ବିଲରୁ ଚାଷୀ ଧାନ ଉଠାଇ ପାରୁନାହାନ୍ତି

ଜଗତ୍‌ସିଂହପୁର ଅଫିସ, ୨।୧୨: ଜଗତ୍‌ସିଂହପୁର ଜିଲାର ଚାଷୀକୁଳ ସମ୍ଭାବ୍ୟ ବାତ୍ୟା ଜୱାଦକୁ ନେଇ ଚିନ୍ତାରେ ପଡିଛନ୍ତି। ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଉଛି। ଗୁରୁବାର ମାଣବସା ଥିବାରୁ ବିଲରୁ ଧାନ ଉଠିବା ସମ୍ଭବ ନୁହେଁ। ଶୁକ୍ରବାରଠାରୁ ବର୍ଷା ଆରମ୍ଭ ହେବ। ଏ ପରିସ୍ଥିତିରେ ଚାଷୀ କେବଳ ଭାଗ୍ୟକୁ ଆଦରି ରହିଛନ୍ତି। ବାତ୍ୟା ହେଲେ ଜିଲାର ପାଖାପାଖି ୧,୩୦,୦୦୦ ଚାଷୀଙ୍କ ୮୪ ହଜାର ହେକ୍ଟର ଧାନ, ୭୭ ହେକ୍ଟର ଡାଲି ଜାତୀୟ ଓ ପନିପରିବା ଫସଲ ପ୍ରଭାବିତ ହେବା ଆଶଙ୍କା କରାଯାଉଛି।
ଜଗତ୍‌ସିଂହପୁର ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲା ଭାବେ ଜଣାଶୁଣା। ଅକ୍ଟୋବର ଓ ନଭେମ୍ବରରେ ବର୍ଷା ଯୋଗୁ ଜିଲାର ଅଧିକାଂଶ ଅଞ୍ଚଳର କ୍ଷେତରେ ପାଣି ଜମି ରହିଥିଲା। ଏଥିଯୋଗୁ ପାଖାପାଖି ୩୧ ହଜାର ହେକ୍ଟର ଧାନ ଫସଲ ପ୍ରଭାବିତ ହୋଇଥିଲା। ବର୍ଷା ପରେ ଚାଷୀମାନଙ୍କ ଉଦ୍ୟମ ଯୋଗୁ ଧାନ ଫସଲକୁ ସୁରକ୍ଷା ଦିଆଯାଇ ପାରିଥିଲା। ଏବେ ବି ଜିଲାର ଏରସମା, କୁଜଙ୍ଗ, ବାଲିକୁଦା, ତିର୍ତ୍ତୋଲ, ନାଉଗାଁ, ବିରିଡି, ରଘୁନାଥପୁର ଓ ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ କେତେକ ଅଞ୍ଚଳର ବିଲରେ ପାଣି ଅଛି। ଅଧିକାଂଶ ସ୍ଥାନରେ ପାଣି ନ ଥିଲେ ବି ମାଟି ଓଦାଳିଆ ରହିଛି। ଯେଉଁମାନଙ୍କ ଧାନ କ୍ଷତିଗ୍ରସ୍ତ ହୋଇନାହିଁ ତାହା ଭଲ ହୋଇଛି। ଏସ୍‌ଆର୍‌ସି ଓ ପାଣିପାଗ ବିଭାଗ ପକ୍ଷରୁ ଗଣମାଧ୍ୟମରେ ଯେଉଁ ସୂଚନା ଦିଆଯାଉଛି ତାହା ଚାଷୀଙ୍କୁ ଆଶ୍ୱସ୍ତ କରିପାରୁନାହିଁ। କାରଣ ଯେଉଁ ଧାନ ୮୫ ପ୍ରତିଶତ ପାଚି ଯାଇଥିବ ତାହା କଟାଯିବା ଯୋଗ୍ୟ ବୋଲି କୁହାଯାଉଛି। ଏତେ କମ ସମୟ ଭିତରେ ଧାନ କାଟିବା ପରେ କେଉଁଠି ସୁରକ୍ଷିତ ଭାବେ ରଖିହେବ ସେ ସମ୍ପର୍କରେ ଚାଷୀ ନିଷ୍ପତ୍ତି ନେଇ ପାରୁନାହାନ୍ତି। ଖଳା, ଭାଡି ପ୍ରସ୍ତୁତ କରିବା, ତମ୍ବୁ, ଜରି ଆଦି ଯୋଗାଡ କରିବା ପ୍ରତ୍ୟେକଙ୍କ ପକ୍ଷରେ ସମ୍ଭବ ହେଉନି। ଧାନ କାଟିବା ପାଇଁ ମଧ୍ୟ ମେଶିନ କି ମୂଲିଆ ମିଳୁନାହାନ୍ତି। ଅନେକ ଚାଷୀ ମଧ୍ୟ କିଛି ନ ବୁଝି ଅଧା ପାଚିଲା ଧାନ କାଟି ପକାଉଛନ୍ତି, ଯାହାକି ପରବର୍ତ୍ତି ସମୟରେ ନଷ୍ଟ ହେବା ନିଶ୍ଚିତ। ଏ ପରିସ୍ଥିତିରେ ପ୍ରଶାସନ କେବଳ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଉପରଠାଉରିଆ ସଚେତନତା ବାର୍ତ୍ତା ଦେଇ ଦାୟିତ୍ୱ ଶେଷ କରି ଦେବାକୁ ବସିଛି। ଜିଲା କୃଷି ବିଭାଗ ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ଦେବାରେ ବିଫଳ ହେଉଥିବା କେତେଜଣ ଚାଷୀ କହିଛନ୍ତି। ଜଗତ୍‌ସିଂହପୁର ଜିଲାରେ ଡ୍ରେନେଜ୍‌ ସମସ୍ୟା ଜଟିଳ। କୃଷି ବିଭାଗ ଓ ଡ୍ରେନେଜ୍‌ ବିଭାଗ ମଧ୍ୟରେ ସମନ୍ବୟ ରହିପାରିଲେ ସମ୍ଭାବ୍ୟ ପରିସ୍ଥିତିକୁ କେତେକାଂଶରେ ଏଡାଇ ଦିଆଯାଇ ପାରିବ ବୋଲି ମତପ୍ରକାଶ ପାଉଛି। ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ରାଜକିଶୋର ଦାସ କହିଛନ୍ତି, ଖରିଫରେ ହରଡ ୨ ହେକ୍ଟର, ବିରି ୪୨ ହେକ୍ଟର ସହ ଅନ୍ୟାନ୍ୟ ମିଶି ମୋଟ ୭୭ ହେକ୍ଟର ଡାଲି ଜାତୀୟ ଫସଲ ଚାଷ ହୋଇଛି। ଆସନ୍ତା ୨ରୁ ୫ ତାରିଖ ପର୍ଯ୍ୟନ୍ତ ଜିଲାରେ ବର୍ଷା, ପବନ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହା ହେଲେ ଜିଲାରେ ହୋଇଥିବା ସମସ୍ତ ଧାନ, ଡାଲି ଜାତୀୟ ଫସଲ ଉଜୁଡିଯିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri