ନାର୍କୋଟିକ୍ସ ବିରୋଧରେ କାର୍ଯ୍ୟଶୈଳୀର ସମୀକ୍ଷା

କଟକ ଅଫିସ,୩୦।୧୧: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କଟକ ବକ୍ସିବଜାରସ୍ଥିତ ପୋଲିସ ମୁଖ୍ୟାଳୟରେ ସୋମବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଡିଜିପି ଅଭୟ ଯୋଗଦେଇ ରାଜ୍ୟର ସମସ୍ତ ଏସ୍‌ପି, ରେଞ୍ଜ ଆଇଜି, ଡିଆଇଜି ଓ କଟକ-ଭୁବନେଶ୍ୱର ଡିସିପିଙ୍କ ସହ ଭିଡିଓ କନ୍‌ଫରେନ୍ସରେ ଆଲୋଚନା କରିଥିଲେ। ପ୍ରଥମେ ଅପରାଧ ସମ୍ପର୍କିତ ସର୍କୁଲାର ଅପ୍‌ଡେଟ ଓ ନାର୍କୋଟିକ୍ସ ବିରୋଧରେ କାର୍ଯ୍ୟଶୈଳୀର ସମୀକ୍ଷା କରାଯାଇଥିଲା। ପରେ ଆସନ୍ତା ବିଧାନସଭା ଅଧିବେଶନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ। ସେହିପରି ମାଲଖାନା ମଡ୍ୟୁଲ୍‌ ଓ ଏସ୍‌ଆର୍‌ ମଡ୍ୟୁଲ୍‌ ଲାଗୁ, ନ୍ୟାଶନାଲ ଇଣ୍ଟେଲିଜେନ୍ସ ଗ୍ରୀଡ୍‌ ସମ୍ବନ୍ଧରେ ଉପସ୍ଥାପନା ଏବଂ ସିସିଟିଏନ୍‌ଏସ୍‌ ମାଧ୍ୟମରେ ଅପରାଧ ସମୀକ୍ଷା କରାଯାଇଥିଲା। ଏଥିସହ ସିଭିଲ୍‌ ପୋଲିସର ସୁଦୃଢୀକରଣ, ଓଡ଼ିଶା ପୋଲିସର ଫ୍ୟାମିଲି କ୍ୱାର୍ଟର୍ସ ସ୍ଥାପନ, କାର୍ଯ୍ୟାଳୟର ଆଦେଶ ମୁତାବକ ବଦଳି ତଥା ପଦୋନ୍ନତି ଲାଗୁ, ପୋଲିସ କର୍ମଚାରୀଙ୍କ ଅଭିଯୋଗ, ମେଡାଲ୍‌ ଅପ୍‌ଡେଟ୍‌, ପରବର୍ତ୍ତୀ ବରିଷ୍ଠ ପୋଲିସ ଅଫିସର୍ସ ସମ୍ମିଳନୀ ସମ୍ପର୍କରେ ଆଲୋଚନା ହୋଇଥିଲା। ଶେଷରେ ସହକାରୀ ଡ୍ରାଇଭର ଓ କନଷ୍ଟେବଳ ନିଯୁକ୍ତି ସଂକ୍ରାନ୍ତରେ ସମୀକ୍ଷା କରାଯାଇଥିଲା।
ବୈଠକରେ କଟକ-ଭୁବନେଶ୍ୱରର ପୋଲିସ କମିଶନର, ରେଳ ବିଭାଗର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ଏସ୍‌ସିଆର୍‌ବି ନିର୍ଦ୍ଦେଶକ, ଗୋଇନ୍ଦା ନିର୍ଦ୍ଦେଶକ, ଆଇଜି (ଅପରେଶନ), ଡିଆଇଜି (ଏସ୍‌.ଆଇ.ଡବ୍ଲ୍ୟୁ), ଡିଆଇଜି.(ଗୋଇନ୍ଦା), ଡିଆଇଜି ଏସ୍‌ଟିଏଫ୍‌ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ କ୍ରାଇମବ୍ରାଞ୍ଚ ଓ ଆଇଜି କ୍ରାଇମବ୍ରାଞ୍ଚ ପ୍ରମୁଖ ଭିଡିଓ କନଫରେନ୍ସରେ ଅଂଶଗ୍ରହଣ କରିଥିଲେ। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନଶୃଙ୍ଖଳା), ଆଇଜି (ମୁଖ୍ୟାଳୟ), ଆଇଜି (ପର୍ସନେଲ୍‌) ପ୍ରମୁଖ ପୋଲିସ୍‌ ମୁଖ୍ୟାଳୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri