ପାଣିରେ ଭାସୁଛି କଟାଧାନ

ନୟାଗଡ଼ ଅଫିସ,୧୪।୧୧: ନୟାଗଡ଼ ଜିଲାରେ ଲଘୁଚାପଜନିତ ଲଗାଣ ବର୍ଷା ଶୁକ୍ର ଓ ଶନିବାର ୨ଦିନ ହେଲା ଲାଗି ରହିଛି । ଏହାର ପ୍ରଭାବରେ କଟା ଯାଇଥିବା ଧାନ ଜମିରେ ଜମା ହୋଇଥିବା ବର୍ଷା ପାଣିରେ ଭାସୁଛି । ପୁଣି ଜମିରେ ଥିବା ଧାନ ଫସଲ ମାଟିରେ ପଡି ନଷ୍ଟ ହେବା ଆରମ୍ଭ ହୋଇଛି । ଖାଲୁଆ ଜମିରେ ବେଶି ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି ବୋଲି ଚାଷୀମାନେ କହିଛନ୍ତି । ଅନ୍ୟପକ୍ଷେ ଖଣ୍ଡପଡ଼ା ବ୍ଲକରେ ସର୍ବାଧିକ ବର୍ଷା ହୋଇଛି ।

୧୩ ତାରିଖ ଶନିବାର ଭାପୁର ବ୍ଲକରେ ୪୫.୧ ମିମି, ଦଶପଲ୍ଲା ବ୍ଲକରେ ୪୫.୮ ମିମି, ଗଣିଆରେ ୪୬ ମିମି, ଖଣ୍ଡପଡା ବ୍ଲକରେ ୯୧.୪ ମିମି, ନୟାଗଡ଼ ବ୍ଲକରେ ୮୫.୦ ମିମି, ନୂଆଗଁା ବ୍ଲକରେ ୬୫.୦ ମିମି, ଓଡ଼ଗଁା ବ୍ଲକରେ ୬୬.୪ ମିମି, ରଣପୁର ବ୍ଲକରେ ୫୩.୪ ମିିମି ବର୍ଷା ହୋଇଛି । ସେହିପରି ଶୁକ୍ରବାର ଭାପୁର ବ୍ଲକରେ ୩.୨ ମିମି, ନୟାଗଡ଼ ବ୍ଲକରେ ୨.୦ମିମି, ରଣପୁର ବ୍ଲକରେ ୧୦.୨ ମିମି ଅନୁରୂପ ଭାବେ ବର୍ଷା ହୋଇଛି । ଏନେଇ ନୟାଗଡ଼ ବ୍ଲକ ଗମ୍ଭାଡି ସାମନ୍ତରାପୁର ଗଁାର ଚାଷୀ ବିଜୟ ବେହେରା କୁହନ୍ତି, ମୁଁ ୩ ମାଣ ଜମିରେ ଧାନ ଫସଲ କରିଥିଲି। ବର୍ଷା ଆସିବା ପୂର୍ବରୁ ଅଢ଼େଇ ମାଣ ଜମିରୁ ଧାନ କାଟି ଦେଇଥିଲି । ବର୍ଷା ପରେ ଜମିରେ କଟା ଯାଇଥିବା ଧାନ ଭାସୁଛି । ଏଭଳିସ୍ଥଳେ କଟା ଯାଇଥିବା ଧାନକୁ ବର୍ଷାରେ ଭିଜି ପରିବାର ଲୋକେ ଏକାଠି ହୋଇ ରାସ୍ତା ଉପରକୁ ଆଣିଛୁ । ଖରା ହେଲେ ଏହାକୁ ଶୁଖାଯିବ । ଖରା ନ ହେଲେ ଆହୁରି ଅଧିକ କ୍ଷତି ହେବ। କୁମ୍ଭାରିଆ ଗଁାର ପୂର୍ଣ୍ଣଚନ୍ଦ୍ର ମହାପାତ୍ର କୁହନ୍ତି, ମୁଁ ୮ମାଣ ଜମିରେ ଫସଲ କରିଥିଲି । ମୋର ଭଲ ଧାନ ହୋଇଥିଲା। ବର୍ଷା ପୂର୍ବରୁ ୬ମାଣ ଜମିର ଫସଲ କାଟି ଦେଇଥିଲି । ବର୍ଷା ଯୋଗୁ କଟା ଧାନ ଜମିରେ ଭାସୁଛି । ମୁଁ ଏକୁଟିଆ ଲୋକ, ପାଣିରେ ଭାସୁଥିବା ଧାନକୁ ମଧ୍ୟ ସଂଗ୍ରହ କରି ପାରୁ ନାହିଁ କହି ସେ ଦୁଃଖ ପ୍ରକାଶ କରିଥିଲେ । ଲୋକ ଲଗାଇ ବୋହିବା ସମ୍ଭବ ହେଉ ନାହିଁ। ବର୍ଷା ସମୟରେ ଶ୍ରମିକ ମିଳୁ ନାହାନ୍ତି ବୋଲି କହିଛନ୍ତି । କେନ୍ଦୁଢ଼ିପିର ଯୋଗେନ୍ଦ୍ର ନାୟକ କୁହନ୍ତି, ମୋର ୪ ମାଣ ଧାନ ପାଣିରେ ବୁଡି ରହିଛି। ପ୍ରାୟ ୨ମାଣ ଜମିର ଧାନ କାଦୁଅରେ ରହିଛି । ଏ ବର୍ଷ ପାଣି ଓ କାଦୁଅରୁ ଧାନ ସଂଗ୍ରହ କରିବାକୁ ପଡିବ । ଅମଳ କମିବା ସହ ଧାନର ମାନ କମିଯିବ ବୋଲି ସେ କହିଛନ୍ତି । ଗଣିଆର ସୁଦାମ ପ୍ରଧାନ, ନୂଆଗଁାର ହୀନ ନାୟକ, ଦଶପଲ୍ଲାର କୁଞ୍ଜ ବେହେରା, ଫତେଗଡ଼ର ରାମଚନ୍ଦ୍ର ସ୍ବାଇଁ କୁହନ୍ତି, ଧାନ ଅମଳ ସମୟରେ ବର୍ଷା ଧାନ ଫସଲକୁ ନଷ୍ଟ କରିବ । ବେଶି କ୍ଷତି ଖାଲୁଆ ଜମିରେ ହେବ । ଉଚ୍ଚା ଜମିରେ ପାଣି ଗଡ଼ି ଯାଇଛି। ଏବେ ବର୍ଷାରେ ଚାଷୀ ବିଲକୁ ଯାଇ ହୁଡା ହାଣି ଜଳ ନିଷ୍କାସନ କରିବାରେ ଲାଗି ପଡିଛି । ତେବେ ଧାନ ଫସଲ ଭଲ ହେବ ବୋଲି ଯାହା କୁହାଯାଉଥିଲା ଏହି ଲଗାଣ ବର୍ଷା ସେହି ଆଶାକୁ ଧୂଳିସାତ୍‌ କରିଛି ବୋଲି ଚାଷୀମାନେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri