ସୌନ୍ଦର୍ଯ୍ୟ ଦେଖିବେ ସହରବାସୀ

ଅନୁଗୋଳ ଅଫିସ, ୧୯ ।୧୧ ସୁନ୍ଦର ଦିଶିବ ଅନୁଗୋଳ ସହର। ବହୁ କୋଟି ଟଙ୍କା ବ୍ୟୟରେ ଏଥିପାଇଁ ପ୍ରସ୍ତୁତ କରାଯାଇଛି ଭିତ୍ତିଭୂମି। ମାସ ମାସ ଧରି ବିଭିନ୍ନ ସ୍ଥାନରେ ଚାଲିଛି ନିର୍ମାଣ କାର୍ଯ୍ୟ। ଆଉ ମାତ୍ର ଦିନକ ପରେ ଅର୍ଥାତ୍‌ ୨୦ ତାରିଖରେ ଏସବୁ ଆସିବ ଲୋକଲୋଚନକୁ। ଅନୁଗୋଳ ଗସ୍ତରେ ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହାକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। କେବଳ ଏହି ସୌନ୍ଦର୍ଯ୍ୟକରଣ ନୁହେଁ, ଶତାଧିକ କୋଟି ଟଙ୍କା ବ୍ୟୟରେ ହୋଇଥିବା ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ହେବ। ୯୨୪ କୋଟି ଟଙ୍କାରେ ହେବାକୁ ଥିବା ବହୁ ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଜିଲାର ୨ ଲକ୍ଷ ୭୭ ହଜାର ଗରିବଙ୍କୁ ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କରାଯିବ।
ସହରର ଭିଆଇପି ରୋଡ୍‌ ହେଉ କି ବିଇଡି ଛକ, ଥାନା ଛକରୁ ଆରମ୍ଭ କରି ବୁଢ଼ୀ ଠାକୁରାଣୀ ଛକ, ସବୁଆଡ଼େ କରାଯାଇଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ। କେଉଁଠି ଅକାମୀ ଗାଡ଼ିକୁ କାଟି ନୂଆ ରୂପରେ ସଜାଯାଇଛି ତ ଆଉ କେଉଁସ୍ଥାନରେ ଇଫିଲ୍‌ ଟାୱାର, ଗିତାର, ଫୁଟବଲ, ହକି, ସୂର୍ଯ୍ୟ ନମସ୍କାର, ବିମାନ, ଖୋଲାବହି, ରୋବଟ୍‌ ଆଦିର ପ୍ରତିକୃତି ରାସ୍ତା ପାର୍ଶ୍ୱରେ ନିର୍ମାଣ କରାଯାଇଛି। ଯୁବପିଢ଼ିଙ୍କ ପସନ୍ଦକୁ ଲକ୍ଷ୍ୟ ରଖି ବିଜୁ ମଇଦାନ ଓ ଜିଲା କଳାକେନ୍ଦ୍ର ଠାରେ ସେଲ୍‌ଫି ପଏଣ୍ଟ ‘ଆଇ ଲଭ୍‌ ଅନୁଗୋଳ’ ତିଆରି ହୋଇଛି। ସେହିପରି ବିଜୁ ମଇଦାନରେ କ୍ୟାପିଟ୍‌ ଏରିଆକୁ ଲାଗି ଏକ ମଞ୍ଚ ସହ ଗ୍ରୀନ୍‌ ରୁମ୍‌ କରାଯାଇଛି। ଏଠାରେ ଅନୁଗୋଳବାସୀ ଏକ ନିଆରା ଅନୁଭୂତି ପାଇବେ ବୋଲି କୁହାଯାଇଛି। ବିଇଡି ଛକରୁ ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ଛକ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାରେ ଖାଓ ଗଳି ବ୍ୟବସ୍ଥା କରାଯାଇଛି। ପ୍ରାତଃ ଓ ସନ୍ଧ୍ୟା ଭ୍ରମଣ କରୁଥିବା ଲୋକଙ୍କ ପାଇଁ ସ୍ବତନ୍ତ୍ର ହେଲ୍‌ଥ କରିଡର ପ୍ରସ୍ତୁତ ହୋଇଛି। ଗତବର୍ଷଠାରୁ ଏସବୁ ନିର୍ମାଣ ନିମନ୍ତେ ପ୍ରଶାସନ ପକ୍ଷରୁ ଜୋର୍‌ ଦିଆଯାଇଥିଲେ ମଧ୍ୟ କରୋନା ସଂକ୍ରମଣ ପାଇଁ ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଧିମେଇ ଯାଇଥିଲା। ଅନ୍ୟପକ୍ଷରେ ଜିଲାରେ ଥିବା ଗରିବ ଜନସାଧାରଣଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ୨ଲକ୍ଷ ୭୭ ହଜାର ୮୫୦ ଜଣଙ୍କୁ ଏହି କାର୍ଡ ବଣ୍ଟନ ହେବ। ତେବେ ମଞ୍ଚରେ ୧୦ ଜଣଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ଏହି କାର୍ଡ ପ୍ରଦାନ କରିବେ। ଅବଶିଷ୍ଟ କାର୍ଡଗୁଡ଼ିକୁ ପ୍ରଶାସନ ପକ୍ଷରୁ ବଣ୍ଟନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ତଥ୍ୟ ଦେଇ ଆବାସ ହାତେଇଥିଲେ ନାଏବ ସରପଞ୍ଚ

ରସୁଲପୁର,୫ା୧୨(ରଞ୍ଜତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତର ନାଏବ ସରପଞ୍ଚ ତିଳୋତ୍ତମା ନାୟକ...

ବାତ୍ୟା ‘ମିଗ୍‌ଜୋମ’: ପ୍ରବଳ ବର୍ଷା ନେଇ ଚିନ୍ତାରେ ଚାଷୀ

ଛତ୍ରପୁର,୫।୧୨(ଦିଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

କୋରେଇରେ ଛପି ରହିଛନ୍ତି ନକଲି ଶିକ୍ଷକ

କୋରେଇ,୫ା୧୨(ଚନ୍ଦ୍ରକାନ୍ତ ପତି) : ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଚାକିରିକୁ ନେଇ ତୁମ୍ବିତୋଫାନ ଚାଲିଛି। ରାଜ୍ୟର ବିଭିନ୍ନ ଜିଲାର ଅନେକ ଯୁବତୀଯୁବକ ନକଲି ପ୍ରମାଣପତ୍ର ଦେଇ...

ବସ୍‌ରେ ଆସି ବାଇକ୍‌ ଚୋରି

ଭୁବନେଶ୍ୱର,୫।୧୨(ସୂର୍ଯ୍ୟକାନ୍ତ ବେହେରା):ବସ୍‌ରେ ଆସି ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ ଚୋରି କରି ଚମ୍ପଟ ମାରୁଥିବା ଏକ ୩ଜଣିଆ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୋଲିସ ଧରିଛି।...

ବିନା ବ୍ରେକ୍‌ରେ ୪୮ଘଣ୍ଟା ନାଟକ ପ୍ରଦର୍ଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ):ବିନା ବ୍ରେକ୍‌ରେ ଲଗାତର ୪୮ ଘଣ୍ଟାରୁ ଅଧିକ ସମୟ ନାଟକ ପରିବେଷଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି ନାଟ୍ୟ ସଂସ୍ଥା ମିରର ଥିଏଟର।...

ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ ସିରିଜ। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ ବିଶେଷ...

ବ୍ୟାଙ୍କିଙ୍ଗ୍‌ ଠକେଇ ରୋକିବ ‘ରାପିଡ୍‌ ଆଲର୍ଟ ସିଷ୍ଟମ’

ଭୁବନେଶ୍ୱର,୫।୧୨(ଅନୁରାଧା ମହାରଣା):ଡିଜିଟାଲ ବ୍ୟାଙ୍କିଂର ବ୍ୟବହାର ବୃଦ୍ଧି ସହିତ ବ୍ୟାଙ୍କିଙ୍ଗ ଠକେଇ ଘଟଣା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେବେ ଏପରି ଠକେଇ ମାମଲାକୁ ନିୟନ୍ତ୍ରଣ...

ନାରୀ ନିର୍ଯାତନାରେ ଓଡ଼ିଶା ୪ର୍ଥ

ଭୁବନେଶ୍ୱର,୫ା୧୨(ସତ୍ୟଜିତ୍‌ ରାଉତ):ଦେଶବ୍ୟାପୀ ମହିଳା ଓ ଶିଶୁ ବିରୋଧୀ ହିଂସା, ଅପରାଧ ବୃଦ୍ଧି ଚିନ୍ତାଜନକ ରହିଛି। ଅଧିକାଂଶ ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି। ଦେଶରେ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri