ଆମ ଜିଲା ଖବର

ଦୁଇ ଟ୍ରକ୍‌ ମୁହାଁମୁହିଁ

ପାଟଣା,୧୦।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ୪୯ ନଂ. ଜାତୀୟ ରାଜପଥ ମୁମ୍ବାଇ-କୋଲକାତା କ୍ଷୀରେଇଟାଙ୍ଗିରି ପେଟ୍ରୋଲ ପମ୍ପ ନିକଟରେ ସୋମବାର ସକାଳୁ ଦୁର୍ଘଟଣା ଘଟିଛି। ରାସ୍ତାରେଛିଡ଼ା ହେଇଥିବା ଏକ ଟ୍ରକକୁ ଆଉ ଏକ ଟ୍ରକ ମୁଁହାମୁହିଁ ଧକ୍କା ଦେବା ଫଳରେ ଜଣେ ଡ୍ରାଇଭର ଗୁରୁତର…

ରାତିରେ ଚାଲିଥିଲା ପଞ୍ଚାୟତ ଅଫିସ କାର୍ଯ୍ୟ, ସବୁ ଖାଇଯିବେ ଭାବି ଘେରିଗଲେ ଲୋକେ

ବାଲେଶ୍ୱର ଅଫିସ,୧୦।୧: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତ ଅଫିସ କାର୍ଯ୍ୟାଳୟରେ ରବିବାର ଉତ୍ତେଜନା ଦେଖାଦେଇଥିଲା। ଛୁଟିଦିନରେ ରାତି ଅଧିଆ ଅଫିସ କାର୍ଯ୍ୟ ଚାଲୁଥିବା ନେଇ ଲୋକଙ୍କ ମନରେ ସନ୍ଦେହ ଆସିଥିଲା। ପରେ ସେମାନେ ଏହାକୁ ବିରୋଧ କରିଥିଲେ। ସୂଚନାଯୋଗ୍ୟ,…

୧୪ ଦିନରେ ୧୨ ସ୍ଥାନରୁ ଚୋରି

ବଇଣ୍ଡା,୧୦।୧(ଡି.ଏନ.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ଅଞ୍ଚଳରେ ବଢ଼ୁଛି ଚୋରି। ଠିକ୍‌ ଭାବେ ପାଟ୍ରୋଲିଂ କରାଯାଉ ନ ଥିବାରୁ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ ଆଦିକୁ ଟାର୍ଗେଟ୍‌ କରୁଥିବା ଅଭିଯୋଗ ହେଉଛି। ଗତ ୧୪ ଦିନ ମଧ୍ୟରେ ୧୨ଟି…

ସୀମା ମୁକୁଳା, ଶିକାରୀ ସକ୍ରିୟ

ଢେଙ୍କାନାଳ ଅଫିସ, ୧୦।୧: ମୁକୁଳା ପଡ଼ିଛି ବିସ୍ତୀର୍ଣ୍ଣ ଜଙ୍ଗଲ ସୀମା। କୋର୍‌ ଏରିଆ ଉପରେ ନଜର ରଖିବାକୁ ନାହାନ୍ତି ଆବଶ୍ୟକ କର୍ମଚାରୀ। ଗୋଟିଏ ପଟେ ଚଢ଼ାଉ କରିବା ବେଳକୁ ଅପରପାର୍ଶ୍ୱରେ ଖସି ପଳାଉଛନ୍ତି ଶିକାରୀ। ସଂରକ୍ଷିତ ଜଙ୍ଗଲରେ ଅବାଧ ଶିକାର ହାତୀ…

ଅଳିଆଗଦାରେ ଜୀବିକା ଖୋଜା

ବାରିପଦା ଅଫିସ, ୧୦।୧: ରାଜା ରାଜୁଡ଼ା ଅମଳରୁ ଛଉନୃତ୍ୟକୁ ଆଦରି ଥିଲେ। ଭାରତର ବିଭିନ୍ନ ସ୍ଥାନରେ ଛଉନୃତ୍ୟ ବେଳେ ଢୋଲ ଓ ମହୁରି ବଜାଇ ବେଶ୍‌ ନାଁ କମାଇଥିଲେ। ୧୨ବର୍ଷ ବୟସରୁ ଛଉନୃତ୍ୟକୁ ନିଶା ଓ ପେସା ଭାବେ ଗ୍ରହଣ କରିଥିବା…

ମହିଳାଙ୍କ ପାଇଁ ୨୯ ସରପଞ୍ଚ ପଦବୀ

ଢେଙ୍କାନାଳ ଅଫିସ,୧୦।୧: ଢେଙ୍କାନାଳ ଜିଲାର ଗଁଦିଆ ବ୍ଲକର ୨୯ ପଞ୍ଚାୟତ ମଧ୍ୟରୁ ୧୫ ଏବଂ ଓଡ଼ାପଡ଼ା ବ୍ଲକର ୨୮ ପଞ୍ଚାୟତ ମଧ୍ୟରୁ ୧୪ଟି ସରପଞ୍ଚ ପଦବୀ ବିଭିନ୍ନ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଫଳରେ ଉଭୟ ବ୍ଲକର ୨୯ ପଞ୍ଚାୟତର…

ଜାଲ୍‌ କରି ନେଇଗଲେ ୧୪.୩୨ ଲକ୍ଷର ମେଟାଲ

ଢେଙ୍କାନାଳ ଅଫିସ, ୧୦।୧: ଆପ୍‌ ମାଧ୍ୟମରେ ନକଲି କାଗଜପତ୍ର ପ୍ରସ୍ତୁତ କରି ନେଇଗଲେ ୩୦.୦୫ ମେଟ୍ରିକ ଟନ୍‌ର ମୂଲ୍ୟବାନ ବିଲେଟ୍‌ ମେଟାଲ। ଏଭଳି ଏକ ଠକେଇ ମାମଲାରେ ଢେଙ୍କାନାଳ ପୋଲିସ ୨ ଜଣଙ୍କୁ ଗିରଫ କରିବା ସହିତ ଟ୍ରକ୍‌ (ନଂ. ଓଡ଼ି…

କଟକଣା ସତ୍ତ୍ୱେ ଗ୍ରାମସଭା

କେନ୍ଦୁଝର, ୧୦।୧ (ସ୍ବ.ପ୍ର.) କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜନସମାବେଶ ଉପରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ କଟକଣା ଲାଗୁ କରାଯାଇଛି। ତେବେ ଏହା ସତ୍ତ୍ୱେ କେନ୍ଦୁଝର ଜିଲାର ଜଜାଙ୍ଗ ଲୌହ ଖଣି ପାଇଁ ଗ୍ରାମସଭା(ଜଙ୍ଗଲ ଜମି ଅଧିକାର ଆଇନ-୨୦୦୭) ଆୟୋଜନ…

ବନ୍ଦ ରହିବ ସବୁ ଧର୍ମାନୁଷ୍ଠାନ

ବାଲେଶ୍ୱର ଅଫିସ,୧୦।୧: ମହାମାରୀ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି। ରବିବାରଠାରୁ ଆସନ୍ତା ଫେବୃୟାରୀ ୧ତାରିଖ ପର୍ଯ୍ୟନ୍ତ ଜିଲାରେ ଥିବା ସମସ୍ତ ମନ୍ଦିର, ମସଜିଦ୍‌ ଓ ଗୁରୁଦ୍ୱାଜ…

ଏୟାରଷ୍ଟ୍ରିପ୍‌ ପାଇଁ ଉଚ୍ଛେଦକୁ ବିରୋଧ

ପଦ୍ମପୁର, ୧୦।୧(ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତରେ ହେବାକୁ ଥିବା ଏୟାରଷ୍ଟ୍ରିପ୍‌ ପାଇଁ ପ୍ରଶାସନ ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ଜମିରେ ଦଖଲ ଉଚ୍ଛେଦ ଉଦ୍ୟମ ବିଫଳ ହୋଇଛି। ଜନସାଧାରଣଙ୍କ ଦାବି ଆଗରେ ହାର୍‌ ମାନିଛି ପ୍ରଶାସନ। ପୂର୍ବରୁ…

ତପସ୍ବିନୀ -ସୁମିତ ମାମଲା, ଆଜି ଶୁଣାଣି

ବ୍ରହ୍ମପୁର ଅଫିସ,୧୦।୧: ବ୍ରହ୍ମପୁର ବ୍ରହ୍ମାନଗରର ବହୁଚର୍ଚ୍ଚିତ ତପସ୍ବିନୀ ଦାଶ ଓ ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲା ତୁଟିବାର ନା ନେଉନି। ସୁମିତଙ୍କ ପରିବାର ଉପରେ ତପସ୍ବିନୀ ଦେଇଥିବା ପିଟିଶନର ଆଜି ଶୁଣାଣି ଏସ୍‌ଡିଜେମ୍‌ କୋର୍ଟରେ ହେବାରେ ଅଛି । ଏହାସହ…

ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ପ୍ରତ୍ୟର୍ପଣ କଲା କୋଷ୍ଟଗାର୍ଡ

ପାରାଦୀପ,୧୦ା୧(ସ୍ବ.ପ୍ର.): ଗତ ଡିସେମ୍ବର ୨୬ରେ ଉଦ୍ଧାର କରାଯାଇଥିବା ୨୦ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ ଓ ସେମାନଙ୍କ ବୋଟ୍‌କୁ ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ରବିବାର ବାଂଲାଦେଶ କୋଷ୍ଟଗାର୍ଡ ଟିମ୍‌କୁ ପ୍ରତ୍ୟର୍ପଣ କରିଛି। କୋଷ୍ଟଗାର୍ଡର ପାଟ୍ରୋଲିଂ ଜାହାଜ ସରୋଜିନୀ ନାଇଡୁ ସେମାନଙ୍କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?