ସ୍କୁଲ ଚକ ଚକିଆ: ୧୦ ଶିକ୍ଷକ ପଦବୀ ଖାଲି

ନାଉଗାଁ,୧ା୧୨(ସ୍ବ.ପ୍ର.): ରାଜ୍ୟରେ ସ୍କୁଲ ରୂପାନ୍ତରୀକରଣ ଯୋଜନା କାମ ଜୋରସୋର୍‌ ଚାଲିଛି। ସ୍କୁଲଗୁଡିକର କାୟା ବଦଳି ଯାଇଛି। ସବୁ ଚକାଚକ୍‌ ସ୍ମାର୍ଟ କ୍ଲାସରୁମ ଏବଂ ସ୍କୁଲ ପରିସର ଝଲସୁଛି। ଶିକ୍ଷା ବ୍ୟବସ୍ଥାରେ ଏହି ଯୋଜନା ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ଆକଳନ କରାଯାଉଛି। ହେଲେ ଆଶ୍ଚର୍ଯ୍ୟର କଥା ଭିତ୍ତିଭୂମି ସଜଡା ଯାଉଛି କିନ୍ତୁ ଶିକ୍ଷାଦାନକୁ ଅଣଦେଖା କରାଯାଇଛି। ଯାହାର ଉଦାହରଣ ଜଗତ୍‌ସିଂହପୁର ଜିଲା ସର୍ବ ପୁରାତନ ନାଉଗାଁ ବ୍ଲକସ୍ଥିତ ଅଲଣାହାଟ ହାଇସ୍କୁଲ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏଠାରେ ଆବଶ୍ୟକ ଶିକ୍ଷକ ସମେତ କିରାଣି ଓ ପିଅନ ପଦବୀ ଫାଙ୍କା ପଡିଥିବା ଅଭିଯୋଗ ହେଉଛି।
ପ୍ରଥମ ପର୍ଯ୍ୟାୟରେ ନାଉଗାଁ ବ୍ଲକର ୨ଟି ସ୍କୁଲକୁ ରୂପାନ୍ତରିତ କରାଯିବାକୁ ସରକାରୀ ନିର୍ଦ୍ଦେଶ ରହିଥିଲା। ହେଲେ ଏକମାତ୍ର ସ୍କୁଲ ଭାବେ ଗତ ୨୦ ତାରିଖରେ ଅଲଣାହାଟ ହାଇସ୍କୁଲ ରୂପାନ୍ତରିତ ହୋଇ ଉଦ୍‌ଘାଟନ ହୋଇଛି। କିନ୍ତୁ ରୂପାନ୍ତରିତ ହୋଇଥିବା ଏହି ସ୍କୁଲରେ ପ୍ରଧାନ ଶିକ୍ଷକ ଓ ଅନ୍ୟ ବର୍ଗର ଶିକ୍ଷକ ପଦବୀ ଫାଙ୍କା ପଡିଛି। ସ୍କୁଲରେ ବର୍ତ୍ତମାନ ୪ ଶହରୁ ଊର୍ଦ୍ଧ୍ୱ ପିଲା ପଢୁଛନ୍ତି। ଏଠାରେ ମୋଟ ଶିକ୍ଷକଙ୍କ ପଦବୀ ସଂଖ୍ୟା ୨୪ ରହିଥିବା ବେଳେ ମାତ୍ର ୧୪ଜଣ ଶିକ୍ଷକ ରହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଲଣାହାଟ ହାଇସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି। ଅଙ୍ଗେଶ୍ୱରପଡା ସ୍କୁଲର ପ୍ରଧାନ ଶିକ୍ଷକ ଏହାର ଦାୟିତ୍ୱରେ ରହିଛନ୍ତି। ବର୍ତ୍ତମାନ ଏହି ସ୍କାର୍ଟ ସ୍କୁଲରେ ଯଦି ମୁଖିଆ ନ ରହିବେ, ତେବେ ବ୍ୟବସ୍ଥା କେମିତି ଆଗେଇବ ଓ କିଏ ଏହାର ନେତୃତ୍ୱ ନେବେ ବୋଲି ସବୁଠି ଚର୍ଚ୍ଚା ହେଉଛି। ଏତଦ୍‌ ବ୍ୟତିତ ହିନ୍ଦି ଶିକ୍ଷକ, ସଂସ୍କୃତ ଶିକ୍ଷକ, ଖେଳ ଶିକ୍ଷକ, କଳା ଶିକ୍ଷକ ପଦବୀ ଖାଲିପଡିଛି। ଖାଲି ପଡିଥିବା ପଦବୀକୁ ପୂରଣ ନ କରି ସ୍କୁଲଗୁଡିକୁ ସ୍ମାର୍ଟ କରି ରାଜ୍ୟ ସରକାର କି ପ୍ରକାର ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି, ତାହା ବୁଝି ପଡୁନାହିଁ ବୋଲି ଲୋକେ କହୁଛନ୍ତି। ସେହିପରି ଏହି ସ୍କୁଲରେ ୫ ଜଣ ପିଅନ ରହିବା ପାଇଁ ମଞ୍ଜୁର କରାଯାଇଥିବା ବେଳେ ମାତ୍ର ଜଣେ ଓ ୩ ଜଣ କିରାଣି ଆବଶ୍ୟକ ରହିଥିବା ବେଳେ ଜଣେ ମାତ୍ର କିରାଣିକୁ ନେଇ ସ୍କୁଲ ଚାଲିଛି। ଗୋଟିଏ ପଟରେ ସ୍କୁଲକୁ ପିଲାଙ୍କୁ ଆଣିବାକୁ ରୂପାନ୍ତରୀକରଣ ଯୋଜନା କରାଯାଉଛି। ଅନ୍ୟପକ୍ଷରେ ଶିକ୍ଷକ ଅଭାବରୁ ଶିକ୍ଷାଦାନ ବ୍ୟବସ୍ଥା ପାଣିଚିଆ ହେଉଛି। ତେଣୁ ସ୍କୁଲଗୁଡିକର ଅତ୍ୟାଧୁନିକରଣ ସହ ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ୱ ଦେବା ଦରକାର। ଏଥିପ୍ରତି ଜିଲା ଶିକ୍ଷା ବିଭାଗ ହୁଅନ୍ତୁ ଅବା ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାମାଜିକ କର୍ମୀ ପ୍ରଦୋଷ ମହାନ୍ତି, ବଂଶୀଧର ବେହେରା, ନିରଞ୍ଜନ ସାହୁ, ନବକିଶୋର ମହାନ୍ତି ସମେତ ସ୍ଥାନୀୟ ବୁଦ୍ଧିଜୀବି ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri