ଆମ ଜିଲା ଖବର

ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ସିପିଆଇଏମ୍‌ର ଧର୍ମଘଟ

ଚିତ୍ରକୋଣ୍ଡା,୨୬ା୧୧(ଡି.ଏନ୍‌.ଏ.): କୃଷି ବିରୋଧୀ ଆଇନ, ଶ୍ରମିକ ବିରୋଧୀ ଓ ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ ଓ କୃଷକ ସଂଗଠନମାନଙ୍କ ପକ୍ଷରୁ ଦେଶ ବ୍ୟାପୀ ସାଧାରଣ ଧର୍ମଘଟ ଡାକରା ସହ ବିଭିନ୍ନ ଦାବିକୁ ନେଇ ଓଡ଼ିଶାରେ ସଫଳ କରିବାକୁ ରାଜ୍ୟ…

ଭାରତ ବନ୍ଦ ଡାକରା: ରେଳ ରୋକିଲା କଂଗ୍ରେସ, ସିପିଆଇ

ଛତ୍ରପୁର,୨୬।୧୧(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ଗୁରୁବାର ସର୍ବଭାରତୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ବନ୍ଦର ପ୍ରଭାବ ଗଞ୍ଜାମ ଜିଲାରେ ମଧ୍ୟ ଦେଖିବାକୁ ମିଳିଛି। ଜିଲା ହେଡକ୍ୱାର୍ଟର ଛତ୍ରପୁରଠାରେ ସିପିଆଇ ଓ…

ଭୋଗରାଇରେ ଭାରତ ବନ୍ଦର ମିଶ୍ରିତ ପ୍ରଭାବ

ଭୋଗରାଇ,୨୬ା୧୧(ଡି.ଏନ୍‌.ଏ.): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ ମିଶ୍ରିତ ପ୍ରଭାବ ପଡ଼ିଛି। ଥାନାଛକଠାରେ ଆନ୍ଦୋଳନକାରୀମାନେ ମୁଖ୍ୟ ରାସ୍ତା ଅବରୋଧ କରିବା ଗାଡ଼ି ଚଳାଚଳ ବନ୍ଦ ହୋଇଛି। ଦୋକାନ, ସରକାରୀ ଅଫିସ ଖୋଲା…

ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ନାବାଳକଙ୍କ ମୃତ୍ୟୁ ଅଭିଯୋଗ: ମୃତଦେହ ରଖି ରାସ୍ତା ଅବରୋଧ

କେସିଙ୍ଗା,୨୬ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଏକ ଅଭାବନୀୟ ଘଟଣା ଘଟିଛି। ନର୍ଲା ଗ୍ରାମର ଜୟନ୍ତୀ ନଗରପଡ଼ାର କୈବଲ୍ୟ ସେନାପତିଙ୍କ ପୁଅ ମନୋଜ(୧୨)। ବୁଧବାର ବିଳମ୍ବିତ ରାତିରେ ପେଟ ବ୍ୟଥା ହେବାରୁ ନର୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରାଥମିକ ଚିକିତ୍ସା ପାଇଁ ପରିବାର…

ଦିଗପହଣ୍ଡିରେ ଧର୍ମଘଟ ପ୍ରଭାବ: ଦୋକାନ ବଜାର ବନ୍ଦ , ପ୍ରତିବାଦ ସଭା

ଦିଗପହଣ୍ଡି,୨୬।୧୧(ଡି.ଏନ.ଏ.): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ଗୁରୁବାର ସର୍ବଭାରତୀୟ ଶ୍ରମିକ ସଙ୍ଗଠନ ସମୂହ ପକ୍ଷରୁ ଡ଼ାକରା ଦିଆଯାଇଥିବା ଧର୍ମଘଟ ପ୍ରଭାବରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ଥିବା ବେଳେ…

ତିଗିରିଆରେ ବନ୍ଦ ପାଳନ

ତିଗିରିଆ,୨୬।୧୧:(ଡି.ଏନ.ଏ): କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ତିଗିରିଆ ବ୍ଲକ ନୂଆପାଟଣା ଚଣ୍ଡୀବଜ଼ାରଠାରେ ହିନ୍ଦ ମଜଦୁର ସଭା ଆଠଗଡ ତରଫରୁ ଗୁରୁବାର ସକାଳୁ ବନ୍ଦ ପାଳନ କରାଯାଇଛି। ନୂଆପାଟଣାର ଦୁର୍ଗା ବଜ଼ାର, ଚଣ୍ଡୀ ବଜ଼ାର ଓ ହାଟ…

ଭାରତ ବନ୍ଦ: ବାଲେଶ୍ୱରରେ ପ୍ରଭାବ

ବାଲେଶ୍ୱର ଅଫିସ,୨୬।୧୧: କେନ୍ଦ୍ର ସରକାର ଜନ ବିରୋଧୀ ଏବଂ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଗୁରୁବାର ସକାଳ ୬ଠାରୁ ୨୪ ଘଣ୍ଟିଆ ବନ୍ଦରେ ବାଲେଶ୍ୱର ଜିଲା ସାମିଲ ହୋଇଛି। ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, ୫୬ଟି କେନ୍ଦ୍ରୀୟ ଫେଡେରେଶନ ଏଥିରେ ସାମିଲ…

‘ବାହାର ଲୋକେ ପୁରୀ ନ ଆସନ୍ତୁ’

ପୁରୀ ଅଫିସ,୨୬ା୧୧:ପଞ୍ଚକ ବ୍ରତ ବୁଧବାରଠାରୁ ଆରମ୍ଭ ହୋଇଛି। ଦିନକ ପରେ ଅର୍ଥାତ୍‌ ଶୁକ୍ରବାର ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏହାପରେ କାର୍ତ୍ତିକ ପୂର୍ଣ୍ଣିମା। ଏହି ବିଶେଷ ପର୍ବପର୍ବାଣି ପାଇଁ ପୁରୀ ଜିଲା ପ୍ରଶାସନ କେତେକ କଟକଣା ଜାରି କରିଛି। ନାଗାର୍ଜୁନ ବେଶ…

ଆଇଆଇଏଫ୍‌ଏଲ୍‌ରୁ ଲୁଟ ଘଟଣା:ସଂସ୍ଥାର ମହିଳା ଅଧିକାରୀଙ୍କ ସମେତ ୭ ଗିରଫ

କଟକ ଅଫିସ,୨୬ା୧୧:କଟକ ନୟାସଡ଼କ ଅଞ୍ଚଳରେ ଥିବା ଅର୍ଥ ଲଗାଣକାରୀ ସଂସ୍ଥା ଇଣ୍ଡିଆନ ଇନ୍‌ଫୋଲାଇନ ଫାଇନାନ୍ସ ଲିମିଟେଡ(ଆଇଆଇଏଫ୍‌ଏଲ୍‌) ଶାଖାରୁ ଲୁଟ୍‌ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ପଦାକୁ ଆସୁଛି। ଏଥିରେ ସଂସ୍ଥାର କର୍ମଚାରୀ ଲାଲା ଅମ୍ରିତ ରାୟ ସମ୍ପୃକ୍ତ ଥିବା ମଙ୍ଗଳବାର…

ପଟ୍ଟଚିତ୍ର,ଦିଆସିଲି କାଠି ଓ କାଗଜରେ ନାଗାର୍ଜୁନ ବେଶ

ପୁରୀ ଅଫିସ,୨୬ା୧୧:ଦିନକ ପରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଏହି ବେଶକୁ ପଟ୍ଟଚିତ୍ରରେ ଦେଖାଇବାକୁ ଚେଷ୍ଟା କରିଛନ୍ତି ଶିଳ୍ପୀ ପଙ୍କଜ ବେହେରା। ପଙ୍କଜ କହିଛନ୍ତି, କରୋନା କଟକଣା ଯୋଗୁ ଏଥର ଶ୍ରଦ୍ଧାଳୁ ନାଗାର୍ଜୁନ ବେଶ ଦେଖିପାରିବେ ନାହିଁ। ତେଣୁ ପଟ୍ଟଚିତ୍ରରେ ଅବିକଳ ଏହି…

ଓଏଫ୍‌ଡିସି ସବ୍‌ଡିଭିଜନାଲ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ

ଲଖନପୁର,୨୬ା୧୧(ଡି.ଏନ୍‌.ଏ.):ଓଡିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି)ର ଝାରସୁଗୁଡ଼ା ଜିଲା ବନ ଉନ୍ନୟନ ନିଗମ ସବ୍‌ ଡିଭିଜନାଲ ମ୍ୟାନେଜର ବାସୁଦେବ ପାଲଙ୍କ ଗତ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏନେଇ ମୃତକଙ୍କ ଝିଅ ତନୁଜା ଝାରସୁଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ…

ଗଛ ଜଗିଛନ୍ତି ଗଞ୍ଜେଇ ଚାଷୀ

ବଇଣ୍ଡା,୨୬ା୧୧(ପରିକ୍ଷିତ ସାହୁ): ପ୍ରତିବର୍ଷ ଚଢ଼ାଉ ହେଉଛି। ଲକ୍ଷ ଲକ୍ଷ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରାଯାଉଛି। ଶତାଧିକ ମାମଲା ସହ ବେଆଇନ ଚାଷୀଙ୍କୁ ଗିରଫ କରାଯାଉଛି। କିନ୍ତୁ ଅନୁଗୋଳ ଜିଲା ହଣ୍ଡପା ଓ ଠାକୁରଗଡ଼ ଥାନା ଅଞ୍ଚଳରେ ଗଞ୍ଜେଇ ଚାଷକୁ ରୋକାଯାଇପାରୁ ନାହିଁ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri