ନୂଆ, ପୁରୁଣାଙ୍କ ଆଶା ମଉଳିଲା

ଯାଜପୁର ଅଫିସ,୧୬ା୧: ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗି ରହିଥିବା ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜନଜାତି (ଏସ୍‌ଟି) ତଥା ଆଦିବାସୀ ମହିଳାଙ୍କ ନିମନ୍ତେ ସଂରକ୍ଷଣ ହୋଇଥିବା ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଜଣାପଡ଼ିବା ପରେ ୨୬ ୱାର୍ଡ ବିଶିଷ୍ଟ ଏହି ପୌର ପରିଷଦରେ ବିଭିନ୍ନ ଦଳରେ ଥିବା ପୁରୁଣା, ନୂଆ ନେତାଙ୍କ ଆଶା ମଉଳି ଯାଇଛି। ଏଠାରେ ସ୍ଥାୟୀ ଆଦିବାସୀ ନଗଣ୍ୟ ରହିଥିବାରୁ ଜିଲାର ଅନ୍ୟ ବ୍ଲକରୁ ଅଧ୍ୟକ୍ଷା ପ୍ରାର୍ଥିନୀ ଆମଦାନୀ କରାଯିବ କି ବୋଲି ସୋସିଆଲ ମିଡିଆରେ ପ୍ରକାଶ ପାଉଛି। ଏପରି କି ବିକାଶମୂଳକ କାର୍ଯ୍ୟ ଠପ୍‌ ହୋଇପଡ଼ିଥିବା ଏହି ପୌର ପରିଷଦର ବହୁ ତୁଙ୍ଗ ନେତାଙ୍କୁ ବାଦ୍‌ ଦେବାକୁ ଏକପ୍ରକାର ଗୋଟିଚାଳନା ବୋଲି ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି।

ବ୍ୟାସନଗର ସହରର ଇତିହାସ ୫୭ ବର୍ଷ ପୁରୁଣା। ଡୋଲିପୁର ନାମରେ ପରିଚିତ ଯାଜପୁରରୋଡ ସହରକୁ ରାଜ୍ୟ ସରକାର ୧୯୬୧ରେ ବିଜ୍ଞାପିତ ଅଞ୍ଚଳ (ଏନ୍‌ଏସି) ଭାବେ ଘୋଷଣା କରିଥିଲେ। ସେହି ସମୟରେ ୧୧ଟି ୱାର୍ଡ ଥିଲା। ୧୯୬୩ରେ ଓ୍ବାର୍ଡ ସଂଖ୍ୟା ୧୫ ଏବଂ ୧୯୮୨ରେ ୨୨କୁ ବୃଦ୍ଧି ପାଇଥିଲା। ୧୯ା୫ା୧୯୯୪ରେ ଯାଜପୁରରୋଡ ଏନ୍‌ଏସିକୁ ବ୍ୟାସନଗର ପୌର ପରିଷଦ ଭାବେ ସ୍ବୀକୃତି ମିଳିଥିଲା। ୨୦୦୮ରେ ୨୨ରୁ ୨୬ଟି ୱାର୍ଡରେ ଏହା ପରିଣତ ହୋଇଛି। ବିଗତ ଦିନରେ ହୃଷୀକେଶ ରାଉତ, ରସାନନ୍ଦ ମହାନ୍ତି, ସରୋଜିନୀ ବଳ, ବନ୍ଦିତା ପରିଡ଼ା ଓ ସବିତା ରାଉତ ଅଧ୍ୟକ୍ଷା/ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଗତ ୩ଟି ନିର୍ବାଚନରେ ଅଧ୍ୟକ୍ଷ ପଦବୀ ସାଧାରଣବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିଲା। ୨୦୧୮ ଡିସେମ୍ବରରେ ଅଧ୍ୟକ୍ଷା ରାଉତଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। କିନ୍ତୁ ୫ ବର୍ଷରୁ ଶେଷ ୨ ବର୍ଷ ମଧ୍ୟରେ ବ୍ୟାସନଗର ପୌରାଧ୍ୟକ୍ଷା ରାଉତଙ୍କ ବିରୋଧରେ ୩ଥର ଅନାସ୍ଥା ପ୍ରସ୍ତାବ ଆସିଥିଲା। କ୍ଷମତା ଲୋଭ ଯୋଗୁ ରାଜନୈତିକ ବିବାଦ ବ୍ୟାସନଗର ପୌରପରିଷଦକୁ ରସାତଳଗାମୀ କରିଥିଲା। ନବେ ଦଶକରେ ଏହି ପୌରପରିଷଦ ଅଞ୍ଚଳକୁ ଲାଗି ବିଭିନ୍ନ ଶିଳ୍ପ କାରଖାନା ପ୍ରତିଷ୍ଠା ହେବା ପରେ ଏହାର ନବକଳେବର ବୃଦ୍ଧି ପାଇବାରେ ଲାଗିଛି। ଜନସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇ ବେସରକାରୀ ଭାବେ ପ୍ରାୟ ଦେଢ ଲକ୍ଷ ଟପିଲାଣି। କିନ୍ତୁ ସହରର ରାସ୍ତାଘାଟ ସମେତ ଦର୍ଶନୀୟ ସ୍ଥାନ, ପାର୍କର ବିକାଶ ହେଉନାହିଁ। ଏହା ନିର୍ବାଚନ ସମୟରେ ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି କେତେଜଣ ରାଜନୈତିକ ସମୀକ୍ଷକ କହୁଛନ୍ତି। କିନ୍ତୁ ବିରୋଧୀ ଦଳ ଏଠାରେ ସେତେଟା ସକ୍ରିୟ ନ ଥିବାରୁ ବିଜେଡି ତିଷ୍ଠି ରହିବ ବୋଲି ଆଉ କେତେଜଣ ମତ ଦେଉଛନ୍ତି।

ପୂର୍ବତନ ପୌରାଧ୍ୟକ୍ଷ ରସାନନ୍ଦ ମହାନ୍ତି କୁହନ୍ତି, ଆପତ୍ତି ଅଭିଯୋଗ ପାଇଁ ୧୫ ଦିନ ସମୟ ରହିଛି। ତେଣୁ ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ସଂରକ୍ଷଣ ପରିବର୍ତ୍ତନ ହୋଇପାରେ। ପୂର୍ବତନ ଅଧ୍ୟକ୍ଷା ସବିତା ରାଉତ କହିଛନ୍ତି, ଏଠାରେ ବହୁତ କମ୍‌ ସ୍ଥାୟୀ ଆଦିବାସୀ ରହିଛନ୍ତି। ତେଣୁ ଆଗାମୀ ଦିନରେ ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଦାବି କରାଯିବ। ଭାଜପା ନେତା ଚନ୍ଦ୍ର ଶେଖର ପଣ୍ଡା କୁହନ୍ତି, ବ୍ୟାସନଗର ସହରର ବିକାଶ ପାଇଁ କାହାରି ଦରଦ ନାହିଁ। ଏହି ସହରକୁ ଆହୁରି ଅନୁନ୍ନତ କରିବାକୁ ଏହା ଏକ ଚାଲ୍‌। ଆଦିବାସୀ ଜନଜାତି ଏଠାରେ ନଗଣ୍ୟ। ତେଣୁ ଯେକେହି ବି ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ସେ ଅନ୍ୟ ପ୍ରଭାବଶାଳୀ ଲୋକଙ୍କ ବୋଲକରା ହୋଇ ରହିବ। ତେଣୁ ଏହି ଚିଠା ଉପରେ ନିହାତି ପରିବର୍ତ୍ତନର ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଭଉଣୀ ଘରକୁ ଆସି ଗାଁକୁ ଫେରୁଥିଲେ, ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଛିଟିକି ପଡ଼ିଲା ବାଇକ୍, ଦୁଇ ଜଣ…

ଥୁଆମୂଳ ରାମପୁର,୨୯।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା-କଲେଜ ଛକ ମଧ୍ୟବର୍ତ୍ତୀ ଡୁମେର ଗଛ ବୁଲାଣି ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୬:୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri