ଆମ ଜିଲା ଖବର

କୁଆଖାଇ ନଦୀରେ ବୁଲୁଛି କୁମ୍ଭୀର

ବାରଙ୍ଗ,୨୨।୯(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ କୁଆଖାଇ ନଦୀରେ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି। ଫଳରେ ନଦୀକୂଳ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ମଙ୍ଗଳବାର ସକାଳେ ନଦୀକୁ ଗାଧୋଇବାକୁ ଯାଇଥିବା ଝିଙ୍କରଡିହ ଗ୍ରାମର କେତେଜଣ ମହିଳା କୁମ୍ଭୀରଟିକୁ ପାଣିରେ ପହଁରୁଥିବା ଦେଖି ଭୟରେ ଫେରି ଆସିଥିଲେ।…

ଭାଜପା ପତାକା ଚିରି ଗାଡ଼ି ଭାଙ୍ଗିଲେ

ପିପିଲି/ଡେଲାଙ୍ଗ,୨୨।୯(ସ୍ବ.ପ୍ର./ଡି.ଏନ୍‌.ଏ.):ପିପିଲି ଉପନିର୍ବାଚନ ପାଇଁ ସୋମବାରଠାରୁ ବିଧିବଦ୍ଧ ପ୍ରଚାର ଆରମ୍ଭ ହୋଇଛି। ୩୦ତାରିଖରେ ଭୋଟ ହେବାକୁ ଥିବାରୁ ପ୍ରଚାର ପାଇଁ ହାତରେ ଆଉ ମାତ୍ର ୭ଦିନ । ୩ ପ୍ରମୁଖ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ପକ୍ଷରୁ ପ୍ରଚାର ଜୋରଦାର କରାଗଲାଣି।…

ଟିକା ନେବାର ୩ ଘଣ୍ଟା ପରେ ମହିଳାଙ୍କ ମୃତ୍ୟୁ

ଉମରକୋଟ,୨୨।୯(ସ୍ବ.ପ୍ର.): କରୋନା ଟିକା ନେବାର ୩ ଘଣ୍ଟା ପରେ ଜଣେ ଆଦିବାସୀ ମହିଳାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତକ ହେଲେ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ମାଲବେଡା ଗ୍ରାମର ସୁକୁରି ଭତରା(୫୦)। ସୁକୁରି ପ୍ରଥମ ଡୋଜ୍‌…

ଉପଦ୍ରବ ରୋକିବାରେ ଉଦାସୀନ

ପରିକ୍ଷିତ ସାହୁ ବଇଣ୍ଡା,୨୨ା୯ – ହାତୀଜନିତ କ୍ଷୟକ୍ଷତିକୁ ନେଇ ଅଥୟ ହୋଇପଡ଼ିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ହଣ୍ଡପା ଓ ବାମୁର ରେଞ୍ଜ ଅଞ୍ଚଳର ଚାଷୀ। ଫସଲ ବଞ୍ଚାଇବାକୁ ସେମାନେ ରାତି ଅନିଦ୍ରା ହେଉଥିବାବେଳେ ବନ ବିଭାଗର ନିଦ ଭାଙ୍ଗୁନାହିଁ। ଏପରି…

ମକାଚାଷୀଙ୍କୁ ଧକ୍କା

ସୁଧୀର କୁମାର ପରିଡ଼ା କାମାକ୍ଷାନଗର, ୨୨।୯ – ଅର୍ଥକରୀ ଫସଲ ମକା ଚାଷ ପାଇଁ ଢେଙ୍କାନାଳର ଥଣ୍ଡା ଜଳବାୟୁ ଉପକାରୀ ସାବ୍ୟସ୍ତ ହୋଇଛି। ବିଶେଷକରି କାମାକ୍ଷାନଗର ବ୍ଲକରେ ଗତକିଛି ବର୍ଷ ହେଲା ମିଠା ମକା (ସୁଇଟ୍‌ କର୍ନ) ଚାଷ କରି ଭାଗ୍ୟ…

ଜଳ ଘେରରୁ ୨୮ ପରିବାର ଉଦ୍ଧାର: ପ୍ରବଳ ବର୍ଷାରେ ରାସ୍ତା ଧୋଇଗଲା

ବାରିପଦା ଅଫିସ,୨୨ା୯- ଲଘୁଚାପ ଜନିତ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଳକ ଅଞ୍ଚଳ ବିଶେଷ ପ୍ରଭାବିତ ହୋଇଛି। ଜମ୍ଭିରା ନଦୀ ଓ ମହାନ୍ତି ନାଳରେ ଜଳସ୍ତର ବୃଦ୍ଧି ପାଇଥିବାରୁ ଦୁଇଟି ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ମହାନ୍ତି ନାଳର…

ଭଙ୍ଗା ଘରେ ବିତୁଛି ଜୁଆଙ୍ଗ ଜନଜାତିଙ୍କ ଜୀବନ

କେନ୍ଦୁଝର, ୨୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲାର ପୁରାତନ ଜନଜାତି ହେଉଛନ୍ତି ଜୁଆଙ୍ଗ। ଜୁଆଙ୍ଗଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି। ସେମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୧୯୭୮ ମସିହାରେ ଗଠନ ହୋଇଛି ଜୁଆଙ୍ଗ ଉନ୍ନୟନ ସଂସ୍ଥା (ଜେଡିଏ)। ଏହା ମାଧ୍ୟମରେ…

୨୦୦ ଏକରରେ ବାନ୍ଧିଲେ ସୋଲାର ବାଡ଼

ଝାଳବୁହା ପରିଶ୍ରମରେ କରିଥିବା ଫସଲକୁ ହାତୀପଲଠାରୁ ସୁରକ୍ଷା ପାଇଁ ହାତରୁ ଲକ୍ଷେରୁ ଅଧିକ ଟଙ୍କା ଖର୍ଚ୍ଚ କରି ୨୦୦ ଏକର ଜମିରେ ବୁଲାଇଲେ ସୋଲାର ତାରବାଡ଼। ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ଜହ୍ନାପଡ଼ା ଗ୍ରାମର ଚାଷୀଙ୍କ ଏଭଳି ଅଭିନବ ପ୍ରୟାସକୁ ସବୁମହଲରେ…

ବାଧାପ୍ରାପ୍ତ ହୋଇପାରେ ଜଳବିଦ୍ୟୁତ୍‌ ଉତ୍ପାଦନ

ଭୁବନେଶ୍ୱର,୨୨।୯(ବ୍ୟୁରୋ): କେବଳ ହୀରାକୁଦ ଜଳଭଣ୍ଡାରକୁ ଛାଡ଼ିଦେଲେ ଅନ୍ୟ ଜଳ ଭଣ୍ଡାରଗୁଡିକରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ପାଣି ନାହିଁ। ହୀରାକୁଦରେ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ସେପ୍ଟେମ୍ବର ୨୧ ସୁଦ୍ଧା ୬୨୯.୨୮ ଫୁଟ ରହିଛି। ରାଜ୍ୟର ବିଦ୍ୟୁତ୍‌ ଉତ୍ପାଦନ…

ଚିକିତ୍ସା ଅଭାବରୁ ଚାଲିଗଲା ମା’ -ଶିଶୁଙ୍କ ଜୀବନ

ଝାରସୁଗୁଡ଼ା ଅଫିସ,୨୧ା୯: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ପ୍ରସବ ପରେ ଜଣେ ପ୍ରସୂତି ଓ ନବଜାତ ଶିଶୁର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ଲୋକେ ଚିକିତ୍ସା ଅବହେଳା ପାଇଁ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ…

ଯୁବକଙ୍କୁ ଗଛରେ ବାନ୍ଧି ପିଟିଲେ: ଭିଡିଓ ଭାଇରାଲ

ହିଞ୍ଜିଳିକାଟୁ,୨୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ କାଞ୍ଜିଆମା ଗ୍ରାମର ଜଣେ ଯୁବକଙ୍କୁ ସୋମବାର ରାତିରେ ନଡ଼ିଆ ଗଛରେ ବାନ୍ଧି ମାଡ଼ ମରାଯାଇଥିଲା। ତେବେ ଏହି ଘଟଣାର ଏକ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋମବାର ରାତିରେ ଯୁବକ…

ଛେଳି ଚରାଉ ଚରାଉ ନିସ୍ତୁକ ପିଟିଲେ

ଦିଗପହଣ୍ଡି,୨୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ଛେଳି ଜଗୁଆଳ ବି. ପଞ୍ଚୁ ପାତ୍ରଙ୍କୁ ମାଡ଼ ମରା ଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ କୋଟି ନଡ଼ା ଗ୍ରାମର ମଙ୍ଗୁଳୁ ସ୍ବାଇଁ ନିସ୍ତୁକ ମାଡ଼ ମାରିଥିବା ସେ ଦିଗପହଣ୍ଡି ଥାନାରେ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?