Posted inଭଦ୍ରକ

ଚାକିରି ଦେବାକୁ କହି ଠକିନେଲେ ଲକ୍ଷାଧିକ ଟଙ୍କା

ବନ୍ତ,୭।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ସିଆର୍‌ପିଏଫ୍‌ରେ ଚାକିରି କରାଇ ଦେବାକୁ କହି ବହୁ ବେକାର ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେବା ଅଭିଯୋଗରେ ପୋଲିସ ୨ ଯୁବକଙ୍କୁ ଗିରଫ କରିଛି। ଗିରଫ ୨ ଯୁବକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବେଲଦା ଗ୍ରାମର କରୁଣାକର ରାଉତ ଓ ବନ୍ତ ଥାନା ଅନ୍ତର୍ଗତ ବୁଡଗଢିଆ ଗ୍ରାମର କିଶାନ ନାୟକ।
ଅଭିଯୋଗ ଅନୁଯାୟୀ, ପାନପଦୀ ଗ୍ରାମର ସତ୍ୟପ୍ରକାଶ ବେହେରାଙ୍କୁ ସିଆର୍‌ପିଏଫ୍‌ରେ ଚାକିରି ଦେବାକୁ କହି ତାଙ୍କ ଦୂରସମ୍ପର୍କୀୟ କରୁଣାକର ୨୦୨୦ ଡିସେମ୍ବର ୧୦ରେ ୧ ଲକ୍ଷ ୩୦ହଜାର ଟଙ୍କା ନେଇଥିଲେ। ଚାକିରି ଦେବାରେ ବିଳମ୍ବ ହେବାରୁ ସତ୍ୟପ୍ରକାଶ ବାରମ୍ବାର ଟଙ୍କା ମାଗିଥିଲେ। ଉକ୍ତ ଟଙ୍କା ସମ୍ପର୍କୀୟ ଭାଇ କିଶାନଙ୍କୁ ଦେଇଥିବାରୁ ଫେରାଇବାରେ ବିଳମ୍ବ ହେଉଥିବା କରୁଣାକର କହିଥିଲେ। ସତ୍ୟପ୍ରକାଶ ବାରମ୍ବାର ଟଙ୍କା ମାଗିବା ପରେ କରୁଣାକର ୭୦ ହଜାର ଟଙ୍କାର ଚେକ୍‌ ତାଙ୍କୁ ଦେଇଥିଲେ। ହେଲେ ତାହା ବାଉନ୍ସ ହୋଇଯାଇଥିଲା। ଏ ସମ୍ପର୍କରେ ସତ୍ୟପ୍ରକାଶ ଜଣାଇବାରୁ କରୁଣାକର ତାଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଗୁରୁବାର ଏନେଇ ସତ୍ୟପ୍ରକାଶ ଥାନାରେ ଅଭିଯୋଗ କରିଥିଲେ। ସେହିପରି ଚାକିରି ନଁାରେ ଉଭୟ ଯୁବକ ଦିବ୍ୟଶ୍ରୀ ଦୀପ୍ତା ପ୍ରକାଶ ରାଉତଙ୍କଠାରୁ ୧ ଲକ୍ଷ ୪୦ ହଜାର, ରତ୍ନାକର ବାରିକଙ୍କଠାରୁ ୫୫ ହଜାର, ସତ୍ୟନାରାୟଣ ମହାନ୍ତିଙ୍କଠାରୁ ୧ ଲକ୍ଷ ୨୦ ହଜାର, ବିଜୟ ମହାପାତ୍ରଙ୍କଠାରୁ ୪୫ ହଜାର, ଅଶ୍ୱିନୀ ବେହେରାଙ୍କଠାରୁ ୧ ଲକ୍ଷ ୬୦ ହଜାର ଟଙ୍କା ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ପୋଲିସ ମାମଲା (ନଂ.୧୮୬/୨୧) ରୁଜୁ କରି ଶୁକ୍ରବାର କରୁଣାକର ଓ କିଶାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପୁନରୁଦ୍ଧାର ଅପେକ୍ଷାରେ କୁଣ୍ଡିନଈ

ତିହିଡ଼ି,୨୧।୪(ସଞ୍ଜିତ ବଳ)ଦିନ ଥିଲା କୁଣ୍ଡିନଈ ପାଇଁ ୯ ପଞ୍ଚାୟତ ଶସ୍ୟଶ୍ୟାମଳା ହେଉଥିଲା। ପାର୍ଶ୍ୱବର୍ତ୍ତୀ ଗଁାର ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଏହି ନଦୀ।...

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ...

ସମୂହ ନମାଜ ପାଠ କଲେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ

ଭଦ୍ରକ,୧୧ା୪(ସନାତନ ରାଉତ): ଶାନ୍ତି, ମୈତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍‌ ଅବସରରେ ଗୁରୁବାର ଭଦ୍ରକ ଇଦ୍‌ଗାହାଠାରେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ ସମୂହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri