ଆମ ଜିଲା ଖବର

କାଟିଲେ ୨୦୦, ଦାଖଲ ହେଲା ୧୦୦ ଟଙ୍କା

କଟକ ଅଫିସ,୧୬ା୧: ୨୦୨୦ କରୋନା ମହାମାରୀ ସମୟରେ ପୋଲିସ କିପରି ଲୋକଙ୍କୁ ଲୁଟୁଥିଲା, ତାହା ପଦାକୁ ଆସିଛି। ଜନକ ଯୁବକଙ୍କଠାରୁ ଚାଉଳିଆଗଞ୍ଜ ଥାନାର ଜଣେ ଏଏସ୍‌ଆଇ ୨୦୦ ଟଙ୍କା ଫାଇନ ବାବଦକୁ ଆଦାୟ କରିଥିବାବେଳେ ତାଙ୍କୁ ୨୦୦ ଟଙ୍କାର ରସିଦ୍‌ ଦେଇଥିଲେ।…

ଜଳପଥରେ ଚାଲିଛି କଙ୍କଡ଼ା ଚାଲାଣ, ଚେଇଁ ଶୋଇଛି ବନବିଭାଗ

ମହାକାଳପଡ଼ା,୧୬ା୧(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ନଦୀ, ନାଳ ଓ ସମୁଦ୍ରରୁ ବେଆଇନ କଙ୍କଡ଼ା ଚାଲାଣ ଚାଲିଛି। ବିଶେଷ କରି ଜଳପଥରେ ଚାଲାଣ ଚାଲି ଥିଲେ ମଧ୍ୟ ବନ ବିଭାଗ ଚେଇଁ ଶୋଇଛି। କେବଳ କଙ୍କଡ଼ା ନୁହେଁ ବିଭିନ୍ନ ପ୍ରଜାତିର…

କୋଟିଆ ପଞ୍ଚାୟତ ନିର୍ବାଚନରେ ବିଶୃଙ୍ଖଳା କଲେ କଡ଼ା କାର୍ଯ୍ୟାନୁଷ୍ଠାନ

କୋରାପୁଟ,୧୬।୧(ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତ ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଅବଦାଲ ଏମ. ଅଖତାର କହିଛନ୍ତି। ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋଟିଆ ପଞ୍ଚାୟତର ୧୩ଟିଯାକ…

ନୂଆ, ପୁରୁଣାଙ୍କ ଆଶା ମଉଳିଲା

ଯାଜପୁର ଅଫିସ,୧୬ା୧: ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗି ରହିଥିବା ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜନଜାତି (ଏସ୍‌ଟି) ତଥା ଆଦିବାସୀ ମହିଳାଙ୍କ ନିମନ୍ତେ ସଂରକ୍ଷଣ ହୋଇଥିବା ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଜଣାପଡ଼ିବା ପରେ…

ପରିଚୟପତ୍ର ନ ଥିବାରୁ ଘରକୁ ଫେରିବାକୁ ଲାଗିଲା ୧୦ ବର୍ଷ

କୁଚିଣ୍ଡା,୧୬।୧(ଡି.ଏନ.ଏ.): ସମ୍ବଲପୁର ଜିଲା ମହୁଲପାଲି ଥାନା ବାଙ୍କେ ପଞ୍ଚାୟତ ଗୋପାଳପାଲି ଗ୍ରାମର ରଞ୍ଜିତ କିଷାନ(୨୪) ୧୦ ବର୍ଷ ପରେ ଘରକୁ ଫେରିଛନ୍ତି। ଦୀର୍ଘବର୍ଷ ପରେ ପୁଅକୁ ପାଇ ପରିବାର ଓ ଗାଁରେ ଆନନ୍ଦର ଲହରି ଖେଳିଯାଇଛି। ୨୦୧୨ ଡିସେମ୍ବର ୧୩ରେ ଗ୍ରାମର…

ଅଦିନିଆ ବର୍ଷାରେ ଗଜା ହେଲା ଧାନ, ଚିନ୍ତାରେ ଚାଷୀ

କୋକସରା,୧୫ା୧(ଡି.ଏନ୍‌.ଏ.): ଭିତ୍ତିଭୂମି ନାହିଁ, ଖୋଲା ଆକାଶ ତଳେ ପଡ଼ିରହିଛି କଳାହାଣ୍ଡି ଜିଲା କୋକସରା ବ୍ଲକ କାଶୀବାହାଲ ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନ। ଅଦିନିଆ ବର୍ଷା, ଶୀତ, କୋହଲା ପାଗରେ ଦୀର୍ଘମାସ ଧରି ଧାନକୁ ଜଗି ବସିଛନ୍ତି ଅନ୍ନଦାତା। ବର୍ଷା ଦାଉରୁ…

ନକଲି ପୋଲିସକୁ ଧରିଲା ଅସଲି ପୋଲିସ, ସ୍କ୍ବାଡ ପରିଚୟ ଦେଇ କରୁଥିଲେ ଲୁଟ୍‌ପାଟ

ବରଗଡ଼ ଅଫିସ,୧୫ା୧: ପୋଲିସ ସ୍କ୍ବାଡର କର୍ମଚାରୀ ପରିଚୟ ଦେଇ ଲୁଟ୍‌ପାଟ୍‌ ଚଲାଇଥିବା ୨ ଅଭିଯୁକ୍ତଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ସଦର ଥାନା ସିନ୍ଦୁରବାହାଲ ଗ୍ରାମର ସୁମନ ଶେଖର ପାଣିଗ୍ରାହୀ(୨୬) ଏବଂ ବରଗଡ଼ ପୌର ପରିଷଦ…

ଗଛରୁ ମିଳିଲା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ

ଅମ୍ବାଭୋନା,୧୫ା୧(ଡି.ଏନ୍‌.ଏ.): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଡୁଙ୍ଗୁରୀ ଦେଚୁଆଁ ପାହାଡ଼ ମଧ୍ୟରେ ରହିଥିବା ମାତାବନ୍ଧ ନିକଟସ୍ଥ ଏକ ଗଛରୁ ଶନିବାର ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି। ମୃତକଦ୍ୱୟ ହେଲେ, ଡୁଙ୍ଗୁରୀ ଗ୍ରାମର ପାଣ୍ଡବ ବାଗ(୪୫) ଓ ସୁବାସିନୀ…

ପ୍ରାର୍ଥୀ ଚୟନ ନେଇ ଅଙ୍କକଷା

ସୁୁନ୍ଦରଗଡ଼,୧୫।୧(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଘୋଷଣା ପରେ ସୁନ୍ଦରଗଡ଼ ଜିଲାର ଗ୍ରାମାଞ୍ଚଳରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏପଟେ କରୋନା ସଂକ୍ରମଣ ବୃଦ୍ଧିରେ ଏହି ଜିଲା ଶୀର୍ଷରେ ରହୁଥିବାବେଳେ ଗାଁଗାଁରେ ଏବେ ପଞ୍ଚାୟତ ନିର୍ବାଚନକୁ ନେଇ ଲୋକଙ୍କ…

ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ମହିଳା

କେନ୍ଦୁଝର,୧୫ା୧(ସ୍ବ.ପ୍ର.): ଦୀର୍ଘ ୧୫ ଦିନ ଧରି ପାଣି ସମସ୍ୟା ଦେଖାଦେଇଥିଲା ହେଁ ସମାଧାନ ନ ହେବାରୁ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ନୁଦୁରପଡ଼ା-କାଳିଆ ହତା ରାସ୍ତାର ଖୁଦପଶି ନିକଟରେ ମହିଳାମାନେ ଗରା, ବାଲଟି ଧରି ରାସ୍ତା ଅବରୋଧ କରିଥିଲେ। ଫଳରେ ଉକ୍ତ…

ଦୃଷ୍ଟି ବାଧିତ ଯାଁଳା ଭଉଣୀ, ଦୁନିଆ ଦେଖିବା ପାଇଁ ସହାୟତା ଲୋଡ଼ିଲେ ମାତାପିତା

ସୋରଡ଼ା,୧୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗୋପାଳପୁର ଶାସନ ପଞ୍ଚାୟତ ରତ୍ନପୁର ଗ୍ରାମରେ ସଞ୍ଜୟ ଗୌଡ଼ଙ୍କ ଦୁଇ ଝିଅ ଦୃଷ୍ଟି ବାଧିତ (ଯାଁଳା ଭଉଣୀ) ଥିବା ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଲମ୍ବୋଦର ଅଧିକାରୀଙ୍କଠାରୁ ଖବର ପାଇ ଶନିବାର ସ୍ଥାନୀୟ ଆଇଆଇସି ରମେଶ…

ପୁରୁଷୋତ୍ତମପୁର ଏନ୍‌ଏସି ଅଧ୍ୟକ୍ଷ ପଦବୀ ମହିଳାଙ୍କ ଲାଗି ସଂରକ୍ଷଣ

ପୁରୁଷୋତ୍ତମପୁର,୧୫ା୧(ଡି.ଏନ୍‌.ଏ): ଗଞ୍ଜାମ ଜିଲାର ୧୪ଟି ଓ୍ବାର୍ଡ ବିଶିଷ୍ଟ ପୁରୁଷୋତ୍ତମପୁର ଏନ୍‌ଏସି ନିର୍ବାଚନ ଲାଗି ଅଧ୍ୟକ୍ଷ ପଦବୀଟି କେବଳ ମହିଳାଙ୍କ ନିମନ୍ତେ ସଂରକ୍ଷଣ ଥିବା ନେଇ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠା ପ୍ରକାଶ ପାଇଛି। ଗତ ୧ା୧ା୧୯୭୩ରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?