୭ ମେଡିକାଲରେ ୧୮ ଡାକ୍ତର ପଦବୀ ଖାଲି

ଲଙ୍ଗଳେଶ୍ୱର, ୭।୧୧(ଡି.ଏନ.ଏ.) ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ରୋଗୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ସହ ବିନା ମୂଲ୍ୟରେ ଔଷଧ ଯୋଗାଇ ଦେଉଛନ୍ତି। ହେଲେ ବାଲିଆପାଳ ବ୍ଲକର ବିଭିନ୍ନ ଚିକିତ୍ସାଳୟରେ ଭିତ୍ତିଭୂମି ଥିଲେ ମଧ୍ୟ ଆବଶ୍ୟକ ସଂଖ୍ୟକ ଡାକ୍ତର ଏବଂ କର୍ମଚାରୀ ଅଭାବ ଯୋଗୁ ଲୋକେ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି।
ବାଲିଆପାଳ ବ୍ଲକରେ ଜନସଂଖ୍ୟା ୨ଲକ୍ଷ ଟପିଲାଣି। ମୋଟ ୨୮ ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକରେ ୨୩୧ଟି ରାଜସ୍ବ ଗ୍ରାମ ରହିଛି। ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ୭ଟି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ସେଥିମଧ୍ୟରେ ଦୁଇଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଅନ୍ୟ ୫ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପ୍ରତାପପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବ୍ୟତୀତ ଲଙ୍ଗଳେଶ୍ୱର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ବୋଳଂ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଶ୍ରୀରାମପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଘଣ୍ଟୁଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜାମକୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଶାଇ ମୋଟ ୭ଟି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ସ୍ବାସ୍ଥକେନ୍ଦ୍ରଗୁଡିକରେ ୧୮ ଡାକ୍ତର ପଦବୀ ଖାଲି ପଡିଥିବାରୁ ଲୋକେ ଔଷଧ ବିତରଣ କେନ୍ଦ୍ରରୁ ସୁବିଧା ମଧ୍ୟ ପାଇ ପାରୁନାହାନ୍ତି। ଦୀର୍ଘ ବର୍ଷ ଧରି ଡାକ୍ତର ପଦବୀ ପୂରଣ ହେଉ ନ ଥିବାରୁ ଫାର୍ମାଷିଷ୍ଟ ଏବଂ ନର୍ସମାନେ ରୋଗୀସେବା କରି ଆସୁଛନ୍ତି। ଡାକ୍ତରଖାନାରେ ଡାକ୍ତର ରହୁ ନ ଥିବାରୁ ବାଲେଶ୍ୱରକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଦୀର୍ଘବର୍ଷ ଧରି ଫାର୍ମାସିଷ୍ଟ ଏବଂ ନର୍ସମାନେ ରୋଗୀ ସେବା କରିଆସୁଛନ୍ତି। ଏହି ସମସ୍ୟା ଦୀର୍ଘବର୍ଷ ଧରି ଲାଗି ରହିଥିଲେ ହେଁ ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଏ ସମ୍ପର୍କରେ ବାଲେଶ୍ୱର ସିଡିଏମ୍‌ଓ ଡା. ଦୁଲାଲସେନ୍‌ ଜଗଦ୍ଦେବଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଛନ୍ତି, ସମଗ୍ର ରାଜ୍ୟରେ ଡାକ୍ତର ଅଭାବ ରହିଛି। ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଭାଗ ସର୍ବଦା ତତ୍ପର ରହିଛି ଏବଂ ଶୀଘ୍ର ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲ୍ୟାଣ୍ଡିଂ ବେଳେ ଫେଲ୍‌ ହେଲା ବ୍ରେକ୍‌ : ସିଧା ଯାଇ ଖୁଣ୍ଟରେ ପିଟିହେଲା ଇଣ୍ଡିଗୋ ବିମାନ, ତା’ପରେ…

ଶ୍ରୀନଗର,୪।୯: ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋର ବିମାନ 6E 225 ଲ୍ୟାଣ୍ଡିଂ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲ୍ୟାଣ୍ଡିଂ ପରେ ବିମାନଟି ପାର୍କିଂ ବେ’ ଆଡ଼କୁ ଯାଉଥିବା ସମୟରେ…

ଆଦିବାସୀ ଛାତ୍ରଙ୍କ ସମର୍ଥନରେ ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା, ଦରକାର ପଡ଼ିଲେ…

ମୁମ୍ବାଇ,୪।୯: ମହାରାଷ୍ଟ୍ରର ନାସିକରେ ଆନ୍ଦୋଳନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଅନଶନ ଶେଷ କରିବାକୁ ଅପିଲ୍ କରିଛନ୍ତି କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ। ଗୁରୁବାରନାସିକର ଇଦଗାହ…

ଇସ୍ରୋର ଆଉ ଏକ ବଡ଼ ସଫଳତା, ଲଞ୍ଚ ହେଲା EOS-05 ସାଟେଲାଇଟ୍

ନୂଆଦିଲ୍ଲୀ,୪ା୯: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ଅନ୍ତରୀକ୍ଷ କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରର…

କଳାହାଣ୍ଡି ଜିଲାରେ ଶିକ୍ଷାର ବିକଳ ଚିତ୍ର: ୩୮୨୦ ଡ୍ରପ୍‌ଆଉଟ ଛାତ୍ରୀଛାତ୍ର

ଭବାନୀପାଟଣା, ୪ା୯(ଉତ୍ତମ କୁମାର ଦାଶ):ଶିକ୍ଷାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାଗଣାରେ ଛାତ୍ରୀଛାତ୍ରଙ୍କୁ ବହି,…

ଇରାନ୍‌କୁ ଆର୍ଥିକ ଫାଇଦା ପହଞ୍ଚାଇଲେ ପରିଣାମ ଭୋଗିବ: ଆମେରିକା

ୱାଶିଂଟନ୍‌,୪।୯ (ପି.ଟି.): କିର୍‌ଗିଜସ୍ଥାନର ବିଶ୍‌କେକ୍‌ଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନ୍‌ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍‌ଙ୍କ…

CJPକୁ କାହିଁକି ସମର୍ଥନ କରିଥିଲେ? ସୋନମ ୱାଙ୍ଗଚୁକ୍‌ କଲେ ବଡ଼ ଖୁଲାସା, କହିଲେ ପାକିସ୍ତାନ….

ନୂଆଦିଲ୍ଲୀ,୩ା୯: CJP ଆନ୍ଦୋଳନ ସହ ନିଜର ସମ୍ପର୍କ ଏବଂ ଦଳର ବିଦେଶୀ ସମ୍ପର୍କକୁ ନେଇ ଉଠିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ସୋନମ ୱାଙ୍ଗଚୁକ୍‌। ସେ କହିଛନ୍ତି…

ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି, ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ମିଳିଲା ବେଲ୍, ୨ ଲକ୍ଷ…

ନୂଆଦିଲ୍ଲୀ,୩ା୯: ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (AAP) ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି ।…

ମଝି ଆକାଶରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ପାଇଲଟ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୩।୯: ଦୋହାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନ 6E 1302 ଗୁରୁବାର ମସ୍କଟରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଛି। ଯାତ୍ରା ସମୟରେ ପାଇଲଟ ହଠାତ୍‌ ଅସୁସ୍ଥ ହୋଇପଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri