ସୌନ୍ଦର୍ଯ୍ୟ ଦେଖିବେ ସହରବାସୀ

ଅନୁଗୋଳ ଅଫିସ, ୧୯ ।୧୧ ସୁନ୍ଦର ଦିଶିବ ଅନୁଗୋଳ ସହର। ବହୁ କୋଟି ଟଙ୍କା ବ୍ୟୟରେ ଏଥିପାଇଁ ପ୍ରସ୍ତୁତ କରାଯାଇଛି ଭିତ୍ତିଭୂମି। ମାସ ମାସ ଧରି ବିଭିନ୍ନ ସ୍ଥାନରେ ଚାଲିଛି ନିର୍ମାଣ କାର୍ଯ୍ୟ। ଆଉ ମାତ୍ର ଦିନକ ପରେ ଅର୍ଥାତ୍‌ ୨୦ ତାରିଖରେ ଏସବୁ ଆସିବ ଲୋକଲୋଚନକୁ। ଅନୁଗୋଳ ଗସ୍ତରେ ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହାକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। କେବଳ ଏହି ସୌନ୍ଦର୍ଯ୍ୟକରଣ ନୁହେଁ, ଶତାଧିକ କୋଟି ଟଙ୍କା ବ୍ୟୟରେ ହୋଇଥିବା ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ହେବ। ୯୨୪ କୋଟି ଟଙ୍କାରେ ହେବାକୁ ଥିବା ବହୁ ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଜିଲାର ୨ ଲକ୍ଷ ୭୭ ହଜାର ଗରିବଙ୍କୁ ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କରାଯିବ।
ସହରର ଭିଆଇପି ରୋଡ୍‌ ହେଉ କି ବିଇଡି ଛକ, ଥାନା ଛକରୁ ଆରମ୍ଭ କରି ବୁଢ଼ୀ ଠାକୁରାଣୀ ଛକ, ସବୁଆଡ଼େ କରାଯାଇଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ। କେଉଁଠି ଅକାମୀ ଗାଡ଼ିକୁ କାଟି ନୂଆ ରୂପରେ ସଜାଯାଇଛି ତ ଆଉ କେଉଁସ୍ଥାନରେ ଇଫିଲ୍‌ ଟାୱାର, ଗିତାର, ଫୁଟବଲ, ହକି, ସୂର୍ଯ୍ୟ ନମସ୍କାର, ବିମାନ, ଖୋଲାବହି, ରୋବଟ୍‌ ଆଦିର ପ୍ରତିକୃତି ରାସ୍ତା ପାର୍ଶ୍ୱରେ ନିର୍ମାଣ କରାଯାଇଛି। ଯୁବପିଢ଼ିଙ୍କ ପସନ୍ଦକୁ ଲକ୍ଷ୍ୟ ରଖି ବିଜୁ ମଇଦାନ ଓ ଜିଲା କଳାକେନ୍ଦ୍ର ଠାରେ ସେଲ୍‌ଫି ପଏଣ୍ଟ ‘ଆଇ ଲଭ୍‌ ଅନୁଗୋଳ’ ତିଆରି ହୋଇଛି। ସେହିପରି ବିଜୁ ମଇଦାନରେ କ୍ୟାପିଟ୍‌ ଏରିଆକୁ ଲାଗି ଏକ ମଞ୍ଚ ସହ ଗ୍ରୀନ୍‌ ରୁମ୍‌ କରାଯାଇଛି। ଏଠାରେ ଅନୁଗୋଳବାସୀ ଏକ ନିଆରା ଅନୁଭୂତି ପାଇବେ ବୋଲି କୁହାଯାଇଛି। ବିଇଡି ଛକରୁ ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ଛକ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାରେ ଖାଓ ଗଳି ବ୍ୟବସ୍ଥା କରାଯାଇଛି। ପ୍ରାତଃ ଓ ସନ୍ଧ୍ୟା ଭ୍ରମଣ କରୁଥିବା ଲୋକଙ୍କ ପାଇଁ ସ୍ବତନ୍ତ୍ର ହେଲ୍‌ଥ କରିଡର ପ୍ରସ୍ତୁତ ହୋଇଛି। ଗତବର୍ଷଠାରୁ ଏସବୁ ନିର୍ମାଣ ନିମନ୍ତେ ପ୍ରଶାସନ ପକ୍ଷରୁ ଜୋର୍‌ ଦିଆଯାଇଥିଲେ ମଧ୍ୟ କରୋନା ସଂକ୍ରମଣ ପାଇଁ ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଧିମେଇ ଯାଇଥିଲା। ଅନ୍ୟପକ୍ଷରେ ଜିଲାରେ ଥିବା ଗରିବ ଜନସାଧାରଣଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ୨ଲକ୍ଷ ୭୭ ହଜାର ୮୫୦ ଜଣଙ୍କୁ ଏହି କାର୍ଡ ବଣ୍ଟନ ହେବ। ତେବେ ମଞ୍ଚରେ ୧୦ ଜଣଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ଏହି କାର୍ଡ ପ୍ରଦାନ କରିବେ। ଅବଶିଷ୍ଟ କାର୍ଡଗୁଡ଼ିକୁ ପ୍ରଶାସନ ପକ୍ଷରୁ ବଣ୍ଟନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

କଣ୍ଟାମାଳ ପୋଲିସ-ଜନତା ଖଣ୍ଡଯୁଦ୍ଧ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ପିଙ୍କ ତଦନ୍ତ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କଣ୍ଟାମାଳ ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ପୋଲିସ-ଜନତା ସଂଘର୍ଷ ଘଟଣାରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ମାନ୍ୟବର ହାଇକୋର୍ଟଙ୍କ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri