ସୀମା ମୁକୁଳା, ଶିକାରୀ ସକ୍ରିୟ

ଢେଙ୍କାନାଳ ଅଫିସ, ୧୦।୧: ମୁକୁଳା ପଡ଼ିଛି ବିସ୍ତୀର୍ଣ୍ଣ ଜଙ୍ଗଲ ସୀମା। କୋର୍‌ ଏରିଆ ଉପରେ ନଜର ରଖିବାକୁ ନାହାନ୍ତି ଆବଶ୍ୟକ କର୍ମଚାରୀ। ଗୋଟିଏ ପଟେ ଚଢ଼ାଉ କରିବା ବେଳକୁ ଅପରପାର୍ଶ୍ୱରେ ଖସି ପଳାଉଛନ୍ତି ଶିକାରୀ। ସଂରକ୍ଷିତ ଜଙ୍ଗଲରେ ଅବାଧ ଶିକାର ହାତୀ ଭଳି ବିଶାଳକାୟ ପ୍ରାଣୀଙ୍କ ପାଇଁ ବିପଦ ସାଜିଥିବାବେଳେ ଏହାକୁ ନେଇ ଚିନ୍ତାରେ ପଡ଼ିଛି ଢେଙ୍କାନାଳ ଜିଲା ବନ ବିଭାଗ। ।
ଢେଙ୍କାନାଳ ଜିଲାର ସଂରକ୍ଷିତ ଜଙ୍ଗଲରେ ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ିଛି। ଏହା ସହିତ ହାତୀ ଏବଂ କଲରାପତିରିଆ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ନିକଟରେ ନନ୍ଦିନିଆ ରିଜର୍ଭ ଫରେଷ୍ଟ ବାଘ କରିଡରରେ ସାମିଲ ହେବା ଜିଲାର ଗୌରବ ବଢ଼ାଇଛି। ଏଭଳି ସମୟରେ ବନ୍ୟପ୍ରାଣୀ ଶିକାରକୁ ନେଇ ଆସିଛି ଚିନ୍ତାଜନକ ତଥ୍ୟ। ଜିଲାର ମୋଟ ୮ ରେଞ୍ଜ୍‌ ମଧ୍ୟରୁ କପିଳାସ, ଷଡ଼ଙ୍ଗୀ ରେଞ୍ଜ୍‌ ଏବଂ ହିନ୍ଦୋଳ ରେଞ୍ଜ୍‌ରେ ସର୍ବାଧିକ ବନ୍ୟଜନ୍ତୁ ଶିକାର ହେଉଛି। ହିନ୍ଦୋଳ ରେଞ୍ଜ୍‌ ଅନ୍ତର୍ଗତ କନ୍ଧରା ସଂରକ୍ଷିତ ଜଙ୍ଗଲ ସୀମା କଟକ ଜିଲା ଆଠଗଡ଼, ବଡମ୍ବା ଓ ନରସିଂହପୁରକୁ ଲାଗି ରହିଛି। ଫଳରେ ବାହାର ଜିଲାର ଶିକାରୀ ଉକ୍ତ ନିଷିଦ୍ଧ ଅଞ୍ଚଳରେ ଅବାଧ ପ୍ରବେଶ କରୁଛନ୍ତି। ସେହିପରି କପିଳାସ ରେଞ୍ଜ୍‌ରେ ଦୀର୍ଘଦିନ ହେଲା ରେଞ୍ଜର ପଦବୀ ଖାଲି ପଡ଼ିଛି। ଫଳରେ ଏହା ଅଧୀନରେ ଥିବା କପିଳାସ ଅଭୟାରଣ୍ୟ ଏବଂ ଅନ୍ୟ ରିଜର୍ଭ ଫରେଷ୍ଟରେ ପାଟ୍ରୋଲିଂ ଧିମେଇଯାଇଛି, ଯାହାର ସୁଯୋଗ ନେଉଛନ୍ତି ମାଂସଲୋଭୀ ଶିକାରୀ। ବିଭାଗୀୟ କର୍ମଚାରୀଙ୍କ ହାତରେ ବର୍ଷକ ଭିତରେ ୧୦୦ ଅଭିଯୁକ୍ତ ଧରାପଡ଼ିଥିବାବେଳେ ୫୦ରୁ ଊର୍ଦ୍ଧ୍ୱ ବନ୍ଧୁକ ଜବତ ହୋଇଛି। ଗିରଫ ଶିକାରୀଙ୍କ ମଧ୍ୟରୁ କେବଳ କପିଳାସ ଅଭୟାରଣ୍ୟରୁ ୪୦ରୁ ଅଧିକ ଧରାପଡ଼ିଛନ୍ତି। ୨୫ରୁ ଊର୍ଦ୍ଧ୍ୱ ବନ୍ଧୁକ ମଧ୍ୟ ଜବତ ହୋଇଛି। ଏତଦ୍‌ବ୍ୟତୀତ ଭୁବନେଶ୍ୱର ଏସ୍‌ଟିଏଫ୍‌ ଭାପୁର ଅଞ୍ଚଳରେ ଚଢ଼ାଉ କରି ୯ ବନ୍ଧୁକ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଥିଲା। ଗତବର୍ଷ ଅକ୍ଟୋବରରେ ଭାପୁର ଫାଣ୍ଡି ଝୁମ୍ପୁଡ଼ିଆ ଗ୍ରାମରୁ ବନ୍ୟପ୍ରାଣୀ ଶିକାର ଲାଗି ଯୋଜନା କରାଯାଉଥିବାବେଳେ ପୋଲିସ ୫ ବନ୍ଧୁକ ଜବତ କରିବା ସହିତ ୨ଜଣଙ୍କୁ ଗିରଫ କରିଥିଲା। ତଦନ୍ତ ସମୟରେ ଜବତ ବନ୍ଧୁକଗୁଡ଼ିକ ବନ୍ୟପ୍ରାଣୀ ଶିକାରରେ ବ୍ୟବହାର ହେଉଥିବା ସ୍ପଷ୍ଟ ହୋଇଥିଲା। ସେହିପରି ଦେଢ଼ବର୍ଷ ତଳେ କନ୍ଧରା ଜଙ୍ଗଲରେ ଶିକାରୀଙ୍କ ଗୁଳିମାଡ଼ରେ ଏକ ଦନ୍ତାହାତୀର ଜୀବନ ଯାଇଥିଲା। ଘଟଣାସ୍ଥଳରେ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀଙ୍କ ଉପରେ ଗୁଳି ଚଳାଇ ଅଭିଯୁକ୍ତମାନେ ଦାନ୍ତ ନେଇ ଫେରାର ହୋଇଯାଇଥିଲେ। ଏହି ଘଟଣାର ଅଦ୍ୟାବଧି କେହି ଧରାପଡ଼ିନାହାନ୍ତି। ଶିକାରୀମାନେ ବାର୍‌ହା, ହରିଣ, କୁଟୁରା, ଶମ୍ବର ଭଳି ତୃଣଭୋଜୀଙ୍କୁ ଟାର୍ଗେଟ କରୁଛନ୍ତି। ବାହାରକୁ ଛାଲ, ମାଂସ ଚାଲାଣ କରାଯାଉଛି। ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାରରେ ଛନ୍ଦି ହୋଇ ଅନେକ ସମୟରେ ହାତୀଙ୍କ ଜୀବନ ମଧ୍ୟ ଯାଉଛି।
ଏ ସଂକ୍ରାନ୍ତରେ ଡିଏଫ୍‌ଓ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ସଂରକ୍ଷିତ ଜଙ୍ଗଲରେ ଶିକାର ରୋକିବା ପାଇଁ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। କନ୍ଧରା ସଂରକ୍ଷିତ ଜଙ୍ଗଲରେ ୱାଚ ଟାୱାର ନିର୍ମାଣ କରାଯାଇଛି। ସେଠାରେ ବନ୍ଧୁକଧାରୀ କର୍ମଚାରୀ ୨୪ ଘଣ୍ଟା ପହରା ଦେଉଛନ୍ତି। କପିଳାସ୍‌ ରେଞ୍ଜ୍‌ରେ ଖୁବଶୀଘ୍ର ଜଣେ ସ୍ଥାୟୀ ରେଞ୍ଜରଙ୍କୁ ନିଯୁକ୍ତି ଦିଆଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ଭାଜପାର ନୂଆ ଦଳକୁ ଫେରିଲେ ରାମ ମାଧବ; ତାଙ୍କୁ କାହିଁକି ସୁଯୋଗ ଦିଆଗଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୮: ଭାରତୀୟ ଜନତା ପାର୍ଟି (ଭାଜପା) ଦଳର ସଭାପତି ନୀତିନ ନବିନଙ୍କ ନେତୃତ୍ୱରେ ଏକ ନୂତନ ଜାତୀୟ ଦଳ ଘୋଷଣା କରିଛି। ନୀତିନ ନବିନଙ୍କୁ ଜାତୀୟ କାର୍ଯ୍ୟକାରୀ…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri