ଜାଲ୍‌ କରି ନେଇଗଲେ ୧୪.୩୨ ଲକ୍ଷର ମେଟାଲ

ଢେଙ୍କାନାଳ ଅଫିସ, ୧୦।୧: ଆପ୍‌ ମାଧ୍ୟମରେ ନକଲି କାଗଜପତ୍ର ପ୍ରସ୍ତୁତ କରି ନେଇଗଲେ ୩୦.୦୫ ମେଟ୍ରିକ ଟନ୍‌ର ମୂଲ୍ୟବାନ ବିଲେଟ୍‌ ମେଟାଲ। ଏଭଳି ଏକ ଠକେଇ ମାମଲାରେ ଢେଙ୍କାନାଳ ପୋଲିସ ୨ ଜଣଙ୍କୁ ଗିରଫ କରିବା ସହିତ ଟ୍ରକ୍‌ (ନଂ. ଓଡ଼ି ୦୫ ଜେଡ୍‌ ୧୦୯୫) ଜବତ କରିଛି। ତଦନ୍ତ ଚାଲିଥିବାରୁ ପୋଲିସ ଅଭିଯୁକ୍ତଙ୍କ ନାମ ସାର୍ବଜନୀନ କରିନାହିଁ। ଯାଜପୁର ଜିଲାର ଇନ୍‌ଫ୍ରା ଓ ଲଜିଷ୍ଟିକ ସଂସ୍ଥା ପ୍ରୋପ୍ରାଇଟର ଚିନ୍ମୟ ପାଲ ଗତ ୩ ତାରିଖରେ ବାଲିମୀ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, କେତେଜଣ ଅଭିଯୁକ୍ତ ଜାଲ ସିମ୍‌କାର୍ଡ ଏବଂ ଆପ୍‌ ବ୍ୟବହାର କରି ନକଲି କାଗଜପତ୍ର ପ୍ରସ୍ତୁତ କରିଥିଲେ। ରୁଙ୍ଗ୍‌ଟା କମ୍ପାନୀରେ ଏହି କାଗଜପତ୍ର ଦେଖାଇବା ସହିତ ଟ୍ରକ ନମ୍ବର ଜାଲ୍‌ କରି ୩୦.୦୫ ମେଟ୍ରିକ ଟନ୍‌ ବିଲେଟ୍‌ ମେଟାଲ ସୁନ୍ଦରଗଡ଼ ଜିଲା ବଣାଇକୁ ନେଇଯାଇଥିଲେ, ଯାହାର ମୂଲ୍ୟ ୧୪.୩୨ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ପୋଲିସ ତଦନ୍ତ କରି କଟକ ଜିଲା ନିଆଳି ଏବଂ ଓ ଦକ୍ଷିଣମୂଷା ଅଞ୍ଚଳର ୨ ଜଣଙ୍କୁ ଗିରଫ କରିଛି। ସେହିପରି ରାସୋଳ ଥାନା ଅଞ୍ଚଳରେ ଟ୍ରକ୍‌ରେ ଜାଲ୍‌ ନମ୍ବର ବ୍ୟବହାର କରି ୨୧ ମେଟ୍ରିକ୍‌ ଟନ କୋଇଲା ଚୋରାଚାଲାଣ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। କେତେଜଣ ଅଭିଯୁକ୍ତ ବିଭିନ୍ନ ଆପ୍‌, ସିମ୍‌କାର୍ଡ ମାଧ୍ୟମରେ ତଥ୍ୟ ସଂଗ୍ରହ କରି ପରିବହନରେ ଏଭଳି ଠକେଇ କରୁଛନ୍ତି। ଏଥିପ୍ରତି ସତର୍କ ରହିବାକୁ ପରିବହନ ସଂସ୍ଥା, ଟ୍ରକ୍‌ ମାଲିକ ଏବଂ କର୍ମଚାରୀଙ୍କୁ ପୋଲିସ ସଚେତନ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri