ପୌର ନିର୍ବାଚନ ପୂର୍ବରୁ ସହରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୫୧ ପ୍ରକଳ୍ପ ପାଇଁ ୩.୩୬ କୋଟି ଅନୁମୋଦନ

ଛତ୍ରପୁର,୨।୧୨(ଡି.ଏନ୍‌.ଏ.): ଆଗକୁ ଆସୁଛି ପୌରପାଳିକା ନିର୍ବାଚନ। ଏ ନେଇ ଛତ୍ରପୁର ସହରବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଏନଏସି ପକ୍ଷରୁ ୨୦୨୧/୨୨ ବର୍ଷ ପାଇଁ ୫୧ ଟି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯାଇଥିବା ବେଳେ ଏହାର ମଞ୍ଜୁରୀ ହୋଇଥିବା ଛତ୍ରପୁର ଏନଏସି ନିର୍ବାହୀ ଅଧିକାରୀ ଏନ୍‌.ଗଣେଶ ବାବୁ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏନ୍‌ଏସିକୁ ଏହାର ମଞ୍ଜୁରୀ ମିଳିଥିବା ନେଇ ଚିଠି ଆସିଛି । ଏହି ୫୧ଟି ପ୍ରକଳ୍ପ ପାଇଁ ୩ କୋଟି ୩୬ ଲକ୍ଷ ଖର୍ଚ୍ଚ ହେବ । ଛତ୍ରପୁର ୧୪ ଟି ଓ୍ବାର୍ଡର ରୂପାନ୍ତରୀକରଣ ପାଇଁ ୫୧ ଟି ପ୍ରକଳ୍ପ ହେବ । କ୍ଷୁଦ୍ର ଉଦ୍ୟାନ ୪ ଟି ପ୍ରକଳ୍ପ ପାଇଁ ୧୬ ଲକ୍ଷ, ପବ୍ଲିକ ଜିମ ୯ ଟି ପାଇଁ ୬୧ ଲକ୍ଷ, ଶିଶୁ କ୍ରୀଡା ଉଦ୍ୟାନ ୫ ଟି ପାଇଁ ୧୧ ଲକ୍ଷ, ରାସ୍ତା ୧୮ ଟି ପାଇଁ ୬୬ ଲକ୍ଷ, ରାସ୍ତା ଓ ଡ୍ରେନ ୧୩ ଟି ପ୍ରକଳ୍ପ ପାଇଁ ୧୬୪ ଲକ୍ଷ, ୨ ଟି ରାସ୍ତା ପାଇଁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି । ସହରରେ ୧୪ ଟି ଓ୍ବାର୍ଡ ରହିଥିବା ବେଳେ ପ୍ରତ୍ୟେକ ଓ୍ବାର୍ଡରେ କିଛି ନା କିଛି ପ୍ରକଳ୍ପ ରହିବ । ଏଥିସହ ମୁକ୍ତା ଯୋଜନାରେ ମହିଳା ସ୍ବୟଂ ସଂଘର ସଦସ୍ୟମାନେ ଏବେ ସହରରେ ବିଭିନ୍ନ ପ୍ରକଳ୍ପ କରି ସଶକ୍ତିକରଣ ହେଉଥିବା ବେଳେ ଆଗକୁ ମଧ୍ୟ ମହିଳା ସ୍ବୟଂ ସଂଘକୁ ମଧ୍ୟ ମୁକ୍ତା ଯୋଜନାରେ କାମ ଯୋଗାଇ ଦିଆଯିବ ବୋଲି ଏନଏସି ନିର୍ବାହି ଅଧିକାରୀ କହିଛନ୍ତି । ସୂଚନା ଥାଉକି ଚଳିତ ମାସ ୧୬ ତାରିଖରେ ଏନଏସି କର୍ତ୍ତୃପକ୍ଷ ଏବଂ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହି ୫୧ ଟି ପ୍ରକଳ୍ପର ଅନୁମୋଦନ ପାଇଁ ୫ଟି ସଚ୍ଚିବ ଭି.କେ.ପାଣ୍ଡିଆନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଝୁଲିପଡ଼ିଲେ ବିଟେକ୍‌ ଛାତ୍ର

ଗୁଣପୁର,୨୪।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବରୁଣ ନଗର ଲେନ – ୧ ରେ ଭଡା ଘରେ ଥିବା ଜଣେ ବିଟେକ ଛାତ୍ରଙ୍କ ଝୁଲନ୍ତା ମୃତଦେହ…

ଶେଷ ଶ୍ରାବଣ ସୋମବାରରେ ଦୁର୍ଘଟଣା, ମନ୍ଦିରରେ ଦଳାଚକଟାରେ ଅନେକ ଶ୍ରଦ୍ଧାଳୁ ଆହତ

ପାଟନା,୨୪।୮: ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ବିହାରର ମାଧେପୁରା ଜିଲାର ସିଂହେଶ୍ୱର ମନ୍ଦିରରେ ଦଳାଚକଟା ଘଟି ଅନେକ ଭକ୍ତ ଆହତ ହୋଇଛନ୍ତି। ଏହା ପରେ ସୃଷ୍ଟି…

ଭୂସ୍ଖଳନ ଯୋଗୁ ବାରବାଙ୍କ ଘାଟିରେ ଖସୁଛି ପଥର, ପୋଲିସ ଦେଲା ସତର୍କ ସୂଚନା

କେନ୍ଦୁଝର,୨୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ପାହାଡରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା…

ବଡ଼ଡୁମ୍ବୁଳା ଗାଁରେ ସିରିଜ ଚୋରି, ମନ୍ଦିର ହୁଣ୍ଡିକୁ ବି ଛାଡ଼ିଲେନି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମରେ ସିରିଜ ଚୋରି ହୋଇଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ନାଗେଶର ସୁବୁଦ୍ଧିଙ୍କ ଲୁଗାଦୋକାନ,ଦେବରାଜ ସାହୁଙ୍କ…

ବଢୁଛି କଙ୍ଗାରୁକୋର୍ଟ, ହଇରାଣ ହେଉଛନ୍ତି ଅସହାୟ ପରିବାର

ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ): ଜାଣତରେ ହେଉ କିମ୍ବା ଅଜାଣତରେ କିଛି ଭୁଲ ହେଇଯାଏ। ତା’ହେଲେ ସଙ୍ଗେ ସଙ୍ଗେ ଗ୍ରାମ ସଭା ବସେ। ତା’ପରେ ଆରମ୍ଭ ହୁଏ ନିର୍ଯାତନା। ରମ୍ଭା…

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ମାଫିଆ ସକ୍ରିୟ, ସାରର କୃତ୍ରିମ ସଙ୍କଟ, ଚାଷୀ ହଟହଟା

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟକୁ ୨ମାସ ବିତି ଯାଇଛି। ଏହାସତ୍ତ୍ୱେ ଜିଲାରେ ସାରର କୃତ୍ରିମ ସଙ୍କଟ ଦେଖାଯାଇଛି। ଜିଲା କୃଷି ବିଭାଗ ଜିଲାରେ ପର୍ଯ୍ୟାପ୍ତ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri