ଲକ୍ଷ୍ମୀନୃସିଂହ ବେଶରେ ମହାପ୍ରଭୁ

ପୁରୀ ଅଫିସ, ୧୯ା୧୧: ପଞ୍ଚକର ଚତୁର୍ଥ ଦିବସ ଅର୍ଥାତ୍‌ କାର୍ତ୍ତିକ ମାସ ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥିରେ ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ (ଡାଳିକିଆ ବେଶ) ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଳୁମାନେ ଏହି ବେଶ ଦର୍ଶନ କରି କୃତାର୍ଥ ହୋଇଛନ୍ତି।
ପରମ୍ପରା ଅନୁଯାୟୀ, ପ୍ରଥମେ ଶ୍ରୀକ୍ଷେତ୍ରର ଚକ୍ରନୃସିଂହଙ୍କଠାରୁ ମହାପ୍ରଭୁଙ୍କ ପାଖକୁ ଆଜ୍ଞାମାଳ ଆସିଥିଲା। ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ଲକ୍ଷ୍ମୀନୃସିଂହ ବେଶ ଆରମ୍ଭ ହୋଇଥିଲା। ସେବାୟତମାନେ ରତ୍ନଭଣ୍ଡାରରୁ ବିଭିନ୍ନ ସୁବର୍ଣ୍ଣ ଅଳଙ୍କାର ଆଣି ଶ୍ରୀବିଗ୍ରହମାନଙ୍କୁ ସଜ୍ଜିତ କରିଥିଲେ। ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ରଙ୍ଗବେରଙ୍ଗର ଫୁଲ ଗୁନ୍ଥି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀମସ୍ତକରେ ଲଗାଯାଇଥିଲା। ଏହି ଡାଳ ମଝି ମଝିରେ ଠିଆପାଖୁଡ଼ା ଆକୃତିର ସ୍ବର୍ଣ୍ଣକିଆ ଖଞ୍ଜାଯାଇଥିଲା। ସେହିପରି ଠାକୁରମାନେ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର, କିରୀଟ, କୁଣ୍ଡଳ, ଚନ୍ଦ୍ରିକା ସହ ପ୍ରଭୁ ବଳଭଦ୍ର ହସ୍ତରେ ହଳ ମୁଷଳ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଶଙ୍ଖ ଓ ଚକ୍ର ଧାରଣ କରିଥିଲେ। ଗୋପାଳ ବଲ୍ଲଭ, ବାଳଭୋଗ ଓ ସକାଳ ଧୂପ ଶେଷ ହେବା ପର୍ଯ୍ୟନ୍ତ ଏହି ବେଶ ରହିଥିଲା। ଶୁକ୍ରବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ତେବେ ପ୍ରଶାସନ ପକ୍ଷରୁ ଜାରି କଟକଣା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ତେଣୁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନରୁ ବଞ୍ଚତ୍ତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଲ ଫାଟି ଆଁ, ମରୁଡ଼ି ଆଶଙ୍କା

ରାଜନଗର,୯।୮ (ଡି.ଏନ.ଏ.)ଚଳିତବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀକୁଳ ହତାଶ ହୋଇପଡିଛନ୍ତି। ଜୁନ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ଚାଷୀମାନଙ୍କୁ ଆନନ୍ଦିତ କରିଥିଲା। ହଠାତ୍‌ ଜୁଲାଇ ପ୍ରଥମ...

ଶ୍ରୀକ୍ଷେତ୍ରରେ ଗୁପ୍ତ ଗୁଣ୍ଡିଚା: ନାରାୟଣୀ ମନ୍ଦିରକୁ ବିଜେ ହେଲେ ଦୁର୍ଗାମାଧବ

ପୁରୀ ଅଫିସ, ୧।୧୦: ଶ୍ରୀମନ୍ଦିରରେ ଚାଲିଛି ଦୁର୍ଗାମାଧବ ଉପାସନା। ସୋମବାର ମା’ ବିମଳାଙ୍କ ପୀଠରୁ ଦୁର୍ଗାମାଧବ ରଥାକୃତି ବିମାନରେ ବିଜେ ହୋଇ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ...

ଲାଞ୍ଚ ନେଇ ଜେଲ୍‌ ଗଲେ ମାଲକାନଗିରି ସଦର ଥାନାର ୩ ପୋଲିସ ଅଧିକାରୀ

ମାଲକାନଗିରି,୨୬।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ଥାନାର ୩ ଜଣ ପୋଲିସ ଅଧିକାରୀଙ୍କୁ ଗୁରୁବାର ବିଳମ୍ବିତ ରାତିରେ କଟକ ଦୁର୍ନୀତି ନିବାରଣ ନିର୍ଦ୍ଦେଶକ କାର୍ଯ୍ୟାଳୟର ପଦାଧିକାରୀମାନେ ଲାଞ୍ଚ...

‘ଭାଜପାର ପରାଜୟ ଏକ ରହସ୍ୟ’

ଭୁବନେଶ୍ୱର,,୧୭ା୧୨(ବ୍ୟୁରୋ):୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟରେ ପୂର୍ବାପେକ୍ଷା ଭାଜପା ଭଲ ପ୍ରଦର୍ଶନ କରି ପ୍ରଥମ ଥର ଲାଗି ମୁଖ୍ୟ ବିରୋଧୀ ଦଳ ଆସନ ହାସଲ କରିଛି। ସେହିପରି...

ନେତା ବଦଳୁଛନ୍ତି, ବଦଳୁ ନାହିଁ ଗାଁର ଚିତ୍ର

ନୟାଗଡ଼ ଅଫିସ,୨୦।୨: ଆଦିବାସୀ ଓ ଦଳିତ ବହୁଳ ଦଶପଲ୍ଲା ବ୍ଲକରେ ନେତା ବଦଳି ଚାଲିଥିଲେ ମଧ୍ୟ ଗାଁର ରୂପରେଖ ବଦଳି ପାରୁନି । ଏଣୁ ନେତା...

ବୌଦ୍ଧକୁ ଫେରିଲା କରୋନା, ଗୋଟିଏ ଦିନରେ ୧୮ ପଜିଟିଭ

ବୌଦ୍ଧ,୨୦ା୧୦(ସ୍ବ.ପ୍ର.): ବୌଦ୍ଧ ଜିଲାରେ ବୁଧବାର ୧୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ା ଦୀର୍ଘ ଦିନ ପରେ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହେବା...

ସୁସ୍ଥ ହେଲେ ଆଉ ୩୪୮୪ କରୋନା ଆକ୍ରାନ୍ତ: ୮୦ହଜାର ଟପିଲା ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର,୧।୯(ବ୍ୟୁରୋ): ରାଜ୍ୟରେ ଆଉ ୩୪୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତନ୍ମଧ୍ୟରୁ ସର୍ବାଧିକ ୮୯୦ଜଣ ଖୋର୍ଦ୍ଧାର ଅଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ...

ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା: ସୁପ୍ରିମକୋର୍ଟରେ ମାମଲା

କେନ୍ଦ୍ରାପଡ଼ା ଅଫିସ, ୨୯।୬:  କେନ୍ଦ୍ରାପଡ଼ା ଜିଲା ଇଚ୍ଛାପୁରସ୍ଥ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ମାମଲା ସୋମବାର ସୁପ୍ରିମକୋର୍ଟରେ ପହଞ୍ଚତ୍ଛି। କୋଭିଡ୍‌ କଟକଣା ମଧ୍ୟରେ ରଥଯାତ୍ରା ହେଉ ବୋଲି କ୍ଷିତୀଶ...

Advertisement
Archives

Model This Week