Posted inଭଦ୍ରକ

ଏୟାରଷ୍ଟ୍ରିପ୍‌ ପାଇଁ ଉଚ୍ଛେଦକୁ ବିରୋଧ

ପଦ୍ମପୁର, ୧୦।୧(ଡି.ଏନ.ଏ.)  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତରେ ହେବାକୁ ଥିବା ଏୟାରଷ୍ଟ୍ରିପ୍‌ ପାଇଁ ପ୍ରଶାସନ ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ଜମିରେ ଦଖଲ ଉଚ୍ଛେଦ ଉଦ୍ୟମ ବିଫଳ ହୋଇଛି। ଜନସାଧାରଣଙ୍କ ଦାବି ଆଗରେ ହାର୍‌ ମାନିଛି ପ୍ରଶାସନ। ପୂର୍ବରୁ ଜମି ଅଧିଗ୍ରହଣ ସରିଥିବା ବେଳେ ବିସ୍ଥାପିତ ହୋଇଥିବା ନନ୍ଦପାଟଣା, ଚମ୍ପୁଆଡ଼ିଆ, ବଡ଼ହାବେଳୀସାହିର ପରିବାର ପ୍ରତି ଘରକୁ ୨୫ ଡିସିମିଲ ଜାଗା, ଗୃହ ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ଓ ପରିବାରର ଜଣଙ୍କୁ ନିଯୁକ୍ତି ଦେବାକୁ ଦାବି କରିଆସୁଥିଲେ। ଦାବି ପୂରଣ ନ ହେଲେ ସେମାନେ ଏୟାରଷ୍ଟ୍ରିପ୍‌ ନିର୍ମାଣ କାର୍ଯ୍ୟକୁ ବିରୋଧ କରିବେ ବୋଲି ଚେତାବନୀ ଦେଇଥିଲେ। ଶନିବାର ପ୍ରଶାସନ ପକ୍ଷରୁ ଉଚ୍ଛେଦ ବେଳେ ସେମାନେ ଏହାକୁ ବିରୋଧ କରିଛନ୍ତି।
ତହସିଲଦାର ଅନିତା ନାୟକ, ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ଉପଜିଲାପାଳ ମନୋଜ କୁମାର ପାତ୍ର, ଏସ୍‌ଡିପିଓ ପ୍ରଭାସ ଚନ୍ଦ୍ର ପାଲ, ଥାନାଧିକାରୀ ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଦଖଲ ଉଚ୍ଛେଦ ପାଇଁ ବାଲିମୁଣ୍ଡାଠାରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ବିସ୍ଥାପିତ ଓ ଜନସାଧାରଣ ଦାବି ପୂରଣ ନ ହେଲେ ସେମାନେ କାର୍ଯ୍ୟ କରିବାକୁ ଦେବେ ନାହିଁ ବୋଲି କହିବା ସହ ପ୍ରସ୍ତାବିତ ସ୍ଥାନକୁ ଯିବା ରାସ୍ତାରେ ଧାରଣାାରେ ବସିଥିଲେ। ଏନେଇ ଅଧିକାରୀମାନେ ଧାରଣାରତ ଜନସାଧାରଣଙ୍କୁ ବୁଝାଇ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିସ୍ଥାପିତମାନେ ସେମାନଙ୍କ ଦାବି ନେଇ ସୋମବାର ଜିଲାପାଳଙ୍କୁ ସାକ୍ଷାତ କରିବେ ବୋଲି ସିଦ୍ଧାନ୍ତ ନେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?