ଛତିଶଗଡ଼ର ୧୭୧ ସ୍କୁଲରେ ସ୍ଥାନ ପାଇବ ଡ.ଓସାମାଙ୍କ ପ୍ରକଳ୍ପ

ରଘୁନାଥପୁର,୧୯ା୧୧(ଡି.ଏନ୍‌.ଏ.): ଛତିଶଗଡ଼ ରାୟପୁରଠାରେ ଜବାହରଲାଲ ନେହେରୁ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀ (ଭିଜନ ୨୦୩୦) ନଭେମ୍ବର ୧୪ରେ ଅନୁଷ୍ଠିତ ହୋଇଯାଇଛି। ଓଡିଶାରୁ ଏକମାତ୍ର ଶିକ୍ଷକ ଭାବେ ଏହି ସମ୍ମିଳନୀରେ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୂଳ ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମୁଗୁରିଆରୁ ଡ. ମହମ୍ମଦ ଓସାମା ଯୋଗଦେଇଥିଲେ।
ତାଙ୍କ ଦ୍ୱାରା ପ୍ରସ୍ତୁତ ଇଂଲିଶ୍‌ ଭାଷା ଶିକ୍ଷା ପ୍ରକଳ୍ପକୁ ସମ୍ମିଳନୀରେ ପ୍ରଶଂସା କରାଯିବା ସହ ୧୭୧ ସ୍ବାମୀ ଆତ୍ମାନନ୍ଦ ଇଂଲିଶ୍‌ ମିଡିୟମ ସ୍କୁଲ୍‌ରେ ସ୍ଥାନ ପାଇବ ବୋଲି ଛତିଶଗଡ଼ ସରକାର ଘୋଷଣା କରିଛନ୍ତି। ଏନେଇ ଡ. ଓସାମାଙ୍କଠାରୁ ଅନୁମତି ପତ୍ରରେ ସ୍ବାକ୍ଷର କରାଯାଇଛି। ସମ୍ମିଳନୀକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଉଦ୍‌ଘାଟନ କରିଥିଲେ। ଶିକ୍ଷାମନ୍ତ୍ରୀ ପ୍ରେମସାଇ ଟିକାମ ପରିଚାଳନା କରିଥିଲେ। ଏହି ସମ୍ମିଳନୀରେ ଭାରତରୁ ୫୧ ଜଣ ମନୋନୀତ ପ୍ରତିନିଧି ଯୋଗଦେଇବାବେଳେ ବିଶ୍ୱର ବିଭିନ୍ନ ଦେଶର ଜୁରିମାନେ ଭର୍ଚୁଆଲରେ ଏଥିରେ ଅଂଶଗ୍ରହଣ କରିଥିଲେ। ଓସାମାଙ୍କ ଏହି ସଫଳତା ପାଇଁ ପ୍ରଧାନ ଶିକ୍ଷକ ଆଶୁତୋଷ ବାନାର୍ଜୀ, ବିଇଓ ଲକ୍ଷହୀରା ଲାବଣ୍ୟବତୀ ବେହେରା ଓ ଡିଇଓ କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମାଧାନର ବାଟ ଫିଟିଲା: ସୋମବାରଠାରୁ ସ୍କୁଲ ଯିବେ ପିଲା

କର୍ଲାମୁଣ୍ଡା,୨୭ା୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ଦାଣ୍ଡିଭଜା ପ୍ରାଥମିକ ବିଦ୍ୟାଳୟକୁ ଅଭିଭାବକମାନେ ପିଲା ନ ଛାଡ଼ିବା ଘଟଣାର ୨୭ ଦିନ ପରେ ଶନିବାର...

ସ୍ବତନ୍ତ୍ର ଜିଲା ଘୋଷଣା ଦାବି ଜୋରଧରିଲା: କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି,୨୫ା୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜିକୁ ସ୍ବତନ୍ତ୍ର ଜିଲା ଘୋଷଣା ଦାବିରେ ଶନିବାର ଜିଲା ସଂଘର୍ଷ ସମିତି ପକ୍ଷରୁ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି। ଫଳରେ ସମସ୍ତ...

ମାଛଧରାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା

ବାରିପଦା ଅଫିସ,୧ା୪- ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ଭାଗବତଚନ୍ଦ୍ରପୁର ପଞ୍ଚାୟତ ଧାନଶୋଳ ଗ୍ରାମରେ ମାଛଧରାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ...

ଜୁନ୍‌ରେ ୩୬% ଅଧିକ ବର୍ଷା, ଜୁଲାଇରେ ୨%

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ଭୁବନେଶ୍ୱର,୧୩ା୭(ବ୍ୟୁରୋ)-ଦକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟକୁ ପ୍ରବେଶ କରିବାର ମାସେ ବିତିଗଲାଣି। ହେଲେ ଆଶାନୁରୂପ ବର୍ଷା ମିଳିପାରୁ ନାହିଁ। ଜୁନ୍‌ରେ ମୌସୁୀମ ବର୍ଷା ସ୍ବାଭାବିକଠାରୁ...

୩ ବର୍ଷରୁ ଊର୍ଦ୍ଧ୍ୱ ହେବ ଲୋଭୋଲ୍‌ଟେଜ୍‌ ସମସ୍ୟା: ସିଙ୍ଗଲ ଫେଜ୍‌ ଲାଇନକୁ ୩ ଫେଜ୍‌ କରିବା ଦାବିରେ ସେସୁ ଅଫିସ ଘେରାଉ

ଚୌଦାର,୧୫।୫(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ସେସୁ ଅଫିସକୁ ଓଟିଏମ୍‌ କଲୋନି ୧୧ନଂ. ୱାର୍ଡ ବାସିନ୍ଦା ଶୁକ୍ରବାର ଘେରାଉ କରିଛନ୍ତି। ଏହି ଅଞ୍ଚଳରେ ଦୀର୍ଘ ଦିନଧରି ଲୋଭୋଲ୍‌ଟେଜ...

ଖେଳପଡ଼ିଆ ପାଇଁ ଅଣ୍ଟା ଭିଡ଼ିଲା ପରିଚାଳନା କମିଟି:ଜବରଦଖଲ ଉଚ୍ଛେଦ ଦାବି

ଭୁବନ ୧୭।୯(ଡି.ଏନ.ଏ.) ଭୁବନ ଏନ୍‌ଏସି ଅଧୀନ ୩ନଂ. ଓ୍ବାର୍ଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଖପାଖ ଅଞ୍ଚଳକୁ ଜବରଦଖଲ ମୁକ୍ତ କରିବାକୁ ଦାବି କରିଛି ପରିଚାଳନା...

ପୋଖରୀରେ ବୁଡ଼ି ଛାତ୍ରୀଙ୍କ ଜୀବନଗଲା, ଦେଇଥିଲେ ମାଟ୍ରିକ୍‌ ପରୀକ୍ଷା

ପଦ୍ମପୁର,୧୩।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିରସ ପଞ୍ଚାୟତ ତମ୍ବାଖଣ୍ଡି ଗ୍ରାମରେ ଜଣେ ଛାତ୍ରୀଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ସେ ହେଲେ ରଶ୍ମିତା...

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର: ପୋଲିସ ତଦନ୍ତ ଜାରି

କେନ୍ଦୁଝର,୭।୧୨(ସ୍ବ.ପ୍ର.): କେନ୍ଦୁଝର ହରିଚନ୍ଦନପୁର ଥାନା ଅନ୍ତର୍ଗତ ବାଇପାସ ଛକ ହୋଣ୍ଡା ସୋ’ରୁମ ନିକଟସ୍ଥ ରାସ୍ତାକଡ଼ରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ...

Advertisement
Archives

Model This Week