ବାର୍‌ହା ଉପଦ୍ରବ ସୀମାପାର

ରାସୋଳ, ୧୯ ।୧୧(ଡି.ଏନ୍‌.ଏ.) ବିହନ ବୁଣିବା ସମୟରେ ବର୍ଷା ହେଲାନି। ଧାନ ତଳି ଉଠିବାଠାରୁ ରୋଇବା ଯାଏ ପାଣି ପାଇଁ ସଂଘର୍ଷ କଲେ ଚାଷୀ। ବଡ଼ କଷ୍ଟରେ ଫସଲ ବଞ୍ଚାଇ ରଖିଥିବାବେଳେ ଏବେ ପାଚି ଆସିଲାଣି ଧାନ। ହେଲେ ଫସଲ ଅମଳ ବେଳକୁ ହାତୀ, ବାର୍‌ହା, ମାଙ୍କଡ଼, ଷଣ୍ଢ ଉପଦ୍ରବ ଚାଷୀଙ୍କ ନିଦ ହଜାଇ ଦେଇଛି। ସ୍ଥିତି ଏମିତି ହୋଇଛି ଯେ, ବର୍ଷକର ଝାଳବୁହା ପରିଶ୍ରମର ମୂଲ୍ୟ ମିଳିବ କି ନାହିଁ ତାହାକୁ ନେଇ ଆଶଙ୍କା ଦେଖାଦେଲାଣି। ବନ୍ୟଜନ୍ତୁ ଉପଦ୍ରବରୁ ଫସଲକୁ ସୁରକ୍ଷା ଦେବାରେ ବନ ବିଭାଗ, ପ୍ରଶାସନ ବିଫଳ ହୋଇଥିବାବେଳେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳର ଚାଷୀ।
ରାସୋଳ ଅଞ୍ଚଳରେ ହାତୀ ଏବଂ ବାର୍‌ହା ଉପଦ୍ରବ ସୀମା ଟପିଛି। ରାତି ଅଧରେ ବାର୍‌ହା ପଲ ଜମିରେ ପଶି ଫସଲ ଉଜାଡ଼ି ଦେଉଛନ୍ତି। ଏଥିରେ କେବଳ ଯେ, ଧାନ ଚାଷ ପ୍ରଭାବିତ ହେଉଛି ତାହା ନୁହେଁ, ଚିନାବାଦାମ, ଓଲୁଅ, ଆଳୁ ଚାଷ କରିଥିବା ଚାଷୀ ମଧ୍ୟ ବ୍ୟାପକ କ୍ଷତି ସହୁଛନ୍ତି। ରାସୋଳ, କୁନୁଆ, ବୁହାଳିପାଳ, ଦଣ୍ଡିରି, ନବକିଶୋରପୁର, ଗଣ୍ଡାନାଳୀ, ଗିରିଧରପ୍ରସାଦ, ବମ୍ପା, ବାବନ୍ଧ ଆଦି ଅଞ୍ଚଳରେ ବାର୍‌ହା ବଂଶ ଅହେତୁକ ଭାବେ ବୃଦ୍ଧି ପାଇଛି। ଗଁା ଉପକଣ୍ଠରେ ଥିବା ବୁଦୁବୁଦିଆ ଜଙ୍ଗଲରେ ରହୁଥିବା ବାର୍‌ହା ପଲ ସଞ୍ଜ ନଇଁଲେ ଜମିମୁହଁା ହେଉଛନ୍ତି। ରାତି ସାରା ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରି ଦେଉଛନ୍ତି। ମାଟି ତଳେ ହେଉଥିବା ଫସଲ ମଧ୍ୟ ସେମାନଙ୍କ ମୁହଁରୁ ବର୍ତ୍ତୁନି। କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହି ବନ ବିଭାଗ ଦାୟିତ୍ୱ ସାରି ଦେଉଥିବାବେଳେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି।
ଦୋଳ ସାହୁ, ଲକ୍ଷ୍ମୀଧର ସାହୁ, ରମେଶ ବିଶ୍ୱାଳ, ବିଦ୍ୟାଧର ବେହେରା, ଅନେଇ ସାହୁ, ଗଣି ପଧାନ, ରଘୁନାଥ ପାଳ, ସୁଶୀଳ ପାଳ, ମନୋଜ ମିଶ୍ର, ବିଜୁ ସାମଲ, ତ୍ରିନାଥ ପଟ୍ଟନାୟକ, ସୁବାସ ସାମଲ, ମହରଗା ସାମଲ, କୃଷ୍ଣ ଗଡ଼ନାୟକଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ବ୍ୟାପକ ଫସଲ ବାର୍‌ହା ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ଚାଷୀଙ୍କ କହିବା କଥା, ଫସଲ କ୍ଷତିପୂରଣ ବାବଦରେ ବନ ବିଭାଗ ପକ୍ଷରୁ ଏକର ପିଛା ମାତ୍ର ୧୩୦୦ ଟଙ୍କା ଦିଆଯାଉଛି, ଯାହା ସମୁଦ୍ରକୁ ଶଙ୍ଖେ। ତାହା ବି ୪ରୁ ୬ ମାସ ପରେ ମିଳୁଛି। କରୋନା ମହାମାରୀ ସମୟରେ ଅନେକ ଶିକ୍ଷିତ ଯୁବକ ଚାଷକୁ ବୃତ୍ତିଭାବେ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ଧାରକରଜ, ଋଣ କରି ଫସଲ କରିଛନ୍ତି। ହେଲେ ବନ୍ୟଜନ୍ତୁଙ୍କ ଉପଦ୍ରବ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଛି। ଏଭଳି ସମସ୍ୟା ପ୍ରତିବର୍ଷ ହେଉଥିବାବେଳେ ବନ ବିଭାଗ ଏହାକୁ ଅତି ହାଲୁକା ଭାବେ ନେଉଛି। ଏହାର ପ୍ରତିକାର ନ ହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ ରେଞ୍ଜର ଲୋହିତ କୁମାର ରଥ କୁହନ୍ତି, ଅଞ୍ଚଳରେ ବାର୍‌ହା ବଂଶ ବୃଦ୍ଧି ପାଇଛି। ସେମାନଙ୍କ ଉପଦ୍ରବ ମଧ୍ୟ ବଢ଼ିଛି। ସ୍ବଳ୍ପ ସମ୍ବଳରେ ଏହାର ପ୍ରତିକାର କରିବାକୁ ଉଦ୍ୟମ କରାଯାଉଛି। ଆବେଦନ କଲେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରେଞ୍ଜର ଆଶ୍ୱାସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

କଣ୍ଟାମାଳ ପୋଲିସ-ଜନତା ଖଣ୍ଡଯୁଦ୍ଧ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ପିଙ୍କ ତଦନ୍ତ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କଣ୍ଟାମାଳ ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ପୋଲିସ-ଜନତା ସଂଘର୍ଷ ଘଟଣାରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ମାନ୍ୟବର ହାଇକୋର୍ଟଙ୍କ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri