ଅଳିଆଗଦାରେ ଜୀବିକା ଖୋଜା

ବାରିପଦା ଅଫିସ, ୧୦।୧: ରାଜା ରାଜୁଡ଼ା ଅମଳରୁ ଛଉନୃତ୍ୟକୁ ଆଦରି ଥିଲେ। ଭାରତର ବିଭିନ୍ନ ସ୍ଥାନରେ ଛଉନୃତ୍ୟ ବେଳେ ଢୋଲ ଓ ମହୁରି ବଜାଇ ବେଶ୍‌ ନାଁ କମାଇଥିଲେ। ୧୨ବର୍ଷ ବୟସରୁ ଛଉନୃତ୍ୟକୁ ନିଶା ଓ ପେସା ଭାବେ ଗ୍ରହଣ କରିଥିବା ମୟୂରଭଞ୍ଜ ଜିଲା ତେନ୍ତୁଳଡିଙ୍ଗା ଅଧୀନ ରଙ୍ଗିଆମ ସାହିର ଏହି ବର୍ଷୀୟାନ କଳାକାର ଭାନୁ ଘଡ଼େଇ(୭୦) ଆଜି ଅଲୋଡ଼ା ପାଲଟିଛନ୍ତି। ବଞ୍ଚିବା ପାଇଁ ଖୋଜୁଛନ୍ତି ରାହା। କଳାକାର ଭତ୍ତା ବାବଦକୁ ମାସକୁ ପାଉଥିବା ୧୨ଶହ ଟଙ୍କା ତାଙ୍କର ସାହାରା। କରୋନା ସମୟରେ ଛଉନୃତ୍ୟ ବନ୍ଦ ରହିିଥିବାରୁ ନିଜ କଳା ବୃତ୍ତିରୁ ଦୂରେଇଯାଇ ଅଳିଆଗଦାରୁ କାଗଜ ପେଟି ସଂଗ୍ରହ କରି ଜୀବିକା ନିର୍ବାହ କରୁଛନ୍ତି।
ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କ ବିବାହ ସମୟରେ ଢୋଲ ଓ ମହୁରି ବଜାଇ ବାରିପଦାସ୍ଥିତ ହରିବଳଦେବ ଜୀଉ ମନ୍ଦିରଠାରୁ ବେଲଗଡ଼ିଆସ୍ଥିତ ପ୍ୟାଲେସକୁ ସେ ଶୋଭାଯାତ୍ରାରେ ଆଣିଥିଲେ। ବିଭିନ୍ନ ରାଜ୍ୟରୁ ଆସିଥିବା ରାଜାଙ୍କ ସମ୍ମୁଖରେ ଛଉନୃତ୍ୟର ବାଦ୍ୟ ବଜାଇ ପ୍ରଶଂସା ସାଉଁଟିଛନ୍ତି। ନାଗିନ୍‌ ଗୀତର ସ୍ବରକୁ ମହୁରି ମାଧ୍ୟମରେ ପରିବେଷଣ କରି ରାଜାଙ୍କଠାରୁ ଟଙ୍କାର ହାର ଉପହାର ରୂପରେ ପାଇଥିଲେ। ଓଡ଼ିଶା ସମେତ ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ପୁଣେ, ଗୋଆ ଆଦି ଶହେରୁ ଊର୍ଦ୍ଧ୍ୱ ସ୍ଥାନରେ ଛଉ ବାଦ୍ୟ ପରିବେଷଣ କରି ଜିଲା ପ୍ରଶାସନ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ସେ ବହୁବାର ସମ୍ମାନିତ ହୋଇଛନ୍ତି। ଦକ୍ଷିଣ ଓ ଉତ୍ତର ସାହି ଛଉନୃତ୍ୟ ପ୍ରତିଷ୍ଠାନରେ ଭାନୁଙ୍କ ମହୁରି ବାଜିଲେ ମେଦିନୀ କମ୍ପିଥାଏ। ମହୁରି ଶବ୍ଦ ଶୁଣି ଦର୍ଶକଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଥାଏ। ପୂର୍ବପୁରୁଷଙ୍କ ବାଦ୍ୟ କଳାକୁ ଆଦରି ଯୁବାବସ୍ଥାରେ ମାସକୁ ୬୦ଟଙ୍କା ଦରମାରେ ଛଉ ବାଦ୍ୟ ପରିବେଷଣ କରୁଥିଲେ। ଏବେ ସେ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି। ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିିତ ହୋଇଛନ୍ତି। ଜୀବନଜୀବିକା ନିମନ୍ତେ ଆବର୍ଜନାରୁ କାଗଜପେଟି ସଂଗ୍ରହ କରି କେଜି ୧୦ଟଙ୍କାରେ ବିକ୍ରି କରୁଛନ୍ତି। ଏଥିରୁ ଦିନକୁ ମାତ୍ର ୪୦/୫୦ଟଙ୍କା ରୋଜଗାର କରୁଛନ୍ତି। ବୃଦ୍ଧା ସ୍ତ୍ରୀ ଭାରତୀଙ୍କୁ ୬୦ ପାର ହୋଇଥିବା ବେଳେ ପରିବାର ଭରଣପୋଷଣ ପାଇଁ ସେ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି। ଦୁଇ ଝିଅଙ୍କ ବାହାଘର ପରେ ପୁଅର ରୋଜଗାର ତାଙ୍କ ପରିବାର ପାଇଁ ନିଅଣ୍ଟ ହୋଇପଡୁଛି। ବଂଶାନୁକ୍ରମିକ କଳାକୁ ଆପଣାଇ ପୁଅ ଟାରଜନ ମଧ୍ୟ ମହୁରି ଓ ଢୋଲକୁ ଆପଣାଇଛନ୍ତି। ସରକାର ଭାନୁଙ୍କ ପ୍ରତି ସହାୟ ହେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri