Posted inଭଦ୍ରକ

ଚାକିରି ଦେବାକୁ କହି ଠକିନେଲେ ଲକ୍ଷାଧିକ ଟଙ୍କା

ବନ୍ତ,୭।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ସିଆର୍‌ପିଏଫ୍‌ରେ ଚାକିରି କରାଇ ଦେବାକୁ କହି ବହୁ ବେକାର ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେବା ଅଭିଯୋଗରେ ପୋଲିସ ୨ ଯୁବକଙ୍କୁ ଗିରଫ କରିଛି। ଗିରଫ ୨ ଯୁବକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବେଲଦା ଗ୍ରାମର କରୁଣାକର ରାଉତ ଓ ବନ୍ତ ଥାନା ଅନ୍ତର୍ଗତ ବୁଡଗଢିଆ ଗ୍ରାମର କିଶାନ ନାୟକ।
ଅଭିଯୋଗ ଅନୁଯାୟୀ, ପାନପଦୀ ଗ୍ରାମର ସତ୍ୟପ୍ରକାଶ ବେହେରାଙ୍କୁ ସିଆର୍‌ପିଏଫ୍‌ରେ ଚାକିରି ଦେବାକୁ କହି ତାଙ୍କ ଦୂରସମ୍ପର୍କୀୟ କରୁଣାକର ୨୦୨୦ ଡିସେମ୍ବର ୧୦ରେ ୧ ଲକ୍ଷ ୩୦ହଜାର ଟଙ୍କା ନେଇଥିଲେ। ଚାକିରି ଦେବାରେ ବିଳମ୍ବ ହେବାରୁ ସତ୍ୟପ୍ରକାଶ ବାରମ୍ବାର ଟଙ୍କା ମାଗିଥିଲେ। ଉକ୍ତ ଟଙ୍କା ସମ୍ପର୍କୀୟ ଭାଇ କିଶାନଙ୍କୁ ଦେଇଥିବାରୁ ଫେରାଇବାରେ ବିଳମ୍ବ ହେଉଥିବା କରୁଣାକର କହିଥିଲେ। ସତ୍ୟପ୍ରକାଶ ବାରମ୍ବାର ଟଙ୍କା ମାଗିବା ପରେ କରୁଣାକର ୭୦ ହଜାର ଟଙ୍କାର ଚେକ୍‌ ତାଙ୍କୁ ଦେଇଥିଲେ। ହେଲେ ତାହା ବାଉନ୍ସ ହୋଇଯାଇଥିଲା। ଏ ସମ୍ପର୍କରେ ସତ୍ୟପ୍ରକାଶ ଜଣାଇବାରୁ କରୁଣାକର ତାଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଗୁରୁବାର ଏନେଇ ସତ୍ୟପ୍ରକାଶ ଥାନାରେ ଅଭିଯୋଗ କରିଥିଲେ। ସେହିପରି ଚାକିରି ନଁାରେ ଉଭୟ ଯୁବକ ଦିବ୍ୟଶ୍ରୀ ଦୀପ୍ତା ପ୍ରକାଶ ରାଉତଙ୍କଠାରୁ ୧ ଲକ୍ଷ ୪୦ ହଜାର, ରତ୍ନାକର ବାରିକଙ୍କଠାରୁ ୫୫ ହଜାର, ସତ୍ୟନାରାୟଣ ମହାନ୍ତିଙ୍କଠାରୁ ୧ ଲକ୍ଷ ୨୦ ହଜାର, ବିଜୟ ମହାପାତ୍ରଙ୍କଠାରୁ ୪୫ ହଜାର, ଅଶ୍ୱିନୀ ବେହେରାଙ୍କଠାରୁ ୧ ଲକ୍ଷ ୬୦ ହଜାର ଟଙ୍କା ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ପୋଲିସ ମାମଲା (ନଂ.୧୮୬/୨୧) ରୁଜୁ କରି ଶୁକ୍ରବାର କରୁଣାକର ଓ କିଶାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ପ୍ରସଙ୍ଗରେ ଗର୍ଜିଲା ବିଜେଡି

ଧାମନଗର,୧।୯(ସନ୍ତୋଷ କୁମାର ମହାପାତ୍ର): ଫର୍ମ-୭ର ଅପବ୍ୟବହାର କରି ପ୍ରାୟ ୩ ହଜାରରୁ ଊଦ୍ଧର୍‌ବ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ଦେବା ପ୍ରସଙ୍ଗରେ ଧାମନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri