କୋଟିଆ ପରେ ଗଞ୍ଜାମ ଉପରେ ଆନ୍ଧ୍ରର ଦୃଷ୍ଟି

ପାତ୍ରପୁର, ୧୪ା୧୧(ଡି.ଏନ୍‌.ଏ.): ଓଡ଼ିଶା ମାନଚିତ୍ରରେ ଗାଁ ରହିଛି ହେଲେ ପ୍ରଶାସନିକ ଅବହେଳାରୁ ଏହି ଗାଁଗୁଡ଼ିକୁ ବିକାଶ ପହଞ୍ଚତ୍ ପାରିନାହିଁ। ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଏହାର ସୁଯୋଗ ନେଇ କୋଟିଆ ପରେ ଗଞ୍ଜାମ ଜିଲା ପାତ୍ରପୁର ଉପରେ ଦୃଷ୍ଟି ପକାଇଛି। ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତର ଗୁଡ଼ିଖଳା ଗ୍ରାମରେ ଥିବା ଘରଗୁଡ଼ିରେ ଆନ୍ଧ୍ର ପୋଷ୍ଟର ମାରିଛି। ଏଥିରେ ଆନ୍ଧ୍ର ତାର ବିଭିନ୍ନ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଛି।

ପାତ୍ରପୁର ବ୍ଲକର ବୁରାତାଲ, ତୁମ୍ବା, ଆମ୍ବପୁର, ଗୁଣ୍ଡ୍ରା, ଖମ୍ବାରିଙ୍ଗା, ବରଙ୍ଗ, କେଶରିପଡ଼ା, ବିନୂଆଗାଁ , ଗୁଡ଼ିପଦର ଆଦି ପଞ୍ଚାୟତର କିଛି ଗ୍ରାମକୁ ଆନ୍ଧ୍ର ସୀମାନ୍ତ ଲାଗି ରହିଛି। ଏଥିରୁ ବୁରାତାଲ ପଞ୍ଚାୟତର ଗୁଡ଼ିଖଳା ଗ୍ରାମ ଆନ୍ଧ୍ର ସୀମାକୁ ଲାଗି ରହିଥିବା ବେଳେ ଆନ୍ଧ୍ର ପ୍ରଶାସନ ଗ୍ରାମରେ ପହଞ୍ଚତ୍ ବିଭିନ୍ନ କ୍ଷେତ୍ରରେ ବିକାଶ କରିଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ ପାଖରେ ଗୁଡ଼ିଖଳା ଗ୍ରାମବାସୀ ବୋଲି ଭୋଟର ପରିଚୟ ପତ୍ର, ରାଶନ କାର୍ଡ ରହିଥିବା ବେଳେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲା ମୁଶା ମଣ୍ଡଳ ବୁଡ଼ାରସିଙ୍ଗି ପଞ୍ଚାୟତର କୁରୁଡ଼ାଲୁ ଗ୍ରାମବାସୀ ବୋଲି ଭୋଟର କାର୍ଡ, ରାଶନ କାର୍ଡ, ଆଧାର କାର୍ଡ ଓ ଭତ୍ତା କାର୍ଡ ଓ ସ୍ବାସ୍ଥ୍ୟ ବୀମା କାର୍ଡ ରହିଛି। ସେହିଭଳି ଗଜପତି ଜିଲା ରାୟଗଡ଼ା ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ଗୁଡ଼ିଖାଳି ଗ୍ରାମରେ ରହିଲା ଭଳି କେତେଜଣ ଆଦିବାସୀଙ୍କ ପାଖରେ ପରିଚୟପତ୍ର ରହିଛି। ଓଡ଼ିଶାର ଦୁଇଟି ଜିଲାର ଦୁଇଟି ବ୍ଲକରେ ଏହି ୨ଟି ଗ୍ରାମ ଥିଲେ ମଧ୍ୟ କୌଣସି ସୁବିଧା ସୁଯୋଗ ଗ୍ରାମବାସୀ ପାଇନାହାନ୍ତି। ଏହାର ସୁଯୋଗ ନେଇ ଆନ୍ଧ୍ର ପ୍ରଶାସନ ଉକ୍ତ ଗ୍ରାମକୁ ବିଦ୍ୟୁତ୍‌, ପାନୀୟ ଜଳ, ଛାତ୍ରୀଛାତ୍ରଙ୍କୁ ଶିକ୍ଷା, ରାଶନ ସାମଗ୍ରୀ ସହ ବୃଦ୍ଧାବୃଦ୍ଧଙ୍କୁ ମାସିକ ୨୨୫୦ ଟଙ୍କା ଭତ୍ତା ଦେଇ ନିଜ ଆଡ଼କୁ ନେଇଛି।

ପାତ୍ରପୁର ବ୍ଲକ ତରଫରୁ କେତେଜଣ ବ୍ୟକ୍ତିଙ୍କୁ ଇନ୍ଦିରାଆବାସ ମିଳିଥିବା ବେଳେ ଆଉ କିଛି ପରବାରକୁ ଆନ୍ଧ୍ର ସରକାର ଘର ଯୋଗାଇ ଦେଇଛନ୍ତି। ସେହି ଘର ବାରଣ୍ଡାରେ ଆନ୍ଧ୍ର ସରକାରଙ୍କ କଲ୍ୟାଣ କ୍ୟାଲେଣ୍ଡର ଟଙ୍ଗା ହୋଇଛି। ଏଥିରେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନାରେ କେତେ ଟଙ୍କା ହିତାଧିକାରୀଙ୍କୁ ମିଳିବ ସେଥିରେ ଉଲ୍ଲେଖ ଅଛି। ପାତ୍ରପୁର ବ୍ଲକର ବୁରାତାଲ ପଞ୍ଚାୟତରୁ ମାସିକ ୫୦୦ ଟଙ୍କା ଭତ୍ତା ମିଳୁଥିବାବେଳେ ଆନ୍ଧ୍ର ପ୍ରଦେଶରୁ ତାରିସିଙ୍ଗି ପଞ୍ଚାୟତ କାର୍ଯ୍ୟାଳୟରେ ୨୨୫୦ ଟଙ୍କାର ଭତ୍ତା ମିଳୁଥିବା ଆଦିବାସୀମାନେ ପ୍ରକାଶ କରିଛନ୍ତି। ଗ୍ରାମରେ ରହିଥିବା ୨୭ ଆଦିବାସୀ ପରିବାରଙ୍କ ଗମନାଗମନ ପାଇଁ ଓଡ଼ିଶାର ଉଭୟ ବ୍ଲକ ଆଖି ବୁଜିଦେଇଥିବା ବେଳେ ଆନ୍ଧ୍ର ସରକାର ଗାଁ ମୁଣ୍ଡ ଉପରେ ଥିବା କଳିଙ୍ଗ ଦଳା ଜଳଭଣ୍ଡାର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିଛି। ସ୍ବାସ୍ଥ୍ୟ ସୁବିଧା ପାଇଁ ଓଡ଼ିଶାର ପାଖ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଲେ ୩୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଆନ୍ଧ୍ରର ଶିରିପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ମାଗଣା ସ୍ବାସ୍ଥ୍ୟ ସେବା ମିଳୁଥିବା ଜଣାପଡ଼ିଛି। ପ୍ରତି ମାସରେ ଆନ୍ଧ୍ର ଅଧିକାରୀ ଗ୍ରାମରେ ପହଞ୍ଚତ୍ ବିଭିନ୍ନ ସୁବିଧା ଅସୁବିଧା ବୁଝୁଥିବା ବେଳେ ଓଡ଼ିଶାର କୌଣସି ପ୍ରଶାସନିକ ଅଧିକାରୀ ଗାଁକୁ ଆସି ନ ଥିବା ଗ୍ରାମର କିଛି ବ୍ୟକ୍ତି ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?