୧୪ ଦିନରେ ୧୨ ସ୍ଥାନରୁ ଚୋରି

ବଇଣ୍ଡା,୧୦।୧(ଡି.ଏନ.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ଅଞ୍ଚଳରେ ବଢ଼ୁଛି ଚୋରି। ଠିକ୍‌ ଭାବେ ପାଟ୍ରୋଲିଂ କରାଯାଉ ନ ଥିବାରୁ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ ଆଦିକୁ ଟାର୍ଗେଟ୍‌ କରୁଥିବା ଅଭିଯୋଗ ହେଉଛି। ଗତ ୧୪ ଦିନ ମଧ୍ୟରେ ୧୨ଟି ସ୍ଥାନରୁ ଚୋରି ହୋଇଥିଲେ ହେଁ ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିପାରୁ ନାହିଁ କି ଚୋରି ସାମଗ୍ରୀ ଉଦ୍ଧାର କରିପାରୁ ନାହିଁ। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବ୍ୟବସାୟୀ।
ହଣ୍ଡପା ଥାନା ଅଞ୍ଚଳରେ ଥିବା ବଇଣ୍ଡା ଏକ ବ୍ୟବସାୟିକ ପେଣ୍ଠସ୍ଥଳ। ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏହି ବଜାରରେ ରହିଛି ୩ଟି ବ୍ୟାଙ୍କ, ଗୋଟିଏ ସେବା ସମବାୟ ସମିତି, ଗୋଟିଏ ପୋଷ୍ଟ ଅଫିସ, ୨ଟି ଗ୍ରାହକ ସେବା କେନ୍ଦ୍ର, ୫ଟି ଏଟିଏମ୍‌। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ସହ ଶତାଧିକ ବ୍ୟବସାୟିକ ପ୍ରତିଷ୍ଠାନ ଓ ରେଳ ଷ୍ଟେଶନ ଯୋଗୁ ଆଠମଲ୍ଲିକ ଉପଖଣ୍ଡର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଭାବେ ଜଣାଶୁଣା। ହେଲେ ଏଠାରେ ସୁରକ୍ଷା ବ୍ୟବସ୍ଥା ଠିକ୍‌ ନ ଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ହଣ୍ଡପା ଥାନା ବ୍ୟତୀତ ବଇଣ୍ଡାରେ ଏକ ଫାଣ୍ଡି ଥିଲେ ମଧ୍ୟ କିଛିଦିନ ହେଲା ଏହି ଅଞ୍ଚଳରେ ଚୋରି ବୃଦ୍ଧି ପାଉଛି। ଗତ ଡିସେମ୍ବର ୨୬ରେ ଲୁହାମୁଣ୍ଡାଠାରେ ଏକ ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି ହୋଇଥିଲା। ୨୭ ତାରିଖରେ ନାକିଚି ଅଞ୍ଚଳର ୭ଟି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିଲା। ସେହି ରାତିରେ ଗଦେଇମୁଣ୍ଡା ଗ୍ରାମର ମେନକା ସେନାପତିଙ୍କ ଘରୁ ୧ ଲକ୍ଷ ଟଙ୍କା ଚୋରି ହୋଇଥିଲା। ଜାନୁୟାରୀ ୩ରେ ଶରଧାମୁଣ୍ଡା ପ୍ରାଥମିକ ବିଦ୍ୟାଳୟରୁ ଚୋରି ହୋଇଥିଲା। ୬ ତାରିଖ ରାତିରେ ବଇଣ୍ଡାସ୍ଥିତ ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କରୁ ୮ ଲକ୍ଷ ୯୧ ହଜାର ୧ ଟଙ୍କା ଚୋରି ହୋଇଛି। ଥାନାରେ ମାମଲା ବଢ଼ୁଥିଲେ ବି ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିବାରେ ବିଫଳ ହେଉଛି। ବଇଣ୍ଡା ଫାଣ୍ଡିକୁ ଥାନାରେ ପରିଣତ କରିବା ପାଇଁ ବଇଣ୍ଡା ଗ୍ରାମବାସୀ ୧୫ ଅକ୍ଟୋବର ୨୦୧୮ ଓ ୧୨ ଜାନୁୟାରୀ ୨୦୨୦ରେ ରାଜ୍ୟ ଗୃହ ବିଭାଗ ସଚିବ, ପୋଲିସ ଡିଜି, ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ହେଲେ ଏଯାଏ ପଦକ୍ଷେପ ନିଆଯାଇ ନାହିଁ।

ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି
ହଣ୍ଡପା ଥାନା ଅଞ୍ଚଳରେ ଚୋରି ରୋକିବା ଓ ଦୁର୍ବୃତ୍ତମାନଙ୍କୁ ଧରିବାକୁ କିଶୋରନଗର ଏବଂ ହଣ୍ଡପା ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଚାଲିଛି। ଚୋରି ସାମଗ୍ରୀ ଉଦ୍ଧାର ପାଇଁ ପଦକ୍ଷେପ ନିଆଯାଉଛି।
-ଚିନ୍ତାମଣି ପ୍ରଧାନ, ଏସ୍‌ଡିପିଓ, ଆଠମଲ୍ଲିକ

ନାକିଚିରେ ଫାଣ୍ଡି ସ୍ଥାପନ ହେଉ
ନାକିଚି ଅଞ୍ଚଳରୁ ଗୋଟିଏ ରାତିରେ ୭ଟି ଦୋକାନରୁ ଚୋରି ହେଲା। ହେଲେ ପୋଲିସ ଏଯାଏ ଦୁର୍ବୃତ୍ତମାନଙ୍କୁ ଧରିପାରି ନାହିଁ। ଏ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନାକିଚି ଅଞ୍ଚଳରେ ଫାଣ୍ଡି ସ୍ଥାପନ କରାଯାଉ।
-ଗରକି ଦେଓ, ନାକିଚି

ବଜାରରେ ପୋଲିସ ମୁତୟନ ହେଉ
ବଇଣ୍ଡା ଏକ ବ୍ୟବସାୟିକ କେନ୍ଦ୍ର ହୋଇଥିବାରୁ ବାରମ୍ବାର ଚୋରି ବ୍ୟବସାୟୀଙ୍କ ମଧ୍ୟରେ ଭୟ ବଢ଼ାଇ ଦେଇଛି। ପୋଲିସ ତୁରନ୍ତ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡ଼ି କରିବା ସହ ବଜାରର ସୁରକ୍ଷା ପାଇଁ ୫ ଜଣ ହୋମଗାର୍ଡଙ୍କୁ ରାତିରେ ମୁତୟନ କରାଯାଉ।
-ପ୍ରବୀଣ କୁମାର ସାହୁ, ସଭାପତି, ବଇଣ୍ଡା ବଜାର କମିଟି


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆସୁଛି ଲଘୁଚାପ! ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ):ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ କ୍ରିକେଟ ଜଗତରେ ହଇଚଇ: ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୨।୧୦: ଭାରତର ଦିଗ୍ଗଜ ସ୍ପିନର ଯୁଜବେନ୍ଦ୍ର ଚହଲ ଫର୍ଷ୍ଟ-କ୍ଲାସ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଅର୍ଥାତ୍‌ ଏଣିକି କ୍ରିକେଟପ୍ରେମୀମାନେ ତାଙ୍କୁ ରେଡ-ବଲ କ୍ରିକେଟରେ ଖେଳୁଥିବା ଦେଖିପାରିବେ…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧୦: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?