କଟକଣା ସତ୍ତ୍ୱେ ଗ୍ରାମସଭା

କେନ୍ଦୁଝର, ୧୦।୧ (ସ୍ବ.ପ୍ର.) କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜନସମାବେଶ ଉପରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ କଟକଣା ଲାଗୁ କରାଯାଇଛି। ତେବେ ଏହା ସତ୍ତ୍ୱେ କେନ୍ଦୁଝର ଜିଲାର ଜଜାଙ୍ଗ ଲୌହ ଖଣି ପାଇଁ ଗ୍ରାମସଭା(ଜଙ୍ଗଲ ଜମି ଅଧିକାର ଆଇନ-୨୦୦୭) ଆୟୋଜନ କରି ଜନସମାବେଶ କରାଯାଇଥିବା ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଜିଲାରେ କୋଭିଡ୍‌ ସଂକ୍ରମଣ ବିଶେଷ କରି ଖଣି ଅଞ୍ଚଳରେ ଅଧିକ ଦେଖାଦେଇଥିବାରୁ ଗ୍ରାମସଭା ସ୍ଥଗିତ ରଖିବାକୁ ପଳସା ସରପଞ୍ଚ ନିରୁପମା ନାୟକ ଯୋଡା ବିଡିଓଙ୍କୁ ଚିଠି ନଂ. ୬୦/ ୫।୧।୨୦୨୧ରେ ଅବଗତ କରିଥିଲେ। କୋଭିଡ୍‌ କଟକଣା ଯୋଗୁ ସଦର ବ୍ଲକ ଟିକରପଡ଼ାରେ ରବିବାର ହେବାକୁ ଥିବା ଜନଶୁଣାଣିକୁ ସ୍ଥଗିତ କରାଯାଇଥିବା ବେଳେ ୭ ତାରିଖରେ ପଳସା ପଞ୍ଚାୟତ ଅଧୀନ ପଳସା(କ) ଗ୍ରାମରେ କିପରି ଗ୍ରାମସଭା ଅନୁଷ୍ଠିତ ହେଲା ତାହାକୁ ନେଇ ପରିବେଶବିତମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ସମାବେଶ ଯୋଗୁ କରୋନା ବ୍ୟାପିବା ଆଶଙ୍କା ଥିଲେ ହେଁ କାହା ସ୍ବାର୍ଥରେ ପ୍ରଶାସନ ଗ୍ରାମସଭା ଆୟୋଜନ କରାଇଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରକାଶ ଯେ, ଗତ ୬ ଏବଂ ୭ ତାରିଖରେ ଯୋଡା ବ୍ଲକର ଜଜାଙ୍ଗ, ହେସାବେଡା, ବନ୍ଧୁଆବେଡା, ପଳସା(କ) ଗାଁରେ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ପରିଣତ କରିବା ପାଇଁ ଗ୍ରାମସଭା କରାଯାଇଥିଲା। କଟକଣା ପାଇଁ ଏବଂ ସରକାରଙ୍କ କୋଭିଡ୍‌ ନିୟମକୁ ମାନି ବହୁ ଲୋକ ଗ୍ରାମସଭାରେ ଭାଗ ନେବା ପାଇଁ ଆଗ୍ରହୀ ଥିଲେ ମଧ୍ୟ ସରକାରଙ୍କ ନିୟମକୁ ପାଳନ କରି ଗ୍ରାମସଭାକୁ ଆସି ନ ଥିବା ଅଭିଯୋଗ ହୋଇଛି। ଫଳରେ ସେମାନେ ମତାମତ ଦେବାରୁ ବଞ୍ଚିତ ହୋଇଥିଲେ। ଫଳରେ ଗ୍ରାମ ସଭାର ସଫଳତାକୁ ନେଇ ମଧ୍ୟ ଗ୍ରାମବାସୀମାନେ ପ୍ରଶ୍ନ ଉଠାଇଛନ୍ତି। ଅନୁପସ୍ଥିତ ଗ୍ରାମବାସୀଙ୍କୁ ବିଭିନ୍ନ କଥା କହି ଗ୍ରାମସଭା ସଫଳ କରିବା ପାଇଁ ଘରକୁ ଯାଇ ଦସ୍ତଖତ ନିଆଯାଇଥିବା ନେଇ ହେଉଥିବା ଅଭିଯୋଗ ତଦନ୍ତ ସାପେକ୍ଷ। ଏଣୁ ଏହାର ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ଅନ୍ୟପକ୍ଷରେ ଯୋଡା ବିଡିଓ ଜଗନ୍ନାଥ ହନୁମାନ କହିଛନ୍ତି, କୋଭିଡ୍‌ ଆଇନର କାୈଣସି ଉଲ୍ଲଂଘନ ହୋଇନାହିଁ। ସମସ୍ତ ନୀତିନିୟମ ପାଳନ ହୋଇ ଗ୍ରାମସଭା ଅନୁଷ୍ଠିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ତ୍ରିବେଣୀ କମ୍ପାନୀରୁ ୧୨ ଲକ୍ଷ ଟଙ୍କା ହେର୍‌ଫେର୍‌, ଇସ୍ତଫା ଦେଇଥିବା କର୍ମଚାରୀ କେନ୍ଦ୍ରାପଡ଼ାରୁ ଗିରଫ

ବଡ଼ବିଲ,୨୨ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରୁ ୧୨ଲକ୍ଷ ଟଙ୍କା ହେର୍‌ଫେର୍‌ କରିଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ...

ଶିକାର ପାଇଁ ଅଭୟାରଣ୍ୟରେ ନିଆଁ

ହାଟଡିହୀ,୨୨l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ହସ୍ତୀ ଅଭୟାରଣ୍ୟର ୯ଟି ପଏଣ୍ଟରେ ଲାଗିଛି ନିଆଁ। ନିଆଁ ଅତି ବ୍ୟାପକ ହୋଇନି। ଗଛରୁ ଝଡି ତଳେ...

ତ୍ରିମୁଖୀ ଲଢେଇ ଦେଖିବେ ଭୋଟର

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଶନିବାର ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଆନନ୍ଦପୁର ନିର୍ବାଚନମଣ୍ଡଳୀ...

ସୁବିଧାବାଦୀ ଛାମୁଆ ନେତାଙ୍କ ଶେଷ ଆଶା ସୌମ୍ୟରଞ୍ଜନ 

ଘସିପୁରା,୨୧।୪(ନିରଞ୍ଜନ ସାହୁ)-ଚଳିତ ନିର୍ବାଚନ ପାଇଁ ଘସିପୁରା ନିର୍ବାଚନମଣ୍ଡଳୀରେ ଲାଗିରହିଥିବା ଅସ୍ପଷ୍ଟ ପ୍ରାର୍ଥୀ ଚିତ୍ରକୁ ନେଇ ଏକ ନିର୍ଦ୍ଦିଷ୍ଟ ଦଳର ସୁବିଧାବାଦୀ ଛାମୁଆ ନେତାଙ୍କର ଶେଷ ଆଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri