Posted inଭଦ୍ରକ

ଏନ୍‌କାଉଣ୍ଟରରେ ୨ ଲୁଟେରା ଗୁରୁତର

ଭଦ୍ରକ ଅଫିସ,୨।୧୨: ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ବୁଧବାର ପୂର୍ବାହ୍ନରେ ବରପଦା ନିକଟରେ ୨ ଲୁଟେରାଙ୍କୁ ଏନ୍‌କାଉଣ୍ଟର କରିଛି। ସେମାନଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ପ୍ରଥମେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁହେଁ ଚରମ୍ପା ଲକ୍ଷ୍ମୀନାରାୟଣ ମନ୍ଦିର ନିକଟ ଏଟିଏମ୍‌ରୁ ୨୯ ଲକ୍ଷ ଲୁଟ୍‌ ମାମଲାରେ ସମ୍ପୃକ୍ତ ଅଛନ୍ତି। ଏହି ଘଟଣାରେ ସେମାନଙ୍କର ୪ ସହଯୋଗୀଙ୍କୁ ଅଟକ ରଖି ଜେରା କରାଯାଉଥିବା ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ କୁମାର ଜେନା ସୂଚନା ଦେଇଛନ୍ତି।
ଗୁରୁତର ହୋଇଥିବା ଦୁଇ ଲୁଟେରା ହେଲେ ବାଲେଶ୍ୱର ଜିଲା ସୋର ଅଞ୍ଚଳର ପ୍ରହ୍ଲାଦ ଦାସ ଓ ନୀଳଗିରି ଅଞ୍ଚଳର ସୁଶାନ୍ତ ମଲ୍ଲିକ। ସେମାନେ ବରପଦା ଅଞ୍ଚଳରେ ରହି ଡକାୟତି ପାଇଁ ଯୋଜନା କରୁଥିବା ଖବର ପାଇ ଥାନାଧିକାରୀ ଜେନା ସଦଳବଳ ଚଢ଼ାଉ କରିଥିଲେ। ପୋଲିସକୁ ଦେଖି ସେମାନେ ପାଲଟା ଗୁଳି ଚଳାଇଥିଲେ। ଏହି ସମୟରେ ଆତ୍ମରକ୍ଷା କରିବାକୁ ଯାଇ ତଳେ ପଡ଼ି ଥାନାଧିକାରୀ ଜେନାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଫଳରେ ପୋଲିସ ବାଧ୍ୟ ହୋଇ ଏନକାଉଣ୍ଟର କରିଥିଲା। ସେମାନଙ୍କ ନିକଟରୁ ୩ଟି ବନ୍ଧୁକ, ୨ ଖଣ୍ଡା ଓ ୪ ମ୍ୟାଗ୍‌ଜିନ ଜବତ କରାଯାଇଛି। ଏହି ଗ୍ୟାଙ୍ଗ୍‌ ବହୁ ଲୁଟ୍‌, ଡକାୟତି ଓ ରାହାଜାନି ଘଟଣାରେ ସମ୍ପୃକ୍ତ ଅଛନ୍ତି। ପ୍ରହ୍ଲାଦ ଓ ସୁଶାନ୍ତ କଟକରୁ ସୁସ୍ଥ ହୋଇ ଫେରିବା ପରେ ଜେରା ସମୟରେ ଅଧିକ ତଥ୍ୟ ମିଳିବ ବୋଲି ଥାନାଧିକାରୀ ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପୁନରୁଦ୍ଧାର ଅପେକ୍ଷାରେ କୁଣ୍ଡିନଈ

ତିହିଡ଼ି,୨୧।୪(ସଞ୍ଜିତ ବଳ)ଦିନ ଥିଲା କୁଣ୍ଡିନଈ ପାଇଁ ୯ ପଞ୍ଚାୟତ ଶସ୍ୟଶ୍ୟାମଳା ହେଉଥିଲା। ପାର୍ଶ୍ୱବର୍ତ୍ତୀ ଗଁାର ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଏହି ନଦୀ।...

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri