ପାହାଡ଼ିଆ ରାସ୍ତାରେ ୮କି.ମି. ଚାଲିଲେ ଗର୍ଭବତୀ

ମାଲକାନଗିରି/କୁଡୁମୁଲୁଗୁମ୍ମା,୨୯ା୧୧(ଡି.ଏନ୍‌.ଏ.): ଜନନୀ ସୁରକ୍ଷା ନେଇ ସରକାରୀ ତହବିଲରୁ ବହୁ ଅର୍ଥ ବ୍ୟୟ ହେଉଛି। ମାତ୍ର ଏବେ ମଧ୍ୟ ମାଲକାନଗିରି ଜିଲାର ଉପାନ୍ତ ଅଞ୍ଚଳରେ ଜନନୀ ଯନ୍ତ୍ରଣାର ଦୁଃଖ କମିନାହିଁ। କେଉଁଠି ରାସ୍ତା ଥାଇ ଠିକ୍‌ ସମୟରେ ଆମ୍ବୁଲାନ୍ସ ପହଞ୍ଚତ୍ପାରୁ ନାହିଁ ତ କେଉଁଠି ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ସୁବିଧା ମିଳୁନାହିଁ। ଫଳରେ ପ୍ରସୂତିଙ୍କୁ କେଉଁଠି ଖଟିଆରେ, କେଉଁଠି ଭାରରେ ବୁହାହୋଇ ଡାକ୍ତରଖାନା ଯିବାର ଦୃଶ୍ୟ ଜିଲାରେ ଦେଖିବାକୁ ମିଳୁଛି। ସେଭଳି ଜଣେ ଗର୍ଭବତୀ ମହିଳା ଯନ୍ତ୍ରଣାରେ ଦୀର୍ଘ ୮ କି.ମି. ପାହାଡ଼ିଆ ଘାଟିରାସ୍ତାରେ ଚାଲି ଚାଲି ଆସି ଡାକ୍ତରଖାନାରେ ସୋମବାର ପହଞ୍ଚତ୍ଛନ୍ତି। ଏହା ଯେତିକି ହୃଦୟ ବିଦାରକ ସେତିକି ଆଶ୍ଚର୍ଯ୍ୟଚକିତ କରିଛି।

ଜିଲାର ଖଇରପୁଟ ବ୍ଲକ ରାସବେଡ଼ା ପଞ୍ଚାୟତ ଅଧୀନ ବଣ୍ଡାଘାଟିର ତାଗାବେଡ଼ା ଗ୍ରାମର ବୁଦା ସିସାଙ୍କ ସ୍ତ୍ରୀ ଶୁକ୍ରି ସିସା ଗର୍ଭବତୀ ଥିଲେ। ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସ କିମ୍ବା କୌଣସି ଗାଡ଼ି ସୁବିଧା ନ ପାଇ ଶୁକ୍ରିଙ୍କୁ ତାଗାଡେବା ଗ୍ରାମରୁ ୮ କି.ମି. ପାହାଡ଼ିଆ ଘାଟିରାସ୍ତାରେ ଚାଲିଚାଲି ରାସବେଡ଼ା ପଞ୍ଚାୟତର ପାଲକାଗୁଡ଼ାରେ ପହଞ୍ଚତ୍ଥିଲେ। ସେଠାରେ ପହଞ୍ଚତ୍ବା ପରେ ଆଶାକର୍ମୀ ଆମ୍ବୁଲାନ୍ସ ଡକାଇ ତାଙ୍କୁ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଶୁକ୍ରିଙ୍କ ଏକ ପୁତ୍ରସନ୍ତାନ ଜନ୍ମ ହୋଇଥିଲା। ମା’ ଓ ଶିଶୁ ଏବେ ସୁସ୍ଥ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଆଡ଼େ ଦେଖିବ ସିଆଡ଼େ ଖାଲ

ଭୁବନେଶ୍ୱର, ୨୭।୯ (ବ୍ୟୁରୋ):‘ସ୍ମାର୍ଟସିଟି ଭୁବନେଶ୍ୱର’ କେବଳ ନାମକୁମାତ୍ର। ରାସ୍ତାଠାରୁ ଆରମ୍ଭ କରି ପରିମଳ ପର୍ଯ୍ୟନ୍ତ ସବୁକିଛି ବିପର୍ଯ୍ୟସ୍ତ। ଯୁଆଡେ ଦେଖିବ ସିଆଡେ ଖାଲ। ସହରର ଏମିତି...

ପରଲୋକରେ ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀ

ଭୁବନେଶ୍ୱର, ୯।୧୧(ବ୍ୟୁରୋ): ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। କଟକ ସିଡିଏ ସେକ୍ଟର-୬ ଘରେ ମୃତ୍ୟୁ...

କେନ୍ଦୁଝରରେ ଥମୁନି କଳା ପଲ୍‌ସର ଆତଙ୍କ: ପାଟଣାରେ ଦୁର୍ବୃତ୍ତ ଲୁଟି ନେଲେ ୧ ଲକ୍ଷ ୯୩ ହଜାର ଟଙ୍କା, ଲୁଟେରାଙ୍କ ଟେର୍‌ ପାଉନି ପୋଲିସ

ପାଟଣା,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରେ ଥମୁନି କଳା ପଲ୍‌ସର ଆତଙ୍କ। ବିଶେଷକରି ପର୍ବ ପର୍ବାଣୀ ସମୟରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇ ବିଭିନ୍ନ ଅଞ୍ଚଳରେ...

ସାଡ଼ିଙ୍ଗିଆରେ ମାଓବାଦୀ ବ୍ୟାନର

ଫିରିଙ୍ଗିଆ,୨୭ା୬-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡ଼ିଙ୍ଗିଆ ପଞ୍ଚାୟତ ଲେଣ୍ଡ୍ରିଗାଁ ପାଖ ଘାଟି ରାସ୍ତାରେ ମାଓବାଦୀମାନେ ବ୍ୟାନର ଲଗାଇଛନ୍ତି। ଦୁର୍ଗମ ଅଞ୍ଚଳରେ ଏହି ବ୍ୟାନର ଦେଖାଯାଇଥିବାରୁ ଲୋକେ...

ପୁଷ୍ଟିକର ଖାଦ୍ୟ, ପ୍ରାକ୍‌ ଶିକ୍ଷାରୁ ବଞ୍ଚତ୍ତ ଶିଶୁ

ନୂଆପଡ଼ା ଅଫିସ,୧୪।୧୧: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଲଭା ପଞ୍ଚାୟତ ପଟପରପାଲି ଗାଁର ମହୁଲପଡାବାସୀ ଦୀର୍ଘ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚତ୍ତ...

ନାଲ୍‌କୋ ବିଶ୍ୱକର୍ମା ପୂଜାର ୫ମ ସନ୍ଧ୍ୟା : ଲକ୍ଷାଧିକ ଲୋକଙ୍କ ସମାଗମ

ବଅଁରପାଳ,୨୨।୯(ଡି.ଏନ.ଏ) – ଅନୁଗୋଳ ଜିଲା ନାଲ୍‌କୋ ନଗରରେ ଚାଲିଥିବା ବିଶ୍ୱକର୍ମା ପୂଜାର ଶନିବାର ଥିଲା ୫ମ ସା। ନାଲ୍‌କୋରେ ପୂଜା ଆରମ୍ଭ କରିଥିବା ମୁଖ୍ୟ ପୂର୍ବତନ...

ମକର ଲାଗି ଉତ୍ସବମୁଖର ‘ମା’ ବରୁଣେଇ ପୀଠ’

ଧାମନଗର,୧୪ା୧ – ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳିସ୍ଥିତ ଭଦ୍ରକ- ଆଖଣ୍ଡଳମଣି ମୁଖ୍ୟ ରାସ୍ତାକଡରେ ରହିଛି ନେତ୍ରପୀଠ ମା’ ବରୁଣେଇଙ୍କ ପୀଠ। ଆଖଣ୍ଡଳମଣିଙ୍କ ପୀଠକୁ ଯିବା...

ସ୍ବାସ୍ଥ୍ୟକେନ୍ଦ୍ର ଆମ୍ବୁଲାନ୍ସ ସେବା ପୁନଃ ଆରମ୍ଭ ଦାବି

ରସୁଲପୁର,୧୩ା୩(ଡି.ଏନ.ଏ.):ରସୁଲପୁର ବ୍ଲକ ଅନ୍ତର୍ଗତ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରିହାତି ଆମ୍ବୁଲାନ୍ସ ସେବାକୁ ପୁନଃ ଆରମ୍ଭ କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି। ରୋଗୀଙ୍କ...

Advertisement
Archives

Model This Week