ବ୍ରାଉନ୍‌ସୁଗାର ବ୍ୟବସାୟରେ ପୂର୍ତ୍ତ କର୍ମଚାରୀ

ଢେଙ୍କାନାଳ ଅଫିସ, ୭।୧୧:  ଢେଙ୍କାନାଳ ଟାଉନ ଥାନା ପୋଲିସ ସ୍ଥାନୀୟ ମହାବୀର ବଜାର ନିକଟ ପୂର୍ତ୍ତ ବିଭାଗ କଲୋନୀର ଏକ ଘରେ ଶୁକ୍ରବାର ସନ୍ଧ୍ୟାରେ ଚଢ଼ାଉ କରି ୨୭.୫୩୦ ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରିଛ। ବେଆଇନ ନିଶା କାରବାରରେ ସମ୍ପୃକ୍ତି ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଲକ୍ଷ୍ମୀବଜାର ଅଞ୍ଚଳର ବାପୁନି ସ୍ବାଇଁ ଓରଫ୍‌ ସନ୍ଦୀପ, କମଳ କୁମାର ନାୟକ, ସଞ୍ଜୀବ ମହାପାତ୍ର, ଜଗନ୍ନାଥରୋଡ୍‌ର ରାଜେନ୍ଦ୍ର ବରାଳ ଏବଂ ଚାନ୍ଦମାରୀ ସାହିର ଚକ୍ରଧର ପାତ୍ର। ସନ୍ଦୀପ ପୂର୍ତ୍ତ ବିଭାଗର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ତେବେ କିଛିଦିନ ତଳେ ତାଙ୍କୁ ନିଲମ୍ବିତ କରାଯାଇଥିବା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କହିଛନ୍ତି।
ପିଡବ୍ଲ୍ୟଡି କଲୋନୀର ଏକ ଘରେ ବ୍ରାଉନ୍‌ ସୁଗାର କାରବାର ଚାଲିଥିବା ସମ୍ପର୍କରେ ଅପରାହ୍ନରେ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ଟାଉନ ଥାନାଧିକାରୀ ନମିତା ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଅତର୍କିତ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୨୭.୫୩୦ ଗ୍ରାମ ବ୍ରାଉନ ସୁଗାର ସମେତ ୨ ଏଟିଏମ୍‌, ୪ ମୋବାଇଲ, ୨ ବାଇକ୍‌, ଗୋଟିଏ ସ୍କୁଟି, ୪୦ ଖଣ୍ଡ ଶାଗୁଆ ରଙ୍ଗର ଛୋଟ କାଗଜ, ୭ ଚାମଚ, ଗୋଟିଏ ବ୍ୟାଗ ଜବତ କରାଯାଇଛି। ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏ ସଂକ୍ରାନ୍ତରେ ଟାଉନ ଥାନାରେ କେସ୍‌ ନଂ. ୪୮୫/୨୧ରେ ଏକ ମାମଲା ରୁଜୁ କରାଯାଇଛି ା ଗିରଫ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।
ଢେଙ୍କାନାଳ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଧଳ ଜହର ବ୍ୟବସାୟ କାୟା ବିସ୍ତାର କରିବାରେ ଲାଗିଛି। ପୋଲିସ-ଅବକାରୀ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଏବଂ ଗୋଇନ୍ଦା ବିଫଳତା ଏହା ପଛର ପ୍ରମୁଖ କାରଣ ବୋଲି ଅଭିଯୋଗ ହେଉଛି। ଏଥିପୂର୍ବରୁ ଗତ ଅକ୍ଟୋବର ୨୬ରେ କାମାକ୍ଷାନଗର ଥାନା ଅନନ୍ତପୁର ଗୋଡ଼ିସାହି ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ୧୦ ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରିଥିଲା। ଏହି ଘଟଣାରେ ଜଣେ ଗିରଫ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri