ସମ୍ପାଦକଙ୍କୁ ବହିଷ୍କାର କରିପାରିବ କମିଟି

ଯାଜପୁର ଅଫିସ,୧୪ା୧୧: ଯାଜପୁର ଜିଲା ଧର୍ମଶାଳା ବ୍ଲକ ମହିସରା ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ) ସମ୍ପାଦକ ଅମରେନ୍ଦ୍ର ରାଉତଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ଏହିକ୍ରମରେ ମହୀଶରା ପାକ୍ସର ସମ୍ପାଦକ ରାଉତଙ୍କୁ ପରିଚାଳନା କମିଟି ତାଙ୍କ ପଦବୀରୁ ବହିଷ୍କାର କରିପାରିବ ବୋଲି ରାଜ୍ୟ ସମବାୟ ସମିତିର ନିବନ୍ଧକ (ଆର୍‌ସିଏସ୍‌) ଭିଜିଲାନ୍ସ ଏସ୍‌ପିଙ୍କୁ ସୂଚନା ଦେଇଛନ୍ତି। ତେଣୁ ସମ୍ପୃକ୍ତ କମିଟି ମାଧ୍ୟମରେ ଆବଶ୍ୟକ ମଞ୍ଜୁର କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ଆରସିଏସ୍‌ ୮ା୧୧ା୨୦୨୧ ତାରିଖ ପତ୍ରରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୯ ଏପ୍ରିଲରେ କୃଷକଙ୍କ ନାମରେ ଆସୁଥିବା ବିଭିନ୍ନ ଯୋଜନାରେ ଆର୍ଥିକ ହରିଲୁଟ ଅଭିଯୋଗ ସଂକ୍ରାନ୍ତରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ହୋଇଥିଲା। ୧ା୪ା୨୦୧୬ରୁ ୩୧ା୩ା୨୦୧୭ ମଧ୍ୟରେ ଚାଷୀଙ୍କ ବୀମା, ବିହନ, ଋଣ ଆଦି ଅନୁଦାନ ବାବଦକୁ ବିପୁଳ ଅର୍ଥ ହଡ଼ପ ହୋଇଥିବା ଭିଜିଲାନ୍ସ ପକ୍ଷରୁ ତଦନ୍ତରୁ ଜଣାପଡ଼ିଥିଲା। ଆର୍‌ସିଏସ୍‌ଙ୍କ ପାଖରେ ଭିଜିଲାନ୍ସ ତଦନ୍ତ ରିପୋର୍ଟ ଦାଖଲ କରିବା ପରେ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

୨୦୧୦-୧୧ ବର୍ଷଠାରୁ ମନଇଚ୍ଛା ଖର୍ଚ୍ଚ ଓ ରେକର୍ଡପତ୍ରରେ କାରସାଦି କରି ତୋସରପାତ କରାଯିବା ଫଳରେ ମାତ୍ର ୬ ବର୍ଷ ମଧ୍ୟରେ ୫୦ ଲକ୍ଷ ୮୭ ହଜାର ଟଙ୍କା କ୍ଷତି ହୋଇଛି। ଏହାସହ ସମିତିରେ ୧ କୋଟି ୩୪ ଲକ୍ଷ ୪୯ ହଜାର ୯୧୯ ଟଙ୍କାର କ୍ଷତି ହୋଇଥିବା ଅଡିଟ ରିପୋର୍ଟରେ ସୂଚନା ମିଳିଥିଲା। ସ୍ବଳ୍ପମିଆଦୀ କୃଷି ଋଣ ଟଙ୍କା ଲଗାଣରୁ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ କୃଷି ଋଣ ହଡ଼ପ କରାଯାଇଛି। ଏନେଇ ପୂର୍ବରୁ ୫ରୁ ଊର୍ଦ୍ଧ୍ୱ ଥର ତଦନ୍ତ ନିର୍ଦ୍ଦେଶ ହୋଇଥିଲେ ହେଁ କୌଣସି ତଦନ୍ତ ହୋଇ ନଥିଲା। ୨୩ା୧ା୨୦୧୮ରେ ୧୫ ଜଣ ଚାଷୀଙ୍କ ନାମରେ ପ୍ରାୟ ୨ ଲକ୍ଷ ଟଙ୍କା ଲେଖାଏ ରବି ଚାଷ ପାଇଁ ଋଣ ମଞ୍ଜୁର ହୋଇଥିଲା। କେତେଜଣ ଭାଗଚାଷୀ ଗୋଷ୍ଠୀଙ୍କ ନାମରେ ୨୦୧୬ ଅଗଷ୍ଟରେ ୧ ଲକ୍ଷ ୧୦ ହଜାର ଟଙ୍କା ଲେଖାଏ ଋଣ ମଞ୍ଜୁର ହୋଇଥିଲା। ଏମାନେ ଖିଲାପୀ ହୋଇଥିବାବେଳେ ସେମାନଙ୍କ ନାମରେ ପୁଣି ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏ ଋଣ କିପରି ପ୍ରଦାନ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା। ଏଭଳି ଅନେକ ଅଭିଯୋଗକୁ ଭିତ୍ତି କରି ଏଆର୍‌ସିଏସ୍‌ ତାଙ୍କ ପତ୍ରସଂଖ୍ୟା ୮୮୫୭/୩ା୫ା୨୦୧୮ରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସମ୍ପାଦକଙ୍କୁ ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବାରୁ ବିଭାଗସ୍ତରରେ ଭିଜିଲାନ୍ସର ସହଯୋଗ ଲୋଡ଼ାଯାଇଥିଲା। ଏ ସଂକ୍ରାନ୍ତରେ ଯାଜପୁର ଏଆର୍‌ସିଏସ୍‌ ଶରତ ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, ଆର୍‌ସିଏସ୍‌ଙ୍କ ନିର୍ଦ୍ଦେଶ ଅନୁସାରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଏନେଇ ଭିଜିଲାନ୍ସ ଡିଏସ୍‌ପିଙ୍କ ସହ ଆଲୋଚନା କରାଯାଇ କମିଟିକୁ ସୂଚିତ କରାଯାଇଛି।

ଯାଜପୁର ଜିଲାରେ କାର୍ଯ୍ୟରତ କେତେଜଣ ପାକ୍ସ କର୍ମଚାରୀ ଧାନ ସଂଗ୍ରହରେ ହେରଫେର ଏବଂ କୃଷି ବୀମା ଟଙ୍କା ଓ ଋଣ ଲଗାଣ ଆଦିରେ ବ୍ୟାପକ ଚଞ୍ଚକତା କରୁଥିବା ଅଭିଯୋଗ ହୋଇଆସୁଛି। ଏହି ଦୁର୍ନୀତିରେ ପ୍ରଭାବିତ ଚାଷୀକୁଳ ବିଭିନ୍ନ ସମୟରେ ଅଭିଯୋଗ କରି ଆସୁଥିଲେ ହେଁ ତଦନ୍ତ ନିର୍ଦ୍ଦେଶରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସୀମିତ ରହିଛି। ଏହାପୂର୍ବରୁ ବଡ଼ଚଣା, ଧନେଶ୍ୱର, ମାର୍କଣ୍ଡପୁର ଆଦି ପାକ୍ସରେ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲେ ହେଁ ବିଭାଗୀୟ କେତେଜଣ ଅଧିକାରୀ ଏହାକୁ ଚାପିଦେବାକୁ ଏଯାଏ ସକ୍ଷମ ହୋଇଛନ୍ତି। ତେଣୁ ଏହି ଅଭିଯୋଗ ବିରୋଧରେ କେବେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୃଷକମାନେ ପ୍ରଶ୍ନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri