୧୪ ଦିନରେ ୧୨ ସ୍ଥାନରୁ ଚୋରି

ବଇଣ୍ଡା,୧୦।୧(ଡି.ଏନ.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ଅଞ୍ଚଳରେ ବଢ଼ୁଛି ଚୋରି। ଠିକ୍‌ ଭାବେ ପାଟ୍ରୋଲିଂ କରାଯାଉ ନ ଥିବାରୁ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ ଆଦିକୁ ଟାର୍ଗେଟ୍‌ କରୁଥିବା ଅଭିଯୋଗ ହେଉଛି। ଗତ ୧୪ ଦିନ ମଧ୍ୟରେ ୧୨ଟି ସ୍ଥାନରୁ ଚୋରି ହୋଇଥିଲେ ହେଁ ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିପାରୁ ନାହିଁ କି ଚୋରି ସାମଗ୍ରୀ ଉଦ୍ଧାର କରିପାରୁ ନାହିଁ। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବ୍ୟବସାୟୀ।
ହଣ୍ଡପା ଥାନା ଅଞ୍ଚଳରେ ଥିବା ବଇଣ୍ଡା ଏକ ବ୍ୟବସାୟିକ ପେଣ୍ଠସ୍ଥଳ। ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏହି ବଜାରରେ ରହିଛି ୩ଟି ବ୍ୟାଙ୍କ, ଗୋଟିଏ ସେବା ସମବାୟ ସମିତି, ଗୋଟିଏ ପୋଷ୍ଟ ଅଫିସ, ୨ଟି ଗ୍ରାହକ ସେବା କେନ୍ଦ୍ର, ୫ଟି ଏଟିଏମ୍‌। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ସହ ଶତାଧିକ ବ୍ୟବସାୟିକ ପ୍ରତିଷ୍ଠାନ ଓ ରେଳ ଷ୍ଟେଶନ ଯୋଗୁ ଆଠମଲ୍ଲିକ ଉପଖଣ୍ଡର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଭାବେ ଜଣାଶୁଣା। ହେଲେ ଏଠାରେ ସୁରକ୍ଷା ବ୍ୟବସ୍ଥା ଠିକ୍‌ ନ ଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ହଣ୍ଡପା ଥାନା ବ୍ୟତୀତ ବଇଣ୍ଡାରେ ଏକ ଫାଣ୍ଡି ଥିଲେ ମଧ୍ୟ କିଛିଦିନ ହେଲା ଏହି ଅଞ୍ଚଳରେ ଚୋରି ବୃଦ୍ଧି ପାଉଛି। ଗତ ଡିସେମ୍ବର ୨୬ରେ ଲୁହାମୁଣ୍ଡାଠାରେ ଏକ ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି ହୋଇଥିଲା। ୨୭ ତାରିଖରେ ନାକିଚି ଅଞ୍ଚଳର ୭ଟି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିଲା। ସେହି ରାତିରେ ଗଦେଇମୁଣ୍ଡା ଗ୍ରାମର ମେନକା ସେନାପତିଙ୍କ ଘରୁ ୧ ଲକ୍ଷ ଟଙ୍କା ଚୋରି ହୋଇଥିଲା। ଜାନୁୟାରୀ ୩ରେ ଶରଧାମୁଣ୍ଡା ପ୍ରାଥମିକ ବିଦ୍ୟାଳୟରୁ ଚୋରି ହୋଇଥିଲା। ୬ ତାରିଖ ରାତିରେ ବଇଣ୍ଡାସ୍ଥିତ ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କରୁ ୮ ଲକ୍ଷ ୯୧ ହଜାର ୧ ଟଙ୍କା ଚୋରି ହୋଇଛି। ଥାନାରେ ମାମଲା ବଢ଼ୁଥିଲେ ବି ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିବାରେ ବିଫଳ ହେଉଛି। ବଇଣ୍ଡା ଫାଣ୍ଡିକୁ ଥାନାରେ ପରିଣତ କରିବା ପାଇଁ ବଇଣ୍ଡା ଗ୍ରାମବାସୀ ୧୫ ଅକ୍ଟୋବର ୨୦୧୮ ଓ ୧୨ ଜାନୁୟାରୀ ୨୦୨୦ରେ ରାଜ୍ୟ ଗୃହ ବିଭାଗ ସଚିବ, ପୋଲିସ ଡିଜି, ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ହେଲେ ଏଯାଏ ପଦକ୍ଷେପ ନିଆଯାଇ ନାହିଁ।

ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି
ହଣ୍ଡପା ଥାନା ଅଞ୍ଚଳରେ ଚୋରି ରୋକିବା ଓ ଦୁର୍ବୃତ୍ତମାନଙ୍କୁ ଧରିବାକୁ କିଶୋରନଗର ଏବଂ ହଣ୍ଡପା ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଚାଲିଛି। ଚୋରି ସାମଗ୍ରୀ ଉଦ୍ଧାର ପାଇଁ ପଦକ୍ଷେପ ନିଆଯାଉଛି।
-ଚିନ୍ତାମଣି ପ୍ରଧାନ, ଏସ୍‌ଡିପିଓ, ଆଠମଲ୍ଲିକ

ନାକିଚିରେ ଫାଣ୍ଡି ସ୍ଥାପନ ହେଉ
ନାକିଚି ଅଞ୍ଚଳରୁ ଗୋଟିଏ ରାତିରେ ୭ଟି ଦୋକାନରୁ ଚୋରି ହେଲା। ହେଲେ ପୋଲିସ ଏଯାଏ ଦୁର୍ବୃତ୍ତମାନଙ୍କୁ ଧରିପାରି ନାହିଁ। ଏ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନାକିଚି ଅଞ୍ଚଳରେ ଫାଣ୍ଡି ସ୍ଥାପନ କରାଯାଉ।
-ଗରକି ଦେଓ, ନାକିଚି

ବଜାରରେ ପୋଲିସ ମୁତୟନ ହେଉ
ବଇଣ୍ଡା ଏକ ବ୍ୟବସାୟିକ କେନ୍ଦ୍ର ହୋଇଥିବାରୁ ବାରମ୍ବାର ଚୋରି ବ୍ୟବସାୟୀଙ୍କ ମଧ୍ୟରେ ଭୟ ବଢ଼ାଇ ଦେଇଛି। ପୋଲିସ ତୁରନ୍ତ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡ଼ି କରିବା ସହ ବଜାରର ସୁରକ୍ଷା ପାଇଁ ୫ ଜଣ ହୋମଗାର୍ଡଙ୍କୁ ରାତିରେ ମୁତୟନ କରାଯାଉ।
-ପ୍ରବୀଣ କୁମାର ସାହୁ, ସଭାପତି, ବଇଣ୍ଡା ବଜାର କମିଟି


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri