ଛାତ୍ରାବାସ ଉଚ୍ଛେଦକୁ ବିରୋଧ

ବଇଣ୍ଡା,୩୦।୧୧(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସକୁ ସୋମବାର କିଶୋରନଗର ତହସିଲ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଏହି ଉଚ୍ଛେଦକୁ ବିଦ୍ୟାଳୟ ପରିଚାଳନା କମିଟି, ବଇଣ୍ଡା ଗ୍ରାମବାସୀ, କିଶୋରଗଞ୍ଜ ପ୍ରାଥମିକ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ କମିଟି ପକ୍ଷରୁ ବିରୋଧ କରାଯାଇଥିଲା। ଜାତୀୟ ରାଜପଥ ସମ୍ପ୍ରସାରଣ କରୁଥିବା ଠିକାସଂସ୍ଥାର କର୍ମଚାରୀ ଜିଲା ପ୍ରଶାସନ ପକ୍ଷରୁ ଏକ ଚିଠି ଆଣି ପ୍ରଧାନଶିକ୍ଷୟିତ୍ରୀଙ୍କୁ ଦେବା ପରେ ଉଚ୍ଛେଦ ପକ୍ରିୟା ଆରମ୍ଭ ହୋଇଥିଲା। ତେବେ ଆବାସରେ ଥିବା ସାମଗ୍ରୀଗୁଡିକ ବାହାର କରିବା ପାଇଁ ସମୟ ଦିଆଯାଇ ନ ଥିବା ଯୋଗୁ ଗ୍ରାମବାସୀ ବିରୋଧ କରିଥିଲେ। କିଶୋରନଗର ତହସିଲଦାର ଶାନ୍ତି ସ୍ବରୂପ ମିଶ୍ର, ବଇଣ୍ଡା ଫାଣ୍ଡି ଅଧିକାରୀ ଅରୁଣ ପଣ୍ଡା, ବଇଣ୍ଡା ରାଜସ୍ବ ଅଧିକାରୀ, କମ୍ପାନୀ ଅଧିକାରୀଙ୍କ ସମେତ ପୋଲିସ କର୍ମଚାରୀ ଉପସ୍ଥିତରେ ଉଚ୍ଛେଦ କରାଯାଇଥିଲା। ଗ୍ରାମବାସୀ କହିଛନ୍ତି, କିଶୋରଗଞ୍ଜ ପ୍ରାଥମିକ ବିଦ୍ୟାଳୟକୁ ବିଦ୍ୟାଳୟ ନିକଟରେ ସ୍ଥାପନ କରିବା ପାଇଁ ଗ୍ରାମବାସୀ ଦାବି କରୁଥିଲେ। ହେଲେ ବଇଣ୍ଡା ଅଞ୍ଚଳର କେତେଜଣ ଲୋକ ଓ ପ୍ରଶାସନିକ ଅଧିକାରୀମାନେ ହାଇସ୍କୁଲ ନିକଟରେ କିଶୋରଗଞ୍ଜ ସ୍କୁଲ ନିର୍ମାଣ ପାଇଁ ଯୋଜନା କରିବା ସହ ଛାତ୍ରାବାସ ଉଚ୍ଛେଦ କରିଛନ୍ତି। କିଶୋରନଗର ତହସିଲଦାର ଶାନ୍ତିସ୍ବରୂପ ମିଶ୍ର କହିଛନ୍ତି, ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଛାତ୍ରାବାସ ଉଚ୍ଛେଦ କରାଯାଇଛି।
ଫଟୋ-ଜେସିବି ମେଶିନ ସହାୟତାରେ ଛାତ୍ରାବାସ ଉଚ୍ଛେଦ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ସ୍ବାସ୍ଥ୍ୟ ବିଭାଗରେ ନୂତନ ବୈଷୟିକ ପଦବୀ ନିଯୁକ୍ତି

ଭୁବନେଶ୍ୱର,୧୪।୭(ବନ୍ଦନା ସେଠୀ): ଖୁବ୍‌ଶୀଘ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ବହୁ ସଂଖ୍ୟାରେ ନୂତନ ବୈଷୟିକ ପଦବୀ ନିଯୁକ୍ତି କରାଯିବ । ଔଷଧ ସେବନ ଓ…

ଅମାଠ ଛକରେ ବଢ଼ିବାରେ ଲାଗିଛି ଅପରାଧ, ପୋଲିସ ଫାଣ୍ଡି ପାଇଁ ଦାବି

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ଜିଲାର ଶେଷ ସୀମାନ୍ତ ଅଞ୍ଚଳରେ ଥିବା ଅମାଠ ଛକରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । କାରଣ ଉକ୍ତ…

ନବଯୌବନ ଦର୍ଶନ ଆଜି, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ପୁରୀ,୧୪।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁଙ୍କ ଅଣସର ଶେଷ ହୋଇଛି। ସୁସ୍ଥ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ମଙ୍ଗଳବାର ଦଇତାପତି ସେବକମାନେ…

ଦୁଇ ଘଣ୍ଟା ପାଇଁ ୪ ସହରକୁ ୟେଲୋ ୱାର୍ନିଂ ଜାରି କଲା ପାଣିପାଗ ବିଭାଗ, ପ୍ରବଳ ବର୍ଷା…

ଭୁବନେଶ୍ବର,୧୪।୭: ଖୋର୍ଦ୍ଧା, ଭୁବନେଶ୍ବର, କଟକ, ପୁରୀ ପାଇଁ ୟେଲୋ ୱାର୍ନିଂ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ଏକାଧିକ…

ଭାଜପା ପରେ ବିଜେଡିର ପାଲଟା ଅଭିଯୋଗ, ପିଲାଙ୍କୁ ରାଜନୈତିକ କାମରେ ଲଗାଉଛି ଭାଜପା

ଭୁବନେଶ୍ୱର,୧୪।୭(ସୁନିତ୍‌ ମିଶ୍ର): ରାଜନୈତିକ କାର୍ଯ୍ୟକ୍ରମରେ ଛୋଟ ପିଲାମାନଙ୍କୁ ସାମିଲ କରାଯିବା ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ସୋମବାର ବିଜେଡିର ଏକ ମହିଳା ପ୍ରତିନିଧି ଦଳ…

ଆଜି ରାଜ୍ୟ କ୍ୟାବିନେଟ୍, ୭ରୁ ଅଧିକ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୧୪।୭ (ରବିନାରାୟଣ ଜେନା): ରାଜ୍ୟବାସୀଙ୍କ ହିତକୁ ଦୃଷ୍ଟିରେ ରଖି ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଘୁର୍ଣ୍ଣିବଳୟ ସକ୍ରିୟ: ଅତି ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୪।୭:ଉତ୍ତର ବଙ୍ଗୋପସାଗର ଓ ତା’ ପାଖପାଖି ଦକ୍ଷିଣ ବାଂଲାଦେଶ ପାଖରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆଗାମୀ ୪ଦିନ ପର୍ଯ୍ୟନ୍ତ ରାଜ୍ୟର…

ଅନଶନ ସମୟରେ ଅସୁସ୍ଥ ହେଲେ ଚାମେଲି: ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୧୩।୭: ଆମରଣ ଅନଶନ ବେଳେ କେନ୍ଦ୍ରାପଡା ଜିଲା ତିଖିରୀ ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଅସୁସ୍ଥ ହୋଇପଡିଛନ୍ତି। ଅନଶନରେ ବସିଥିବା ସମୟରେ ହଠାତ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri