ରିକ୍ସାଚାଳକଙ୍କ ନାମରେ ଲେଖିଦେଲେ କୋଟିଏ ଟଙ୍କାର ସମ୍ପତ୍ତି

କଟକ ଅଫିସ,୧୪ା୧୧: ରକ୍ତ ସମ୍ପର୍କ ନ ହୋଇ ମଧ୍ୟ ଜଣେ ରିକ୍ସାଚାଳକଙ୍କୁ ନିଜର ସବୁ ସମ୍ପତ୍ତିର ଉତ୍ତରାଧିକାରୀ କରିବା ପାଇଁ ମନସ୍ଥ କରି କଟକ ସୂତାହାଟ ଅଞ୍ଚଳର ମିନତି ପଟ୍ଟନାୟକ(୬୩) ମହାନତା ଦେଖାଇଛନ୍ତି। ମିନତିଙ୍କ ଅକୁଣ୍ଠ ସ୍ନେହ, ମମତା, ଭଲ ପାଇବା ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି।

ସମ୍ବଲପୁରର ଝିଅ ମିନତି ସୂତାହାଟ ଅଞ୍ଚଳର କୃଷ୍ଣକୁମାର ପଟ୍ଟନାୟକଙ୍କୁ ବିବାହ କରିଥିଲେ। ବେଶ୍‌ ସ୍ବଚ୍ଛଳ ପରିବାର ତାଙ୍କର। ୨୦୨୦ରେ କୃଷ୍ଣକୁମାରଙ୍କର ଦେହାନ୍ତ ହୋଇଯାଇଥିଲା। ଝିଅ ମୁହଁକୁ ଚାହିଁ ବାକି ଜୀବନ ବିତାଇବେ ବୋଲି ଭାବିଥିଲେ ମିନତି। ହେଲେ ବିଧିର ବିଧାନ ଥିଲା ଅଲଗା। ସ୍ବାମୀଙ୍କ ଦେହାନ୍ତର ୬ମାସ ପରେ ଝିଅ କମଲଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ଏହାପରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିଲେ ମିନତି। ସମ୍ପର୍କୀୟଙ୍କ ସେଭଳି ସହଯୋଗ ନ ମିଳିବାରୁ ସେ ନିଜକୁ ଏକୁଟିଆ ବୋଲି ଭାବୁଥିଲେ। ଏହି ଅସମୟରେ ରିକ୍ସାଚାଳକ ବୁଢ଼ା ସାମଲ ତାଙ୍କ ପାଖରେ ଛିଡା ହୋଇଥିଲେ। ମିନତିଙ୍କ ପରିବାର ସହ ବୁଢାଙ୍କ ସମ୍ପର୍କ ଦୀର୍ଘବର୍ଷର। ବୁଢା କମଲଙ୍କୁ ସ୍କୁଲ ନେବାଆଣିବା କରୁଥିଲେ। ସେହିପରି ତାଙ୍କ ଘରର ବୋଲହାକଠାରୁ ଆରମ୍ଭ କରି ସବୁକିଛି କରିଆସୁଛନ୍ତି। ତାଙ୍କର ଏହି ନିଃସ୍ବାର୍ଥପର ସେବା ଦେଖି ମିନତି ତାଙ୍କ ତିନିମହଲା କୋଠା ସହ ଆସବାବପତ୍ର ଓ ସୁନାଅଳଙ୍କାର ଦେବା ପାଇଁ ଚୁକ୍ତି କରିଛନ୍ତି। ଏଥିସହ ମୃତ୍ୟୁ ପର୍ଯ୍ୟନ୍ତ ବୃଢାଙ୍କ ପରିବାର ମେଳରେ ରହି ଦିନ କାଟିବାକୁ ସ୍ଥିର କରିଛନ୍ତି। ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ସେବା ଆଗରେ ସମ୍ପତ୍ତି ତୁଚ୍ଛ ବୋଲି ସେ ପ୍ରମାଣ କରିଦେଇଛନ୍ତି। ବୁଢାଙ୍କ ଗୋଟିଏ ଝିଅ ବାହା ହୋଇଯାଇଥିବାବେଳେ ସ୍ତ୍ରୀ, ୨ ପୁଅ ଓ ବୋହୂ ସ୍ଥାନୀୟ ସିଦ୍ଧେଶ୍ୱର ସାହିରେ ଭଡାଘରେ ରହୁଥିଲେ। ହେଲେ ୩ ମାସ ହେବ ସେମାନେ ମିନତିଙ୍କ ଘରେ ରହିଆସୁଛନ୍ତି। ସେବେଠାରୁ ବୁଢାଙ୍କର ପରିବାର ଲୋକେ ମିନତିଙ୍କ ସେବା କରିଆସୁଛନ୍ତି।

ଏ ସମ୍ପର୍କରେ ମିନତି କହିଛନ୍ତି, ପ୍ରଥମେ ସ୍ବାମୀ ଆରପାରିକୁ ଚାଲିଗଲେ। ପରେ ଝିଅର ମୃତ୍ୟୁ ଘଟିଲା। ମୋ ସଂସାର ଉଜୁଡି ଗଲା, ସବୁ ତୁଚ୍ଛ ଲାଗିଲା। ଜୀବନର ସବୁଠାରୁ କଠିନ ସମୟରେ ବୁଢା ମୋ ପାଖରେ ଠିଆ ହୋଇଥିଲା। ସେଥିଲାଗି ମୁଁ ମୋର ସବୁ ସମ୍ପତ୍ତି ତାଙ୍କୁ ଦେବାକୁ ନିଷ୍ପତ୍ତି ନେଇଥିଲି। ଏଥିପାଇଁ ସମ୍ପର୍କୀୟମାନେ ମୋତେ ବିରୋଧ କରିଥିଲେ। ହେଲେ ମୁଁ କାହାକୁ ଖାତିର ନ କରି ମୋ’ ନିଷ୍ପତ୍ତିରେ ଅଟଳ ରହିଲି। ଅନ୍ୟପକ୍ଷରେ ବୁଢା କହିଛନ୍ତି, ମା’ ଙ୍କ ସହ ସମ୍ପର୍କ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ। ତାଙ୍କ ଏହି ନିଷ୍ପତ୍ତିରେ ମୁଁ ବହୁତ ଖୁସି। ହେଲେ ଏହି ସମ୍ପତ୍ତିରେ ମୋର ଲୋଭ ନାହିଁ। ମୁଁ ମୋ ପରିବାର ଲୋକେ ମା’ଙ୍କ ଶେଷ ସମୟ ପର୍ଯ୍ୟନ୍ତ ସେବା କରିବୁ। ଏଥିରେ କୌଣସି ହେଳା କରିବୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ...

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ...

ରାଜଧାନୀ ରାସ୍ତାକଡ଼ ପାଲଟିଛି କବାଡ଼ିଖାନା

ଭୁବନେଶ୍ୱର, ୧୮।୪ (ବନ୍ଦନା ସେଠୀ)ରାଜଧାନୀର ରାସ୍ତା କଡ଼ରୁ ପରିତ୍ୟକ୍ତ ହୋଇ ପଡିରହିଥିବା ଗାଡ଼ି, କ୍ୟାବିନ ଏବଂ ଅନ୍ୟାନ୍ୟ ଅଦରକାରୀ ସାମଗ୍ରୀଗୁଡିକୁ ତୁରନ୍ତ ହଟାଇବା ପାଇଁ ଭୁବନେଶ୍ୱର...

ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି

ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ...

ଅସ୍ତିତ୍ୱ ହରାଉଛି ଗଡ଼ଖୋର୍ଦ୍ଧା, ପାଣ୍ଡବଘରା

ଖୋର୍ଦ୍ଧା,୧୮ା୪ (ପ୍ରଭାତ ପାଣିଗ୍ରାହୀ)ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଖୋର୍ଦ୍ଧାର ଅନେକ ଐତିହ୍ୟ କୀର୍ତ୍ତିରାଜି ଆଜି ଧ୍ୱଂସାଭିମୁଖୀ। ଐତିହ୍ୟ ଗଡ଼ଖୋର୍ଦ୍ଧା ଏବଂ ବରୁଣେଇ ପାହାଡ଼ ଶୀର୍ଷରେ ଥିବା ପାଣ୍ଡବ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri