ଅବ୍ୟବସ୍ଥାରେ ପରିବେଶ ପର୍ଯ୍ୟଟନ କେନ୍ଦ୍ର

ଚଣ୍ଡିଖୋଲ,୨।୧୨(ଡି.ଏନ.ଏ.): ଶୀତ ଋତୁ ଆସିଲେ ବିଭିନ୍ନ ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ। ଗତ ବର୍ଷ କୋଭିଡ୍‌ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଦେଖାଯାଇ ନ ଥିଲା। ଚଳିତ ବର୍ଷ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଲୋକାରଣ୍ୟ ହେବା ଆଶା ରଖାଯାଇଛି। ତେବେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ବନ ବିଭାଗ ତରଫରୁ ପରିବେଶ ପର୍ଯ୍ୟଟନ କେନ୍ଦ୍ର ନିର୍ମାଣ କରାଯାଉଥିବା ବେଳେ ସେଠାକୁ ପର୍ଯ୍ୟଟକ ଆସିବା ପାଇଁ ଇଚ୍ଛୁକ ନୁହନ୍ତି। କାରଣ ଏହି ପର୍ଯ୍ୟଟନ କେନ୍ଦ୍ର ଗୁଡିକରେ ପାନୀୟ ଜଳ ଓ ଆଲୋକୀକରଣ ବ୍ୟବସ୍ଥା ନାହିଁ। ଏଭଳି ସ୍ଥାନ ଦେଖିବାକୁ ମିଳିଛି ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ମହାବିନାୟକ ଏବଂ ଓଳାଶୁଣୀ ପୀଠରେ। ଏହି ଦୁଇଟିସ୍ଥାନରେ ବନବିଭାଗ ତରଫରୁ ପରିବେଶ ପର୍ଯ୍ୟଟନ କେନ୍ଦ୍ର ନିର୍ମାଣ କରାଯାଇଛି। ପର୍ଯ୍ୟଟକ ଏଠାରେ ରହିବା ପାଇଁ ଅନ୍‌ଲାଇନରେ ବୁକିଂ କରୁଥିଲେ ମଧ୍ୟ ରାତ୍ରିଯାପନ କରିପାରୁନାହାନ୍ତି।
ସୂଚନା ମୁତାବକ, ୨୦୧୨ରେ ଓଳାଶୁଣୀ ଓ ମହାବିନାୟକଠାରେ ପରିବେଶ ପର୍ଯ୍ୟଟନ କେନ୍ଦ୍ର ନିର୍ମାଣ କରାଯାଇଥିଲା। ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଥିରେ ବିଭିନ୍ନ ବ୍ୟବସ୍ଥା କରାଯାଇଥିଲା। ମାତ୍ର ୟା ଭିତରେ ୧୦ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଆଜି ଯାଏ ଏହି ଦୁଇ କେନ୍ଦ୍ରରେ ବିଦ୍ୟୁତ୍‌, ପାଣି ବ୍ୟବସ୍ଥା ହୋଇ ପାରିନାହିଁ। ରକ୍ଷଣାବେକ୍ଷଣ ଲାଗି କର୍ମଚାରୀ ନିଯୁକ୍ତି ହୋଇପାରି ନାହାନ୍ତି। ଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ମହାବିନାୟକଠାରେ ଥିବା ପର୍ବତ ଶୋଭାରୁ ୨୦୧୬-୧୭ ଆର୍ଥିକ ବର୍ଷରେ ୮୬ ହଜାର ଟଙ୍କା ରାଜସ୍ବ ମିଳିଥିବା ବେଳେ ୨୦୧୭-୧୮ରେ ୧ ଲକ୍ଷ ୫୯ ହଜାର ଟଙ୍କା, ୨୦୧୮-୧୯ରେ ୧ ଲକ୍ଷ ୨୧ ହଜାର ଟଙ୍କା ଓ ୨୦୧୯-୨୦ ରେ ୧ ଲକ୍ଷ ୫୫ ହଜାର ଟଙ୍କା ରାଜସ୍ବ ମିଳିଛି। ଓଳାଶୁଣୀ ଠାରେ ନିର୍ମିତ ପରିବେଶ ପର୍ଯ୍ୟଟନ କେନ୍ଦ୍ରରେ ୨୦୧୬-୧୭ ଆର୍ଥିକ ବର୍ଷରେ ମାତ୍ର ୧୪ ହଜାର ଟଙ୍କା ରାଜସ୍ବ ମିଳିଥିବା ବେଳେ ୨୦୧୭-୧୮ରେ ୪୩ ହଜାର ଟଙ୍କା, ୨୦୧୮-୧୯ରେ ୨୦ ହଜାର ଟଙ୍କା ଓ ୨୦୧୯-୨୦ରେ ମାତ୍ର ୧୩ ହଜାର ଟଙ୍କା ରାଜସ୍ବ ମିଳିଛି। ଏବେ ଏହି ଦୁଇ ପ୍ରକଳ୍ପ ରାଜ୍ୟ ବନ ଉନ୍ନୟନ୍ନ ନିଗମକୁ ହସ୍ତାନ୍ତର କରାଯାଇଛି। ନିଗମ ପକ୍ଷରୁ ଏକ କୋଠରୀରେ ୨୪ ଘଣ୍ଟା ରହଣି ପାଇଁ ୧୮୫୭ ଟଙ୍କା ଅର୍ଥରାଶି ଦାଖଲ କରିବା ନିୟମ ରହିଛି। ଯେଉଁ ପର୍ଯ୍ୟଟକ ଏହି ପରିବେଶ ପର୍ଯ୍ୟଟନ କେନ୍ଦ୍ରରେ ରହିବାକୁ ଆସୁଛନ୍ତି ଏଠାରେ ସର୍ବନିମ୍ନ ସୁବିଧା ନ ଥିବାରୁ ବାଧ୍ୟ ହୋଇ ଫେରିଯାଉଛନ୍ତି। ବର୍ଷ ବର୍ଷ ହେବ ଏପରି ଅବ୍ୟବସ୍ଥା ଦେଖାଦେଇଥିଲେ ମଧ୍ୟ ଆଜି ଯାଏ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହାନ୍ତି। ଏ ସମ୍ପର୍କରେ ଚଣ୍ଡିଖୋଲ ବନପାଳ ଶଶୀକାନ୍ତ ବେହେରାଙ୍କୁ ପଚାରିବାରୁ ସେ କୁହନ୍ତି, ଏବିଷୟରେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯାଇଛି। ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜଳିଗଲା କୁକୁଡ଼ା ଦୋକାନ:ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭାପୁର,୧୫।୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡିଠାରୁ ୨୦୦ ମିଟର ଦୂରରେ ଥିବା ଏକ କୁକୁଡ଼ା ଦୋକାନରେ ଶନିବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ...

ଶୃଙ୍ଖଳିତ ମତଦାନକୁ ଗୁରୁତ୍ୱ

ଖୋର୍ଦ୍ଧା ଅଫିସ,୧୪ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୬ରୁ ୨୪ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଭୋଟ ଗ୍ରହଣଠାରୁ ଗଣତି ପର୍ଯ୍ୟନ୍ତ...

୧ ଲକ୍ଷ ୭୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଢେଙ୍କାନାଳ ଅଫିସ,୧୦।୬: ଢେଙ୍କାନାଳ ସହର ରାମେଶ୍ୱରପୁର ରେଳଧାରଣା ନିକଟରୁ ଶୁକ୍ରବାର ଟାଉନ ଥାନା ପୋଲିସ ୧୬ ଗ୍ରାମ୍‌ ୭୦୦ ମିଲିଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ପୋଲିସ...

ରାସ୍ତା ଖରାପ ଯୋଗୁ ଯାଇପାରିଲାନି ଆମ୍ବୁଲାନ୍ସ: ଚାଲିଗଲା ରୋଗୀଙ୍କ ଜୀବନ

ପାଟଣା,୧୯।୧(ସ୍ବ.ପ୍ର.): ଗାଁକୁ ଭଲ ରାସ୍ତା ନ ଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଷ୍ଟ୍ରେଚରରେ ବୁହାହୋଇ ଆମ୍ବୁଲାନ୍ସ ପାଖକୁ ଯାଇଥିଲେ ରୋଗୀ। ବିଳମ୍ବରେ ଚିକିତ୍ସାଳୟରେ ପହଞ୍ଚିବା ପରେ...

ଧୂଳିମୟ ଭିଆଇପି ରୋଡ୍‌

ଆନନ୍ଦପୁର,୧୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦର ୧୩ ନଂ. ଓ ୧୪ ନଂ. ଓ୍ବାର୍ଡକୁ ସଂଲଗ୍ନ ଭିଆଇପି ରୋଡ୍‌ ଧୂଳିମୟ ହୋଇପଡ଼ିଛି। ଯାନବାହନ ଯାତାୟାତ ସମୟରେ...

ଅର୍ଥନୀତିଭିତ୍ତିକ କୃଷି ବିପର୍ଯ୍ୟସ୍ତ

କେନ୍ଦ୍ରାପଡ଼ା ଅଫିସ,୧୯।୬: କେନ୍ଦ୍ରାପଡ଼ା ଜିଲାର ୭୦ ପ୍ରତିଶତ ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ । ତେବେ ଅର୍ଥକରୀ ଫସଲ ଉତ୍ପାଦନ ପାଇଁ ବିଭିନ୍ନ ସମସ୍ୟାର ସମାଧାନ...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ; ଜଗି ରହିଛନ୍ତି ସାଥୀ

ଦେବଗଡ଼,୧୫।୧୨(ଡି.ଏନ୍‌.ଏ.): ଦେବଗଡ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ଖିଲବେରେଣି ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟୁ ଘଟିଛି।...

ଚିଙ୍ଗୁଡ଼ି ପ୍ରୋସେସିଂପ୍ଲାଣ୍ଟରୁ ଆମୋନିଆ ଗ୍ୟାସ ଲିକ୍‌: ୩ ମହିଳା ଗୁରୁତର

ପାରାଦୀପ,୨୩।୫(ସ୍ବ.ପ୍ର.): ପାରାଦୀପ ଉପକଣ୍ଠ ଶିଳ୍ପାଞ୍ଚଳରେ ରବିବାର ଲକ୍ଷ୍ମୀନାରାୟଣ ଏକ୍ସପୋର୍ଟ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ ଲିକ୍‌ ହୋଇଛି। ଏହାର ପ୍ରଭାବରେ ୧୩ ଜଣ ଅସୁସ୍ଥ...

Advertisement
Archives

Model This Week