କଲେଜ ଛକରେ ବସିଥିଲେ ଯୁବକ: ୧୦ରୁ ଅଧିକ ଆସି ନିର୍ଧୂମ ଛେଚିଲେ
ପଦ୍ମପୁର,୯।୯(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କରଞ୍ଜ ଆଡ଼ିଆ ଗ୍ରାମର ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ସେ ହେଲେ ଗ୍ରାମର ପ୍ରଫୁଲ୍ଲ କୁମାର ପୁହାଣ। ବୁଧବାର ରାତିରେ ପ୍ରଫୁଲ୍ଲ କରଞ୍ଜ ଆଡ଼ିଆ କଲେଜ ଛକଠାରେ ବସିଥିବା ବେଳେ ୧୦ରୁ…
ସେବା ପାଇଁ ସରଞ୍ଜାମ ଅଭାବ
ଖମାର,୯ା୯(ଡି.ଏନ.ଏ.) କରୋନା ସମୟରେ ସ୍ବାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ମେଡିକାଲର ଭିତ୍ତିଭୂମି ସୁଦୃଢ଼ କରାଯାଉଛି। ଆବଶ୍ୟକସ୍ଥଳେ ଡାକ୍ତର ନିଯୁକ୍ତି ହେଉଛି। କିନ୍ତୁ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ମେଡିକାଲ ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ୁନାହିଁ। ଦୀର୍ଘଦିନ ହେଲା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ…
ନବାନ୍ନରେ ଉତ୍ସବମୁଖର ଯୋରନ୍ଦା
ଢେଙ୍କାନାଳ ଅଫିସ, ୯।୯: ମହିମାଧର୍ମର ମୁଖ୍ୟପୀଠ ଯୋରନ୍ଦା ମହିମାଗାଦିରେ ଭାଦ୍ରବ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ବୁଧବାର ଅନୁଷ୍ଠିତ ହୋଇଯାଇଛି ନବାନ୍ନ ଉତ୍ସବ। କୋଭିଡ୍ କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବାବେଳେ ଶୂନ୍ୟବ୍ରହ୍ମଙ୍କ ଉପାସନାରେ ବିଭୋର ହୋଇଥିଲେ ସାଧୁସନ୍ଥ। ଗୈରିକ ବସ୍ତ୍ରଧାରୀ…
ବିନା ପ୍ରଶିକ୍ଷଣରେ ସଫଳ
ପାଟଣା, ୯।୯ (ସ୍ବ.ପ୍ର.)-ଦୃଢ଼ ଇଛାଶକ୍ତି ଥିଲେ ଅସାଧ୍ୟ କାର୍ଯ୍ୟ ହାସଲ ହୁଏ। ସଫଳତାର ଶୀର୍ଷରେ ମଣିଷ ପହଞ୍ଚି ପାରେ। ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତର ଦୁର୍ଗାଦେଇପୁର ଶାସନ ଗ୍ରାମର ଯୁବ ସଙ୍ଗୀତ…
ପରିବେଶ ଚିନ୍ତାରେ ବିତିଲାଣି ୩୩ ବର୍ଷ
ସିମୁଳିଆ,୯।୯(ଡି.ଏନ.ଏ.)-ମାସେ କି ବର୍ଷେ ନୁହେଁ, ଦୀର୍ଘ ୩୩ବର୍ଷ ହେଲା ପରିବେଶ ସୁରକ୍ଷାରେ ଲାଗିପଡ଼ିଛନ୍ତି ପ୍ରକୃତିପ୍ରେମୀ କାହ୍ନୁଚରଣ ସିଂ। ପେସାରେ ସେ ଜଣେ ଶିକ୍ଷକ, ହେଲେ ନିଶା ପରିବେଶ ସୁରକ୍ଷା ଓ ସମାଜସେବା। ପରିବେଶକୁ ଭଲ ପାଉଥିବା ବ୍ୟକ୍ତିତ୍ୱଙ୍କର ଆଚାର, ବିଚାର ଓ…
ଏସିଏଫ୍ ସୌମ୍ୟରଞ୍ଜନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଖଇରା ବନ୍ଦ
ବାଲେଶ୍ୱର ଅଫିସ,୯ା୯: ବାଲେଶ୍ୱର ଜିଲା ଖଇରା ମାଟିର ପୁଅ ତଥା ପାରଳାଖେମୁଣ୍ଡିରେ କାର୍ଯ୍ୟରତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ ତଥା ତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗୁରୁବାର ସକାଳୁ ଖଇରା ବଜାର ବନ୍ଦ…
ବିପଦ ସଙ୍କେତ ଉପରେ ଜଳକା
ରୂପସା/ବସ୍ତା, ୯।୯(ଡି.ଏନ.ଏ.): ବାଲେଶ୍ୱର ଜିଲାରେ ଲଗାଣ ବର୍ଷା ଯୋଗୁ ଜଳକା ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ବସ୍ତା ବ୍ଲକ ଅଧୀନ ମଥାନୀଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଅପରାହ୍ନ ୩ଟାରେ ଜଳସ୍ତର ବୃଦ୍ଧି ହୋଇ ୫.୮୮ ମିଟର ଓ…
ଅମାବାସ୍ୟା ରାତିରେ ଖୋଳୁଥିଲେ ଗୁପ୍ତଧନ: ଧରାପଡ଼ିଲେ ଗୁଣିଆ ସମେତ ୧୧
ବିଷମକଟକ,୯ା୯(ଡି.ଏନ୍.ଏ.): ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅମାବାସ୍ୟା ରାତିରେ ଗୁପ୍ତଧନ ଖୋଳିବାକୁ ଯାଇଥିଲେ। ଗ୍ରାମବାସୀ ୧୧ ଜଣଙ୍କୁ କାବୁକରି ୨୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅଟକ ରଖିଥିବା ଜଣାପଡ଼ିଛି। ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଡୁକୁମ ପଞ୍ଚାୟତର ଡେଡିପଡ଼ା ଗ୍ରାମରୁ ଆସିଛି…
ରାସ୍ତାରେ ଗଦା କଲେ ପରିବା
ବରଗଡ଼ ଅଫିସ୍,୮।୯: ବରଗଡ଼ ଏକ କୃଷିପ୍ରଧାନ ଜିଲା। ଧାନ ପରି ପରିବା ଉତ୍ପାଦନରେ ମଧ୍ୟ ଏହି ଜିଲା ପଛରେ ପଡ଼ିନାହିଁ। କିନ୍ତୁ ଧାନବିକ୍ରି ଭଳି ପରିବା ବିକ୍ରିରେ ମଧ୍ୟ ଚାଷୀଙ୍କୁ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ପଡୁଛି। ବୁଧବାର ଜିଲାର ଚାଷୀମାନେ…
ଖୋଜି ଖୋଜି ୩ ମାଓବାଦୀଙ୍କୁ ଧରିଲେ
ମାଲକାନଗିରି,୮ା୯(ଡି.ଏନ୍.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ଯବାନଙ୍କୁ ବଡ଼ ସଫଳତା ମିଳିଛି। ସର୍ଚ୍ଚ ଅପରେଶନବେଳେ ମାଓବାଦୀଙ୍କ ଏକ ସ୍ମାରକୀ ସ୍ତୂପକୁ ଭଙ୍ଗାଯିବା ସହ ବିଜାପୁର ଜିଲା ବାସାଗୁଡ଼ା ଥାନା ମୁରୁଦଣ୍ଡାପଟେଲପାରା ଜଙ୍ଗଲରୁ ୩ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଜାଗରଗୁଣ୍ଡାର କୁଞ୍ଜାମ…
ବାପ-ପୁଅଙ୍କୁ ଧକ୍କା ଦେଲା ତହସିଲଦାରଙ୍କ ଗାଡ଼ି
ଦେବଗଡ଼, ୮ା୯(ଡି.ଏନ୍.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ବଣିଆକିଲିଣ୍ଡା ଗ୍ରାମ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ବୁଧବାର ବାରକୋଟ ତହସିଲଦାରଙ୍କ ଗାଡ଼ି ଧକ୍କାରେ ଜଣେ ଯୁବ ବ୍ୟବସାୟୀ ଓ ତାଙ୍କର ୧୧ବର୍ଷର ପୁଅ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଅଧିକ ଚିକିତ୍ସା ନିମନ୍ତେ…
ଦୁର୍ଘଟଣା ପରେ ପୋଲରେ ଓହଳି ରହିଲା ଟ୍ରକ୍
ଜମନକିରା,୮ା୯(ଡି.ଏନ.ଏ.): ଜମନକିରା ଥାନା ବଡ଼ରମା ପିଠାମାରେନ ପୋଲରେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ ଘଣ୍ଟା ରାସ୍ତା ଜାମ ହୋଇଥିଲା। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପୋଲିସ ସୂଚନା ମୁତାବକ, ମଙ୍ଗଳବାର ରାତିରେ ସମ୍ବଲପୁରରୁ କେନ୍ଦୁଝର…

