ଧ୍ୱଂସ ହେବ ପାରାଭାଡ଼ି ପାହାଡ଼

ଚଣ୍ଡିଖୋଲ,୩୦।୧୧(ଡି.ଏନ.ଏ.): ରାଜ୍ୟ ସରକାର ଅବଢା ଯୋଜନାରେ ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ ଯାଜପୁର ଜିଲାର ଐତିହାସିକ ପାହାଡ଼ ପାରାଭାଡ଼ିକୁ ଖନନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ବନ୍ଦରେଶ୍ୱର ଓ କେଶରାଇପୁର ଅଞ୍ଚଳରୁ ଏହି ପାହାଡ଼କୁ ଖନନ କରାଯିବ। ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଏହାକୁ ଖନନ କରି ସେହି ପଥର ପୁରୀକୁ ପଠାଇବ। ସେଥିପାଇଁ ଶୁଖୁଆପଡ଼ାର ୧୧୪ଏକର ପରିମିତ ସ୍ଥାନରୁ ପ୍ରାଥମିକ ପର୍ଯ୍ୟାୟରେ ଖନନ କରାଯିବା ପାଇଁ ସ୍ଥିର ହୋଇଛି। ଏଥିପାଇଁ ଓଏମ୍‌ସି ତରଫରୁ ପରିବେଶ ମଞ୍ଜୁରୀ ପାଇଁ ଆବେଦନ କରାଯାଇଛି। ହେଲେ ଖନନକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି।
ବୁଦ୍ଧାୟନର ସଭାପତି ଆଡ଼ଭୋକେଟ୍‌ ପ୍ରଦୀପ୍ତ କୁମାର ଭୁୟାଁ କହିଛନ୍ତି, ଏହି ପାହାଡ଼ର ଶୀର୍ଷଦେଶରେ ରହିଛି ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ପାରାଭାଡ଼ି ସ୍ତୂପ। ବୌଦ୍ଧ ଯୁଗୀୟ ଏହି ସ୍ତୂପକୁ ଭାରତୀୟ ପ୍ରନତ୍ତତ୍ତ୍ୱ ବିଭାଗ (ଏଏସ୍‌ଆଇ) ନିଜ ଅଧୀନକୁ ନେଇଛି। ଏହି ପ୍ରାଚୀନ ବୌଦ୍ଧ ସ୍ତୂପ ଦେଶରେ ବିରଳ। ଯାହାକୁ ନେଇ ଚୀନ ପରିବ୍ରାଜକ ହୁଏନ୍‌ସାଂ ତାଙ୍କ ପୁସ୍ତକରେ ଏହି ସ୍ତୂପ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ସେଥିପାଇଁ ୨୦୦୫ରେ ସମ୍ପୃକ୍ତ ପାହାଡ଼କୁ ଲିଜ୍‌ ଦିଆଯାଇଥିଲା। ସେହି ଲିଜ୍‌ ବାତିଲ କରିବା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବୁଦ୍ଧାୟନ ତରଫରୁ ୨୩ା୨ା୨୦୦୫ ଓ ୨୯ା୦୯ା୨୦୦୫ରେ ଦୁଇଟି ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁରର ତତ୍କାଳୀନ ଜିଲାପାଳ ଶାଶ୍ୱତ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ କ୍ଷେତ୍ର ପରିଦର୍ଶନ କରି ପାହାଡ଼ର କୌଣସି ଅଂଶ ଖୋଳାଯାଇ ପାରିବ ନାହିଁ ବୋଲି ରିପୋର୍ଟ ଦେଇଥିଲେ। ପରେ ସମ୍ପୃକ୍ତ ପାହାଡ଼ର କିଛି ଅଂଶକୁ ଦିଆଯାଇଥିବା ଲିଜ୍‌କୁ ବାତିଲ କରାଯାଇଥିଲା। ଏପରି କି ଏହି ପାହାଡ଼ଟି ୩ଟି ରାଜସ୍ବ ମୌଜାରେ ଅନ୍ତର୍ଭୁକ୍ତ। ଯାଜପୁର ଜିଲାର ବନ୍ଦରେଶ୍ୱର ଓ କେଶରାଇପୁର ଅଞ୍ଚଳରେ ପାହାଡ଼ର ୮୦ଭାଗ ଥିବାବେଳେ କଟକ ଜିଲାର ଲଳିତଗିରି ମୌଜାରେ ପାହାଡ଼ର ୨୦ଭାଗ ରହିଛି। ଏହି ପାହାଡ଼ର ଶୀର୍ଷ ଦେଶରେ ବୌଦ୍ଧ ସ୍ତୂପ ପାରାଭାଡ଼ି ରହିଥିବା ବେଳେ କେଶରାଇପୁର ମୌଜାରେ ହାତୀ ଖାଲ ଭାବେ ପରିଚିତ ଷଷ୍ଠ ଓ ସପ୍ତମ ଶତାବ୍ଦୀର ବୌଦ୍ଧ କିର୍ତ୍ତୀରାଜି ରହିଛି। ଏହା ସହିତ ଓଡ଼ିଶା ପର୍ଯ୍ୟଟନ ବିଭାଗ ଅଧୀନରେ ଲଙ୍ଗୁଳି ମଠ ରହିଛି। ପ୍ରାଚୀନ ଐତିହ୍ୟ କୀର୍ତ୍ତିରାଜି ପୂର୍ଣ୍ଣ ପାହାଡ଼କୁ ଭାରତୀୟ ପ୍ରତ୍ନତତ୍ତ୍ୱବିଭାଗ ନିଜ ଅଧୀନକୁ ନେଇଥିବା ବେଳେ ଏହାର ଉତ୍‌ଖନନ ଆଜି ପର୍ଯ୍ୟନ୍ତ କରାଯାଇନାହିଁ।
ବିଶିଷ୍ଟ ବୌଦ୍ଧ ଗବେଷକ ତଥା ଐତିହାସିକ ଡ. ହରିଶ୍ଚନ୍ଦ୍ର ପୃଷ୍ଟି କୁହନ୍ତି, କେବଳ ପାରାଭାଡ଼ି ଓ ହାତୀଖାଲ ଅଛି ତାହା ନୁହେଁ ଏହି ପାହାଡ଼ରୁ ବହୁ ବୌଦ୍ଧ କିର୍ତ୍ତିରାଜି ଆବିଷ୍କୃତ ହୋଇଛି, ଯାହାକି ଏବେ ବି ମ୍ୟୁଜିୟମରେ ଅଛି। ବୌଦ୍ଧ ଯୁଗୀୟ ମୂର୍ତ୍ତି ଓ ଶିଳାଲେଖ ତନ୍ମଧ୍ୟରୁ ଅନ୍ୟତମ। ସେଥିପାଇଁ ଏହି ପାହାଡ଼ ଖନନ କରାଯାଇ ଯେଉଁ ଖଣ୍ଡୋଲାଇଟ୍‌ ପଥର ଉତ୍ତୋଳନ ପାଇଁ ଯୋଜନା କରାଯାଇଛି ତାହା ଠିକ୍‌ ନୁହେଁ। ଏଥିଯୋଗୁ ପାହାଡ଼ଟି ଧ୍ୱଂସ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ଓଏମ୍‌ସି ତରଫରୁ ବନ୍ଦରେଶ୍ୱର ମୌଜାରୁ ୧୧୪ ଏକର ପରିମିତ ସ୍ଥାନରୁ ପଥର ଖନନ ପାଇଁ ଯୋଜନା କରାଯାଇଥିବା ବେଳେ କେଶରାଇପୁର ମୌଜାର ୪୭ ଏକର ସ୍ଥାନରୁ ପାହାଡ଼ ଖନନ ପାଇଁ ସ୍ଥିର କରାଯାଇଛି। ଯଦି ପାହାଡ଼ ଖନନ ଆରମ୍ଭ କରାଯାଏ ତେବେ ବୁଦ୍ଧାୟନ ପୁଣିଥରେ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ସଭାପତି ଭୁୟାଁ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। ତେବେ ବୌଦ୍ଧ କୀର୍ତ୍ତିରାଜି ଅଞ୍ଚଳକୁ ଛାଡ଼ି ଅବଶିଷ୍ଟ ଅଂଶରେ ଖନନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୭ ଦିନରେ ଆମରଣ ଅନଶନ: ଅସୁସ୍ଥ ହେବାରେ ଲାଗିଛନ୍ତି କର୍ମଚାରୀ

କାଳିଆପାଣି,୧୦ା୧୦(ଡି.ଏନ୍‌.ଏ.): ସୁକିନ୍ଦା ଟାଟା ଖଣି ମୁଖ୍ୟ ଫାଟକ ସମ୍ମୁଖରେ କାର୍ଯ୍ୟରତ କର୍ମଚାରୀ ଏବଂ ଛଟେଇ ଶ୍ରମିକଙ୍କ ଅନଶନ ବୁଧବାର ୭ମ ଦିନରେ ପହଞ୍ଚତ୍ଛି। ଗାନ୍ଧୀ ଜୟନ୍ତୀଠାରୁ...

ଗଞ୍ଜାମ ଏସ୍‌ପି ଅଫିସ ଆଗରେ ଆତ୍ମାହୁତି ଘଟଣା: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଗଞ୍ଜାମ,୨୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ବୋରିଗାଁ ଅଞ୍ଚଳର ବାଦଲ ସାହୁ ନାମକ ଜଣେ ଯୁବକ ଛତ୍ରପୁରସ୍ଥିତ ଏସ୍‌ପି ଅଫିସ ଆଗରେ ଗତ ୧୪ରେ ଆତ୍ମାହୁତି...

ମଦଭାଟିରୁ ଟଙ୍କା ନେଉଥିଲେ ଅବକାରୀ ଅଧୀକ୍ଷକ

ଦେବଗଡ଼,୨୯ା୯(ଡି.ଏନ୍‌.ଏ.): ମଦଭାଟି ମାଲିକଙ୍କଠାରୁ ଦେଢଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଦେବଗଡ଼ ଅବକାରୀ ଅଧୀକ୍ଷକ ଅଜିତ କୁମାର ମହାପାତ୍ର ଓ ବାରକୋଟ ଅବକାରୀ...

ଚୋରା ଚାଲାଣ ଉଦ୍ୟମ ପଣ୍ଡ, ୧୨ ଗିରଫ

କଟକ ଅଫିସ, ୧୬।୧୨: କଟକ ସହରର ବିଭିନ୍ନ ସ୍ଥାନରେ ଦାଦାବଟି ସହ ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ପାଇଁ ପ୍ରସ୍ତୁତ ସରିଥିଲା ପୂରା ରୋଡ୍‌ମ୍ୟାପ। ଏଥିପାଇଁ...

ବଜେଟରେ ପର୍ଯ୍ୟଟନକୁ ଫୋକସ: ଅବଢା ଯୋଜନା ପାଇଁ ୨୨୪ କୋଟି

ଭୁବନେଶ୍ୱର,୨୪।୨(ବ୍ୟୁରୋ): ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ବଜେଟରେ ପର୍ଯ୍ୟଟନକୁ ମଧ୍ୟ ରାଜ୍ୟ ସରକାର...

ଭଙ୍ଗା କୁଡ଼ିଆରେ ଅଲେଖଙ୍କ ପରିବାର

ସିଂହପୁର,୧୧ା୧୨(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ୍‌ ଅନ୍ତର୍ଗତ ଜରି ପଞ୍ଚାୟତ ଜରି ଗ୍ରାମ ତୋଟା ସାହିର ଅଲେଖ ମଳିକଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଛି। ମୌଳିକ...

ଭଙ୍ଗା ଘରେ ଚାଲିଛି ଆୟୁର୍ବେଦ ଚିକିତ୍ସାଳୟ

ଅମରପାଲି,୨୭।୧୧(ଡି.ଏନ.ଏ): ସରକାର ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ନେଉଛନ୍ତି ଅନେକ ପଦକ୍ଷେପ। ଚିକିତ୍ସାଳୟ ସ୍ଥାପନ, ମାଗଣା ଔଷଧ ବଣ୍ଟନ ସହ ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ...

ସ୍କୁଲ ହଷ୍ଟେଲର ୯ ଛାତ୍ର ପଜିଟିଭ

ଉମରକୋଟ,୪ା୪: ନବରଙ୍ଗପୁର ଜିଲାରୁ ଦିନକରେ ୧୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରବିବାର ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଉମରକୋଟ ଡୋଙ୍ଗ୍ରିଗୁଡ଼ାସ୍ଥିତ ଗୁରୁକୃପା...

Advertisement
Archives

Model This Week