ବିଲରୁ ଚାଷୀ ଧାନ ଉଠାଇ ପାରୁନାହାନ୍ତି

ଜଗତ୍‌ସିଂହପୁର ଅଫିସ, ୨।୧୨: ଜଗତ୍‌ସିଂହପୁର ଜିଲାର ଚାଷୀକୁଳ ସମ୍ଭାବ୍ୟ ବାତ୍ୟା ଜୱାଦକୁ ନେଇ ଚିନ୍ତାରେ ପଡିଛନ୍ତି। ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଉଛି। ଗୁରୁବାର ମାଣବସା ଥିବାରୁ ବିଲରୁ ଧାନ ଉଠିବା ସମ୍ଭବ ନୁହେଁ। ଶୁକ୍ରବାରଠାରୁ ବର୍ଷା ଆରମ୍ଭ ହେବ। ଏ ପରିସ୍ଥିତିରେ ଚାଷୀ କେବଳ ଭାଗ୍ୟକୁ ଆଦରି ରହିଛନ୍ତି। ବାତ୍ୟା ହେଲେ ଜିଲାର ପାଖାପାଖି ୧,୩୦,୦୦୦ ଚାଷୀଙ୍କ ୮୪ ହଜାର ହେକ୍ଟର ଧାନ, ୭୭ ହେକ୍ଟର ଡାଲି ଜାତୀୟ ଓ ପନିପରିବା ଫସଲ ପ୍ରଭାବିତ ହେବା ଆଶଙ୍କା କରାଯାଉଛି।
ଜଗତ୍‌ସିଂହପୁର ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲା ଭାବେ ଜଣାଶୁଣା। ଅକ୍ଟୋବର ଓ ନଭେମ୍ବରରେ ବର୍ଷା ଯୋଗୁ ଜିଲାର ଅଧିକାଂଶ ଅଞ୍ଚଳର କ୍ଷେତରେ ପାଣି ଜମି ରହିଥିଲା। ଏଥିଯୋଗୁ ପାଖାପାଖି ୩୧ ହଜାର ହେକ୍ଟର ଧାନ ଫସଲ ପ୍ରଭାବିତ ହୋଇଥିଲା। ବର୍ଷା ପରେ ଚାଷୀମାନଙ୍କ ଉଦ୍ୟମ ଯୋଗୁ ଧାନ ଫସଲକୁ ସୁରକ୍ଷା ଦିଆଯାଇ ପାରିଥିଲା। ଏବେ ବି ଜିଲାର ଏରସମା, କୁଜଙ୍ଗ, ବାଲିକୁଦା, ତିର୍ତ୍ତୋଲ, ନାଉଗାଁ, ବିରିଡି, ରଘୁନାଥପୁର ଓ ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ କେତେକ ଅଞ୍ଚଳର ବିଲରେ ପାଣି ଅଛି। ଅଧିକାଂଶ ସ୍ଥାନରେ ପାଣି ନ ଥିଲେ ବି ମାଟି ଓଦାଳିଆ ରହିଛି। ଯେଉଁମାନଙ୍କ ଧାନ କ୍ଷତିଗ୍ରସ୍ତ ହୋଇନାହିଁ ତାହା ଭଲ ହୋଇଛି। ଏସ୍‌ଆର୍‌ସି ଓ ପାଣିପାଗ ବିଭାଗ ପକ୍ଷରୁ ଗଣମାଧ୍ୟମରେ ଯେଉଁ ସୂଚନା ଦିଆଯାଉଛି ତାହା ଚାଷୀଙ୍କୁ ଆଶ୍ୱସ୍ତ କରିପାରୁନାହିଁ। କାରଣ ଯେଉଁ ଧାନ ୮୫ ପ୍ରତିଶତ ପାଚି ଯାଇଥିବ ତାହା କଟାଯିବା ଯୋଗ୍ୟ ବୋଲି କୁହାଯାଉଛି। ଏତେ କମ ସମୟ ଭିତରେ ଧାନ କାଟିବା ପରେ କେଉଁଠି ସୁରକ୍ଷିତ ଭାବେ ରଖିହେବ ସେ ସମ୍ପର୍କରେ ଚାଷୀ ନିଷ୍ପତ୍ତି ନେଇ ପାରୁନାହାନ୍ତି। ଖଳା, ଭାଡି ପ୍ରସ୍ତୁତ କରିବା, ତମ୍ବୁ, ଜରି ଆଦି ଯୋଗାଡ କରିବା ପ୍ରତ୍ୟେକଙ୍କ ପକ୍ଷରେ ସମ୍ଭବ ହେଉନି। ଧାନ କାଟିବା ପାଇଁ ମଧ୍ୟ ମେଶିନ କି ମୂଲିଆ ମିଳୁନାହାନ୍ତି। ଅନେକ ଚାଷୀ ମଧ୍ୟ କିଛି ନ ବୁଝି ଅଧା ପାଚିଲା ଧାନ କାଟି ପକାଉଛନ୍ତି, ଯାହାକି ପରବର୍ତ୍ତି ସମୟରେ ନଷ୍ଟ ହେବା ନିଶ୍ଚିତ। ଏ ପରିସ୍ଥିତିରେ ପ୍ରଶାସନ କେବଳ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଉପରଠାଉରିଆ ସଚେତନତା ବାର୍ତ୍ତା ଦେଇ ଦାୟିତ୍ୱ ଶେଷ କରି ଦେବାକୁ ବସିଛି। ଜିଲା କୃଷି ବିଭାଗ ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ଦେବାରେ ବିଫଳ ହେଉଥିବା କେତେଜଣ ଚାଷୀ କହିଛନ୍ତି। ଜଗତ୍‌ସିଂହପୁର ଜିଲାରେ ଡ୍ରେନେଜ୍‌ ସମସ୍ୟା ଜଟିଳ। କୃଷି ବିଭାଗ ଓ ଡ୍ରେନେଜ୍‌ ବିଭାଗ ମଧ୍ୟରେ ସମନ୍ବୟ ରହିପାରିଲେ ସମ୍ଭାବ୍ୟ ପରିସ୍ଥିତିକୁ କେତେକାଂଶରେ ଏଡାଇ ଦିଆଯାଇ ପାରିବ ବୋଲି ମତପ୍ରକାଶ ପାଉଛି। ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ରାଜକିଶୋର ଦାସ କହିଛନ୍ତି, ଖରିଫରେ ହରଡ ୨ ହେକ୍ଟର, ବିରି ୪୨ ହେକ୍ଟର ସହ ଅନ୍ୟାନ୍ୟ ମିଶି ମୋଟ ୭୭ ହେକ୍ଟର ଡାଲି ଜାତୀୟ ଫସଲ ଚାଷ ହୋଇଛି। ଆସନ୍ତା ୨ରୁ ୫ ତାରିଖ ପର୍ଯ୍ୟନ୍ତ ଜିଲାରେ ବର୍ଷା, ପବନ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହା ହେଲେ ଜିଲାରେ ହୋଇଥିବା ସମସ୍ତ ଧାନ, ଡାଲି ଜାତୀୟ ଫସଲ ଉଜୁଡିଯିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri