ଡିଲ୍‌ ବେଳେ ଧରାପଡ଼ିଲେ

ବାଲିଗୁଡା/ଭୁବନେଶ୍ୱର,୧୭ା୧୧(ବ୍ୟୁରୋ): କନ୍ଧମାଳ ଜିଲା ବାଲିଗୁଡା ଥାନା ଅଞ୍ଚଳରୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ୧୧ କେଜି ଓଜନର ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି। ଏସ୍‌ଟିଏଫ୍‌ ଘଟଣାରେ ସମ୍ପୃକ୍ତ ୨ ଚାଲାଣକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ କନ୍ଧମାଳ ଜିଲା ବାଲିଗୁଡା ଥାନା ସୋନୁବାଡି ଗ୍ରାମର ଶିବାନନ୍ଦ ମଲିକ ଏବଂ ବରଖମା ଥାନା କାଳୀପୂସାଙ୍ଗିଆ ଗ୍ରାମର ରାସ୍ତରା ଭୋଇ।

ବୁଧବାର ବିଳମ୍ବିତ ରାତିରେ ଜାକିକିଆ ଗାଁ ନିକଟରେ ୨ଜଣ ଯୁବକ ବଜ୍ରକାପ୍ତା ଡିଲ୍‌ କରିବା ଉଦ୍ଧେଶ୍ୟରେ ଆସୁଥିବା ନେଇ ଏସ୍‌ଟିଏଫ୍‌କୁ ଖବର ମିଳିଥିଲା। ଏନେଇ ଏସ୍‌ଟିଏଫ୍‌ର ଏକ ଟିମ୍‌ ବାଲିଗୁଡା ବନବିଭାଗକୁ ଜଣାଇଥିଲା। ବନବିଭାଗ ଓ ଏସ୍‌ଟିଏଫ୍‌ ଟିମ୍‌ ପହଞ୍ଚତ୍ ବଜ୍ରକାପ୍ତାକୁ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ଗିରଫ ପରେ ସେମାନଙ୍କୁ ଏସ୍‌ଟିଏଫ୍‌ ବାଲିଗୁଡା ବନବିଭାଗକୁ ହସ୍ତାନ୍ତର କରିଥିଲା। ବନବଭାଗ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ଅପରପକ୍ଷରେ ସୁରକ୍ଷା ଦୃଷ୍ଟିରୁ ଉଦ୍ଧାର ବଜ୍ରକାପ୍ତାକୁ ବାଲିଗଡ଼ା ଡିଏଫ୍‌ଓଙ୍କୁ ହସ୍ତାନ୍ତ କରାଯାଇଛି। ତେବେ ଅଭିଯୁକ୍ତଦ୍ୱୟ ପାଖ ଜଙ୍ଗଲରୁ ବଜ୍ରକାପ୍ତାକୁ ଆଣିଥିବା ସନ୍ଦେହ କରାଯାଉଛି। ତେବେ ଏମାନେ କାହାକୁ ବିକ୍ରି କରିଥାନ୍ତେ, ପୂର୍ବରୁ କେତୋଟି ବଜ୍ରକାପ୍ତା ଚାଲାଣ କରିଛନ୍ତି ସେନେଇ ବନବିଭାଗ ଓ ଏସ୍‌ଟିଏଫ୍‌ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ପାଇଁ ବିଲକୁ ଖାଇବାକୁ ନେଇ ଆଉ ଫେରିଲେନି ପୁଅ

ଛେଣ୍ଡିପଦା,୩୧।୮(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ମାଛକୁଟା ଗାଁରେ ମଙ୍ଗଳବାର ବଜ୍ରପାତରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବିଜୟ ସାହୁଙ୍କ ପୁଅ...

ଡିସେମ୍ବର ସୁଦ୍ଧା ଇନର ରିଙ୍ଗ ରୋଡ୍‌

ଅନୁଗୋଳ ଅଫିସ, ୨୮ା୨: ଅନୁଗୋଳ ସହର ପ୍ଲାନିଂରେ ଯୋଡିହେବ ଇନର ରିଙ୍ଗ ରୋଡ୍‌। ଜିଲାପାଳଙ୍କ ଏହି ପରିକଳ୍ପନା ପରେ ଏ ନେଇ ପ୍ରଶାସନ ପକ୍ଷରୁ ମଙ୍ଗଳବାର...

ଅର୍ଥ ଅଛି, ଅନୁମତି ନାହିଁ

ବଇଣ୍ଡା, ୨୫ା୮(ଡି.ଏନ୍‌.ଏ.)ବହୁ ଆପତ୍ତି ଅଭିଯୋଗ ପରେ ୨ ବ୍ଲକକୁ ଯୋଡ଼ୁଥିବା ୯.୪ କିଲୋମିଟର ସଡ଼କକୁ ପକ୍କା କରିବା ପାଇଁ ସରକାର ଅର୍ଥ ଯୋଗାଇ ଦେଇଛନ୍ତି। ପୂର୍ତ୍ତ...

ନାବାଳିକାଙ୍କ ବିବାହ ନା ଚାଲାଣ

କେନ୍ଦ୍ରାପଡ଼ା ଅଫିସ, ୧୫ା୧୧:ଝିଅ ନବମ ଶ୍ରେଣୀରେ ପଢୁଥିଲା। ଅଗଷ୍ଟ ୧୫ରେ ସ୍କୁଲରେ ସ୍ବାଧୀନତା ଦିବସ ପାଳନ ପରେ ଫେରିବା ବାଟରେ ଜଣେ କୋଲ୍‌କାତା ମେଦିନାପୁର ଅଞ୍ଚଳର...

ପରୀକ୍ଷା ଖାତା ବୋର୍ଡ ଅଫିସ୍‌ ନ ଯାଇପାରିବା ଘଟଣା: ତଦନ୍ତ କଲେ ଶିକ୍ଷା ବିଭାଗ ଟିମ୍‌

ଉଦଳା, ୮।୩ (ଡି.ଏନ.ଏ.) – ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟରେ ଶୁକ୍ରବାର ଥିଲା ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଇଂରାଜୀ ପରୀକ୍ଷା । ୭୧ ଜଣ ଛାତ୍ରୀ...

ମୁମ୍ବାଇରୁ ଫେରିଥିଲେ କଟକ ସହରର ଏକମାତ୍ର ଆକ୍ରାନ୍ତ

କଟକ ଅଫିସ,୧୩।୬: କଟକ ଜିଲାରୁ ଶୁକ୍ରବାର ମୋଟ ୯୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ମାତ୍ର ଜଣେ ଆକ୍ରାନ୍ତ କଟକ ସହରର। ସେ...

ସୂଚନା ଅଧିକାର ଆଇନକୁ ଅବମାନନା: ୨୫ରୁ ଧାରଣା

ନୀଳଗିରି, ୨୧।୧୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ନୀଳଗିରି ଆଇଟିଡ଼ିଏର ବିଭିନ୍ନ ଯୋଜନା ଓ ପ୍ରକଳ୍ପ ବାବଦରେ ତଥ୍ୟ ସୂଚନା ଆଇନ୍‌ ବଳରେ...

ଭାଜପା ଛାଡି ବିଜେଡିରେ ଯୋଗଦେଲେ ୨୦ ସମିତିସଭ୍ୟାସଭ୍ୟ: ଜୁନାଗଡ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଆସନ ଟଳମଳ

ଜୁନାଗଡ,୬।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକର ୨୦ଜଣ ସମିତିସଭ୍ୟାସଭ୍ୟ ଭାଜପା ଛାଡି ବିଜେଡିରେ ଯୋଗଦେଇଛନ୍ତି। ଜୁନାଗଡ ବିଧାୟକ ତଥା ରାଜ୍ୟ ଶକ୍ତମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର...

Advertisement
Archives

Model This Week