ସ୍କୁଲ ଚକ ଚକିଆ: ୧୦ ଶିକ୍ଷକ ପଦବୀ ଖାଲି

ନାଉଗାଁ,୧ା୧୨(ସ୍ବ.ପ୍ର.): ରାଜ୍ୟରେ ସ୍କୁଲ ରୂପାନ୍ତରୀକରଣ ଯୋଜନା କାମ ଜୋରସୋର୍‌ ଚାଲିଛି। ସ୍କୁଲଗୁଡିକର କାୟା ବଦଳି ଯାଇଛି। ସବୁ ଚକାଚକ୍‌ ସ୍ମାର୍ଟ କ୍ଲାସରୁମ ଏବଂ ସ୍କୁଲ ପରିସର ଝଲସୁଛି। ଶିକ୍ଷା ବ୍ୟବସ୍ଥାରେ ଏହି ଯୋଜନା ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ଆକଳନ କରାଯାଉଛି। ହେଲେ ଆଶ୍ଚର୍ଯ୍ୟର କଥା ଭିତ୍ତିଭୂମି ସଜଡା ଯାଉଛି କିନ୍ତୁ ଶିକ୍ଷାଦାନକୁ ଅଣଦେଖା କରାଯାଇଛି। ଯାହାର ଉଦାହରଣ ଜଗତ୍‌ସିଂହପୁର ଜିଲା ସର୍ବ ପୁରାତନ ନାଉଗାଁ ବ୍ଲକସ୍ଥିତ ଅଲଣାହାଟ ହାଇସ୍କୁଲ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏଠାରେ ଆବଶ୍ୟକ ଶିକ୍ଷକ ସମେତ କିରାଣି ଓ ପିଅନ ପଦବୀ ଫାଙ୍କା ପଡିଥିବା ଅଭିଯୋଗ ହେଉଛି।
ପ୍ରଥମ ପର୍ଯ୍ୟାୟରେ ନାଉଗାଁ ବ୍ଲକର ୨ଟି ସ୍କୁଲକୁ ରୂପାନ୍ତରିତ କରାଯିବାକୁ ସରକାରୀ ନିର୍ଦ୍ଦେଶ ରହିଥିଲା। ହେଲେ ଏକମାତ୍ର ସ୍କୁଲ ଭାବେ ଗତ ୨୦ ତାରିଖରେ ଅଲଣାହାଟ ହାଇସ୍କୁଲ ରୂପାନ୍ତରିତ ହୋଇ ଉଦ୍‌ଘାଟନ ହୋଇଛି। କିନ୍ତୁ ରୂପାନ୍ତରିତ ହୋଇଥିବା ଏହି ସ୍କୁଲରେ ପ୍ରଧାନ ଶିକ୍ଷକ ଓ ଅନ୍ୟ ବର୍ଗର ଶିକ୍ଷକ ପଦବୀ ଫାଙ୍କା ପଡିଛି। ସ୍କୁଲରେ ବର୍ତ୍ତମାନ ୪ ଶହରୁ ଊର୍ଦ୍ଧ୍ୱ ପିଲା ପଢୁଛନ୍ତି। ଏଠାରେ ମୋଟ ଶିକ୍ଷକଙ୍କ ପଦବୀ ସଂଖ୍ୟା ୨୪ ରହିଥିବା ବେଳେ ମାତ୍ର ୧୪ଜଣ ଶିକ୍ଷକ ରହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଲଣାହାଟ ହାଇସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି। ଅଙ୍ଗେଶ୍ୱରପଡା ସ୍କୁଲର ପ୍ରଧାନ ଶିକ୍ଷକ ଏହାର ଦାୟିତ୍ୱରେ ରହିଛନ୍ତି। ବର୍ତ୍ତମାନ ଏହି ସ୍କାର୍ଟ ସ୍କୁଲରେ ଯଦି ମୁଖିଆ ନ ରହିବେ, ତେବେ ବ୍ୟବସ୍ଥା କେମିତି ଆଗେଇବ ଓ କିଏ ଏହାର ନେତୃତ୍ୱ ନେବେ ବୋଲି ସବୁଠି ଚର୍ଚ୍ଚା ହେଉଛି। ଏତଦ୍‌ ବ୍ୟତିତ ହିନ୍ଦି ଶିକ୍ଷକ, ସଂସ୍କୃତ ଶିକ୍ଷକ, ଖେଳ ଶିକ୍ଷକ, କଳା ଶିକ୍ଷକ ପଦବୀ ଖାଲିପଡିଛି। ଖାଲି ପଡିଥିବା ପଦବୀକୁ ପୂରଣ ନ କରି ସ୍କୁଲଗୁଡିକୁ ସ୍ମାର୍ଟ କରି ରାଜ୍ୟ ସରକାର କି ପ୍ରକାର ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି, ତାହା ବୁଝି ପଡୁନାହିଁ ବୋଲି ଲୋକେ କହୁଛନ୍ତି। ସେହିପରି ଏହି ସ୍କୁଲରେ ୫ ଜଣ ପିଅନ ରହିବା ପାଇଁ ମଞ୍ଜୁର କରାଯାଇଥିବା ବେଳେ ମାତ୍ର ଜଣେ ଓ ୩ ଜଣ କିରାଣି ଆବଶ୍ୟକ ରହିଥିବା ବେଳେ ଜଣେ ମାତ୍ର କିରାଣିକୁ ନେଇ ସ୍କୁଲ ଚାଲିଛି। ଗୋଟିଏ ପଟରେ ସ୍କୁଲକୁ ପିଲାଙ୍କୁ ଆଣିବାକୁ ରୂପାନ୍ତରୀକରଣ ଯୋଜନା କରାଯାଉଛି। ଅନ୍ୟପକ୍ଷରେ ଶିକ୍ଷକ ଅଭାବରୁ ଶିକ୍ଷାଦାନ ବ୍ୟବସ୍ଥା ପାଣିଚିଆ ହେଉଛି। ତେଣୁ ସ୍କୁଲଗୁଡିକର ଅତ୍ୟାଧୁନିକରଣ ସହ ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ୱ ଦେବା ଦରକାର। ଏଥିପ୍ରତି ଜିଲା ଶିକ୍ଷା ବିଭାଗ ହୁଅନ୍ତୁ ଅବା ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାମାଜିକ କର୍ମୀ ପ୍ରଦୋଷ ମହାନ୍ତି, ବଂଶୀଧର ବେହେରା, ନିରଞ୍ଜନ ସାହୁ, ନବକିଶୋର ମହାନ୍ତି ସମେତ ସ୍ଥାନୀୟ ବୁଦ୍ଧିଜୀବି ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri