ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ପ୍ରତ୍ୟର୍ପଣ କଲା କୋଷ୍ଟଗାର୍ଡ

ପାରାଦୀପ,୧୦ା୧(ସ୍ବ.ପ୍ର.): ଗତ ଡିସେମ୍ବର ୨୬ରେ ଉଦ୍ଧାର କରାଯାଇଥିବା ୨୦ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ ଓ ସେମାନଙ୍କ ବୋଟ୍‌କୁ ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ରବିବାର ବାଂଲାଦେଶ କୋଷ୍ଟଗାର୍ଡ ଟିମ୍‌କୁ ପ୍ରତ୍ୟର୍ପଣ କରିଛି। କୋଷ୍ଟଗାର୍ଡର ପାଟ୍ରୋଲିଂ ଜାହାଜ ସରୋଜିନୀ ନାଇଡୁ ସେମାନଙ୍କୁ ନେଇ ଆଇଏମ୍‌ବିଏଲ୍‌(ଇଣ୍ଟରନ୍ୟାଶନାଲ ମେରିଟାଇମ ବର୍ଡର ଲାଇନ)ଠାରେ ବାଂଲାଦେଶ କୋଷ୍ଟଗାର୍ଡର ସ୍ବାଧୀନ ବାଂଲା ଜାହାଜକୁ ହସ୍ତାନ୍ତର କରିଛି। ଏହି ସମୟରେ ସମସ୍ତ ମତ୍ସ୍ୟଜୀବୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଦର୍ଶାଯାଇଛି।
ପାରାଦୀପ-ଅସ୍ତରଙ୍ଗ ମଝି ସମୁଦ୍ର ସୀମାରେ ଉକ୍ତ ବାଂଲାଦେଶ ବୋଟ ଇତସ୍ତତଃ ବୁଲୁଥିବାବେଳେ ପାରାଦୀପର ୨ଟି ମାଛଧରା ଡଙ୍ଗା ତାକୁ ଉଦ୍ଧାର କରି ମାଛଧରା ବନ୍ଦର ପରିସରକୁ ଆଣିଥିଲା। ଉକ୍ତ ବୋଟ୍‌ରେ ଉପରୋକ୍ତ ମତ୍ସ୍ୟଜୀବୀମାନେ ଥିଲେ। ପରେ କୋଷ୍ଟଗାର୍ଡ ଓ ମେରାଇନ ପୋଲିସ ଏ ବିଷୟରେ ସବିଶେଷ ଯାଞ୍ଚ କରିଥିଲା। ଏଥିରୁ ଜଣାପଡ଼ିଥିଲା, ସମ୍ପୃକ୍ତ ବାଂଲାଦେଶ ବୋଟ୍‌ଟି ଯାନ୍ତ୍ରିକ ତ୍ରୁଟି ଯୋଗୁ ଭାରତୀୟ ସୀମାକୁ ପଶି ଆସିଥିଲା। ମତ୍ସ୍ୟଜୀବୀମାନଙ୍କୁ ମାନବିକତା ଆଧାରରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିହୀନ ଛାତ୍ରଙ୍କୁ ମିଳୁନି ହଷ୍ଟେଲ୍‌

ବ୍ରହ୍ମପୁର ଅଫିସ୍‌,୨୭ା୮-ଖଲ୍ଲିକୋଟ ଜୁନିୟର୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୃଷ୍ଟିହୀନ ଛାତ୍ରଙ୍କୁ ରହିବା ପାଇଁ ହଷ୍ଟେଲ୍‌ରେ ସିଟ୍‌ ମିଳୁନି। ଏହାକୁ ନେଇ ଦୃଷ୍ଟିହୀନ ଛାତ୍ରମାନେ ଅସନ୍ତୋଷ ପ୍ରକାଶ...

ଦରଖାସ୍ତଗତ ତ୍ରୁଟି: ଓସିଏସ୍‌ ପରୀକ୍ଷାରୁ ୭୦୩୯ ବଞ୍ଚିତ

କଟକ ଅଫିସ, ୧୪ା୭: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌(ଓସିଏସ୍‌) ପରୀକ୍ଷା ବହୁ ଆଶାୟୀ ବଞ୍ଚିତ ହେବେ। ଏକକାଳୀନ ୭୦୩୯...

ପୌର ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ ଘଟଣା: ଜଣେ ଅଭିଯୁକ୍ତ ଗିରଫ

ବଡ଼ବିଲ,୨୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ପୌରକାର୍ଯ୍ୟାଳୟର ବ୍ୟାଙ୍କ ଖାତାରୁ ୨ କୋଟି ୪୫ ଲକ୍ଷ ୬୦ ହଜାର ୮୫୦ ଟଙ୍କା ଗାଏବ ଘଟଣାରେ ଇଓଡବ୍ଲ୍ୟୁ ଶନିବାର ଜଣେ...

ଜେଲରୁ କଏଦୀ ଚମ୍ପଟ : ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ

ନୟାଗଡ଼ ଅଫିସ,୫ା୮: ନୟାଗଡ଼ ଜିଲା ସଦର ବ୍ଲକର ଖୁଣ୍ଟବନ୍ଧସ୍ଥିତ ସବ୍‌ଜେଲରୁ ରବିବାର ଜଣେ କଏଦୀ ଚମ୍ପଟ ମାରିଛନ୍ତି। ସେ ହେଲେ ଟାଉନ ଥାନା ଲେଖନପୁର ଗ୍ରାମର...

ବୈତରଣୀ ନଦୀ ପଠାରେ ଆତଙ୍କ: ଗାଈକୁ ଟାଣି ନେଇ ମାରିଦେଲା କୁମ୍ଭୀର

ଆରଡି,୨୧ା୫,(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅମୃତମଣୋହୀ ଗ୍ରାମ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୈତରଣୀ ନଦୀ ପଠାରେ ଚରୁଥିବା ଏକ ଗାଈକୁ...

ବନ୍ଧୁକ ମୁନରେ ଲୁଟି ନେଲେ ୩୬ହଜାର, ବାଇକ୍‌

ଜମନକିରା, ୨୬। ୭ (ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଭୋଜପୁର ପଞ୍ଚାୟତ ରେଙ୍ଗାଲବେଡ଼ା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସହଯୋଗ ଗ୍ରାହକ ସେବା...

ରଥଯାତ୍ରା ପ୍ରସ୍ତୁତି: ମୁତୟନ ହେବେ ୧୮୦ପ୍ଲାଟୁନ୍‌ ପୋଲିସ ଫୋର୍ସ

ପୁରୀ ଅଫିସ,୨୭।୬: ରଥଯାତ୍ରାକୁ ନେଇ ପୁରୀରେ ସୋମବାର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଶାନ୍ତିଶୃଙ୍ଖଳା ସହ କିଭଳି ରଥଯାତ୍ରା ଅନୁଷ୍ଠିତ ସେ ନେଇ ବୈଠକରେ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୫ ମାଓବାଦୀ

ଭବାନୀପାଟଣା,୯ା୯(ଡି.ଏନ୍‌.ଏ.)-ପୁଣି ସୀମାନ୍ତରେ ଫୁଟିଛି ଗୁଳି। କଳାହାଣ୍ଡି-କନ୍ଧମାଳ ସୀମାନ୍ତ ରାମପୁର ଥାନା ସିର୍କି ଜଙ୍ଗଲରେ ବୁଧବାର ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ୫ ମାଓବାଦୀ। କଳାହାଣ୍ଡି...

Advertisement
Archives

Model This Week