ଧ୍ୱଂସ ହେବ ପାରାଭାଡ଼ି ପାହାଡ଼

ଚଣ୍ଡିଖୋଲ,୩୦।୧୧(ଡି.ଏନ.ଏ.): ରାଜ୍ୟ ସରକାର ଅବଢା ଯୋଜନାରେ ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ ଯାଜପୁର ଜିଲାର ଐତିହାସିକ ପାହାଡ଼ ପାରାଭାଡ଼ିକୁ ଖନନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ବନ୍ଦରେଶ୍ୱର ଓ କେଶରାଇପୁର ଅଞ୍ଚଳରୁ ଏହି ପାହାଡ଼କୁ ଖନନ କରାଯିବ। ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଏହାକୁ ଖନନ କରି ସେହି ପଥର ପୁରୀକୁ ପଠାଇବ। ସେଥିପାଇଁ ଶୁଖୁଆପଡ଼ାର ୧୧୪ଏକର ପରିମିତ ସ୍ଥାନରୁ ପ୍ରାଥମିକ ପର୍ଯ୍ୟାୟରେ ଖନନ କରାଯିବା ପାଇଁ ସ୍ଥିର ହୋଇଛି। ଏଥିପାଇଁ ଓଏମ୍‌ସି ତରଫରୁ ପରିବେଶ ମଞ୍ଜୁରୀ ପାଇଁ ଆବେଦନ କରାଯାଇଛି। ହେଲେ ଖନନକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି।
ବୁଦ୍ଧାୟନର ସଭାପତି ଆଡ଼ଭୋକେଟ୍‌ ପ୍ରଦୀପ୍ତ କୁମାର ଭୁୟାଁ କହିଛନ୍ତି, ଏହି ପାହାଡ଼ର ଶୀର୍ଷଦେଶରେ ରହିଛି ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ପାରାଭାଡ଼ି ସ୍ତୂପ। ବୌଦ୍ଧ ଯୁଗୀୟ ଏହି ସ୍ତୂପକୁ ଭାରତୀୟ ପ୍ରନତ୍ତତ୍ତ୍ୱ ବିଭାଗ (ଏଏସ୍‌ଆଇ) ନିଜ ଅଧୀନକୁ ନେଇଛି। ଏହି ପ୍ରାଚୀନ ବୌଦ୍ଧ ସ୍ତୂପ ଦେଶରେ ବିରଳ। ଯାହାକୁ ନେଇ ଚୀନ ପରିବ୍ରାଜକ ହୁଏନ୍‌ସାଂ ତାଙ୍କ ପୁସ୍ତକରେ ଏହି ସ୍ତୂପ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ସେଥିପାଇଁ ୨୦୦୫ରେ ସମ୍ପୃକ୍ତ ପାହାଡ଼କୁ ଲିଜ୍‌ ଦିଆଯାଇଥିଲା। ସେହି ଲିଜ୍‌ ବାତିଲ କରିବା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବୁଦ୍ଧାୟନ ତରଫରୁ ୨୩ା୨ା୨୦୦୫ ଓ ୨୯ା୦୯ା୨୦୦୫ରେ ଦୁଇଟି ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁରର ତତ୍କାଳୀନ ଜିଲାପାଳ ଶାଶ୍ୱତ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ କ୍ଷେତ୍ର ପରିଦର୍ଶନ କରି ପାହାଡ଼ର କୌଣସି ଅଂଶ ଖୋଳାଯାଇ ପାରିବ ନାହିଁ ବୋଲି ରିପୋର୍ଟ ଦେଇଥିଲେ। ପରେ ସମ୍ପୃକ୍ତ ପାହାଡ଼ର କିଛି ଅଂଶକୁ ଦିଆଯାଇଥିବା ଲିଜ୍‌କୁ ବାତିଲ କରାଯାଇଥିଲା। ଏପରି କି ଏହି ପାହାଡ଼ଟି ୩ଟି ରାଜସ୍ବ ମୌଜାରେ ଅନ୍ତର୍ଭୁକ୍ତ। ଯାଜପୁର ଜିଲାର ବନ୍ଦରେଶ୍ୱର ଓ କେଶରାଇପୁର ଅଞ୍ଚଳରେ ପାହାଡ଼ର ୮୦ଭାଗ ଥିବାବେଳେ କଟକ ଜିଲାର ଲଳିତଗିରି ମୌଜାରେ ପାହାଡ଼ର ୨୦ଭାଗ ରହିଛି। ଏହି ପାହାଡ଼ର ଶୀର୍ଷ ଦେଶରେ ବୌଦ୍ଧ ସ୍ତୂପ ପାରାଭାଡ଼ି ରହିଥିବା ବେଳେ କେଶରାଇପୁର ମୌଜାରେ ହାତୀ ଖାଲ ଭାବେ ପରିଚିତ ଷଷ୍ଠ ଓ ସପ୍ତମ ଶତାବ୍ଦୀର ବୌଦ୍ଧ କିର୍ତ୍ତୀରାଜି ରହିଛି। ଏହା ସହିତ ଓଡ଼ିଶା ପର୍ଯ୍ୟଟନ ବିଭାଗ ଅଧୀନରେ ଲଙ୍ଗୁଳି ମଠ ରହିଛି। ପ୍ରାଚୀନ ଐତିହ୍ୟ କୀର୍ତ୍ତିରାଜି ପୂର୍ଣ୍ଣ ପାହାଡ଼କୁ ଭାରତୀୟ ପ୍ରତ୍ନତତ୍ତ୍ୱବିଭାଗ ନିଜ ଅଧୀନକୁ ନେଇଥିବା ବେଳେ ଏହାର ଉତ୍‌ଖନନ ଆଜି ପର୍ଯ୍ୟନ୍ତ କରାଯାଇନାହିଁ।
ବିଶିଷ୍ଟ ବୌଦ୍ଧ ଗବେଷକ ତଥା ଐତିହାସିକ ଡ. ହରିଶ୍ଚନ୍ଦ୍ର ପୃଷ୍ଟି କୁହନ୍ତି, କେବଳ ପାରାଭାଡ଼ି ଓ ହାତୀଖାଲ ଅଛି ତାହା ନୁହେଁ ଏହି ପାହାଡ଼ରୁ ବହୁ ବୌଦ୍ଧ କିର୍ତ୍ତିରାଜି ଆବିଷ୍କୃତ ହୋଇଛି, ଯାହାକି ଏବେ ବି ମ୍ୟୁଜିୟମରେ ଅଛି। ବୌଦ୍ଧ ଯୁଗୀୟ ମୂର୍ତ୍ତି ଓ ଶିଳାଲେଖ ତନ୍ମଧ୍ୟରୁ ଅନ୍ୟତମ। ସେଥିପାଇଁ ଏହି ପାହାଡ଼ ଖନନ କରାଯାଇ ଯେଉଁ ଖଣ୍ଡୋଲାଇଟ୍‌ ପଥର ଉତ୍ତୋଳନ ପାଇଁ ଯୋଜନା କରାଯାଇଛି ତାହା ଠିକ୍‌ ନୁହେଁ। ଏଥିଯୋଗୁ ପାହାଡ଼ଟି ଧ୍ୱଂସ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ଓଏମ୍‌ସି ତରଫରୁ ବନ୍ଦରେଶ୍ୱର ମୌଜାରୁ ୧୧୪ ଏକର ପରିମିତ ସ୍ଥାନରୁ ପଥର ଖନନ ପାଇଁ ଯୋଜନା କରାଯାଇଥିବା ବେଳେ କେଶରାଇପୁର ମୌଜାର ୪୭ ଏକର ସ୍ଥାନରୁ ପାହାଡ଼ ଖନନ ପାଇଁ ସ୍ଥିର କରାଯାଇଛି। ଯଦି ପାହାଡ଼ ଖନନ ଆରମ୍ଭ କରାଯାଏ ତେବେ ବୁଦ୍ଧାୟନ ପୁଣିଥରେ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ସଭାପତି ଭୁୟାଁ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। ତେବେ ବୌଦ୍ଧ କୀର୍ତ୍ତିରାଜି ଅଞ୍ଚଳକୁ ଛାଡ଼ି ଅବଶିଷ୍ଟ ଅଂଶରେ ଖନନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁରରେ ଲଜ୍ଜା; ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଟାଣିନେଇ ବଳାତ୍କାର ଅଭିଯୋଗ, ଚିତ୍କାର ଶୁଣି ଦୌଡ଼ି ଆସିଲେ ଗ୍ରାମବାସୀ

ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ…

ସଫେଇ ଅଭିଯାନରେ ସାମିଲ ହେଲେ ଅଧିକ୍ଷକ: କର୍ମଚାରୀଙ୍କୁ ଦେଲେ ସ୍ବଚ୍ଛତା ବାର୍ତ୍ତା

କେସିଙ୍ଗା, ୧।୧୦ (ତୁମେଶ୍ୱର ସାହୁ): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ବତନ୍ତ୍ର ସ୍ବଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ…

୫୫ ବର୍ଷର ଦିନିକିଆ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମିଶିକି କଲେ ବିଶ୍ୱରେକର୍ଡ

ଗୁଆହାଟୀ,୧।୧୦:ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁଆହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ୧୯୭୧ରୁ ଆରମ୍ଭ…

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?