ଆମ ଜିଲା ଖବର

୨ ଦିନ ପରେ ନେଇଥାନ୍ତେ ଅବସର, ହେଲେ…

ଗୁଣପୁର,୨୯ା୧୦(ଡି.ଏନ୍‌.ଏ.): ଅବସର ଗ୍ରହଣ କରିବାର ମାତ୍ର ୨ ଦିନ ପୂର୍ବରୁ ଜଣେ ଶିକ୍ଷକଙ୍କ ନାମରେ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗ ଆସିଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ କାଡାସି କ୍ଲଷ୍ଟର ଅଧୀନ ଡେଙ୍ଗିଣି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପାଞ୍ଚିନ…

ଯୁବକଙ୍କୁ ବୋମା ମାଡ଼, କାରଣ ଖୋଜୁଛି ପୋଲିସ

ଆସିକା,୨୯ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅଧୀନ ପଣିବନ୍ଧ ଗ୍ରାମରେ ଶୁକ୍ରବାର ବୋମାମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଟୁକୁନା ସ୍ବାଇଁ । ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବାରୁ…

ପୁତୁରାର ଠେଙ୍ଗା ମାଡରେ କକାଙ୍କ ମୃତ୍ୟୁ

ଭଞ୍ଜନଗର,୨୯।୧୦(ଡି.ଏନ୍‌.ଏ.): ପୁତୁରା ଆକ୍ରମଣରେ ଘଟିଛି କକାଙ୍କ ମୃତ୍ୟୁ। ଏଭଳି ଏକ ଘଟଣା ଘଟିଛି ତାରସିଂଙ୍ଗି ଥାନା ଅନ୍ତର୍ଗତ ମହୁଲ ପାଟଣା ଗ୍ରାମରେ। ମୃତକ ଜଣଙ୍କ ହେଲେ କୃଷ୍ଣ ଖିଲାର । ଖବର ପାଇ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ…

ଶ୍ରୀମନ୍ଦିର, ଅଠରନଳା ୧୦୦ମିଟର ପରିଧିରୁ ହଟିବ ବେଆଇନ ନିର୍ମାଣ

ପୁରୀ ଅଫିସ,୨୯।୧୦: ଶ୍ରୀମନ୍ଦିର ଓ ଅଠରନଳା ପୋଲ ଚୌହଦୀର ୧୦୦ ମିଟର ଅଞ୍ଚଳ ଭିତରେ ବେଆଇନ କୋଠା ନିର୍ମାଣଗୁଡିକ ବିରୋଧ କରାଯାଇଛି। ଏ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଶୁକ୍ରବାର ପିକେଡିଏ ଓ ଏଏସଆଇ ଅଧିକାରୀଙ୍କୁ ନେଇ ଏକ କମିଟି…

ସବୁଜ ବାଣ ଉପରେ ନିଷ୍ପତ୍ତି ନେବେ ଏସ୍‌ଆର୍‌ସି: ହାଇକୋର୍ଟ

କଟକ ପ୍ରଦୂଷଣ,୨୯ା୧୦: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ହାଇକୋର୍ଟରେ ସବୁଜ ବାଣକୁ ଅନୁମତି ସମ୍ପର୍କିତ ମାମଲା ପ୍ରସଙ୍ଗରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶାବଳୀ ଆଧାରରେ ଏସ୍‌ଆର୍‌ସି ନିଷ୍ପତ୍ତି ନେବେ। କୋଭିଡ୍‌…

ଶଙ୍ଖ ଧରିଲେ ବିଶ୍ୱରଞ୍ଜନ : ୨୦୧୯ ନିର୍ବାଚନରେ ବରୀରୁ ହୋଇଥିଲେ ଭାଜପା ବିଧାୟକ ପ୍ରାର୍ଥୀ

ବରୀ,୨୯।୧୦(ଡି.ଏନ୍‌.ଏ.): ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ଶେଷରେ ଅନ୍ତ ଘଟିଛି। ୨୦୧୯ ନିର୍ବାଚନରେ ବରୀ ଭାଜପାରୁ ପ୍ରାର୍ଥୀ ହୋଇଥିବା ବିଶ୍ୱ ରଞ୍ଜନ ମଲ୍ଲିକ ଶୁକ୍ରବାର ବିଜେଡିରେ ଯୋଗ ଦେଇଛନ୍ତି। ଆନୁଷ୍ଠାନିକ ଭାବେ ରାଜ୍ୟ ବିଜେଡି କାର୍ଯ୍ୟାଳୟ ପରିସରରେ ଦଳରେ…

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦାରିଙ୍ଗବାଡ଼ି ଗସ୍ତକୁ ବିରୋଧ ଭୟ, କଂଗ୍ରେସ-ଭାଜପା କର୍ମୀଙ୍କୁ ନଜରବନ୍ଦୀ ରଖିଛି ପୋଲିସ

ଦାରିଙ୍ଗବାଡ଼ି,୨୯ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ଦୁଇଦିନିଆ ଗସ୍ତରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଆସିଛନ୍ତି ା ମନ୍ତ୍ରୀ ଜେନା ଶୁକ୍ରବାର ପୂର୍ବାହ୍ନରେ ଉକ୍ତ ବ୍ଲକ ବ୍ରାହ୍ମଣୀଗାଁରେ କାର୍ଯ୍ୟକ୍ରମ ଚାଲିଥିବାବେଳେ ମଧ୍ୟାହ୍ନ ପରଠାରୁ…

ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ : ଗ୍ରୀଲ ଭାଙ୍ଗି ନେଇଗଲେ …

କୋକସରା,୨୯।୧୦(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ଥାନା ଟେମରା ହଂସପଡା ଗାଁର ପୂର୍ବତନ ବ୍ୟାଙ୍କ ମ୍ୟନେଜର ନରେନ୍ଦ୍ର ନାଏକଙ୍କ ଘରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି। ତାଙ୍କ ଘରୁ ୧୦ ଭରି ସୁନାଗହଣା, ୫୦ ତୋଳା ରୁପା ଗହଣା ଓ…

ମୁଣ୍ଡଳି ବ୍ୟାରେଜରୁ ଡେଇଁଥିବା ବ୍ୟକ୍ତିଙ୍କ ଏଯାଏ ମିଳୁନି ସନ୍ଧାନ

ବାରଙ୍ଗ,୨୯।୧୦(ଡି.ଏନ୍‌.ଏ.): ମୁଣ୍ଡଳି ବ୍ୟାରେଜରୁ ମହାନଦୀକୁ ଡେଇଁ ନିଖୋଜ ଥିବା ଯୁବକଙ୍କୁ ଶୁକ୍ରବାର ପୁଣି ଖୋଜାଖୋଜି ଆରମ୍ଭ ହୋଇଛି। ସକାଳେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖାଜାଖୋଜି ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଗଞ୍ଜାମ ଜିଲା ଦିଗପହଣ୍ଡିର ଚନ୍ଦ୍ରମଣି ତ୍ରିପାଠୀ ଗୁରୁବାର ଏକ ସ୍କୁଟି ଯୋଗେ…

ମାଛ ଗାଁ କେନାଲରେ ୧୫ ଫୁଟର ଘାଇ

କଟକ ସଦର,୨୯ା୧୦(ଡି.ଏନ୍‌.ଏ.): ଜଗତସିଂହପୁର ଜଳସେଚନ ଡିଭିଜନ ଅଧିନସ୍ଥ ମାଛ ଗାଁ କେନାଲ ବାମପାର୍ଶ୍ୱ ବନ୍ଧ ପରମହଂସଠାରେ ଗୁରୁବାର ରାତିରେ ୧୫ ଫୁଟ ଓସାରର ଏକ ଘାଇ ସୃଷ୍ଟି ହୋଇଛି। ଯାହା ଫଳରେ ଦେଓପୁର, ଡିଆଁ ପରମହଂସ ଧାନ ଜମିରେ କେନାଲ ପାଣିରେ…

ମିସ୍‌ ଫ୍ୟାଶନିଷ୍ଟ କ୍ରାଉନ ପିନ୍ଧିଲେ କ୍ରିଷ୍ଣା

ଚାନ୍ଦବାଲି,୨୯।୧୦(ଡି.ଏନ.ଏ.)-ମହାରାଷ୍ଟ୍ର ପୁଣେରେ ଅନୁଷ୍ଠିତ ମିସ୍‌ ଫ୍ୟାଶନିଷ୍ଟ-୨୦୨୧ରେ ବିଜୟୀ ହୋଇ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ପାଞ୍ଚପଡ଼ା ଗ୍ରାମର ଝିଅ କ୍ରିଷ୍ଣା ସାହୁ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଏହି ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ବିଜୟୀ କ୍ରାଉନ ପିନ୍ଧିଛନ୍ତି କ୍ରିଷ୍ଣା।…

୨୨ ବର୍ଷରେ ମହାବାତ୍ୟା: ସ୍ମୃତି ଏବେ ବି ଅଭୁଲା

ଏରସମା,୨୮ା୧୦(ସ୍ବ.ପ୍ର.): ମହାବାତ୍ୟାର ଲୋମଟାଙ୍କୁରା ଘଟଣାବଳୀକୁ ଏବେବି ଲୋକେ ଭୁଲି ପାରିନାହାନ୍ତି। ୨୨ ବର୍ଷ ତଳେ ଅର୍ଥାତ୍‌ ୧୯୯୯, ଅକ୍ଟୋବର ୨୯ରେ ତାଣ୍ଡବ ରଚିଥିଲା ମହାବାତ୍ୟା। ଏବେବି ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଛାତି ଥରିଉଠେ ବୋଲି ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?