ଡଙ୍ଗାରେ ବୁଲି ମୁହାଁଣ ଦେଖିଲେ କେନ୍ଦ୍ର ମନ୍ତ୍ରୀ

କଣାସ,,୧୯ା୧୧(ସ୍ବ.ପ୍ର.): ପୁରୀ ଜିଲା ପ୍ରତିବର୍ଷ ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଏହି ବିପର୍ଯ୍ୟୟ ଦ୍ୱାରା ବିଶେଷ ଭାବେ କଣାସ ବ୍ଲକ ଅଞ୍ଚଳ ଅଧିକ ଖାଲୁଆ ଅଞ୍ଚଳ ହୋଇଥିବାରୁ ଚାଷ ସହ ଧନଜୀବନ କ୍ଷତି ହେଉଛି। ଏହି ବିପର୍ଯ୍ୟୟର ସ୍ଥାୟୀ ପ୍ରତିକାର ପାଇଁ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ନେତା, ବ୍ୟକ୍ତିଙ୍କ ଅନୁରୋଧକ୍ରମେ ଗୁରୁବାର କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କଣାସ ବ୍ଲକ ଆସିଥିଲେ। ଏପରିକି ଜାଗୁଳେଇପଦରକୁ ଯାଇ ଡଙ୍ଗା ଯୋଗେ ବଡ଼ଗୋଠ ଦେଇ ପୋତି ହୋଇପଡିଥିବା ନଦୀ ମୁହଁାଣ ପରିଦର୍ଶନ କରିଥିଲେ। ଏଥିସହ ଏହାର ସମାଧାନ ପାଇଁ କଣାସରେ ଆୟୋଜିତ ଏକ ସଭାରେ ଯୋଗଦେଇଥିଲେ।
ଜିଲାରେ ପ୍ରତିବର୍ଷ ବନ୍ୟା ଭଳି ବିପର୍ଯ୍ୟୟ ଯୋଗୁ ଜଳନିଷ୍କାସନ ହୋଇ ନ ପାରି ଅନେକ ଧନଜୀବନ କ୍ଷତିଗ୍ରସ୍ତ ହେଉଛି। ବିଶେଷ କରିି କଣାସ ସମେତ ଆଖପାଖ ଡେଲାଙ୍ଗ, ପିପିଲି, ବ୍ରହ୍ମଗିରି, ସତ୍ୟବାଦୀ ବ୍ଲକର ମଧ୍ୟ ଚାଷଜମି, ଜନସାଧାରଣ ଅଧିକ କ୍ଷତି ସହୁଛନ୍ତି। ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ସତ୍ୟବାଦୀ ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପୁରୀ ଜିଲା ଭାଜପା ସଭାପତି ଆଶ୍ରୀତ୍‌ ପଟ୍ଟନାୟକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଓ ବିରଞ୍ଚି ତ୍ରିପାଠୀ ସେପ୍ଟେମ୍ବର ୧୯ରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଭୁବନେଶ୍ୱରରେ ଭେଟି ଅନୁରୋଧ କରିଥିଲେ। ଅନୁରୋଧ ରକ୍ଷାକରି ଗୁରୁବାର ରାଷ୍ଟ୍ରମନ୍ତ୍ରୀ ଟୁଡୁ କଣାସ ଆସିଥିଲେ। ପୂର୍ବତନ ବିଧାୟକ ବଳିଆରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଷ୍ଟ୍ରମନ୍ତ୍ରୀ ଟୁଡୁ ଯୋଗଦେଇ ବନ୍ୟାର ପ୍ରତିକାର ପାଇଁ ବିଭିନ୍ନ ଦିଗ ଉପରେ ଉପସ୍ଥିତ ଅନ୍ୟ ନେତା ଓ ବ୍ୟକ୍ତିମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହ ପ୍ରଶାସନ ଅଧିକାରୀମାନଙ୍କୁ ବିଭିନ୍ନ ପଦକ୍ଷେପ ବିଷୟରେ କହିଥିଲେ। ରାଜୁଆନଦୀର ଢୋଲପାଟଣାରେ ୨୦ବର୍ଷ ତଳେ ଆରମ୍ଭ ହୋଇଥିବା ବ୍ୟାରେଜ୍‌ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା, ମକରାନଦୀରୁ ବଡ଼ଓରା ପର୍ଯ୍ୟନ୍ତ ଯାଇଥିବା ଆଡିନଦୀକୁ ଖନନ କରିବା ଏବଂ କଣାସ ବ୍ରାଞ୍ଚ କେନାଲ୍‌କୁ ଆରଦଙ୍ଗାନାଳ ସହିତ ସଂଯୋଗ କରିବା ଆଦି ସମସ୍ୟା ନେଇ କେତେକ ସଂଗଠନ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ରାଷ୍ଟ୍ରୀମନ୍ତ୍ରୀ ଟୁଡୁ ଶେଷରେ ତାଙ୍କ ସହିତ ଆସିଥିବା କେନ୍ଦ୍ରୀୟ ଅଧିକାରୀ ଓ ପୁରୀ, ଖୋର୍ଦ୍ଧା ଜଳସେଚନ ବିଭାଗର ଅଧିକାରୀ ଏବଂ ଡ୍ରେନେଜ୍‌ ବିଭାଗର ଅଧିକାରୀ, କଣାସ ବିଡିଓ ଲୋଚନ ଦାସ, ତହସିଲଦାର ଲକ୍ଷ୍ମୀଧର ମହାରଣାଙ୍କୁ ଡାକି କଣାସ ଅଞ୍ଚଳର ବନ୍ୟା ସମ୍ଯଯା କିପରି ସ୍ଥାୟୀ ପ୍ରତିକାର କରାଯାଇପାରିବ ତାହାର ଏକ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିବାକୁ କହିଥିଲେ। ଏହି ମାଷ୍ଟରପ୍ଲାନ୍‌କୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ବନ୍ୟା ସମସ୍ୟାର ଶୀଘ୍ର ପ୍ରତିକାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସଭାରେ ଆଶ୍ରୀତ ପଟ୍ଟନାୟକ, ଯୁବନେତା ଓମ୍‌ପ୍ରକାଶ ମିଶ୍ର, କୃଷ୍ଣଚନ୍ଦ୍ର ଜଗଦ୍ଦେବ, ବିରଞ୍ଚିନାରାୟଣ ତ୍ରିପାଠୀ, ସୁରଥି ବିଶ୍ୱାଳ, ସୁଶୀଲକାନ୍ତ ରାଉତ, ଲକ୍ଷ୍ମୀଧର ଜଗଦ୍ଦେବ, ଲତାମଣୀ ଜଗଦ୍ଦେବ, ଉମାକାନ୍ତ ମିଶ୍ର ଓ ପ୍ରେମାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri