ଅବ୍ୟବସ୍ଥାରେ ପରିବେଶ ପର୍ଯ୍ୟଟନ କେନ୍ଦ୍ର

ଚଣ୍ଡିଖୋଲ,୨।୧୨(ଡି.ଏନ.ଏ.): ଶୀତ ଋତୁ ଆସିଲେ ବିଭିନ୍ନ ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ। ଗତ ବର୍ଷ କୋଭିଡ୍‌ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଦେଖାଯାଇ ନ ଥିଲା। ଚଳିତ ବର୍ଷ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଲୋକାରଣ୍ୟ ହେବା ଆଶା ରଖାଯାଇଛି। ତେବେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ବନ ବିଭାଗ ତରଫରୁ ପରିବେଶ ପର୍ଯ୍ୟଟନ କେନ୍ଦ୍ର ନିର୍ମାଣ କରାଯାଉଥିବା ବେଳେ ସେଠାକୁ ପର୍ଯ୍ୟଟକ ଆସିବା ପାଇଁ ଇଚ୍ଛୁକ ନୁହନ୍ତି। କାରଣ ଏହି ପର୍ଯ୍ୟଟନ କେନ୍ଦ୍ର ଗୁଡିକରେ ପାନୀୟ ଜଳ ଓ ଆଲୋକୀକରଣ ବ୍ୟବସ୍ଥା ନାହିଁ। ଏଭଳି ସ୍ଥାନ ଦେଖିବାକୁ ମିଳିଛି ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ମହାବିନାୟକ ଏବଂ ଓଳାଶୁଣୀ ପୀଠରେ। ଏହି ଦୁଇଟିସ୍ଥାନରେ ବନବିଭାଗ ତରଫରୁ ପରିବେଶ ପର୍ଯ୍ୟଟନ କେନ୍ଦ୍ର ନିର୍ମାଣ କରାଯାଇଛି। ପର୍ଯ୍ୟଟକ ଏଠାରେ ରହିବା ପାଇଁ ଅନ୍‌ଲାଇନରେ ବୁକିଂ କରୁଥିଲେ ମଧ୍ୟ ରାତ୍ରିଯାପନ କରିପାରୁନାହାନ୍ତି।
ସୂଚନା ମୁତାବକ, ୨୦୧୨ରେ ଓଳାଶୁଣୀ ଓ ମହାବିନାୟକଠାରେ ପରିବେଶ ପର୍ଯ୍ୟଟନ କେନ୍ଦ୍ର ନିର୍ମାଣ କରାଯାଇଥିଲା। ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଥିରେ ବିଭିନ୍ନ ବ୍ୟବସ୍ଥା କରାଯାଇଥିଲା। ମାତ୍ର ୟା ଭିତରେ ୧୦ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଆଜି ଯାଏ ଏହି ଦୁଇ କେନ୍ଦ୍ରରେ ବିଦ୍ୟୁତ୍‌, ପାଣି ବ୍ୟବସ୍ଥା ହୋଇ ପାରିନାହିଁ। ରକ୍ଷଣାବେକ୍ଷଣ ଲାଗି କର୍ମଚାରୀ ନିଯୁକ୍ତି ହୋଇପାରି ନାହାନ୍ତି। ଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ମହାବିନାୟକଠାରେ ଥିବା ପର୍ବତ ଶୋଭାରୁ ୨୦୧୬-୧୭ ଆର୍ଥିକ ବର୍ଷରେ ୮୬ ହଜାର ଟଙ୍କା ରାଜସ୍ବ ମିଳିଥିବା ବେଳେ ୨୦୧୭-୧୮ରେ ୧ ଲକ୍ଷ ୫୯ ହଜାର ଟଙ୍କା, ୨୦୧୮-୧୯ରେ ୧ ଲକ୍ଷ ୨୧ ହଜାର ଟଙ୍କା ଓ ୨୦୧୯-୨୦ ରେ ୧ ଲକ୍ଷ ୫୫ ହଜାର ଟଙ୍କା ରାଜସ୍ବ ମିଳିଛି। ଓଳାଶୁଣୀ ଠାରେ ନିର୍ମିତ ପରିବେଶ ପର୍ଯ୍ୟଟନ କେନ୍ଦ୍ରରେ ୨୦୧୬-୧୭ ଆର୍ଥିକ ବର୍ଷରେ ମାତ୍ର ୧୪ ହଜାର ଟଙ୍କା ରାଜସ୍ବ ମିଳିଥିବା ବେଳେ ୨୦୧୭-୧୮ରେ ୪୩ ହଜାର ଟଙ୍କା, ୨୦୧୮-୧୯ରେ ୨୦ ହଜାର ଟଙ୍କା ଓ ୨୦୧୯-୨୦ରେ ମାତ୍ର ୧୩ ହଜାର ଟଙ୍କା ରାଜସ୍ବ ମିଳିଛି। ଏବେ ଏହି ଦୁଇ ପ୍ରକଳ୍ପ ରାଜ୍ୟ ବନ ଉନ୍ନୟନ୍ନ ନିଗମକୁ ହସ୍ତାନ୍ତର କରାଯାଇଛି। ନିଗମ ପକ୍ଷରୁ ଏକ କୋଠରୀରେ ୨୪ ଘଣ୍ଟା ରହଣି ପାଇଁ ୧୮୫୭ ଟଙ୍କା ଅର୍ଥରାଶି ଦାଖଲ କରିବା ନିୟମ ରହିଛି। ଯେଉଁ ପର୍ଯ୍ୟଟକ ଏହି ପରିବେଶ ପର୍ଯ୍ୟଟନ କେନ୍ଦ୍ରରେ ରହିବାକୁ ଆସୁଛନ୍ତି ଏଠାରେ ସର୍ବନିମ୍ନ ସୁବିଧା ନ ଥିବାରୁ ବାଧ୍ୟ ହୋଇ ଫେରିଯାଉଛନ୍ତି। ବର୍ଷ ବର୍ଷ ହେବ ଏପରି ଅବ୍ୟବସ୍ଥା ଦେଖାଦେଇଥିଲେ ମଧ୍ୟ ଆଜି ଯାଏ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହାନ୍ତି। ଏ ସମ୍ପର୍କରେ ଚଣ୍ଡିଖୋଲ ବନପାଳ ଶଶୀକାନ୍ତ ବେହେରାଙ୍କୁ ପଚାରିବାରୁ ସେ କୁହନ୍ତି, ଏବିଷୟରେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯାଇଛି। ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ ଅଭିଯାନରେ ସାମିଲ ହେଲେ ଅଧିକ୍ଷକ: କର୍ମଚାରୀଙ୍କୁ ଦେଲେ ସ୍ବଚ୍ଛତା ବାର୍ତ୍ତା

କେସିଙ୍ଗା, ୧।୧୦ (ତୁମେଶ୍ୱର ସାହୁ): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ବତନ୍ତ୍ର ସ୍ବଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ…

୫୫ ବର୍ଷର ଦିନିକିଆ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମିଶିକି କଲେ ବିଶ୍ୱରେକର୍ଡ

ଗୁଆହାଟୀ,୧।୧୦:ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁଆହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ୧୯୭୧ରୁ ଆରମ୍ଭ…

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?