ନିଖୋଜ ଯୁବତୀ ଭୁବନେଶ୍ୱରରୁ ଉଦ୍ଧାର

ସାରସକଣା,୨।୧୨(ଡି.ଏନ.ଏ.)   ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରୁ ନିଖୋଜ ଥିବା ଜଣେ ଯୁବତୀଙ୍କୁ ଭୁବନେଶ୍ୱରର ତମାଣ୍ଡୋସ୍ଥିତ ଏକ ହୋଟେଲରୁ ମଙ୍ଗଳବାର ରାତିରେ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଯୁବତୀଙ୍କ ପ୍ରେମିକଙ୍କୁ ଅଟକ ରଖିଛି। ଅଟକ ଯୁବକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳର ରୁଦ୍ର ପ୍ରତାପ ବିଶ୍ୱାଳ।
ସୂଚନା ଅନୁଯାୟୀ, ଗତ ୨୩ ତାରିଖ ଅପରାହ୍ନରେ ଯୁବତୀ ଜଣକ ନିଖୋଜ ହୋଇ ଯାଇଥିଲେ। ପରିବାର ବର୍ଗ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇବାରୁ ତାଙ୍କୁ କେହି ଅପହରଣ କରିନେଇଥିବା ସନ୍ଦେହ କରି ଥାନାରେ ଏତଲା ଦେଇଥିଲେ। ଯୁବତୀ ଜଣକ ଘରୁ ଗଲା ବେଳେ ୨ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଯାଇଥିବା ଏତଲାରେ ଦର୍ଶାଯାଇଥିଲା। ଏହି ନିଖୋଜ ଘଟଣାରେ ସ୍ଥାନୀୟ ଏକ କଲେଜର ଜଣେ ଛାତ୍ର ସମ୍ପୃକ୍ତ ଥିବା ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଏକ ମାମଲା(ନଂ.୨୪୫/୨୧) ରୁଜୁ କରି ସମ୍ପୃକ୍ତ ଛାତ୍ରଙ୍କୁ ଥାନାରେ ଅଟକ ରଖି ପଚରା କରୁଥିଲା। ତେବେ ମୋବାଇଲ ଟ୍ରାକିଂରୁ ଯୁବତୀ ଜଣକ ଭୁବନେଶ୍ୱରର ତମାଣ୍ଡୋ ଅଞ୍ଚଳର ଏକ ହୋଟେଲରେ ଥିବା ଜଣାପଡ଼ିବାରୁ ମଙ୍ଗଳବାର ପୋଲିସ ସେଠାରେ ଚଢ଼ାଉ କରି ସମ୍ପୃକ୍ତ ଯୁବତୀ ଓ ତାଙ୍କ ପ୍ରେମିକ ରୁଦ୍ର ପ୍ରତାପଙ୍କୁ ଠାବ କରିଥିଲା। ଅନ୍ୟପକ୍ଷରେ ନିଖୋଜ ଯୁବତୀଙ୍କ ବିବାହ ସ୍ଥାନୀୟ ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା। ଉକ୍ତ ଯୁବକ ଜଣକ ତାଙ୍କ ଭାବି ସ୍ତ୍ରୀଙ୍କୁ ଚାକିରି କରାଇବା ପାଇଁ ସମସ୍ତ ଖଚ୍ଚର୍ର୍ କରି ଭୁବନେଶ୍ୱର ସ୍ଥିତ ଏକ ଶିକ୍ଷାନୁଷ୍ଠାନରେ ନର୍ସିଂ ପାଠ ପଢ଼ାଉଥିଲେ। ପ୍ରାୟ ୩ରୁ ୪ଲକ୍ଷ ଟଙ୍କା ସେ ଯୁବତୀଙ୍କ ପାଠପଢ଼ାରେ ଖର୍ଚ୍ଚ କରି ସାରିଥିଲେ। କିଛି ଦିନ ପୂର୍ବେ ଉଭୟଙ୍କ ପରିବାର ମଧ୍ୟରେ ଆଲୋଚନା ପରେ ବିବାହ ତାରିଖ ଠିକ୍‌ ହେବା ସହ ନିର୍ବନ୍ଧ କାର୍ଯ୍ୟ ସମ୍ପାଦନ ହୋଇଥିଲା। ତେବେ ଅପହର୍ତ୍ତା ସନ୍ଦେହରେ ଜଣେ କଲେଜ ଛାତ୍ରଙ୍କୁ ପୋଲିସ ଧରି ଆଣି ଅଟକ ରଖିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

ଅଣାୟତ୍ତ ଶିମିଳିପାଳ ନିଆଁ

ବାରିପଦା,୨୨ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହେବାରେ ଲାଗିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଓ ବଫର ଅଞ୍ଚଳରେ ନିଆଁ...

ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ

ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।...

ଖାଲି ପାଦରେ ପ୍ରଚାର କଲେ ପ୍ରାର୍ଥୀ

ଉଦଳା, ୨୧ା୪ (ସନ୍ତୋଷ କୁମାର ବାଚ୍ଛିନୀ): ଉଦଳା ବିଧାନସଭା ଆସନ ଲାଗି ୩୪ବର୍ଷ ପରେ କଂଗ୍ରେସରୁ ଟିକେଟ ପାଇଛନ୍ତି ଦୁର୍ଗାଚରଣ ଟୁଡୁ । ମଇଦାନରେ ଭୋଟରମାନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri