ଦୁଇ ସପ୍ତାହରେ ଓଡ଼ିଶାରେ ତିଆରି ହେଲା ଅତ୍ୟାଧୁନିକ ହସ୍ପିଟାଲ

ଚିତ୍ରକୋଣ୍ଡା,୩୦ା୧୧(ଡି.ଏନ.ଏ.): ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବଦଳି ଯାଇଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ମାନଚିତ୍ର। ଦ୍ରୁତ ଗତିରେ ଏଠାରେ ହେଉଛି ବିକାଶମୂଳକ କାର୍ଯ୍ୟ l ସ୍ବାଭିମାନ ଅଞ୍ଚଳର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବଡପଡା ପଞ୍ଚାୟତରେ ନିର୍ମାଣ ହୋଇଛି ଅତ୍ୟାଧୁନିକ ଡାକ୍ତରଖାନା। ତାହା ପୁଣି ମାତ୍ର ୨ ସପ୍ତାହ ମଧ୍ୟରେ ନିର୍ମିତ ହୋଇଛି। ଏହା ଆଶ୍ୱର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ଆମେରିକାନ ଇଣ୍ଡିଆ ଫାଉଣ୍ଡେଶନ ପକ୍ଷରୁ ଚେନ୍ନାଇ ଆଇଆଇଟି ଦ୍ୱାରା ମାଷ୍ଟର କାର୍ଡ ସଂସ୍ଥା ଏଥିପାଇଁ ଦେଇଛି ଆର୍ଥିକ ସହାୟତା। ଏକ ପୋର୍ଟେବଲ ହେଲଥ କେୟାର ୟୁନିଟ ରୂପେ ପରିଚିତ ଏହି ଡାକ୍ତରଖାନା ନିର୍ମାଣରେ ବ୍ୟୟ ହୋଇଛି ୨କୋଟି ଟଙ୍କା। ସମସ୍ତ ଅତ୍ୟାଧୁନିକ ସୁବିଧା ସହ ଏଠାରେ ରହିଛି ୫୦ ଶଯ୍ୟାବିଶିଷ୍ଟ ବେଡ୍‌, ୪ ଶଯ୍ୟା ବିଶିଷ୍ଟ ଭେଣ୍ଟିଲେଟରଯୁକ୍ତ ଆଇସିୟୁ ଏବଂ ପ୍ରତି ୱାର୍ଡରେ ୧୪ ଶଯ୍ୟାବିଶିଷ୍ଟ ବେଡ୍‌ ସହ ଶୀତତାପ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା। ଅସ୍କିଜେନ କନସିଟେଟର ବ୍ୟବସ୍ଥା ସହ, ମାଇନର୍ସ ଟେମ୍ପ୍ରେଚର ମେଣ୍ଟେନର ବ୍ୟବସ୍ଥା କରାଯାଇଛି l ଡାକ୍ତର ଓ ସିଷ୍ଟର ରହିବା ପାଇଁ ମଧ୍ୟ ରହିଛି ଅଲଗା ଅଲଗା ରୁମ। ରୋଗୀ ଓ କର୍ମଚାରୀଙ୍କ ପାଇଁ ଟଏଲେଟ ବ୍ୟବସ୍ଥା। କେବଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନ ଅପେକ୍ଷାରେ ରହିଛି ଉକ୍ତ ଡାକ୍ତରଖାନା l ବଡପଡାଠାରେ ପାହାଡ଼କୁ କାଟି କରାଯାଇଥିବା ଏହି ଡାକ୍ତରଖାନାକୁ ଆମେରିକାନ ଇଣ୍ଡିଆ ଫାଉଣ୍ଡେଶନ ସମସ୍ତ ଭିତ୍ତିଭୂମି ଯୋଗାଇ ଦେଇଛି। ଫଳରେ ମାତ୍ର ୨ ସପ୍ତାହ ମଧ୍ୟରେ ଏହାର ନିର୍ମାଣ ସମ୍ଭବ ହୋଇପାରିଛି। ଡାକ୍ତରଖାନାର ପରିଚାଳନା ପାଇଁ ସମସ୍ତ ପାରାମେଡିକାଲ ଷ୍ଟାଫ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଯୋଗାଇ ଦେବେ l ଡାକ୍ତରଖାନା କାର୍ଯ୍ୟକ୍ଷମ ହେଲେ ସ୍ବାଭିମାନ ଅଞ୍ଚଳରେ ସ୍ବାସ୍ଥ୍ୟସେବା ନେଇ ରହିଥିବା ସମସ୍ୟା ଦୂର ହେବ। ରୋଗୀଙ୍କୁ ଆଉ ମାଲକାନଗିରି ଜିଲା ସଦର ମହକୁମ୍ମାକୁ ଦୌଡିବାକୁ ପଡିବ ନାହିଁ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଡ୍‌ ଜୋନ୍‌ରୁ ଚୌଦ୍ୱାର ଫେରିଥିଲେ: ପୌରପାଳିକା ତରଫରୁ ଘରେ ଲାଗିଲା ହୋମ୍‌ କ୍ୱାରାଣ୍ଟାଇନ ସୂଚନା ଫଳକ

ଚୌଦ୍ୱାର,୨ା୫(ଡି.ଏନ୍‌.ଏ.): କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କଟକ ଜିଲା ଚୌଦ୍ୱାର ପୌରପାଳିକା ତରଫରୁ ଗାନ୍ଧିଛକସ୍ଥିତ ପୌର ଟାଉନ ହଲରେ କ୍ୱାରାଣ୍ଟାଇନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।...

କାଳବୈଶାଖୀରେ ଭାଙ୍ଗିଲା ପତିତପାବନ ବାନା ବାଉଁଶ

ପୁରୀ ଅଫିସ, ୧୨।୫:କାଳବୈଶାଖୀ ବର୍ଷାର ପ୍ରଭାବ ମଙ୍ଗଳବାର ପୁରୀରେ ଦେଖିବାକୁ ମଳିଛି। କାଳବୈଶାଖୀ ତାଣ୍ଡବ ଯୋଗୁ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ପତିତପାବନ ବାନାର ବାଉଁଶ ଭାଙ୍ଗିଯାଇଥିଲା,...

‘ମୋତେ ହତ୍ୟାକାରୀ ଦର୍ଶାଇବାକୁ ଉଦ୍ୟମ ଚାଲିଛି’

ନୟାଗଡ ଅଫିିସ/ଭୁବନେଶ୍ୱର,୧୪ା୧୨ (ବ୍ୟୁରୋ):ନୟାଗଡ଼ ସଦର ଥାନା ଅଧୀନ ଯଦୁପୁରର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡର ତଦନ୍ତ କରୁଥିବା ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନଁାରେ ସଙ୍ଗିନ ଅଭିଯୋଗ...

ଓଡ଼ିଆ ନାବାଳିକାଙ୍କୁ ଲକ୍ଷେ ଟଙ୍କାରେ ବିକିଦେଲେ…

ଉମରକୋଟ,୨୨।୩: କାମ କରାଇବାକୁ କହି ଜଣେ ନାବାଳିକାଙ୍କୁ ବିକ୍ରି ଅଭିଯୋଗରେ ଉମରକୋଟ ପୋଲିସ ୪ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ...

ଲକ୍ଷାଧିକ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ଗୋପାଳପୁର,୨୮।୭-ଗୋଳନ୍ଥରା ଥାନାଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ଶନିବାର ମଧ୍ୟରାତ୍ରିରେ ଦୁର୍ବୃତ୍ତମାନେ ଦୁଇଟି ଘରୁ ଚୋରି କରିଥିବା ବେଳେ ଅନ୍ୟ ୨...

ଲକ୍‌ଡାଉନ୍‌ ଦୁଃଖ: ବିପଦରେ ୩୦୦ ପେଟ୍‌ ଶପ୍‌ରେ ଥିବା ଜୀବଜନ୍ତୁ

ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା କଟକଣାରେ ସମସ୍ତ ଜୀବଜଗତ ପ୍ରଭାବିତ। ଏଭଳିସ୍ଥିତିରେ ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯିବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି। ତେବେ ବୁଲା...

ଓଡ଼ିଶା ତଟକୁ ସୁରକ୍ଷା ଦେବ ବନାନୀ

କେନ୍ଦ୍ରାପଡ଼ା ଅଫିସ,୭।୬: ଜାତୀୟ ଉଦ୍ୟାନ ଭିତରକନିକା ନିକଟରେ ମେ’ ୨୬ରେ ହୋଇଥିବା ସାମୁଦ୍ରିକ ଝଡ଼ ୟାସ୍‌ର ବେଗ ଘଣ୍ଟା ପ୍ରତି ୧୪୫ କି.ମି.ରୁ ଅଧିକ ଥିଲା।...

ଟାଟା ଷ୍ଟିଲ୍‌ ଓଏମ୍‌କ୍ୟୁ ବିଭାଗ ପକ୍ଷରୁ ଡେଙ୍ଗୁ ସଚେତନତା : ଗଡ଼ିଲା ସୂଚନା ରଥ

ଯୋଡ଼ା,୨୪।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ଟାଟା ଷ୍ଟିଲ ଓଏମ୍‌କ୍ୟୁ ବିଭାଗ ପକ୍ଷରୁ ବୁଧବାର ଡେଙ୍ଗୁ ସଚେତନତା କରାଯାଇଛି। ଏହାର ଭୟାବହତାକୁ ଦୃଷ୍ଟିରେ ରଖି ମଙ୍ଗଳବାର...

Advertisement
Archives

Model This Week