୟରେ ଦୁଇଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଅନ୍ୟ ୫ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପ୍ରତାପପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବ୍ୟତୀତ ଲଙ୍ଗଳେଶ୍ୱର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ବୋଳଂ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଶ୍ରୀରାମପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଘଣ୍ଟୁଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜାମକୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଶାଇ ମୋଟ ୭ଟି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ସ୍ବାସ୍ଥକେନ୍ଦ୍ରଗୁଡିକରେ ୧୮ ଡାକ୍ତର ପଦବୀ ଖାଲି ପଡିଥିବାରୁ ଲୋକେ ଔଷଧ ବିତରଣ କେନ୍ଦ୍ରରୁ ସୁବିଧା ମଧ୍ୟ ପାଇ ପାରୁନାହାନ୍ତି। ଦୀର୍ଘ ବର୍ଷ ଧରି ଡାକ୍ତର ପଦବୀ ପୂରଣ ହେଉ ନ ଥିବାରୁ ଫାର୍ମାଷିଷ୍ଟ ଏବଂ ନର୍ସମାନେ ରୋଗୀସେବା କରି ଆସୁଛନ୍ତି। ଡାକ୍ତରଖାନାରେ ଡାକ୍ତର ରହୁ ନ ଥିବାରୁ ବାଲେଶ୍ୱରକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଦୀର୍ଘବର୍ଷ ଧରି ଫାର୍ମାସିଷ୍ଟ ଏବଂ ନର୍ସମାନେ ରୋଗୀ ସେବା କରିଆସୁଛନ୍ତି। ଏହି ସମସ୍ୟା ଦୀର୍ଘବର୍ଷ ଧରି ଲାଗି ରହିଥିଲେ ହେଁ ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଏ ସମ୍ପର୍କରେ ବାଲେଶ୍ୱର ସିଡିଏମ୍‌ଓ ଡା. ଦୁଲାଲସେନ୍‌ ଜଗଦ୍ଦେବଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଛନ୍ତି, ସମଗ୍ର ରାଜ୍ୟରେ ଡାକ୍ତର ଅଭାବ ରହିଛି। ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଭାଗ ସର୍ବଦା ତତ୍ପର ରହିଛି ଏବଂ ଶୀଘ୍ର ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ପାଳ ପଞ୍ଚାୟତରେ ରାଜନୈତିକ ହିଂସା

ବାଲେଶ୍ୱର ଅଫିସ,୧୮ା୨: ବାଲେଶ୍ୱର ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ ଘଟିଛି । ଭାଜପା ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମୁହାମୁହିଁ। ସ୍ଥାନୀୟ ଆଦିବାସୀ...

ରଜ ସଂକ୍ରାନ୍ତିରେ ଆଖଣ୍ଡଳମଣି ମନ୍ଦିର ଭକ୍ତମୟ

ଆରଡ଼ି, ୧୫।୬(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ରଜ ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଶନିବାର ଭୋର ୪ଟାରେ ମନ୍ଦିର...

ଯୁକ୍ତ ୨ ବିଜ୍ଞାନ ଟପ୍ପର ଶର୍ମିଷ୍ଠାଙ୍କ ପଢ଼ା ଖର୍ଚ୍ଚ ବହନ କରିବ ବିଏସ୍‌ଇଟି

ଭଦ୍ରକ ଅଫିସ, ୮।୬ : ଚଳିତବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଶର୍ମିଷ୍ଠା ସାମଲ ୫୨୫ ନମ୍ବର ରଖି ମହାବିଦ୍ୟାଳୟ...

ସହକାରୀ ବନ ସଂରକ୍ଷକ ସୌମ୍ୟଙ୍କ ମୃତ୍ୟୁ ଘଟଣା: ଖଇରାରେ ପାରଳାଖେମୁଣ୍ଡି ପୋଲିସ ଟିମ୍‌

ଖଇରା,୧୯ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିରେ କାର୍ଯ୍ୟରତ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର(୩୧)ଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ୬ଦିନ ପୂରିଛି। ଅଧିକ ତଦନ୍ତ ପାଇଁ ଡିଆଜି...

ସ୍କର୍ପିଓ ସହ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ତାର ଜବତ: ୪ ଅଭିଯୁକ୍ତ ଅଟକ

ରୂପ୍‌ସା, ୨୩।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅଧୀନ ୬୦ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ୩୩କେଭି ବିଦ୍ୟୁତ୍‌ ଲାଇନ୍‌ରୁ ପ୍ରାୟ ୩୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବିଦ୍ୟୁତ୍‌...

ଗୋଳାବାରୁଦ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଶିବିର

ବାଲେଶ୍ୱର ଅଫିସ,୨୦।୧୦-ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅଧୀନ ଖଡୁପାହି ବାତ୍ୟା ଆଶ୍ରୟସ୍ଥଳୀରେ ଶନିବାର ପ୍ରୁଫ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିସମେଣ୍ଟ (ପିଏକ୍ସଇ) ପକ୍ଷରୁ ଗୋଳାବାରୁଦ ସମ୍ବନ୍ଧୀୟ ସୁରକ୍ଷା...

ବନ୍ୟା ଜଳରେ ବୁଡ଼ିଗଲେ ନାବାଳକ: ୩ଘଣ୍ଟା ପରେ ମିଳିଲା ମୃତଦେହ

ବସ୍ତା/ରୂପସା,୨୨।୮(ଡି.ଏନ.ଏ.)- ବାଲେଶ୍ୱର ଜିଲାରେ ବନ୍ୟା ବିଭୀଷିକା ଦେଖାଦେଇଥିବା ବେଳେ ବସ୍ତା ଥାନା ପଳାସିଆ ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ଜଳକା ନଦୀର ଶାଖା...

ଭିଜିଲାନ୍ସ ଅଧିକାରୀଙ୍କ ନାମରେ ଠକେଇ ମାମଲା: ତଦନ୍ତ ପାଇଁ ଥାନାକୁ ନିର୍ଦ୍ଦେଶ ଦେଲେ ଏସ୍‌ଡିଜେଏମ୍‌

ବାଲେଶ୍ୱର ଅଫିସ, ୨୯।୭: ଲୋକଙ୍କୁ ପ୍ରଲୋଭନ ଦେଖାଇ ଅର୍ଥ ଲଗାଣକାରୀ ସଂସ୍ଥାରେ ଟଙ୍କା ଲଗାଇବାକୁ ପ୍ରବର୍ତ୍ତାଇବା ନେଇ ବାଲେଶ୍ୱର ଜିଲା ଭିଜିଲାନ୍ସ କୋର୍ଟରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟରଙ୍କ...

Advertisement
Archives

Model This Week